କାଠୁରିଆ
କାଠୁରିଆ
ଲୋକଟି ଗୋଟେ ଛାଇ ପରି ଦିଶୁଥିଲା।
ସତେ ଯେମିତି ତା ନିଜ ଦେହର ଛାଇକୁ ସିଏ ହଜେଇ ସାରିଥିଲା।
ମୁଁ ତାକୁ ଚାହିଁ ଥିଲି ସେମିତି ଓ ପଚାରି ହେଇଗଲା ଆପେ ଯେ ସିଏ କିଏ।
ସିଏ କହିଲା," ତମେ କଣ ବାଟବଣା ହେଲେ କି ବାବୁ? ମତେ ଅଚିହ୍ନା ପାଉଛ?
ମୁଁ ଗୋଟେ ସରଳ ସ୍ବାର୍ଥପର ପରା । ଭିତରୁ ଫମ୍ପା
ମୁଁ ଆଶ୍ଚର୍ଯ୍ୟ ତା ଉତ୍ତରରେ
ମୋ ବୋକାପଣକୁ ପଢିନେଇ ସିଏ ପୁଣି କହିଲା," କଣ ଶିତଳଛାଇ ଖୋଜୁଛ? କୋଉଠି ଆଉ ଅଛି ଯେ ତୁମକୁ କହିବି ଏଇଠି ବସ,ଆରାମ ଲାଗିବ। ମୁଁ ପରା ଏଇ ହାତରେ ! ତାରି କାଠରେ ବେଣ୍ଟ ଲଗେଇ ତାକୁହି ଚୋଟ ମାରିଛି ।"
ମୁଁ ଆଉ କିଛି କହିବାର ନଥିଲା।
ଆପଣା ହସ୍ତେ ଜିଭ।
ମୋ ପାଟି ଭିତର ଜିଭଟି ବି କୁଆଡେ ଇଲାପତା
ହଜିଯାଇଥିଲା
ମୋ ଅଜାଣତେ।।