Minakshi Samal

Romance

2.5  

Minakshi Samal

Romance

ଶିଶୁ

ଶିଶୁ

2 mins
510



ଆରେ ଧୀରେ ଧୀରେ ଚାଟି ଚାଟିକି ଖାଉନ ଆଇସକ୍ରିମଟା । ଏତେ କଲବଲ ହେଇକି କାମୁଡି କାମୁଡି ଖାଉଛ କ'ଣ ପାଇଁ?ଦାନ୍ତ କାଟିବନି?


ରୁହନା ବିମଲ । ମନଭରି ମୋ ନିଜ ଷ୍ଟାଇଲରେ ମତେ ଆଇସକ୍ରିମ ଖାଇବାକୁ ଦିଅନା ପ୍ଲିଜ୍ । କହିଲା ଶିବାନୀ ।


ଏ ବାବା,ଇଏ କୋଉ ଷ୍ଟାଇଲର ଆଇସକ୍ରିମ ଖିଆ । ମୁଁ ତ କାହାକୁ ଏମିତି ଖାଇବାର ଦେଖିନି ମୋ ଆଖି ଖୋଲିବା ଦିନଠୁ?


ତମର ଦେଖିବା ଦରକାର ନାହିଁ ବରଂ ମତେ ଏଇମିତି ଅବସ୍ଥାରେ ଆଇସକ୍ରିମକୁ ଖଣ୍ଡ ଖଣ୍ଡ କରି ଚୋବାଇବା ଅବସ୍ଥାରେ ଦେଖି ମଜା ପାଇବାକୁ ଚେଷ୍ଟାକରନା ଡାର୍ଲିଂ ।


ନିଜର ପ୍ରି ଓ୍ବେଡିଂ ସୁଟିଂ ସମୟରେ ଭାବି ପତି ବିମଲ ସାଙ୍ଗରେ କିଛିଟା ମୁହୁର୍ତ୍ତ କାଟିବାକୁ ମିଳିଥିଲା ଶିବାନୀକୁ । ଚପଳଛନ୍ଦା ହରିଣୀ ଟିଏ ପରି କୋଣାର୍କର ବାଲୁକା ରାଶିରେ ଦୌଡି ଦୌଡି ଅଣନିଃଶ୍ବାସୀ ହୋଇଯାଉଥାଏ କିନ୍ତୁ ତାର ଚପଳାମୀ ବନ୍ଦ ହେଉନଥାଏ । ଜଙ୍ଗଲୀ ଫୁଲରୁ ଦୁଇଟା ଛିଣ୍ଡେଇ ମୁଣ୍ଡରେ ଖୋସିଦେଉଥାଏ ତ ସମୁଦ୍ର ପାଣିରେ ପାଦ ପକାଇ ଛପଛପ କରିବା ସାଙ୍ଗକୁ ବିମଲଙ୍କ ଉପରକୁ ପାଣି ଛିଟକା ପକାଉଥାଏ । ବିମଲଙ୍କୁ ଏସବୁ ଟିକେ ଅଲଗା ଲାଗୁଥାଏ କିନ୍ତୁ ମୁହଁ ଖୋଲି କିଛି କହିପାରୁ ନଥାନ୍ତି ।


ସୁଟିଂ ଶେଷ ହେବା ପରେ ଦୁହେଁ ଆଲିଙ୍ଗନ ବଦ୍ଧ ହୋଇ ପରଷ୍ପରକୁ ନିରେଖି ଦେଖୁଥିଲେ । ହଠାତ୍ ବିମଲଙ୍କ ହାତକୁ ନିଜର ମଥା ଉପରେ ରଖି ଶିବାନୀ କହିଲା .....ପିଲାଙ୍କ ପରି ବ୍ୟବହାର କରୁଛି ବୋଲି ଖରାପ ଭାବିଛ ବୋଧେ,ରାଣ ଖାଇ କୁହତ?


କାହିଁକି ଖରାପ ଭାବିବି ଯେ?


ଖୁସିରେ ଆନମନା ହେବା ଏକ ସ୍ବାଭାବିକ ଜିନିଷ । ମୁଁ ତୁମ ବିଷୟରେ ସବୁକିଛି ଜାଣି ପରା ତୁମକୁ ଜୀବନସାଥୀ ବନେଇବାକୁ ସ୍ଥିର କଲି । ତୁମର ବାଲ୍ୟକାଳ ଅନ୍ୟମାନଙ୍କ ଭଳି ନଥିଲା,କଟିଥିଲା ଅନାଥ ଆଶ୍ରମରେ । ଅବଦମିତ ଆଶାଗୁଡିକ ସ୍ବତଃସ୍ଫୁର୍ତ୍ତ ଭାବରେ ବାହାରି ଆସେ ଓ ତୁମ କ୍ଷେତ୍ରରେ ମୁଁ ତାହାହିଁ ଦେଖିବାକୁ ପାଉଛି । ମଣିଷ ଯେତେ ବଡ ହେଉନା କାହିଁକି ତାର ମନ ର କୌଣସି ନା କୌଣସି ଜାଗାରେ ଗୋଟିଏ ଛୋଟ ଶିଶୁ ସୁପ୍ତ ଅବସ୍ଥାରେ ଥାଏ । ମୌକା ପାଇଲେ ଶିଶୁଟି ତାର କାର୍ଯ୍ୟକଳାପ ଦେଖାଇବାକୁ ଆରମ୍ଭ କରିଦିଏ ।


ଏଥର ଶିବାନୀର ନାକର ଅଗକୁ ନିଜ ହାତରେ ଚିପିଦେଇ ଏକ ଦୁଷ୍ଟାମୀର ହସ ହସି ବିମଲ କହିଲେ....ଆଗକୁ ଆଉ କ'ଣ କ'ଣ ପିଲାଳିଆମୀ କରିବା ତୁମର ବାକି ଅଛି କେଜାଣି । ।


ଶିବାନୀର ଲଜ୍ଜାବନତ ମୁଖରୁ କେବଳ ତୃପ୍ତିର ହସ ଝରିଯାଉଥିଲା । ବିମଲଙ୍କ କାନ୍ଧ ନିଜର ମଥା ରଖିବାର ସୁରକ୍ଷିତ ସ୍ଥାନ ମନେହେଉଥିଲା ତାକୁ ।



Rate this content
Log in

Similar oriya story from Romance