Banita Tripathy

Classics

3  

Banita Tripathy

Classics

ନର୍ସରି

ନର୍ସରି

2 mins
165



ରାଜ୍ୟ ସରକାର ଙ୍କ ଅଧିନ ରେ ଦୀର୍ଘ ୩୫ ବର୍ଷ ର ଭୂବନେଶ୍ୱର ରେ ଚାକିରି କରିବା ପରେ ସୁଦର୍ଶନ ନିଜ ସ୍ତ୍ରୀ ଙ୍କ ବହୁ ଦିନ ର ସ୍ୱପ୍ନ କୁ ପୁରଣ କରିବା ରେ ସକ୍ଷମ ହେଇପାରିଛନ୍ତି । ସେ ଆଜି ଭୁବନେଶ୍ୱର ରେ ନିଜ ଘର ଖଣ୍ଡିଏ ତିଆରି କରିଛନ୍ତି। ଅବଶ୍ୟ ସେ ବହୁ ଦିନ ରୁ ଜାଗା ଖଣ୍ଡେ ଡୁମୁଡୁମା ରେ ପକେଇ ରଖିଥିଲେ , ହେଲେ ପୁଅ ପାଠପଢା , ଝିଅ ବାହାଘର ଭିତରେ ଘର କରିବା ଜଣେ ମଧ୍ୟମ ବର୍ଗ ପରିବାର ର ସାପକ୍ଷ ରେ ନ ଥିଲା ।

             ଇଛାଥିଲା ସହରଠୁ ଟିକେ ଦୂର ରେ ସବୁଜିମା ଜାଗା ରେ ଘର ଖଣ୍ଡେ କରନ୍ତେ । ଏବେ ଘର ସିନା ହେଇଗଲା ; ଘର ପାଖ ସବୁଜିମା ଆଉ ନାହିଁ । ଦିନ କୁ ଦିନ ଭୂବନେଶ୍ୱର ଟା ଯଉ ବଢୁଛି, ଡୁମୁଡୁମା ବା ବାଦ ପଡନ୍ତା କେମିତି ।

             ତଥାପି ଅତି ପ୍ରଯତ୍ନ ରେ ସୁଦର୍ଶନ ବାବୁ ନିଜ ଘର ଚାରି କଡ ରେ ଘର ଠୁ ବି ଅଧିକା ଜାଗା ଛାଡିଛନ୍ତି , କେବଳ ଗୋଟିଏ ଇଛା ସୁନ୍ଦର ବଗିଚା ଟେ ବନେଇବା ।

           ଇଛା କୁ ପୁରଣ କରିବା ପାଇଁ ସୁଦର୍ଶନ ବାବୁ ବି ତତ୍ପର । କଉଠୁ ଆମ୍ବ , କଉଠୁ ପିଜୁଳି , ନାନା ଫୁଲ, ନଡ଼ିଆ ପରି ଦୁନିଆ ଗଛ ରେ ଫାଟୁଛି ତାଙ୍କ ବଗିଚା ।

           ଅମୄତଭଣ୍ଡା , ଶାଗ, ଭେଣ୍ଡି, ଧନିଆ ଭଳି ପରିବା ପାଇଁ ବି ଜାଗା ଖଣ୍ଡେ ସଜେଇଛନ୍ତି । ଏ ମହଙ୍ଗା ଯୁଗ ରେ , ରାଜଧାନୀ ରେ ପରିବା ର ରେଟ୍ ଯାହା ହେଲାଣି , ନ କହିବା ଭଲ ।

ସବୁ ନ ହେଲେ ବି ଅଳ୍ପସ୍ୱଳ୍ପ ଫଳୁ ଥାଏ । କିଛି ନିଜ ପାଇଁ ରଖି ଆଉ ବାକି ସାହି, ପଡିଶା ରେ ବାଣ୍ଟି ଦେଇ , ନିଜର ଭଲ ନାଁ ଆଉ ପରିଚୟ କରିପାରିଛନ୍ତି ।

