Kalpana Kumari Pradhan

Abstract Inspirational

4  

Kalpana Kumari Pradhan

Abstract Inspirational

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

3 mins
341


ଗୋଟିଏ ସୁନ୍ଦର ବନ ଟିଏ l ସେଠି ରହୁଥିଲେ ହରିଣ ହରିଣୀ ଯୋଡି ଟିଏ l ଭାରି ଆନନ୍ଦ ରେ ତାଙ୍କରି ଦିନ ବିତୁ ଥିଲା l ଚରି ବୁଲି ଝରଣା ଜଳ ପିଇ ଆନନ୍ଦରେ ଦିନ ଅତିବାହିତ କରୁଥାନ୍ତି l ହଠାତ ସେ ବନ ରେ ଅକାଳ ପଡିଲା l ଗଛ ସବୁ ଶୁଖି ଗଲା l ପିଇବା ପାଇଁ ଜଳ ଶଙ୍କଟ ଦେଖା ଗଲା l ଆସ୍ତେ ଜଙ୍ଗଲ ର ପଶୁ ପକ୍ଷୀ ସଂଖ୍ୟା କମି ଆସିଲା l କାହାର କୁ କର୍ମ ର ପରିଣାମ ସେ ଭୋଗ କରୁଛନ୍ତି ବୁଝିବାକୁ କାହା ପାଖରେ ସମୟ ନଥିଲା l ସମସ୍ତେ ପଳାୟନ କରୁଥିଲେ ନୂତନ ଜୀବନ ସନ୍ଧାନ ରେ l

