କିଛି ସୃତି କିଛି ଅନୂଭୁତି
କିଛି ସୃତି କିଛି ଅନୂଭୁତି
ସେଦିନ ଥାଏ ଡିସେମ୍ବର ୨୪, କଲେଜର ସେମିଷ୍ଟର ସରିବା ପରେ ସମସ୍ତେ ନିଜ ନିଜର ଘରକୁ ଯାଉଥାନ୍ତି ।
ସନ୍ଧ୍ୟା ଗଡିଲାଣି... ୫:୩୦ ହେଲାଣି ପରା ତଥାପି ମ୍ୟାଡାମ୍ ଙ୍କ ର ଟେନସନ୍ । ଏ.. ତୁ ଆଜି ଯିବୁନି କି? ରୋମା ରାଗି କି ସୋନାଲିକୁ କହୁଥାଏ ।
ଦୁହେଁ ଏକା କଲେଜରେ ପଢନ୍ତି ଭୁବନେଶ୍ୱରରେ । ରୁହନ୍ତି ବି ଏକା ହଷ୍ଟେଲରେ ।
ସୋନାଲି - ଆରେ ରୋମି ଟିକେ ହେଲ୍ପ କର୍ । ଲଗେଜ୍ ଟା ବହୁତ ଭାରି ଅଛି ।
ରୋମା - ତୁ ଯା.. ମୁଁ ଦେଖୁଛି। ରାମୁ ଚାଚାକୁ ଅଟୋ ପାଇଁ ଫୋନ୍ କରିଛୁ ତ ?
ସୋନାଲି - ହଁ , ହେଲେ ହଷ୍ଟେଲ ଲିଭିଂ ଅପଲିକେସନ୍ ଟା ତୁ ଲେଖି ଦେ ।
ରୋମା -ସବୁତ ମୁଁ କରିବି । ତୁ କ'ଣ ନିତା ଅପାକୁ ଜାଣି ନୁ, ୱଡେନ୍ ନୁହେଁ ତ ରାକ୍ଷାସି । ଅକ୍ଷରରୁ ଜାଣି ଯିବ ମୁଁ ଲେଖିଛି।
ହଉ ହଉ ଚାଲ ମୁଁ ବାହାରିଲି - କହି ଲଗେଜ ନେଇ ବାହାରୁ ଥାଏ ସୋନାଲି ।
ରୋମା - ହଁ ହଁ ମୋର ବି ସରିଲା, ଚାଲ୍ ।
ଦୁହେଁ ରାମୁ ଚାଚାଙ୍କ ଅଟୋ ରେ ପହଞ୍ଚି ଗଲେ ଷ୍ଟେସନ୍ । ସୋନାଲି ଯିବ କୋରାପୁଟ , ଆଉ ରୋମା ସମ୍ବଲପୁର ।
ଯାତ୍ରୀ ମାନେ ଦୟାକରି ଧ୍ୟାନ ଦିଅନ୍ତୁ, ଗାଡି ନମ୍ବର ୧୮୬୪୮ - ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଲିଙ୍କ୍ ଏକ୍ସ ପ୍ରେସ୍ ୪ନଂ ପ୍ଳାଟଫର୍ମ ରେ ଠିଆ ହୋଇ ଅଛି । ଅନାଉନ୍ସ ଶୁଣି ସୋନାଲି ଏକ ନିଶ୍ୱାସରେ ଦଉଡିଲା , ବାୟ୍ ରୋମା କହିଦେଇ।
S9, S8 , S7 S6 ଜେନେରାଲ କମ୍ପାଟ୍ ମେଣ୍ଟ , S5, S4 .
ପାଇଗଲି S4 ଫାଇନାଲି । ଗିଡିବି ଆଜି କରେକ୍ଟ 7:35 ରେ ଛାଡୁଛି, ଏମିତି କେବେ ଛାଡେ ? ଏତିକି କହି ନିଜ ସିଟ୍ ନଂ 35 ଖୋଜୁଥାଏ ସୋନାଲି ।
ହଁ ବାପା ପାଇଗଲି, ଅଳ୍ପ ସମୟରେ ଖୋର୍ଦ୍ଧା ରୋଡ୍ ସେଠୁ ବିରିଆନି ଖାଇ ଶୋଇଯିବି। ମୋତେ ସକାଳୁ ଟିକେ କଲ୍ କରି ଦେବ। ସୋନାଲି ଫୋନରେ କଥା ହୋଇ ସାରି ମାଗାଜିନ୍ ବାହାର କରି ପଢିବାରେ ଲାଗିଲା ।
ଖାଇକି ଶୋଇଲା। ନିଦ ଭାଙ୍ଗିଗଲା । ଉଠି ଦେଖେ ତ ସମୟ ସକାଳ 5:30 । ଟ୍ରେନ୍ ଗୋଟେ ପପ୍ଳାଟଫର୍ମ ରେ ଠିଆ ହୋଇଛି ।
ବୁଝିବାରୁ ଜଣା ପଡିଲା ଏଇଟା ରାୟଗଡା । ଟ୍ରେନ୍ ଲେଟ୍ ଅଛି ପୁଣି ଏଠି 5 ରୁ 10 ମିନିଟ୍ ରହିବ ।