    ଦୁଇ ତିନି ବର୍ଷ ଭିତରେ ସୁଦର୍ଶନ ବାବୁ ଙ୍କ ବଗିଚା କୁ ଭଲ ପରିଚୟ ମିଳିଯାଇଛି । ଆଖ ପାଖ ଇଲାକାରେ ନା ମିଳିଛି ସୁଦର୍ଶନ ନର୍ସରି । ଏଇ ଖୁସି ରେ ସୁଦର୍ଶନ ବାବୁ ବି ଖାଲି ଗଛ ଲଗ ଉ ନାହାନ୍ତି , ଚାରା ବିକ୍ରି କରିବା ବି ଆରମ୍ଭ କଲେଣି ।

    ଭଲ ପରିଚୟ ସହିତ ଦୁଇ ଚାରି ପ ଇସା ଆୟ ବି ହେଉଛି।

ଆଗ ପୁଆ ଶ୍ରୀକାନ୍ତ ଏଠି ରହି ଚାକିରି କରୁଥିଲା ,ହେଲେ ବାହା ହେଇ ଏବେ ଆମେରିକା ରେ ,ବହୂ ବି ଏକା କମ୍ପାନୀ ରେ ଅଛି।ଫୋନ ରେ କହୁଥିଲା ନାତି ଟୋକା ଟା ଗୁଲୁଗୁଲିଆ ହେଇଛି।

ଜ୍ୱାଇଁ ଙ୍କୁ ଏବେ ପ୍ରମୋସନ ମିଳିଛି ଆଉ ଟ୍ରାନ୍ପର ହେଇଛି ଆଣ୍ଡାମାନ କୁ। କେନ୍ଦ୍ର ସରକାର ଙ୍କ ଅଧିନରେ କାମ କେବେ କଉଁ ରାଜ୍ୟ ।

           ଏ...ଏଇ ଛୁଟି ରେ ଝିଅ ନୂତନ ଆସି ଥିଲା। ସାଙ୍ଗ ରେ ଆଣିଥିଲା ପୋର୍ଟବ୍ଳେୟର ରୁ ବିଭିନ୍ନ ପ୍ରଜାତିର ଆମ୍ବ ଆଉ ଲିଚୁ ।

    ସେଇଠିକା ଲିଟୁ କି ସୁନ୍ଦର ମିଠା ! ଏଇ ବାଡି ରେ ଲଗେଇଛନ୍ତି । ଖାଲି ଲିଚୁ କାହିଁକି , ସାଙ୍ଗ ରେ କଫି ବି ଆଣିଥିଲା।

    ଯିଏ ବି ଆସନ୍ତି କଫି ଗଛ ଆଉ କଫି ବିନ୍ କୁ ନ ଦେଖି ଫେରିନ୍ତିନି।

             ସୁଦର୍ଶନ ବାବ ଙ୍କ ବୟସ ଥିଲା ବେଳେ ସବୁଠୁ ସୁନ୍ଦର ଦିଶୁଥିଲା ବଗିଚା , ବୟସ ଆଉ ସାଥ୍ ଦେଉନି । ଯୋଉ ବାଡି କୁ ଯତ୍ନ ରେ ତିଆରି କରିଥିଲେ , ଆଖି କୁ ଦୄଶ୍ୟ ନ ହେବାରୁ ଏତେଟା କରି ହେଉନି , ପିଲା ଟିଏ ରଖିଛନ୍ତି ଯେ ମନ କୁ ପାଉନି ।

ପୁଅ ବୋହୂ ଙ୍କ ପାଖ କୁ ଯିବା ର ଇଛା ନାହିଁ , ତଥାପି ଏ ବୟସ ରେ ନ ଯିବା କୁ ଚାରା ନାହିଁ। ସ୍ୱାମୀ ସ୍ତ୍ରୀ ଦୁହେଁ ଚାଲିଯାଇଛନ୍ତି , ଘର ଆଉ ନର୍ସରି ଟା ଜଣକ ଜିମା ରେ ଦେଇ।

ଏବେ ସିନା ସୁଦର୍ଶନ ବାବୁ ନାହାନ୍ତି , ହେଲେ ସୁଦର୍ଶନ ବାବୁଙ୍କ ନର୍ସରି ର ନାଁ , ଆଉ ଆଣ୍ଡାମାନି ଲିଚୁ ର ଚର୍ଚ୍ଚା ଆଜିବି ଅଛି ।


                           


Rate this content
Log in

Similar oriya story from Classics