STORYMIRROR

Lopamudra Parida

Abstract Drama Action

3  

Lopamudra Parida

Abstract Drama Action

ସିଗଲ୍

ସିଗଲ୍

2 mins
227


ପାଣି ତଳେ ଚକ୍ ଚକ୍ କରି ତାର ଫିନ୍ ହଲେଇ ଚୁନା ମାଛଟା ଚକ୍ କି ଚକ୍କର୍ କାଟି ଭଉଁରୀ ଖେଳ ତା ପ୍ରିୟା ମାଛକୁ ଦେଖଉ ଦେଖଉ ମୋ ନଜରରେ ପଡିଲା ।ମୁଁ ନୀଳ ସୀମାହୀନ ଛାତିରୁ ଝପ୍କି ଯାଇ ନୀଳ ସୀମାବଦ୍ଧ ଛାତିରୁ ତାକୁ ଝାମ୍ପି ତଣ୍ଟିରେ ଗଳେଇ ତ ଦେଇଛି, କଣ ହେଲା କେଜାଣି ମୋ ଆଖି ଚାରିପଟ ଅନ୍ଧାର ଘେରିଗଲା ।ମୁଁ ନିବୁଜ ସେ ଅଜଣା ଖୋଲଟା ଭିତରେ ଛାଟିପିଟି ହେଇ ନିଶ୍ବାସ ର ଶେଷ ପ୍ରହରରେ ନିସ୍ତେଜ୍ ହବାକୁ ବସିଛି ।ଡେଣା ଦିଟାକୁ ଜୋର ଜୋର ଖାଲି ଫଡଫଡଉଛି ।ଗିଳିଥିବା ଚୁନା ଟାକୁ ପେଟକୁ ବି ପେଲି ପାଳୁନି, ମତେ ଲାଗୁଛି ତାର ଆକୁଳ କିଲବିଲ ଟା ଛାତି ଖେନ୍ଚି ମୋ ଅସ୍ତିତ୍ଵକୁ ଆବୋରି ଖିନ ଭିନ କରୁଛି, ମତେ ଲାଗୁଛି ସିଏ ମାନେ .... ଏଇ ସତ୍ତା ବିହୀନ କୁନି ଜୀବଟା ମୋ ପାଟି ଭିତରେ ମୋ ତଣ୍ଟିକୁ ମୋଡି ଦଉଛି ।କିନ୍ତୁ କେମିତି? କେମିତି? ମୁଁ ତ ତାଠୁ ଏତେ ବିରାଟ ।ମୋର ତୀକ୍ଷ୍ଣ ନଖ, ଥଣ୍ଟ, ବିଚକ୍ଷଣ ମେଘମାଳାକୁ ଭେଦି ଶୂନ୍ୟତାକୁ ହରେଇ ବିଜେତା ଡେଣା ଦ୍ବୟ ଯୋଡା ଅଛି ।ମୁଁ ଅଦ୍ଭୁତ ଭାବେ ଅଦ୍ବିତୀୟ "ଦ ସିଗଲ୍" ।ପୁଣି ଏଇ ମୋର ଅସ୍ମିତା କୁ ଲଲ୍କାରିଲା ବାଲା କିଏ? କିଏ ? ଚେତା ହରଉ ହରଉ ମୁଁ ଆଁ କରିଦେଲି, ସିଏ ମୋ ଆଁ ରୁ ଡେଇଁ ପଡି ବାହାରି ଗଲା ବୋଧେ ମୋର ବୁଝା ପଡୁନି କିନ୍ତୁ କିଛି ତ ଚମତ୍କାର ଘଟିଲା ,ମୋ ଚାରିପଟ ମୋତେ ଦିଶିବା ଆରମ୍ଭ ହେଲା ।ମୋ ଡେଣାରେ ଦମ୍ଭ ଲେଉଟିଲା, ଆଲୋକିତ ଦିଶିଲା ।ଦିଶିଲା ଆକାଶ, ଦିଶିଲା ସାଗର..... ଯୋଉଠୁ ମୁଁ ଉଠେଇଥିଲି ତାକୁ ସେଇ ମୁହାଣ ଦିଶିଲା ।

ଅବିଳମ୍ବେ ମୁଁ ଡେଣା ଝାଡିଦେଲି କିଛି ଆଗ ପଛ ନ ବିଚାରି ।ନିର୍ଲିପ୍ତ ଗଗନର କୋଳରେ ହଜି ଯାଉ ଯାଉ ଥରେ ସେ ପାଣିକୋଳକୁ ମୁହଁ ବୁଲେଇ ଚାହିଁଲି ଯୋଉଠୁ ଏବେ ଏବେ ମୁଁ ଫେରିପାଇଥିଲି ପୁନର୍ଜନ୍ମ ।ଦିଶିଗଲା ନୀଳ ଶରୀର ଟେ ...... ଓଃ ସାର୍କ ।ମୋ ଆଖି ତାଟକା ହେଇଗଲା, ବୁଦ୍ଧି ଜଳକା ହୋଇଗଲା ।ତେବେ କଣ ମୋତେ ଗିଳିଦେଇଥିବା ଅନ୍ଧାର ଗୁମ୍ଫାଟା ଗୋଟେ ସାର୍କର ମୁଖଗହ୍ବର ଥିଲା! ମୁଁ ସିହିରି ଉଠିଲି।କିନ୍ତୁ ସେ ଗିଳି ନ ଖାଇ ଏପରି ବୋକାମୀ କଲା କେମିତି? ଆଶ୍ଚର୍ଯ୍ୟ ତ ଥାଏ ସବୁ ଦିଗରେ, ବାସ୍ ଆମେ ଅନୁଭବିଲେ ହି ମାନୁ ।ନୋହିଲେ ଲାଗେ ଗପ, ଗପ ।କେଉଁ ଏକ ଅଦୃଶ୍ୟ ଶକ୍ତି ପ୍ରତିଶ୍ରୁତିବଦ୍ଧ ଥିଲା ସେଇ ମତ୍ସ ଯୁଗଳ ପାଖରେ, ସେ ଥିଲା ତାର ଅଦୃଶ୍ୟ କବଚ ।ମୀନ ଅବତାରେ ଆସି ଚୁନାମୀନ ରୂପେ ସଂସାର ଉଦ୍ଧାରିଥିବା ଅଭୟ ହସ୍ତ ଯେ ମୀନ ଟି ସହ ମୋ ଉପରେ ମଧ୍ୟ କୃପା ଭାବ ଦେଖାଇଲେ ସେଥିପାଇଁ ମୁଁ କୃତଜ୍ଞ ।ଫୁଲ ସ୍ପରଶେ ପଟ୍ଟ ନିସ୍ତରେ ପରି କୃପାମୟ ମୀନକୁ ମୋ ମୁହଁରୁ ଆଉ ମୋତେ ସାର୍କ ମୁହଁରୁ ମୁକୁଳେଇ ଆଣି ନିଜର ବ୍ଯାପ୍ତ ଅସୀମ ନୀଳିମା ର ଆଭାସ ଟିଏ ମାତ୍ର ଦେଖେଇଲେ ସିନା ।

********

"ଏଇ , ଚାଲ୍ ଭାବନାରୁ ବାହାର " ।

ଘଣ୍ଟାଏ ହେଲାଣି ସମୁଦ୍ର ର ସ୍ଥିର ଗଭୀର ପାଣିକୁ ଚାହିଁ ରହିଥିବା ମତେ ହଲେଇ ଦେଲା କିଏ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract