LALIT MOHAN DASH

Abstract Classics Inspirational

3  

LALIT MOHAN DASH

Abstract Classics Inspirational

ଶ୍ରେଷ୍ଠ ମଣିଷ

ଶ୍ରେଷ୍ଠ ମଣିଷ

2 mins
164



ବଣରେ ଗୋଟିଏ ବିଲୁଆ ରହୁଥିଲା। ତାର ଦୁଃଖ ଏହିକି ଏ ପରିବେଶ ସୁସ୍ଥ ହେଉ ନାହିଁ କାହିଁକି? ଆମ ବିଲୁଆ ଜାତି ଭଗବାନ ବିଷ୍ଣୁଦେବଙ୍କ ଇଛା ଓ ଆଶାକୁ ସମ୍ନାନ ଦେଉଛନ୍ତି ଅଥଚ଼ ମଣିଷ? କେଵଳ ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ବୋଲି କହି ଚ଼ିତ୍କାର କରୁଛି। ନିତି ପରିବେଶ ନଷ୍ଟ କରୁଛି ପଶୁ,ସରୀସୃପ ଓ ପକ୍ଷୀଙ୍କୁ ମାରି ଚାଲିଛି ଆଉ ମଧ୍ୟ ଭଗଵାନ ବିଷ୍ଣୁଦେବଙ୍କ ଇଛା ଓ ଆଶାକୁ ଆଘାତ ଦେବାକୁ ଭୁଲୁ ନାହିଁ।

     ବିଲୁଆ ମନ ଦୁଃଖରେ ବସି ଥିବାବେଳେ କାଉ ଆସି ଯୋଗ ଦେଲା। କାଉ ବିଲୁଆର ଦୁଃଖ କ'ଣ ପଚାରିବାରୁ ବିଲୁଆ କହିଲା,"ଭାଇ ! କଥା କ'ଣ କି? ଆସନ୍ତା ଅକ୍ଟୋବର ତିନି ତାରିଖ ଦୁଇ ହଜାର ତେଇଶି ସୁରଭି କାର୍ଯ୍ୟକ୍ରମ ବ୍ଲକ ସ୍ତରରେ ହେବାକୁ ଯାଉଛି। ଓଡିଶା ସରକାର ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ବୋଲି ଖାଲି ଚିତ୍କାର କରୁଛି ଅଥଚ଼ କେହି ଜଣେ ହେଲେ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ପାଇଁ କାମ କରୁ ନାହଁନ୍ତି । କାଉ କହିଲା,"ବିଲୁଆ ଭାଇ ! ତୁମେ କ'ଣ କହିବାକୁ ଚାହୁଁଛ,? ବିଲୁଆ କହିଲା,"କାଉ ଭାଇ ! ଏଇ ଯେମିତିି ପ୍ରାଣୀ ଓ ଉଦ୍ଭିଦଙ୍କୁ ହତ୍ୟା କରିବା ତାଙ୍କର ନିତି ଦିନିଆ କାମ। ସେ ମଙ୍ଗଳ ଗ୍ରହ ଓ ଚନ୍ଦ୍ରକୁ ଯିବା ନାମରେ ଅଙ୍ଗାରକାମ୍ଳ ସଂସାରରେ ଭରପୁର ପୂରେଇ ଅସୁସ୍ଥ କରିବାରେ ଲାଗିଛି।

     କାଉ ବିଲୁଆର କଥା ଶୁଣି କହିଲା,"ଭାଇ ! ତେବେ ଆମେ ପରିବେଶ ସଫା କରିବା କହିଁକି? ବିଲୁଆ କହିଲା,"କାଉ ଭାଇ ! ଆମେ ସେମିତି କରିବା ନାହିଁ ଯଦି ଆମେ ମଣିଷ ପରି ନୀଚ କାମ କରିବା ତ ତେବେ ଫରକ ରହିଲା କେଉଁଠି?" ଚିଲ୍ ପାଖରେ ବସିଥିଲା ସେ କହିଲା,"ବିଲୁଆ ଭାଇ ! ତୁମେ ଠିକ କହିଛ ଆମେ ଭଗବାନ ବିଷ୍ଣୁଦେବଙ୍କ ଇଚ୍ଛା ଓ ଆଶାକୁ ସମ୍ମାନ ଦେବା। ଏଥର କାଉ ନିଜର ଭୁଲ ବୁଝିଗଲା ଆଉ ସଭିଙ୍କ ପାଖରେ କ୍ଷମା ମାଗିଲା।

      ଏ କଥା ଭଗବାନ ବିଷ୍ଣୁଦେବ ଶୁଣୁଥିଲେ ଓ ଦେଖୁଥିଲେ। ସେ ସ୍ଵର୍ଗରେ ଥାଇ ଏଇ ବିଲୁଆ,କାଉ ଓ ଶାଗୁଣାଙ୍କ ଉପରେ ପୁଷ୍ପ ବର୍ଷଣ କଲେ ତ ପାଖରେ ଥାଇ ନାରଦଜୀ କହିଲେ,"ପ୍ରଭୋ ! ଏଇ ନୀଚ ପଶୁ ଓ ପକ୍ଷୀମାନଙ୍କ ପାଇଁ ଏତେ ଦରଦ କାହିଁକି?" ବିଷ୍ଣୁଦେବ କହିଲେ,"ନାରଦ ! ଦେଖ ଯେଉଁ ମନୁଷ୍ୟ ନିଜକୁ ଶ୍ରେଷ୍ଠ ବୋଲି ଦୁନିଆଁକୁ କହୁଛି। ସେ ମନୁଷ୍ୟ ଆଜି ପରିବେଶ ନଷ୍ଟ ସହ ମିଛଟାରେ ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା କହି ଭୁଆଁ ବୁଲାଉ ନାହିଁକି କିନ୍ତୁ ଦେଖ ପଶୁ ଓ ପକ୍ଷୀ ହୋଇ ବି...?" ଏ କଥା ଶୁଣି ନାରଦଜୀ ନିଜର ଭୁଲ୍ ବୁଝିଗଲା ଓ ସେମାନଙ୍କୁ ମୁଣ୍ଡ ନୁଆଁଇ ମୁଣ୍ଡିଆ ମାରିଲା। 

    ପାଖରେ ଠିଆ ହୋଇ ବିଷ୍ଣୁଦେବ ମୁରୁକି ମୁରୁକି ହସୁଥିଲେ।

       


Rate this content
Log in

Similar oriya story from Abstract