Banita Tripathy

Others

3  

Banita Tripathy

Others

ଶେଷରଜ

ଶେଷରଜ

3 mins
147



ଗାଆଁ ମୁଣ୍ଡ ନଈକୁ ଯିବା ବେଳେ ଯେଉଁ ବିସ୍ତୀର୍ଣ୍ଣ ପଡ଼ିଆଟା ଅଛି, ତା'ରି ପାଖରେ ଥିବା ବରଗଛ ମୂଳେ ମେଳା ବସିଛି, କିଏ କେଉଁ ଜାଗାରେ ଚଳିବ ଜାଗା ଖୋଜା ହଉଛି । କିଛି ଜଣ ଆମ୍ବ ଗଛ ମୂଳରେ ଆଉ କିଛି ଜଣ ବରଗଛ ଡାଳରେ ବସିଛନ୍ତି । ସବୁ ବର୍ଷ ରଜ ଅପେକ୍ଷା ଏଇ ବର୍ଷ ରଜରେ ଗାଆଁ ପୁରିଉଠୁଛି । ଏଇ ବର୍ଷ ପରା ଏଲି ତା' ମାମୁଁ ଘରକୁ ଆସିଛି ରଜରେ । ସେ ଯଉଠି ଗହଳି ଚହଳି ତ ହବ ନିଶ୍ଚୟ । 

ଏଲି ରୂପରେ ଯେମିତି ଗୁଣରେ ବି ସେମିତି । ଏଇ ବର୍ଷ ତା' ଇଂଜିନିୟରିଂ ସରିଛି । ମାମୁଁ ଝିଅ ଡଲି ବି ତା'ରି ସାଙ୍ଗର । ଏଇ ଦୁଇ ତିନି ମାସ ବଡ଼ ହବ ଡଲି । 

      ଏଲି ସିନା ଭାଗ୍ୟବାନ । ମାଆ ବାପା ଦୁହେଁ ଶିକ୍ଷକ ଅଛନ୍ତି ଆଉ ସହରରେ ରୁହନ୍ତି । ତେଣୁ ମିଜାଜଟା ବି ସେପରି । ଡଲି କଥା ପୁରା ଭିନ୍ନ; ଗାଆଁର ମଫସଲକୁ ବାପା ମାଆଙ୍କ ୩ ଝିଅ ରେ ସାନ, ତା ପିଠିରେ ସାନ ଭାଇ । ପିଲାଟା ଭଲ ପଢ଼େ, ପିଜି ବି କରିଛି । ଇଚ୍ଛା କିଛି କରିବ ନିଜ ଗୋଡ଼ରେ ଠିଆହବ । 

ହେଲେ ବାପାଙ୍କର ଏକା ଜିଦ ଏଇ ବର୍ଷ ବାହାଘର ହବ; ତା'ପରେ ପରୀକ୍ଷା ଦେଇ ଚାକିରି କଲେ ଚଳିବନି ?  


       ଘରେ ପିଠା ପଣାର ଆସର, ପାଦରେ ଅଳତା, ହାତରେ ମେହେନ୍ଦି..ସଜେଇ ହେଇ ଦିହେଁ ଗାଆଁ ମୁଣ୍ଡ ବରଗଛରେ ବନ୍ଧା ଦୋଳି ଖେଳିବାରେ ବ୍ୟସ୍ତ । ଏତିକି ଭିତରେ ସାନଭାଇ ତୁଷାର ଆସି ପହଁଚି କହିଲା, "ଅପା ଘରକୁ ଆସ୍ । ମାଆ ଡାକୁଥିଲା କ'ଣ କାମ ଅଛି କହୁଥିଲା । " ଡଲି "ହଁ ଆସୁଛି" କହି ସାନ ଭାଇର ସାଇକେଲ ପଛରେ ବସି ଚାଲିଲା ଘରକୁ । 

   

   ଘରେ ପହଞ୍ଚିଲା ବେଳକୁ ଘରର ମାହୋଲଟା ଥିଲା ଟିକେ ଅଲଗା । ଟି.ଭି. ରୁମର ସୋଫାରେ ବସିଥିଲେ ବାପା, ତା ପାଖକୁ ସୁରେଶ ମଉସା ଆଉ ତା ବାପାଙ୍କ ସାଙ୍ଗ, ଏଗ୍ରିକଲଚର ଅଫିସର ବଡ଼ ଅଫିସର । ତାଙ୍କ ସାଙ୍ଗରେ ତାଙ୍କ ଗେଲବସର ପୁଅ ନିଶିକାନ୍ତ । ବୟସ ବେଶି ନହେଲେ ବି 35 ତ ହବ ଅତି କମରେ । ଯେତେ ଲୁଚେଇଲେ ବି ତା ଚନ୍ଦା ମୁଣ୍ଡ ଆଉ ଥୁକୁଲ ପେଟଟା କହିଦେଉଛି ପ୍ରକୃତ ବୟସଟା । ସାମ୍ନା ଚେୟାରରେ ବସିଥିଲେ ପୁରବୀ ମାଉସୀ ମାନେ ସୁରେଶ ମଉସାଙ୍କ ସ୍ତ୍ରୀ । 


