ଶେଷ ଇଛ୍ଛା
ଶେଷ ଇଛ୍ଛା


ତାଙ୍କର ଶେଷ ସମୟ ଉପନୀତ, କଣ ଥାଇ ପାରେ ତାଙ୍କ ଶେଷ ଇଛ୍ଛା?? କଣ, କଣ ହେଇପାରେ??
ଅନେକ ଚାପା ଗୁଞରଣ ଘୁରିବୁଲୁଥିବା ଚାରିପଟେ ଭଅଁର ଟେ ପରି, କିନ୍ତୁ ତାଙ୍କ ମନକୁ ପ୍ରଶ୍ନ ଟି ବିରୁଡି ପରି ଦଂଶୁଥିଲା ।ସେ ସବୁ ବୁଝିପାରୁଥିଲେ ଯେ ,ଏମାନେ ସବୁ ଅପେକ୍ଷା ରେ .....କାନ୍ଦଣା ଗାଇବାକୁ, ତୟାର୍ ଲୁଗା କୋଣ କୁ ଆଖି ରେ ମାରି ମାରି ଲୁହ କୁ ବାଧ୍ଯ କରି ବୁହେଇବାକୁ ।
ତାଙ୍କର ବୟସ ଆଉ ମାତ୍ର ଦଣ୍ଡେ କି ଓଳିଏ କାଳେ ଥବ, ଏମାନେ ବେଶୀ ଫେର କାଢୁଛନ୍ତି, ପେଖନା ଦେଖଉଛନ୍ତି ।କଣ ନା ଗୋଟିଏ ବୋଲି ଝିଅ କେମିତି ତରତର ରେ ଯୋଉଠି ମନ ସେଇଠି ଗେଞି ମାଡି ଦବୁ ,ଆରେ ଝିଅ ଜନମ ତ ବୁଜୁଳା ପରି .....ଯୋଉଠି ଗୋଟେ ମାଡିଦେଲେ ସେଟ୍ ଆପେ ।ଫୁଲ୍ ମୁଢି ଡବାରେ କଣ ଆଉ ମୁଠେ ଧରେନା, ଟିକେ ହଲେଇ କସେଇ ତଳେ ପିଟିଦେଲେ ଗଲା ...... ଆଉ ଡବାଏ ।
ହାତକୁ ଆଣି ଜାଚିକି ଦେଲୁ ଆଉ କଣ କରିଥାନ୍ତୁ, ବଢିଆଳ ଭୁଆଶୁଣୀ କୁ ଧରି ବସିଥାନ୍ତୁ ।ବେଳକାଳ ତେଣେ ଗଲାଣି ।ଝିଅ ....ଘିଅ ।ଗନ୍ଧେଇଲେ ଆପେ ଚେତା ପଶିବ ଯେ । କହିଲେ କଣ ନା ବଛିଆରି .....କଣ ପରିବା ନା ଫଳ ,ପୁଅ ପିଲା ପରା ।ପିତଳ ହାଣ୍ଡି ମାଜି ମୁଜି ଦେଲେ ଚଅକ ।
ହ ହେ ! ପୁଅ ପିଲାଙ୍କୁ କଣ ଏତେ ବାଛିବ କିଓ ।ମାଇକିନା ଝୁଅଙ୍କଠି ସିନା ବାଛବିଚାର ହଏ ।
ଛାଡ ମ ! ଆଜିକାଲି ଭଲ କଲେ ଭେଲ ।ଆମର ଯାଏ କେତେ ଆସେ କେତେ ।ତାଙ୍କ ଝିଅ ସିଏ ବୁଝିବେ ......ନି । ବସେଇଥାନ୍ତୁ ।ଆମର ମାଗଣାକୁ ମୁଣ୍ଡ ବଥା ।
ପବନରେ ଉଡୁଥିଲା ଏ ସାହି ରୁ ସେ ସାହି .... ମୁହଁ ମୋଡା, ଖୁଣ କଢା......ସଂକ୍ରମିତ କଡା ଭୁତାଣୁ ପରି ।
ବେଳେ ବେଳେ ଏମିତି ଲାଗେ ନା ,ଯେମିତି ଗୋଟେ ଜୋର୍ ଜୋର୍ ଚିଲେଇ ଦେଲେ, ଆଡୁସାଡୁ କି ମେଞ୍ଚେ ଚିରି, ଗାରେଇ, ଭାଙ୍ଗି, ଫୋଫାଡି, କଟାକଟି କରିଦେଲେ ମନ ତଳର ଝଡ ଟା ମରିଯାନ୍ତା, କିନ୍ତୁ ଆମେ ବା ଭଦ୍ର ।ଆମକୁ ଥମିବା ପାଇଁ ହେଉନା କାହିଁକି ଅଳ୍ପ ଜଙ୍ଗଲୀ ହେବା ବି ମନା ।ଭଦ୍ରମୁଖା ଟା ତଳେ ପଛେ ନଖୁଆ ହେଟା ଟା ଜୀଉଁ, ସେଥିକୁ ହେଳା ନାହିଁ ।
ଶିଶୁ ମାନେ,ପାଗଳ ମାନେ ଯେମିତି ଯାହା ଭାବିଲେ କହିଲେ ଆଉ କଲେ, ସେମିତି ଆମେ ପାରନ୍ତୁ ଯଦି କେତେ ମିଛ ମୁଖା ଖୋଲିଯାନ୍ତା ।ଅଜଥା ଆଡମ୍ବର ର ପରଦା ଗୁଡା ଆପେ ଘୁଞ୍ଚିଯାନ୍ତା ।
