Banita Tripathy

Drama


3  

Banita Tripathy

Drama


ସମ୍ପର୍କ ର ପରିଭାଷା

ସମ୍ପର୍କ ର ପରିଭାଷା

4 mins 13 4 mins 13

 

ଦିନ ଦୁଇ ପହର , ଖରା ଆସି ମୁଣ୍ଡ ଉପରେ, ଦାମ ବିଲ ରୁ ହଳ ସାରି ଘରେ ଖାଇବା ପାଇଁ ପହଞ୍ଚିଲା ଵେଳକୁ ଦେଖେ ତ , ଏ କ'ଣ ଘରେ ଜିନିଷପତ୍ର ଏଣେତେଣେ ପଡ଼ିଛି। ଦାମ ସ୍ତ୍ରୀ ମିନତୀ ଗୋଟେ କୋଣରେ ବସି କାନ୍ଦୁଛି, କୋଳ ରେ ତାର ଦୁଇ ମାସ ର ଝିଅ। ଏଣେ ମାଁ ଵି ମନ ଦୁ୍ଖ ରେ ଵସିଛି ।


ସେପଟେ ଭାଇ ବୋହୂ ଜହ୍ନ ତା ରୁମ ରେ ଗୁଣୁଗୁଣୁ ହୋଇ ସାନ ଭାଇ ଦେଵୁକୁ କହୁଛି,

"ମୋ ବାପା ଏମିତି ଘରେ ଵାହା ନ ଦେଇ ମାରି ଦେଇଥିଲେ ଭଲ ହୁଅନ୍ତା , ଏଇ ନିତି ଦିନ ଗଞ୍ଜଣାରୁ ତ ନିସ୍ତାର ମିଳନ୍ତା ।"

ଦାମ ସବୁ ଵୁଝି ନ ଵୁଝିଲା ପରି ପଚାରିଲା ," କ'ଣ ହେଇଛି କି ମାଁ , ଏମିତି ସବୁ ମନ ଦୁଃଖ ରେ ଵସିଛ ଯେ।,"

ଦାମ ମାଁ କଈଁ କଇଁ ହେଈ କାନ୍ଦି କି କହିଲା," ତୁ ତୋ ମାଇପକୁ ନେଇ ପଳାରେ ଵାପା , ଗୋଟାଏ ବଣ ରେ କ'ଣ କେଵେ ଦୁଇଟା ସିଂହ ରହିବ ?"

"ଵାପ ଛେଉଣ୍ଡ ପିଲା ଦୁଇଟାକୁ ମୁଁ, ଦୁଃଖ କଷ୍ଟ ସହି ମଣିଷ କଲି କ'ଣ ଏଇ ଦିନ ଦେଖିଵାକୁ ? ଶେଷ ରେ କେଇ ମାଣ ଜମି ପାଇଁ ତୁମେ ଦୁଇ ଭାଇ ମାରପିଟ ହେବ?"


"ତୁ ପଳା ରେ ଵାପା , ତୋ ପିଲା ଛୁଆକୁ ନେଇ ଅଲଗା ରହ।"

ହାତ ଗୋଡ଼ ଧୋଇଧୋଇ ଦାମ କହିଲା," ଏଇଥିରେ ଏତେ ଭାଵି ଵାର କ'ଣ ଅଛି ଯେ , ସାହି ଭାଇ ବଡ଼ ବଡିଆକୁ ଡାକି ତା ହେଲେ ଫଇସଲା ହେବ,ଆଉ..।"

ଦିନ ବିତିଲା, ରାତି ଵି ଵହୁତ କଷ୍ଟ ରେ ଗଲା, ଅଖିଆ ଅପିଆ ରେ। ସକାଳୁ ବିଚାର ଆରମ୍ଭ ହେଲା।

ସାହି ପଡିଶା ର ସବୁ ବଡ ଵଡିଆ ଆସିଲେ, ଯିଏ କିଛି ନ ଥିଲା ବେଳେ ପଚାରୁ ନ ଥିଲେ, ଏଇ ଗହଳି ରେ ମଉକା ଦେଖି ନିଜ ନିଜ ଉପସ୍ଥିତି ଜାହିର କଲେ। ଏଇମାନେ କଲେ ନ୍ୟାୟ। ଦୁନିଆ କେଡେ ଵିଚିତ୍ର !