ମାଆ ଡଲି ହାତରେ ଚାହା କପ୍ ସଜା ଟ୍ରେଟା ଦେଇ ପଠେଇ ଦେଲେ । ଡଲିକୁ ବସିବାକୁ କହିଲେ ଆରମ୍ଭ କଲେ ଇଣ୍ଟରଭିୟୁ । ଡଲି ଶାନ୍ତ ସରଳ ଥିଲେ ବି ମନ ଭିତରେ ସାହସୀ ଆଉ ଏକଜିଦିଆ । ଏଇ ପରିବେଶରୁ ସେ ଠଉରେଇ ନେଇଥିଲା ତାକୁ ନଜଣେଇ ଆରମ୍ଭ ହେଇଛି ଏସବୁ ଯଦିଓ ତାକୁ ଭଲ ଲାଗୁ ନଥିଲା ସାହସ ଜୁଟାଇ ନିଜ ଇଚ୍ଛାକୁ କହିବ ଭାବିଲା । 

  

   ଚିରାଚରିତ ଢ଼ଙ୍ଗରେ ପଚାରିଲେ ପାଠପଢା, ଘରକାମ ଇତ୍ୟାଦି । କିନ୍ତୁ କେହି ପ୍ରଶ୍ନ କରୁନଥିଲେ ନିଶିକାନ୍ତ କି ଚାକିରି କରେ, ବୟସ କେତେ । ସୁଯୋଗ ମିଳିନଥିଲା ଡଲିକୁ କିଛି କହିବା ପାଇଁ । 

   ସାହସ ଜୁଟେଇ ଡଲି ପଚାରିଲା "ନିଶିକାନ୍ତ କେଉଁ କମ୍ପାନୀରେ ଅଛନ୍ତି କେବେଠାରୁ ଅଛନ୍ତି ଆଉ ବୟସ ?" ଡଲି ପ୍ରଶ୍ନ ଶୁଣି ଯଦିଓ ଉତ୍ତର ମିଳିଲା ଏ ଢଙ୍ଗକୁ କେହି ପସନ୍ଦ କରୁ ନ ଥିଲେ ତାଙ୍କ ଚେହେରାରୁ ସ୍ପଷ୍ଟ ଦିଶୁଥିଲା । 

ତଥାପି ଡଲି ସହାସରେ କହିଲା, "ମୁଁ ପିଜି କରିଛି ଲେକ୍ଚରସିପ ପାଇଁ ପରୀକ୍ଷା ଦେଇଛି । ମୋର ପଢ଼ିବା ଆଉ ପଢ଼େଇବାରେ ମନ ଅଛି ।"

ସେମାନେ ଯଦିଓ ମୁହଁରେ ଠିକ ଅଛି ଆମେ ସୁଯୋଗ ଦେବୁ କହିଥିଲେ ହାବ ଭାବରୁ ଲାଗୁଥିଲା ବୋହୂ ଚାକିରୀ କରିବା ସପକ୍ଷରେ ନ ଥିଲେ । 

  ଗତାନୁଗତିକ ଝିଅଦେଖା ପରମ୍ପରାର ସବୁ ନୀତି ସମାପନ ପରେ ସେମାନେ କିଛି ପଇସା ଡଲି ହାତରେ ଦେଇ ଚାଲିଯାଇଥିଲେ ଆଉ ଛାଡ଼ି ଯାଇଥିଲେ ହଜାରେ ପ୍ରଶ୍ନ ଯାହାକୁ ସାମ୍ନା କରିବାକୁ ଥିଲା ଡଲି । 

ସେମାନେ ଯିବାପରେ ବାପା, ମାଆ ଆଉ ମଧ୍ୟସ୍ଥିଙ୍କ ଠାରୁ ନାନା କଥା ଶୁଣିବା ପରେ ଡଲି ମୁହଁକୁ ଶୁଖେଇ ଚାଲିଯାଇଥିଲା ଦୋଳି ଖେଳିବାକୁ । 

ହେଲେ ମନରେ ଉଙ୍କି ମାରୁଥିଲା ଗୋଟିଏ ପ୍ରଶ୍ନ "କଣ ଏଇ ବର୍ଷର ରଜ ମୋର ଶେଷ ରଜ ??"


        



Rate this content
Log in