ଶିଶିର ସାହୁ ମନୋଜ

Classics

2  

ଶିଶିର ସାହୁ ମନୋଜ

Classics

ସିଂହଳ ଓ ରାଜା ବିଜୟ

ସିଂହଳ ଓ ରାଜା ବିଜୟ

2 mins
558


ସିଂହଭୂମିରେ ବୁଦ୍ଧଦେବଙ୍କ ସମୟରେ ସିଂହବାହୁ ନାମ୍ନୀ ଜଣେ ପ୍ରଜାବତ୍ସଳ ରାଜା ଶାସନ କରୁଥିଲେ । ସେ ଏତେ ଲୋକପ୍ରିୟ ଓ ଶକ୍ତିଶାଳୀ ହେଲେ ଯେ କଳିଙ୍ଗୋତ୍କଳ ଓ ବଙ୍ଗର ଅଧିକାଂଶ ଅଞ୍ଚଳର ଅପ୍ରତିଦ୍ଵନ୍ଦୀ ଶାସକ ହୋଇପଡି଼ଲେ ।

କୁହାଯାଏ ତାଙ୍କ ଶାସନକାଳରେ ପ୍ରାଚୀନ କଳିଙ୍ଗଦେଶର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ତାଙ୍କ ନାମ ଅନୁସାରେ ସିଂହପୁର ନାମ୍ନୀ ଏକ ନୂଆ ନଗରୀ ଗଢି ଉଠିଥିଲା ।


କିଛି ବର୍ଷ ଉତ୍ତାରୁ ତାଙ୍କର ପୁଅଟିଏ ଜନ୍ମହେଲା । ଛୋଟବେଳୁଁ ସେ ଏତେ ଗେଲବସରିଆ ହେଲା ଯେ ବଡ଼ ହେଲାରୁ ଭାରି କୌତୁକପ୍ରିୟ ହୋଇଗଲା । ନାନାଲୋକଙ୍କୁ ହଇରାଣ କଲାରୁ ଶେଷରେ ଯୁବରାଜଙ୍କ ପ୍ରତି ଜନ ଅସନ୍ତୋଷ ତିବ୍ର ହେଲା । ରାଜା ସିଂହବାହୁ, ପୁତ୍ର ବିଜୟସିଂହଙ୍କୁ ଦେଶାନ୍ତର ଦଣ୍ଡଦେଲେ ।

କଳିଙ୍ଗସାଗରର ଜଳରେ କଳିଙ୍ଗଦେଶର କିଛି ବଛା ବଛା ଜାହାଜିଆ ସହ ନିଜର ପ୍ରାୟ 700 ଅନୁଚର ଧରି ବିଜୟ ସିଂହ ରତ୍ନଦ୍ବୀପ (ଲଂକା ଦ୍ବୀପ) ରେ ଯାଇ ପହଞ୍ଚିଲେ । କୁହାଯାଏ ବିଜୟଙ୍କ ବହୁପୂର୍ବରୁ ମହାତ୍ମା ବୁଦ୍ଧ ରତ୍ନଦ୍ବୀପ ଭ୍ରମଣାର୍ଥେ ଯାଇ ସେଠାରେ ଅନୀତିରେ ଲିପ୍ତ ଅନେକ ଯକ୍ଷ ଓ ଯକ୍ଷିନୀଙ୍କୁ ଦେଖିଥିଲେ ।

ବୁଦ୍ଧଦେବ ସେମାନଙ୍କୁ ସାବଧାନ କରାଇବା ସହ ଧର୍ମଯୁକ୍ତ କାର୍ଯ୍ୟ କରିବାକୁ ହିତୋପଦେଶ ଦେଇଥିଲେ ହେଁ ତାଙ୍କ କଥାର କିଞ୍ଚିତ ମାତ୍ର ପ୍ରଭାବ ସେ ଯକ୍ଷ ମାନଙ୍କ ଉପରେ ପଡି଼ନଥିଲା.... ଏ ଘଟଣାର ଅନେକ ଦିନ ପରେ ଯୁବରାଜ ବିଜୟ ଯାଇ ଯେତେ ବେଳେ ରତ୍ନଦ୍ବୀପରେ ପାଦ ରଖିଲେ କେତେକ କାରଣରୁ ଯକ୍ଷ ମାନଙ୍କ ସହ ତାଙ୍କର ବିବାଦ ଲାଗିଲା । ଶେଷରେ ଯକ୍ଷ ମାନେ ଯୁବରାଜ ବିଜୟଙ୍କ ହସ୍ତରେ ପରାସ୍ତ ହୋଇଲେ । ଯକ୍ଷ ମାନଙ୍କ ସହ ତାଙ୍କର ଚୁକ୍ତି ହେଲା ।

ଯୁବରାଜ ବିଜୟ ସେମାନଙ୍କୁ ଆଉ ଏକ ଦ୍ଵୀପ ଗିରିଦ୍ବୀପକୁ ଚାଲିଯିବାକୁ ଆଦେଶ ଦେଲେ । ତା ପରେ ବିଜୟ ହେଲେ ରତ୍ନଦ୍ବୀପର ପ୍ରଥମ ଆର୍ଯ୍ୟ ରାଜା । ସେ ରତ୍ନଦ୍ବୀପକୁ ନିଜ ପିତା ସିଂହବାହୁଙ୍କ ନାମରେ ସିଂହଳ ନାମ ରଖିଲେ ।


