STORYMIRROR

Banita Tripathy

Abstract

3  

Banita Tripathy

Abstract

ମୁଁ ଚଷା ପୁଅ

ମୁଁ ଚଷା ପୁଅ

2 mins
12.5K


ସୁଦାମ ଆଜି ଆସିଛି ଭୁବନ ପରିଚ୍ଛାଙ୍କ ଘରକୁ । ପରିଚ୍ଛେଙ୍କ ୧୦ ଏକର ଜମିରୁ ୨ ଏକର ଜମିରେ ଭାଗ ଚାଷ କରେ । ବର୍ଷା ଆସିଛି ତ ପରିଚ୍ଛେଙ୍କ ଘରୁ ଧାନ ୩, ୪ ମାଣ ବିହନ ଆଣି ତଳି ପକେଇବ।

" କିଏ ସୁଦା କିରେ ବାପା , ଏତେ ସକାଳୁ? ବାବୁ ପୂଜା କରୁଛନ୍ତି । ତୁ ଟିକିଏ ରହ।ମୁଁ କହି ଦେଉଛି ।"

" ଆ....ଆ.....ଏଠି ବସ୍ " କହି ଅଗଣାରେ ଦଉଡ଼ିଆ ଖଟ  ଆଉ ତଳେ ମଶିଣାଟା ପକେଇ ମାଁ ସାଆନ୍ତାଣି ଭିତରକୁ ଗଲେ।

ଭାରି ଭଲ ଆମ ମାଁ । ବହୁତ ଦୟାଳୁ। ଜାନି ଯାତ୍ରାରେ ନାନା ଲୁଗାପଟା ଦିଅନ୍ତି । ଏତେ ବଡ ଘରଟାକୁ ଏକୁଟିଆ ବୁଝନ୍ତି।

ବିରାଟ ଘର , ଚାରି ଛୁଆ ପିଲାଙ୍କ ଜଞ୍ଜାଳ ପରେ ବି ମୁଁହଁଟା ସବୁବେଳେ ହସହସ ।

 " ଏଥର ଅମଳଟା ବହୁତ ଭଲ ହୋଇଥିଲାରେ ସୁଦା, ଆଶା ଠୁ ବି ୫-୧୦ ବସ୍ତା ଅଧିକ ଥିଲା। ମାନି ଗଲି ପ୍ରଥମ ଚାଷରେ ତୁ ଭଲ କରିଛୁ। " ଏତିକି କହି ନିଜର ଓଦା ଗାମୁଛାକୁ ଅଗଣା ଦଉଡିରେ ଶୁଖାଉ ଥାନ୍ତି ସାଆନ୍ତେ। "

 " ଯାହା ସେଇ ଠାକୁରଙ୍କ ଇଛା। ବାବୁ ମୁଁ ଆମ ସାହିର ଛେଳି ପୋଲକୁ ବିଲରେ ବାନ୍ଧିବା ପାଇଁ କହିଥିଲି । ଭଲ ସାର ହେବ। ଖାଲି ବର୍ଷା ଟିକେ ହେଲେ ହଳ କରି ଦେବି। " ସୁଦାମ କହୁଥାଏ।

ସାଆନ୍ତେ ପଚାରିଲେ "ତୁ କ'ଣ ଚାହୁଁ କହ, ବିହନ ପାଇଁ ୫ - ୬ ହଜାର ଦେଲେ ହବ? "

" ଏତିକି କାହିଁରେ କେତେ ବାବୁ ", କହି ସୁଦାମ ପଇସା ନେଇ ପାଖ ଲେମ୍ପକୁ ଗଲା।

 ବିହନ ୨ ବସ୍ତାକୁ ସାଇକେଲର ମଝିରେ ଆଉ ପଛରେ ବାନ୍ଧି କିଣିଥିବା ପରିବାକୁ ଆଗରେ ରଖି ଗଡେଇ ଗଡେଇ ଚାଲୁ ଥାଏ । ଆଖିରେ ଆଖିଏ ସ୍ୱପ୍ନ । ନୂଆ ନୂଆ ବାପା ହେଇଛି ।

