ଶେଷ ଫଗୁଣର ଚିଠି
ଶେଷ ଫଗୁଣର ଚିଠି
ଏଇ ଫଗୁଣଟା ବି ଭାରୀ ଅଜବ ମାସଟିଏ। କେବେ ପ୍ରେମର ଗୀତ ଗାଏ ତ କେବେ ପ୍ରେମ ବିରହର ଯାତନାକୁ ବଢେଇ ଦିଏ।ଏଇ ଯେମିତି ମୋ ସହିତ ହେଇଥିଲା।ହଁ ଆଜ୍ଞା ସବୁଠୁ ଭଲ ପାଇବାର ଆଶାରେ ଆମେ ବେଳେ ସବୁକିଛୁ ହରେଇ ବସୁ।
ମୋର ତା ସହ ଦେଖା ହେଇଥିଲା ଅଫିସରେ।ସେ ନୁଆ କରି ଜଏନ କରିଥାଏ ମୋ ଅଣ୍ଡରରେ ଜୁନିୟର ଭାବେ।ତାର ଅତି ସାଧାରଣ ବେଶପୋଷାକ ଓ ମଧୁର କଥା ମୋତେ ତା ଆଡକୁ ପ୍ରଥମ ଦିନରୁ ହିଁ ଆକର୍ଷିତ କରିଥିଲା।ସହଜେ ଜୁନିୟର୍ ଥିବାରୁ ଅନୁଭବ ସାର ଅନୁଭବ ସାର କହି ସବୁକଥା ପଚାରିବାକୁ ଚାଲିଆସେ।ପ୍ରଥମେ ପ୍ରଥମେ କାମ ପଡିଲେ ଆସିବା ଠାରୁ ଏବେ ଜବରଦସ୍ତି କାମ ବାହାର କରି ଆସିବା ଆରମ୍ଭ ହେଇଗଲା।ଏଇ ଭିତରେ ସେ ଓ ମୁଁ ବହୁତ ନିକଟତର ହେଇ ହେଇ ଯାଉଥିଲୁ।
ଏକାଠି ବସି ଅଫିସ ପରେ କଫି ପିଇବା ଆମର ରୁଟିନ ହେଇ ଯାଇଥିଲା।ତା ପରେ ରାତି ଡିନର ବି ଏକାଠି ଆରମ୍ଭ କରିଦେଲୁ।ମୁଁ କିନ୍ତୁ ଏଇ ଛ ମାସରେ ଭୁଲିଯାଇଥିଲି ଯେ ମୁଁ ବିବାହିତ ବୋଲି।
ଧିରେ ଧିରେ ମୋର ତା ପ୍ରତି ବଢୁଥିବା ଦୁର୍ବଳତା ମୋ ଆଖିରେ ମୋ ସ୍ତ୍ରୀ କୁ ତଳକୁ ତଳ ଖସାଇ ଚାଲିଥାଏ।
ସେଦିନ ତା ସହ ତା ରୁମରେ ରାତି ବିତାଇ ଫେରିବା ପରେ ମୁଁ ସମ୍ପୁର୍ଣ ବଦଳି ଯାଇଥାଏ।ନିଜକୁ କେମିତି ଏକ ଦୋଷୀ ଦୋଷୀ ମନେ କରୁଥାଏ।ଭାବିଲି ଯାହା ହେଲା କିଛି ଠିକ ହେଲାନି।ହେଲେ ପୁଣି ଥରେ ତାକୁ ଯେବେ ଅଫିସରେ ଦେଖିଲି ,ଭାବିଲି ମୁଁ ତାକୁ ଆପଣେଇ ନେବା ଠିକ ହେବ। ତା ପରଦିନ ଭାଲେନଟାଇନ ଡେ ଥାଏ।ତେଣୁ ଭାବିଲି କାଲି ତାକୁ ମୋ ମନ କଥା କହିଦେବି।
ଏଇଆ ଭାବି ମୋ ସ୍ତ୍ରୀକୁ ଫୋନ କରି ଜଣେଇ ଦେଲି ଯେ ମୋତେ ଅନ୍ଯ ଜଣେ ମିଳି ଯାଇଛି,ତେଣୁ ମୁଁ ତାକୁ ଡିଭୋର୍ସ ଦେବାକୁ ଚାହେଁ।ଏତକ ଶୁଣି ସେ କିଛି ନ କହି ଫୋନ କାଟିଦେଲା।
ତା ପରେ ମୋ ବାପା, ମା ,ଶାଶୁ ଶ୍ବଶୁର ସମସ୍ତେ ମୋକେ ଫୋନ କଲେ ହେଲେ ମୁଁ କାହା ଫୋନ ଉଠେଇଲିନି।
ସେ ଦିନ ରାତିରେ ସଂଧ୍ଯାରେ ଅଫିସରେ ତାକୁ ପ୍ରମୋସନ ମିଳିଲା।ତା ବେଶୀ ଖୁସି ମୁଁ ଥାଏ।ମୁଁ ତାକୁ କହିଲି -କାଲି ମୁଁ ତୁମକୁ ଏକ ସରପ୍ରାଇଜ ଦେବି।