ଇତି ମଧ୍ୟରେ କୁବେଣୀ ନାମ୍ନୀ ଜନୈକା ଯକ୍ଷିନୀ ସହ ବିଜୟଙ୍କର ବିବାହ ସମ୍ପନ୍ନ ହେଲା । ବିବାହ ପରେ ନବବିବାହିତ ଦମ୍ପତି କିଛି କାଳ ସୁଖରେ କାଟନ୍ତେ ଯକ୍ଷ ମାନେ ସିଂହଳ ଦେଶ ଆକ୍ରମଣ କରି ଅନେକ କ୍ଷୟକ୍ଷତି କଲେ । ଏଭଳି ଏକ ଆତର୍କିତ ଆକ୍ରମଣ ପାଇଁ ସିଂହଳ ରାଜା ବିଜୟ ପ୍ରସ୍ତୁତ ନଥିଲେ ତେବେ ସେ ତଥାପି ଲଢୁଥିଲେ ।

ବିଦ୍ରୋହୀ ଯକ୍ଷ ମାନେ “ଶିରିସଵାତ୍ଥୁ” କୁ ଗଡ଼ କରି ଲଢୁଥାନ୍ତି ଯକ୍ଷ କନ୍ୟା କୁବେଣୀଙ୍କ ସହାୟତା ପାଇ ବିଜୟ ଉକ୍ତ ନଗରୀକୁ ଧ୍ବଂସ କରି ଅନେକାନେକ ଯକ୍ଷଙ୍କୁ ମୃତ୍ୟୁ ଦଣ୍ଡ ଦେଲେ ।

ସିରିସାଭତ୍ଥୁ ଗଡ଼ରେ ନିଜ ଆତ୍ମିୟ ସ୍ଵଜନଙ୍କ ଅକାଳ ବିଭତ୍ସ ମୃତ୍ୟୁ ଦେଖି କୁବେଣୀ ନିଜକୁ ଶତ ଧିକ୍କାର କଲେ । ଏ ନରସଂହାରର ସେ ଯେ ଏକମାତ୍ର ଦୋଷୀ ଏକଥା ତାଙ୍କୁ ବଡ଼ ବ୍ୟଥିତ କଲା । ତେଣୁ ତାଙ୍କର ଓ ରାଜା ବିଜୟଙ୍କର ଏକଥାକୁ ନେଇ ବାଦ ବିବାଦ ହେଲା ତହୁଁ ସେ ।

ଏଥିରେ ଦୁଃଖିତ ହୋଇ ନିଜ ଦୁଇ ପିଲାଙ୍କୁ ଧରି ଆଉ ଏକ ପ୍ରାଚୀନ ଯକ୍ଷନଗର ଲଂକାପୁରମ୍ ରେ ଆସି ରହିବାକୁ ଲାଗିଲେ । ନିଜର ପ୍ରୌଢା଼ବସ୍ଥାରେ ସିଂହଳରାଜ ବିଜୟ ଭାରତବର୍ଷର ପାଣ୍ଡୁରାଜଙ୍କ କନ୍ୟାଙ୍କ ସହ ବିବାହ କରିଥିଲେ । କିନ୍ତୁ ଏ ବୈବାହିକ ସୁଖ ବେଶି ଦିନ ପାଇଁ ନଥିଲା କିଛି ଦିନ ପରେ କେଶବିହୀନ ହୋଇ ବିଜୟଙ୍କର ମୃତ୍ୟୁ ଘଟିଲା ।

ବିଜୟଙ୍କର ମୃତ୍ୟୁ ପରେ ଭାରତବର୍ଷର ସିଂହପୁରରେ ଶାସନକରୁଥିବା ତାଙ୍କ ଯମଜ ଭାଇ ସୁମିତଙ୍କ ପୁତ୍ର ପାଣ୍ଡୁବସୁଦେବ ଆସି ସିଂହଳ ଦ୍ବୀପର ଶାସନ ଭାର ଗ୍ରହଣ କରି କିଛି ବର୍ଷ କାଳ ଶାସନ କରିଥିଲେ ।

ବିଜୟଙ୍କ ଶାସନକାଳରେ ଶ୍ରୀଲଙ୍କା ପୁଣି ଭାରତୀୟ ଭୂଭାଗ ସହ ସଂଯୁକ୍ତ ହୋଇଯାଇଥିଲା । ସିଂହଳର ସେହି ସୁବର୍ଣ୍ଣଯୁଗରେ ପରେ ଅନେକ ଦକ୍ଷିଣଭାରତୀୟ ସେଠାରେ ଯାଇ ନିବାସ କଲେ ଏବଂ ଆଜି ମଧ୍ଯ ଅଛନ୍ତି ।



Rate this content
Log in

Similar oriya story from Classics