ଶୀତ ଦିନ। ଏଠିକାର ଡିସେମ୍ବରର ଅସମ୍ଭାଳ ଶୀତକୁ ଏଡ଼ାଇବା ପାଇଁ ଭାବିଲା ଚାହା ପିଇବା ଠିକ୍ ହେବ।
ଟ୍ରେନ ରୁ ଓହ୍ଲେଇ ପ୍ଳାଟଫମ୍ ର ଗୋଟେ ଜାଗାରେ ମୁହଁ ଧୋଇଲା। ଦୁଇ ତିନି ଜଣ ଝିଅ ଯିଏ ତା ବଗିରେ ଥିଲେ , ଚାହା ପିଉଥିଲେ । ସୋନାଲି ବି ଗଲା । ଟ୍ରେନ୍ କୁ ପଛ କରି ଠିଆ ହୋଇ ଥାଏ । ଟ୍ରେନ୍ ର ହର୍ଣ୍ଣ ଶୁଣି ଓଲଟି ଦେଖେତ , ଟ୍ରେନ୍ ଧିରେଧିରେ ଛାଡିବା ଆରମ୍ଭ କରିଛି । ଦଉଡି ଯାଇ ପହଞ୍ଚିଲା ବଗି ନଂ S4 ପାଖରେ ।
ହେଲେ ଏ କ'ଣ ଡୋର୍ ଟା ଭିତରୁ ବନ୍ଦ ଅଛି। ଜେତେ ବାଡେଇଲେ ବି କେହି ଖୋଲୁ ନାହାଁନ୍ତି। ଧିରେଧୀରେ ଟ୍ରେନ୍ ର ସ୍ପିଡ୍ ବଢିବାରେ ଲାଗିଛି , ଆଉ ଅଳ୍ପ ସମୟ ରେ ପ୍ଳାଟଫମ୍ ସରିଯିବ , ତା ପରେ ମାଟି ରାସ୍ତା , ହୁଏତ ସେ ଆଉ ଦଉଡ଼ି ପାରିବନି । ଏସବୁ ଭାବିବା ଭିତରେ କେହି ଜଣେ ତା ହାତ ଧରି ଟ୍ରେନ୍ ଉପରକୁ ଉଠେଇ ନେଲେ।
ଓହଃ, ଭଗବାନଙ୍କ ଦୟାରୁ ବଞ୍ଚିଗଲି । ନହେଲେ କ'ଣ ଯେ ହୁଁଅନ୍ତା । କହି ସୋନାଲି ତାକୁ ସାହାଯ୍ୟ କରିଥିବା ଲୋକକୁ ଦେଖେ ତ ସେ ଆହୁରି ଆଶ୍ଚର୍ଯ୍ୟ ହେଇଗଲା।
ସାହାଯ୍ୟ କରିବା ଲୋକ ଆଉ କେହି ନୁହେଁ ମୁଁ ଥିଲି। ମୋ ସାଙ୍ଗରେ ତା କକା ପୁଅ ଭାଇ।
ଭାଇ ରାଗିକି ପଚାରିଲେ - ଏମିତି ତୋର ଯିବା ଉଚିତ୍ ଥିଲା ?
ସୋନାଲି - ସରି ଭାଇ । ହେଲେ ତୁ !
ଭାଇ ମୋ ଆଡକୁ ଚାହିଁ କହିଲେ - ଇଏ ଅବିନାଶ , ଆମ ବ୍ୟାଙ୍କରେ ନୁଆ ଜଇନ୍ କରିଛନ୍ତି। ଆମେ ଗୋଟେ ମିଟିଂ ରେ ବରମ୍ପୁର ଯାଇ ଫେରୁଛୁ।
ତୁ ବସ୍ ଯା ...।
ଘଟଣା ଟି ଘରେ ପ୍ରଘଟ ହେଲେ କ'ଣ ଯେ ହେବ ଭାବି ସୋନାଲି ର ହାଲୁକ୍ ଶୁଖିଗଲା । ମୁଁ ଥିଲି ଏସବୁର ମୁକ ସାଖି ।
ସତ କେବେ ଲୁଚି ରହେନା । ଲୁଚାଇବା ସତ୍ୱେ ଘରେ ଖବର ପାଇ ଗଲେ। ସୋନାଲିକୁ ବହୁତ ଗାଳି ବି ଦେଲେ। କିଛି ଦିନ ସୋନାଲି ର ଏକା ଯିବା ଆସିବା ବନ୍ଦ। ପରେ ଅବଶ୍ୟ ସବୁ ଠିକ୍ ହୋଇଗଲା।
ଆଜିକୁ ୨ ବର୍ଷ ହେବ ସେ ଘଟଣାକୁ । ଏବେ ସୋନାଲି ବେଙ୍କ ଅଫିସର ଅଛି। ଏବେ ତା ନିଜ ସହିତ ବହୁତ ଜଣଙ୍କ ଦାୟିତ୍ୱ ତା' ମୁଣ୍ଡ ରେ ।
ସୋନାଲି ଆଜି ପୁଣି କୋରାପୁଟ ଆସୁଛି। । ହେଲେ ଏଥର ଭୁବନେଶ୍ୱରରୁ ନୁହେଁ ରାଉରକେଲାରୁ। ଆମ ନିର୍ବନ୍ଧ ପାଇଁ।
ଆଉ ମୁଁ ତା'କୁ ନେବାପାଇଁ ପ୍ଳାଟଫମ୍ ରେ ଅପେକ୍ଷା କରିଛି। ଟ୍ରେନ୍ ଲେଟ୍ ଅଛି । ଭାବିଲି , ଖାଲି ନ ବସି କିଛି ଲେଖି ନେବା ଉଚିତ ହେବ। ଏଇତ.. ଆସିଲେଣିଟ୍ରେନ୍ ।