             ସଭା ସମାପ୍ତ ହେଲା। ଫଇସଲା ହେଲା, ଘର ଦୁଇଭାଗ ହେଵ। ଆଗ ପଟ ଟା ସାନ ର ଆଉ ପଛ ପଟ ଟା ଵଡ ଭାଇ ର। ଜମି ଜମା ଵି ଦୁଇ ଭାଗ ହେଲା ।

             ଦୁଇ ଭାଇ ଯେଝା ସଂସାର ନେଇ ରହିଲେ।

ପିଲାଟି ଵେଳୁ ଯିଏ ବିଲ ରେ ପାଦ ମାଡିନି ସେକି ଖଟିବ! ଦେବୁକୁ ଚାଷ ସୁହାଇଲାନି । ବାହାରିଲା ସୁରତ ଯିବ, ନିଜ ସାଙ୍ଗ ପିଲା ଙ୍କ ସହିତ ମିଶି ସୂତା କାରଖାନା ରେ ଚାକିରୀ କରିବ ।

                                  କଷ୍ଟେ ମଷ୍ଟେ ଯୋଉ ମାଟ୍ରିକ ଟା ପାସ୍ କରି ଥିଲା, ଏବେ ତାର କାମ ରେ ଆସିଲା। ନିଜ ସ୍ତ୍ରୀକୁ ନେଇ ସୁରତ ରେ ରହିଲା। ବର୍ଷଟେ ପରେ ପୁଅ ଟେ ବି ହେଲା।


ହେଲେ କିଏ ଜାଣିଥିଲା ଏସବୁ କିଛି ମୁହୁର୍ତ୍ତ ରେ ବଦଳି ଯିବ ବୋଲି । ଏଇ ଯେ ଡିଆଁ ରୋଗ କୋରନା ଆସିଲା, ଜଣକୁ ଜଣେ ଛୁଇଁ ବାକୁ ବି ଭୟ। ସାମାନ୍ୟ ଲାଗୁଥିବା ଥଣ୍ଡା କାଶ ରେ ବି ଜଣେ ମରିଯିବି!

          ସାରା ଦେଶରେ ଲକ୍ ଡାଉନ୍ । ରାସ୍ତା ଘାଟ ଶୂନଶାନ୍ , ଦୋକାନ କଳକାରଖାନା ସବୁ ବନ୍ଦ। ଦେବୁ ର କାମକୁ ଯିବା ବି ବନ୍ଦ।

    ଏଠି ଟଙ୍କା ଯାହା ପାଉଥିଲା, ତା' ଘର ଭଡା ଆଉ ଖିଆ ପିଆ ପରେ ଯୋଉ ଦୁଇ ପଇସା ରହୁଥିଲା, ଛୁଆ ଟିଏ ପରେ ତାହା ବି ବନ୍ଦ। କେମିତି ଚଳିବ ଏଠି? ଏମିତି ଭାବି ମାସେ ବିତିଗଲା।

ଦେବୁ ଭାବିଲା ଘରକୁ ଯିବ। ବିପଦ ବେଳେ ଗାଁ , ଘର ଛଡା କିଏ ବା ପିଠି ରେ ପଡିବ?


ସହର ରେ ସବୁ ଅଜଣା , ସାହାଯ୍ୟ ପାଇଁ ହାତ ବଢେଇଲେ ବି ଦିନେ କି ଦୁଇ ଦିନ। ମାଗି ଜାଚି ପଇସା ଯୋଗାଡ଼ କରି ସରକାରୀ ସହାୟତାରେ ଗାଁକୁ ଯବ ବୋଲି ବାହାରିଲା, ସାଙ୍ଗରେ ସ୍ତ୍ରୀ ଜହ୍ନ ଆଉ ପୁଅ। ମୁଁହ ରେ ମାକ୍ସ , ସାଙ୍ଗରେ ଦୁଇଟା ବେଗ୍ , ଗୋଟିଏ ରେ ଲୁଗାପଟା  ଆଉ ଗୋଟିଏ ରେ ଦୁଇ ବୋତଲ୍ ପାଣି, ବିସ୍କୁଟ ଚାରି ଛ ପ୍ୟାକେଟ । ବସ ଷ୍ଟାଣ୍ଡ ରେ ଅସମ୍ଭାଳ ଭିଡ, ଟିକଟ ପାଇବା ପାଇଁ ଠେଲା ପେଲା। କଉଠି କଳା ବଜାରି ରେ , ଢେର ଆଧିକା ଦାମ ରେ ବିକ୍ରି ହେଉଛି ଟିକଟ୍ । ଭଲ ରେ ଭଲରେ ଘରେ ପହଞ୍ଚିବା ପାଇଁ ଜହ୍ନ କାଳିଆ ଠାକୁର ଙ୍କୁ ମନେ ମନେ ନେହୁରା ହେଲା।


