Priyadarsini Das.PriYa❤️

Romance

4.0  

Priyadarsini Das.PriYa❤️

Romance

ସ୍ମାର୍ଟ୍ ଫୋନ-ସ୍ମୃତିର ଫର୍ଦ୍ଦ ୨

ସ୍ମାର୍ଟ୍ ଫୋନ-ସ୍ମୃତିର ଫର୍ଦ୍ଦ ୨

2 mins
12.2K



ମୋନାଲିସାର ବହି ଦେଖି ମୁଁ ଖୁବ୍ ଖୁସି ଥିଲି । ଶୁଣିଥିଲି କୁଆଡ଼େ ଦୂରତା ବି ସମ୍ପର୍କକୁ ନଷ୍ଟ କରି ନ ପାରେ । ବୋଧେ ସେ କଥାଟା ସତ ।


ନଚେତ୍ ଆଜି ୧୧ ବର୍ଷ ପରେ ବି ପୁଣି ଥରେ ଏମିତି ସମ୍ପର୍କ ଯୋଡି ହୋଇ ନ ଥାନ୍ତା ।


କିନ୍ତୁ ସମ୍ପର୍କ ...।କି ସମ୍ପର୍କ ଥିଲା କି ? ବାନ୍ଧବୀ ଟିଏ ତ ଥିଲା । ବାସ୍ ....... 


ତେବେ ସେ ପାଠାଗାରରୁ ବହି ଟିଏ ପାଇ ଏତେ ଖୁସି କାହିଁକି ମୁଁ? ନା ଥିଲା କି ଆଉ କିଛି ? ମନରେ ପ୍ରଶ୍ନ ଆସିଥାଏ । ଏତେ ସବୁ ପ୍ରଶ୍ନ ଆସୁଥିଲା ଯେ ତାକୁ ସାମ୍ନା କରିବାକୁ ଟିକିଏ ନିରୋଳା ଜାଗାର ଆବଶ୍ୟକତା ଥିଲା। ତେଣୁ ମୁଁ ଯାଇ ଚୁପ୍ କି ବସିଲି । ମୋର ନିଜର ପାଠାଗାର ରେ । ହାତରେ ଥିଲା ମୋ ନିଜର ସ୍ମାର୍ଟ୍ ଫୋନଟି । ଆରେ ..... ଫୋନ କଥା ଟା କେମିତି ଭୁଲିଗଲି । ଫୋନଟା ତ ଆମକୁ କେତେ କଣ ସହାୟ ହୁଏ ନା । ଏଇ ଫୋନ ହିଁ ମୋ ପ୍ରଶ୍ନର ଉତ୍ତର ଦେବ । ଫୋନ ଟି ଧରିଲି ।


କଣ କରିବି .....?


କେମିତି ଏ ସ୍ମାର୍ଟ୍ ଫୋନ ସ୍ମାର୍ଟ୍ ଲି ସମସ୍ୟାର ସମାଧାନ କରି ପାରିବ ? ଭାବୁ ଭାବୁ ମନେ ପଡ଼ିଲା । ଫେସ୍ ବୁକ୍ କଥା । ହଁ ହଁ ଠିକ୍ ତ ... । ଯାଉଛି ତା ନାମ ଖୋଜିବି । ସର୍ଚ୍ଚ କରିଲି ।ମୋନାଲିସା ମହାପାତ୍ର । କିଛି ପାଇଲିନି । ମନ ଟା ଭାରି ଦୁଃଖ ହେଲା ।


ହଠାତ୍ ମନକୁ ଆସିଲା ଆଛା .. ମୋନାଲି ନାମଟା ଦେଖିଲେ ହୁଅନ୍ତା ତ । ଏଥର ସର୍ଚ୍ଚ କରିଲି ମୋନାଲି ।

ଆରେ ୱା ..... । ଆସିଲା କେତେ ମାେନାଲିଙ୍କ ନାମ । ତାପରେ ତା ଭିତରୁ ଗୋଟିଏ ଥିଲା ଖାଲି ମୋନାଲି। ପ୍ରୋଫାଇଲ ଛବି ରେ ଥିଲା ତାର ୨ ସମୟର ଫଟୋ ଟେ । ଚିହ୍ନି ବାକୁ ଡେରି ଲାଗିଲାନି । କାହିଁକି ନା ସେଇ ଫଟୋ ପାଇଁ କେତେ ମୁଁ  ଚିଡେଇଛି ତାକୁ । ସିଙ୍ଗାଣିଆ କହିକି । କିନ୍ତୁ ସେ ଫଟୋକୁ ସେ ରଖିଛି ? କିନ୍ତୁ କାହିଁକି .....? ଉତ୍ତର ଏବେ ବି ମିଳୁନି .......। କିନ୍ତୁ ସ୍ମୃତି ପୁଣି ଥରେ ପୃଷ୍ଠା ଉଲଟାଉ ଥାଏ । ସେ ପୁରୁଣା ଲ୍ୟାଣ୍ଡ ଫୋନରେ କଣ ଏ ସବୁ ସୁବିଧା ପାଇଥାନ୍ତି କି । ଧନ୍ୟବାଦ୍ ଏ ସ୍ମାର୍ଟ୍ ଫୋନକୁ ଯିଏ କି ଏତେ ବର୍ଷ ତଳର ସ୍ମୃତି କୁ ପୁଣି ଥରେ ଲେଉଟି ପାରିଲା ।


ସ୍ମୃତି ପୁଣି ଥରେ ଜାଗି ଉଠିଲା କିନ୍ତୁ ଏଥର ଅନେକ କିଛି ପ୍ରଶ୍ନ , ପ୍ରଶ୍ନ ନୁହେଁ ଅସମାହିତ ପ୍ରଶ୍ନକୁ ନେଇ .।


କିନ୍ତୁ ଉତ୍ତର କଣ ...? କେଜାଣି କେବେ ମିଳିବ ।


Rate this content
Log in

Similar oriya story from Romance