"ପୁଅକୁ ମୁଁ କନ୍ଭେଣ୍ଟ ନହେଲେ ଶିଶୁ ମନ୍ଦିରରେ ପଢେଇବି । ସବୁଠାରୁ ଭଲ ଜାଗାରେ ପଢେଇବି । ଏଇ ଥରଟା ଭଲ ଆୟ ହେଇଛି। ଆର ଥରକୁ ଦି ପଇସା ହେଲେ , ଖଣ୍ଡେ ଜମି କିଣିବି , ଆଉ ପର ଜମିରେ ମୁଲ ଲାଗିବିନି ।" ଏମିତି କେତେ କଥା ଭାବି ଭାବି ସୁଦାମ ଘରେ ପହଞ୍ଚିଲା ବେଳକୁ ତା ସବୁ ସ୍ୱପ୍ନରେ ଯେମିତି ପାଣି ଛିଟା ମାରି ଦେଲା।

ସ୍ତ୍ରୀ ପୁନେଇ ରାନ୍ଧୁଛି ତା ଦୁଇ ବଖରା ଘରେ। ଘର ଚାରି ପଟ ବାଡି। ବାଡିର ଗୋଟାଏ କୋଣରେ ଗୋରୁ ଗୁହାଳ, ଆର ପାଖରେ କାଠ ଆଉ ସାଇକେଲ ରଖିବା ପାଇଁ ଗୋଟେ ଛୋଟ ଭାଡି।

ଘରଟା ଛୋଟ ହେଲେ ବି ମାଟି ଲିପା ହେଇ ଅଙ୍କା ହେଇଛି ଆଦିବାସୀ ଆନୁବଂଶିକ ଚିତ୍ର।

ସୁଦାମ ସାଇକେଲ ଆଉ ବିହନ ରଖି ପୁନେଇକୁ ପରିବା ତକ ଦେଇ କହିଲା ," ବେଶି କିଛି କରେନା, ଗୋଟେ ଭାତ ଗୋଟେ ତିଅଣ ରେ ଆମେ ଦୁଇ ମଣିଷ ଚଳି ଯିବା ।"

ପୁନିଆ ବି ହଁ ମାରିବା ଭଳି ମୁଣ୍ଡ ଟୁଙ୍ଗାରି ଗଲା ଖାଇବା ସାରି ଯେତେ ଶୋଇବା ପାଇଁ ଚେଷ୍ଟା କଲେ ବି ଆଜି ତାକୁ ନିଦ ହେଲାନି। ଭାବିଲା ତୁଛା ତାରେ ନ ବସି ବାଡିରେ ପଡି ଥିବା ନଡିଆ ଡାଙ୍ଗରୁ ଝାଡୁ ତିଆରି କରିବ। ଠିକ ଏତିକି ବେଳେ ଗୋଟେ କଳାହାଣ୍ଡିଆ ମେଘଟି ଆସି ବର୍ଷି ଦେଇଗଲା।

ସୁଦାମର ଖୁସି କାହିଁରେ କେତେ । ବର୍ଷା ଛାଡୁ ଛାଡୁ ତା ଦୁଇ ବଳଦ କାଳିଆ , ବଳିଆକୁ ନେଇ ଦୌଡିଲା ନିଜ ବିଲକୁ ।

ମାଁ ବସୁମତିକୁ ସୁମରି ଆରମ୍ଭ କଲା ତା ହଳ, ଆଉ ହଳ କରୁ କରୁ ହଜି ଗଲା ତା ସ୍ୱପ୍ନରେ... "ମୁଁ ମୋ ପୁଅକୁ ମୋ ଭଳି ମୁଲିଆ କରିବିନି । ସେ ପଢିବ ... ବହୁତ ପଢିବ। "


               


Rate this content
Log in

Similar oriya story from Abstract