ଭାଷି ଯାଉଥିବା ପିମ୍ପୁଡିକୁ ପତ୍ର ଟିଏ ସାହା ହେଲା ପରି , ଭିଡ ଭିତରେ ପାଖ ଗାଁ ର ରମେଶ ସହିତ ଦେଖା ହେଲା, ସେ ବି ତା ପିଲା ଛୁଆ ଙ୍କୁ ନେଇ ଗାଁକୁ ବାହାରିଛି ଦୀର୍ଘ ଦଶ ବର୍ଷ ପରେ।  ତା ସହଯୋଗ ରେ ଟିକଟ ମିଳିଗଲା।

ବସ୍ ବାହାରିଲା। ରାତିରେ ସାଙ୍ଗ ରେ ଆଣିବା ମୁଢି, ବିସ୍କୁଟ ରେ କାମ ଚଳି ଗଲା , ହେଲେ ତା ପରଦିନ ଖାଇବା ପାଇଁ ଯୋଉ ହୋଟେଲରେ ବସ୍ ଠିଆ କଲେ ବି କେହି ଖାଇବାତ ଦୂରରେ ଥାଉ ପାଣି ଟୋପାଏ ବି ଦେଲେ ନି, ଛି.. ଛି ..ଦୂରଦୂର..କଲେ ।ଖବର ବୁଝିବାର ଜଣା ପଡିଲା ପହଞ୍ଚୁ ପହଞ୍ଚୁ ପୁଣି ଦୁଇ ଦିନ ଲାଗିବ । ରାସ୍ତାରେ ଆସିଲା ବେଳେ ଆଖି ଆଗରେ ଗୋଟେ ବସ୍ ଘାଟି ଖସି ପଡିଲା , ଦେବୁ ସହିତ କାମ କରୁଥିବା କିଛି ସାଙ୍ଗ ମାନେ ସେଥିରେ ଥିଲେ। ଆହା .. କହିବା ଛଡା, କିଛି ସାହାଯ୍ୟ କରି ପାରିଲା ନାହିଁ ।


ଏମିତି ବହୁତ କଷ୍ଟରେ ଆସି ପହଞ୍ଚିଲା ଗାଁ ରେ। ଶେଷ ରେ ଘର ପୁଅ ଘର ବାହୁଡା ହେଲେ । ରହିଲେ ଗାଁ ସ୍କୁଲରେ । ଯୋଉ ଭାଇ ଭାଉଜ ଙ୍କୁ ଗାଳି ଦେଇଥିଲା , ସେଇ ଭାଇ ନିତି ଆସି ଭଲ ମନ୍ଦ ଖାଇବା ପିଇବା ବୁଝୁଥିଲା ।

ଦେବୁ ତା କୋହ ସମ୍ଭାଳି ନ ପାରି ବଡ ଭାଇ ଆଗ ରେ ବହୁତ କାନ୍ଦିଲା , ଜହ୍ନ ବି ଭୁଲ ମାଗିଲା। ଏତିକି ରେ ଦାମ ତା ବଡ଼ ପଣ ଦେଖେଇ କହିଲା , " ହଉ ହେଲା .. ପିଲାଙ୍କ ପରି ଆଉ କାନ୍ଦେ ନି , ଆଉ ତୁମ ମାନଙ୍କର ସେ ସୁରତ ଯିବା ଦରକାର ନାଇଁ। ଏଠି ଗାଁ ରେ ହଳ କରି ଅଳପ ପାଇ ଲେ ବି ଶାନ୍ତି ଅଛି। "

                              


Rate this content
Log in

More oriya story from Banita Tripathy

Similar oriya story from Drama