Lopamudra Parida

Action Inspirational

4  

Lopamudra Parida

Action Inspirational

ରାଜନୀତି

ରାଜନୀତି

2 mins
4



ଆମ ଘରେ ଯଦି ମୋ ଦିଅର ଆଉ ବର ଦିହେଁ ଯାକ ଏକାଠି ଟିଭି ଆଗରେ ବସିଗଲେ ତ ସରିଲା । ନିଉଜୁଫିଉଜୁ ଠୁ ପଲଟିକାଲ୍ ସର୍କସ .....ଆଜ୍ ତକ ଠୁ ଏନଡିଟିଭି ......ବିଜେଡି,ବିଜେପି, କଂଗ୍ରେସ,ଜନତା, ବିରୋଧୀ,ପକ୍ଷ ଅପକ୍ଷ ସବୁର ଯୁକ୍ତି ଫୁଲଦମ୍ ରେ ଚାଲିଥିବ। ବନ୍ଦ ହବାର ନାଁ ହିଁ ନଉ ନଥିବ। ତମ ମୁଣ୍ଡ ବିନ୍ଧିଯିବ ଶୁଣି ଶୁଣି ପଛେ ସେ ଦିଭାଇ ଥକିବେନି ।


ମୁଁ ଆଉ ମୋ ସାନ ଯାଆ ସହ ପନିପରିବା, ଛୁରିପନିକି,କୁଲାପାଛିଆ ଧରି ଅଗଣାକୁ ଫିଟିଗଲୁ । ସେଠି ସୁମି କାଠ ପେଲୁଥିଲା ଚୁଲିକୁ। ବସେଇଥିଲା ଭାତ ବଡ ହଣ୍ଡାରେ । ହଳିଆ ମାନେ ଖାଇବେ।ଧାନକଟା ବେଳ।


ସୁମି ଆମ ଘରେ ଏଇ ଘରକାମଦାମରେ ହାତବଟାଏ । ସାହାଯ୍ୟ କରେ କାମରେ । ପ୍ରତିବଦଳରେ ଦରମା ପତ୍ର ସହ ବିରିମୁଗ ,ଲୁଗାପଟା ଭଲମନ୍ଦ ପାଏ ।


ଆମେ ଦି ଯା କଣ ଆଡୁ ସାଡୁ ଗପୁ ଗପୁ ଶାଗବାଛୁଥାଉ କି ସୁମି କହିଲା," ଭାଉଜ, ସେଇଠି ତମ ପଛପଟକୁ କାଗଜ ଖଣ୍ଡେ ପଡିଛି ଦବଟି ! ଭାତ ହେଇ ଆସିଲାଣି ,ପେଜ ଗାଳିଦିଏ ।" 


ମୁଁ ପିଢ଼ା ତଳକୁ ଥିବା ଆଜିକା ଖବର କାଗଜଟା ଟାଣି ତା ହାତକୁ ବଢଉ ବଢଉ କହିଲି," ଆଲୋ ମୋଟା କପଡାଟେ ଆଣିକି କରୁନୁ।ହାତ ତାତିବନି ।" 


ସୁମି ଖବରକାଗଜଟି ଖୋଲି ଚିରିବାକୁ ବାହାରୁଥିଲା କି କ୍ଷଣେ ଅଟକି ଗଲା । ଗୋଟେ ଫର୍ଦ୍ଦ ତହିଁରୁ କାଢି ଝାଡି ମୁଣ୍ଡରେ ଲଗେଇ ଅଲଗାକି ମାଟି ଝାଡି ରଖିଲା । 


ଆମେ କାବା। ଆଲୋ ଇଏ କଣ ?


ସିଏ ଆମ ସଂନ୍ଦିଗ୍ଧ ଚାହାଣୀରୁ ଆମ ପ୍ରଶ୍ନ ଠଉରେଇ କାଗଜଟି ମେଲେଇ ଦେଖିଇଲା ,ଆଉ ପୁଣି ମୋଡ଼ି ଭାଙ୍ଗ ଯତ୍ନରେ ରଖିଲା ।


ଆମେ ଏକାଠି ହସିଉଠିଲୁ ଆଉ କହିଲୁ," ଆଲୋ ତୁ ବି ରାଜନିତିଆଙ୍କ ଭକ୍ତ ତେବେ । " 


ସିଏ ଟିକେ ଅଭିମାନ ବୋଳି କହିଲା," ନାଇଁ ଭାଉଜ, ମୁଁ ସେ ନୀତିଫିତି କିଛି ବୁଝେନି। ଆମ ଭଳିଆ ମଳିମୁଣ୍ଡିଆ ଖଟିଖିଆଙ୍କର ନିଜର ଖଣ୍ଡେ ର' ଠ' କି ଛାତ,ଆଉ ପେଟକୁ ଦି'ଓଳି ପେଟପୁରେଇକି ଭାତ ହେଲେ କାହିଁରେ କଣ । ସେଇ ଆମ ସରଗ ।କେତେ କଥା ସେଇ ସୁଖ ଆମ ପାଇଁ ।"


ପୁଣି କାଗଜଟିକୁ ମେଲେଇ ଧରି କହିଲା" କଣ ନ ଦେଇଛନ୍ତି ଇଏ ଆମକୁ। ସାଇକଲ ଠୁ ମାଟି ତେଲ। ଗ୍ୟାସ୍ ଠୁ ଚାଉଳ। ମେଡ଼ିକାଲ ଖର୍ଚ୍ଚ ଓଗରେ । ପୋଖତି ଖରଚ ହଉ କି ଅପରସନ । ଯାହା ହଉ ଯେତିକି କହୁଛନ୍ତି ଦଉଛନ୍ତି । ଦେଖୁନ ପୁଅ ଯୋଡାକ ମୋର, ଖଡିମଡେଇ ଆସେନି । ହେଲେ କଣ ହବ । ମେଟ୍ରିକି ପାସ୍ ନାଉ ।ମୋ ଦେହାତିକାଳେ ପାସ କରେଇ ପାରିଥାନ୍ତି ନା ତା ବୋପା ଚଉଦ ପୁରୁଷେ କିଏ ପାସ କରିଥିଲା ! କହୁନ.... ଉପକାର ମାନିବୁନି ଆମେ । ଗରିବ ସିନା ଦଗାବାଜ ନୁହଁ ମ ।ଠାକୁରସମ ଆମେ ମାନିଛୁ ତାଙ୍କୁ ଭାଉଜ । " 


ଆମେ କାଠ ।


Rate this content
Log in

Similar oriya story from Action