LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ପ୍ରତିଶୋଧ ପରାୟଣା ମନ୍ଥରା

ପ୍ରତିଶୋଧ ପରାୟଣା ମନ୍ଥରା

2 mins
14



ରାତି ପାହିଲେ ରାମ ରାଜା ହେବେ. ତାଙ୍କ ରାଜ୍ୟାଭିଷେକ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ. ଅଯୋଧ୍ୟା ର ରାଜା ଦଶରଥ ଜ୍ୟେଷ୍ଠ ପୁତ୍ର ରାମଙ୍କୁ ରାଜ ସିଂହାସନ ରେ ଅଭିଷିକ୍ତ କରାଇବାର ଅଭିଳାଷ କୁ ସାକାର କରିବା ପାଇଁ ବ୍ୟସ୍ତ. ମନରେ ଅସୁମାରୀ ଖୁସି. ରାଜ ପରିବାର, ପାତ୍ର ମନ୍ତ୍ରୀ, ନଗର ବାସୀ ଅତ୍ୟନ୍ତ ଆନନ୍ଦ ର ସହ ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି. ନିମନ୍ତ୍ରିତ ଅତିଥି ମାନଙ୍କ ପାଇଁ ଅତିଥି ଭବନରେ ସବୁ ବ୍ୟବସ୍ଥା ହୋଇଛି. କୁଳଗୁରୁ ବଶିଷ୍ଠ ଅଭିଷେକ ର ସମସ୍ତ ଆୟୋଜନ କରି ସାରିଛନ୍ତି. ରାଣୀ କୌଶଲ୍ୟା, କୈକେୟୀ, ସୁମିତ୍ରା ଅତି ଆନନ୍ଦରେ ଅତି ଆଦରର ପୁତ୍ର ରାମ ଅଭିଷେକ ନିମିତ୍ତ ସବୁ ପ୍ରକାର ଯୋଗାଡ଼ ରେ ଲାଗି ପଡ଼ି ଛନ୍ତି. ଅଯୋଧ୍ୟା ରାଜ୍ୟରେ ଆବାଳବୃଦ୍ଧବନିତା ମହାନନ୍ଦରେ ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ଥାନ୍ତି. ମାତ୍ର ଜଣକ ମନରେ ସରାଗ ନଥାଏ. ସେ ହେଉଛନ୍ତି କୈକେୟୀ ର ଦାସୀ ମନ୍ଥରା. ରାମ ରାଜ ସିଂହାସନ ଆରୋହଣ କରିବାର ଖବର ତାଙ୍କୁ ଆଦୌ ଖୁସି ଦେଇ ପାରୁ ନଥିଲା. ତାଙ୍କ ମନକୁ ବ୍ୟଥିତ କରୁଥିଲା. କୌଣସି ପ୍ରକାରେ ରାମଙ୍କୁ ଅଯୋଧ୍ୟା ରୁ ନିର୍ବାସନ କରି ଭରତ କୁ ରାଜା କରିବାକୁ ଉପାୟ ଚିନ୍ତା କରୁଥାନ୍ତି.କୈକେୟୀ ଙ୍କର ଦାସୀ ହୋଇଥିବାରୁ କୈକେୟୀ ଙ୍କ ମାଧ୍ୟମରେ ଏହି କାର୍ଯ୍ୟ କରିବା ପାଇଁ ବିଚାର କରି ତାଙ୍କ ମନରେ କୁମନ୍ତ୍ରଣା ର ବିଷ ମଞ୍ଜି ବୁଣିଲେ. ରାଣୀ କୈକେୟୀ ରାଜା ଦଶରଥ ଙ୍କର ଅତି ପ୍ରୀୟ ରାଣୀ ଥିଲେ. ରାଜା ତାଙ୍କର ତିନି ରାଣୀଙ୍କ ମଧ୍ୟରୁ କୈକେୟୀ ଙ୍କୁ ବେଶି ଭଲ ପାଉ ଥିଲେ. ଯୁଦ୍ଧ ସମୟରେ ରାଜା ଦଶରଥ ଯେତେବେଳେ ଆହତ ହୋଇ ପଡିଲେ କୈକେୟୀ ନିଜେ ରଥ ଚାଳନା କରି ଦଶରଥଙ୍କୁ ଶତ୍ରୁ ଙ୍କ ଠାରୁ ଉଦ୍ଧାର କରି ସେବା ଶୃସୁସା କରି ତାଙ୍କ ଜୀବନ ରକ୍ଷା କରିଥିଲେ. ସେତେବେଳେ ରାଜା ଅତି ଖୁସିରେ ତାଙ୍କୁ ଦୁଇଟି ବର ଯାଚି ଥିଲେ. ରାଣୀ କୈକେୟୀ ଆବଶ୍ୟକ ସମୟରେ ତାହା ମାଗି ନେବେ ବୋଲି କହିଥିଲେ. ଏହି କଥା କୁଚକ୍ରୀ କୁମନ୍ତ୍ରଣାକାରୀ ମନ୍ଥରା ଆଦୌ ଭୁଲି ନଥିଲି. ସୁଯୋଗ ଦେଖି କୈକେୟୀ ଙ୍କୁ ସେହି ବର ମାଗିବା ପାଇଁ ମନ୍ତ୍ରଣା ଦେଲା. ମାତ୍ର କୈକେୟୀ ରାମ ଙ୍କୁ ଅତି ଭଲ ପାଉ ଥିଲେ, ରାମ ବନବାସ ଯିବା କଥା ସେ ଗ୍ରହଣ କରି ପାରୁ ନଥିଲେ. କିନ୍ତୁ ମନ୍ଥରା କୈକେୟୀ ଙ୍କ ମନରେ ବିଷ ଭରିବାକୁ ଲାଗିଲା. ମନ୍ଥରା କହିଲା ରାମ ରାଜା ହେଲେ ତୁମ ପୁତ୍ର ଭରତ ତା'ର ଦାସ ହେବ. କୌଶଲ୍ୟା ରାଜମାତା ହେବେ. ରାଜା ତାଙ୍କୁ ବେଶି ଭଲ ପାଇବେ, ସେତେବେଳେ ତୁମ ଅବସ୍ଥା କଣ ହେବ ଥରେ ଭାବି ଦେଖ, ସେ ତୁମକୁ ଦାସୀ ଭଳି ବ୍ୟବହାର କରିବେ, ତୁମେ ସହି ପାରିବତ. ମନ୍ଥରାର କୁମନ୍ତ୍ରଣା କୈକେୟୀଙ୍କ ମନକୁ ବିଷାକ୍ତ କରିଦେଲା. ଏବଂ ସେ ତ୍ୱରିତ ବେଗରେ ରାଜାଙ୍କ ନିକଟରେ ପହଞ୍ଚିଲେ ।


Rate this content
Log in

Similar oriya story from Abstract