ରଂଗବୋଳା ଶୁଭାକାକ୍ଷୀ ମାନଙ୍କର ଚେହେରା ଟା ଫେସ୍ପ୍ଯାକ୍ ତଳେ କି ବାଲିଆ ରେ ।ଟୁବ୍ ଟୁବ୍ ଇର୍ଷା ର ପିମ୍ପିଲ୍ସ ରେ ଗଦା ।
ସୁମିନା ମୁଣ୍ଡ ରେ ଏମିତି ଛାନ୍ଚ ପରି ଛିନ୍ଚି ହେଉଥିଲା ତୀକ୍ଷ୍ଣ ଛଞ୍ଚାଣ ର ପଞାଶ୍ରିତ ମୁନିଆଁ ନାଖୁନ୍ ।
ସବୁ ୱିକ୍ ଏନ୍ଡ ରେ ଗୋଟେ ମେଲୋଡ୍ରାମା ।
ସେ ଭାବିବାକୁ ଚାହୁଁ ତ ଥିଲା ତାର ଦୋଷ କଣ ଆଉ ସେ କଣ କରିବା କଥା ।କିନ୍ତୁ ସବୁ ତା ମୁଣ୍ଡ ଉପର ଦେଇ ଯାଉଥିଲା ।ଅଧରା ।
ସେ ପଚାରି ବି ଦବାକୁ ଚାହୁଁ ଥିଲା, ଆଛ୍ଛା ରୋଗିଣା ମା ଟାକୁ ଖଟରେ ହାମୁଡିଥିବା ଛାଡି , ବାପାଙ୍କୁ ଗୁଣ୍ଡାଏ ଖିଆ ରୁ ହାତ ଧରି ଉଠେଇ ଦେଇ ମୁଁ ଅଳତା କୁକୁମ ମାଖି ଯାଇପାରିବି??? ଏଇଟା ରେ ଶାନ୍ତି???କେମିତି, କାହିଁକି ???
କିନ୍ତୁ ପଶ୍ନ କରିବାର ଅଧିକାର ଟା ମୁହଁଖୋର ର ପ୍ରାଇଜ୍ ।ତା ପରେ ଗାଇ କେମିତି ପଚାରି ପାରିବ, କଳନା ବାହାରେ ।
ପଞୁରୀ ରେ କିଲବିଲ, ସମାଜ କାଠଗଡାରେ ଠିଆ ନିହାତି ସରଳ ମଣିଷ ଟେ ଯିଏ ଦିଆସିଲି ଗୋଟେ ର ଦର ବି ଜାଣେ ନା .....କାଳେ ଦୋଷୀ ।
ଆଉ ତାର ଦୋଷ ହେଲା ସିଏ ଗୋଟେ ବାହାଯୋଗ୍ଯ ଝିଅ ର ଅନେକ ଜଞାଳ ଘେରା ବାପ ଟିଏ ,ରୋଗୀଣା ସ୍ତ୍ରୀ ଟିଏ ସହ ।
ତମ ଚପଲ କେହି ମଡାନ୍ତିନି କିନ୍ତୁ ମାପ ଠିକ୍ କି ନା କହି ହୁଅନ୍ତି ।ସମସ୍ତେ ହାଇକୋର୍ଟ ଜଜ୍ ।
ସେ ମାନେ ତା ମା ......ଦିନେ ଶୁଖି ଆସୁଥିବା ଓଠରେ ସବୁବେଳେ ଝୁଲୁଥିବା ହସ ଟି ସହ ଡାକି ପାଖରେ ବସେଇଲା ବଢିଲା ଝିଅ ଆଉ ତା ବାପା କୁ ଯାହାର ବେକ ପାଖରୁ ମୁଣ୍ଡ ଟି ଦରକାର ଠୁ ବେଶୀ ନଇଁ ଆସିଥିଲା କେତେ ସବୁ ଭାରବୋଝ ଉଠେଇ ଉଠେଇ ।
ସେମାନେ ଦୁହେଁ ସାହାସୀ, ...ମୁଁ ନୁହେଁ ......ପୁଣି ଥରେ ମାନିଲା ସୁମିନା ର ମନ .।
କହିଲା, ହାତରେ ସୁମିନା ର ହାତ କୁ ମୁଠେଇ ......ତୁ ଭାବିବୁନି ଯେ ମୁଁ ରହିବିନି ବୋଲି ତତେ ଯେନ ତେନ ଉଠେଇଦିଆଯିବ ।ତୁ ପରା ଡକ୍ଟରେଟ୍ କରିବୁ କହୁଥିଲୁ, ଯା ପ୍ରିପାର ହ ।ପଇସା କଥା ବି ଭାବିବୁନି ।ମୁଁ ଥାଏ କି ନ ଥାଏ ଏ ହାତ ତୋ ମଥାରେ ରହିଥିବ ।
ଆଉ ସୁମିନା ର ବାପା ଙ୍କୁ ଚାହିଁ କହିଲା, ଗୋଟେ ବୋଲି ଝିଅ ମୋର ।ଲୋକେ ତ କହିବେ କାହା ପାଟି ତ ତୁନେଇ ହବନି ,.......
ମୁଁ ଅଛି,ଥିବି ..... ,ବ୍ଯସ୍ତ ହବନି ।ମୋ ମା ର ଜୀବନ କଥା ।
ପାପୁଲି ରେ ପାପୁଲି ଭରି ମଣିଷ ଦିଟା ଚୁପ୍ ଥିଲେ ପର ଅନେକ କ୍ଷଣ ,ଲୁହ ମାନେ କଥା ହଉଥିଲେ ଯେ ।