ସେ ବି କହିଲା ମୋ ର ବି କାଲି ଆପଣଙ୍କୁ କିଛି କହିବାର ଅଛି।ଖୁସି ହେଇଗଲି ମୁଁ।ରାତି ସାରା ମୋତେ ନିଦ ନାହିଁ।ଫଗୁଣର ମାଦକମୟ ପରିବେଶ ରେ ମୋ ମନ ନାଚି ଉଠୁଥାଏ।
ସକାଳୁ ସକାଳୁ ସଜବାଜ ହେଇ ବାହାରି ପଡିଲି।ହାତରେ ଲାଲ ଗୋଲାପ ଫୁଲତୋଡା ଟିଏ ଧରି।ତା ଘରେ ପହଞ୍ଚି କଲିଂବେଲ ବଜେଇଲି।କବାଟ ଖୋଲିଲେ ଜଣେ ପୁରୁଷ।ଚମକି ପଡିଲି ମୁଁ।
-ଆରେ ଅନୁଭବ।ଆସ ଆସ।
ସବୁବେଳେ ସାର ସାର ଡାକୁଥିବା ସେ ଆଜି ମୋତେ ନାଁ ଧରି ଡାକୁଚି ହାତରେ ଥିବା ଫୁଲ ଗୁଡିକ ମଉଳି ଗଲା ପରି ଲାଗୁଥିଲା ମୋତେ।
ସେ ପୁଣି କହିଲା
-ଅନୁଭବ।ଏଇ ମୋ ଭାବୀ ସ୍ବାମୀଙ୍କୁ ଦେଖ।ମୁଁ କାଲି ଏ କମ୍ପାନୀ ଛାଡି ତାଙ୍କ ସହ ଅନ୍ଯ କମ୍ପାନୀ ଜଏନ କରିବି।
ମୋର ମୁହଁରୁ କିଛି ବି ବାହାରୁ ନଥାଏ।ଏକ ଜବରଦସ୍ତିଆ ହସ ଟିଏ ହସି ତା ହାତକୁ ଫୁଲ ତୋଡାଟି ଦେଇ ।କାମର ବାହାନା କରି ଚାଲି ଆସିଲି।ସେ ପଛରୁ ଦୌଡି ଦୌଡି ଆସି କହିଲା-
-ଆରେ ରୁହ ରୁହ ତୁମ ସରପ୍ରାଇଜ କାହିଁ?
ମୁଁ ପଛକୁ ବୁଲି ତାକୁ ଚାହିଁଲି ।ରାଗରେ ଥରୁଥାଏ ମୋ ଦେହ।ତାକୁ ଜାବୁଡି ଧରି ପଚାରିଲି।ମୋ ସହ ଏମିତି କାହିଁକି କଲ?
ସେ ହସିଲା ଓ କହିଲା
-ତୁମେ ପ୍ରମୋସନ ପାଇବା ଲାଗି ଗୋଟେ ସିଡିଥିଲ।ଏବେ ମୁଁ ତୁମ ସମାସ୍କନ୍ଧ ପହଞ୍ଚିଗଲି।ବୁଝିଲ ତ ଅନୁଭବ।ଏବେ ମୋତେ ଆଉ ଉପରକୁ ଯିବାର ଅଛି।ଯାହା କଲି ମୋ ପ୍ରନୋସନ ଲାଗି କରିଥିଲି।
ଚାଲି ଆସିଲି ସେଇଠୁ।ଭାବିଲି ଘରକୁ ଫେରିଯିବି ବାପା,ମା ସ୍ତ୍ରୀକୁ କ୍ଷମା ମାଗିବି ।କିନ୍ତୁ ସାହାସ ହେଲା ନାହିଁ।ବାଟରୁ ନିଦବଟିକା କିଛି କିଣିକି ଆଣିଲି।
ଫ୍ଲାଟରେ ପହଞ୍ଚି ଦେଖଲି ସିକ୍ଯୁରିଟି ଗାର୍ଡ ପାଖେ ସମସ୍ତେ ମୋତେ ଅପେକ୍ଷା କରିଛନ୍ତି ମା,ବାପା,ସ୍ତ୍ରୀ।ସିଧା ଗଲି ମୋ ସ୍ତ୍ରୀ ପାଖକୁ।ମୁଁ ମୋ ସ୍ତ୍ରୀକୁ ହାତ ଯୋଡି କ୍ଷମା ମାଗିଲି।ସେ ମୋତେ ଜାବୁଡି ଧରିଲା।
ଆଜି ବର୍ଷେ ପରେ ହାତରେ ପୁଅକୁ ଧରି ଥିବା ବେଳେ
ମୁଁ ଭାବୁଥିଲି ଶେଷ ଫଗୁଣର ଚିଠି ସ୍ବରୁପ ଯୋଉ ପ୍ରେମ ସେ ମୋତେ ଫେରେଇ ଦେଇଥିଲା,ଇଏ ହେଉଛି ତା'ର ଠିକଣା ବୋଧେ।ସେଥିଲାଗି ତାକୁ ମନେ ମନେ ଧନ୍ଯବାଦ କହୁଥିଲି।