    ଏ ସବୁ ଦେଖି ହରିଣ- ହରିଣୀ ଯୋଡି ବି ଭାବିଲେ ସେମାନେ ମଧ୍ୟ କୌଣସି ନୂତନ ଜାଗା ସନ୍ଧାନ ରେ ବାହାରିବେ l ସେଦିନ ସକାଳୁ ସକାଳୁ ନିଜର ଆସ୍ଥାନ ଛାଡି ବାହାରିଲେ l ଦୁଇଜଣ ଙ୍କ ଆଖି ଛଳ ଛଳ l ନିଜ ଜନ୍ମ ମାଟି ଛାଡି ବାର ଦୁଃଖ ଯେ ଭୋଗ କରେ ସେ ଅନୁଭବ କରିପାରେ ତାର ଯନ୍ତ୍ରଣା l ପାଦ ଆଗକୁ ଆଗକୁ ବଢୁ ଥାଏ ଆଉ ପଛରେ ରହିଯାଉଥିଲା ତାଙ୍କରି ସେ ସ୍ଥାନରେ ଥିବା ଅନୁଭୂତି ଆଉ ହସ ଖୁସି ର ଦିନ l ସମୟ ଗଡି ଚାଲିଲା ସକାଳ ଯାଇ ଦୁଇପ୍ରହର ହେଲାଣି, ଚାଲି ଚାଲି ଦେହ ଅବସ ଲାଗିଲାଣି l ଏପରି ଦୁଇ ଜଣ କଥା ହେବା ଭିତରେ ଆଖିରେ ପଡେ ଏକ ସୁନ୍ଦର କୁଳୁକୁଳୁ ବହୁଥିବା ଝରଣା ଟିଏ l ଦୁହେଁ ବହୁତ ଖୁସି ହେଲେ l ଝରଣା କୁ ଲାଗି ରହିଛି ଏକ ସୁନ୍ଦର ଚରା ଭୂମି l ଝରଣାରୁ ଦୁହେଁ ପାଣି ପିଇ, ପଡିବାରେ ଚରି ବାକୁ ଲାଗିଲେ ମନ ଖୁସିରେ l ହରିଣୀ ଟି ଚରୁଥାଏ କିନ୍ତୁ ହରିଣ ଟି ଚରୁ ଚରୁ ପାହାଡ଼ ରେ ଥିବା ଦ୍ୱାର ନିକଟରେ ପହଞ୍ଚି ଗଲା l ହରିଣୀ ମୁଣ୍ଡ ଟେକି ଚାହଁଚି ହରିଣ କୁଆଡେ ଉଭାନ ହୋଇଗଲା l ସେ ଦୌଡ଼ି ଆସିଲା ସେ ଦ୍ୱାର ନିକଟକୁ l କିନ୍ତୁ ସେତେବେଳେ କୁ ତାହା ବନ୍ଦ ହୋଇସାରିଥିଲା l ଦୁଃଖ ର ପାହାଡ଼ ଛିଣ୍ଡି ପଡିଲା ତା ଉପରେ l କିଛି ବୁଝି ପାରିଲାନି l ସେ ଠାରେ ସେମିତି ବସି ଲୁହ ଢାଳିବାକୁ ଲାଗେ l ସେପଟେ ହରିଣ ପହଞ୍ଚିଯାଏ ଏକ ବିଚିତ୍ର ଦୁନିଆଁ ରେ l ସେ ଠାରେ ଭର ପୁର ଖାଦ୍ୟ ପଦାର୍ଥ l ଭାରି ଶୀତଳ ପରିବେଶ l ସେ ଭୁଲିଗଲା ନିଜକୁ ଆଉ ତା ହରିଣୀକୁ l ସେଠି କେବଳ ଆନନ୍ଦ ହିଁ ଆନନ୍ଦ l ବହୁତ ପଶୁ ପକ୍ଷୀ ଥାନ୍ତି ସମସ୍ତେ ଭାରି ଖୁସିରେ ଥାନ୍ତି l କିନ୍ତୁ ଯେବେ ସେମାନେ ଏକାଠି ହୁଅନ୍ତି ନିଜ ପରିବାର କଥା ମାନପକାଇ ଦୁଃଖ କରନ୍ତି l ଏମିତି ଦିନେ ଆଲୋଚନା ରେ ବସି ଥାଏ ତାର ମନେ ପଡିଗଲା ହରିଣୀ କଥା l ସେ ଦୁଃଖରେ ଦୌଡ଼ି ଲା ଦ୍ୱାର ନିକଟକୁ l ସୁ ଦୀର୍ଘ ପ୍ରାଚୀର କେମିତି ଭେଦ କରିବ! ସେଠି ଥମ କରି ବସି ପଡିଲା l ତା ଆଖିରୁ ଅଶ୍ରୁ ନିର୍ଗତ ହେଲା l ଏପଟେ ଦ୍ୱାର ମୁହଁ ରେ ହରିଣୀ ବସି ଦିନ ରାତି ଅଶ୍ରୁ ନିଗାଡୁ ଥାଏ l ତା ଦେହ ପୁରା କ୍ଷୀଣ ହୋଇଯାଇଥାଏ l ଯେତେବେଳେ ହରିଣ ର ଅଶ୍ରୁ ଏକ ଧାର ହୋଇ ପ୍ରବାହିତ ହେଲା ତାହା ଯାଇ ମିଶିଲା ହରିଣୀ ର ଲୁହରେ l ଏକ ବଜ୍ର ନାଦ ହେଲା l ଏବଂ ତା ଦ୍ୱାର ଭାଙ୍ଗି ଗଲା l ହରିଣ କୁ ଦେଖି ହରିଣୀ ଓ ହରିଣୀ କୁ ଦେଖି ହରିଣ ଏକ ନବ ଜନ୍ମ ଲଭିଲେ l ଅନେକ ପଶୁ ପକ୍ଷୀ ମୁକ୍ତ ହେଲେ ସେହି କୁହୁକ ଜାଲ ରୁ l କେତେ ସ୍ୱର୍ଗ ସୁଖ ଲଭିଲେ ମଧ୍ୟ ନିଜ ଲୋକ ଓ ପରିବାରରେ ଯେଉଁ ଆନନ୍ଦ ଥାଏ ତାହା ପାର୍ଥିବ ସୁଖ ରେ ନଥିଲା l ଏ ସବୁ ସମ୍ଭବ ପର ହେଲା ହରିଣ -ହରିଣୀ ର ଶାଶ୍ୱତ ପ୍ରେମ ଯୋଗୁଁ l


Rate this content
Log in

Similar oriya story from Abstract