Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

SIPRA NAMTA

Romance Tragedy


3  

SIPRA NAMTA

Romance Tragedy


ସେଇ ଗୋଟିଏ ମୁହୂର୍ତ୍ତ

ସେଇ ଗୋଟିଏ ମୁହୂର୍ତ୍ତ

6 mins 717 6 mins 717

ଇଣ୍ଟର କଲେଜ କଂପିଟିସନ ର ଡିବେଟ "'ସମସାମୟିକ ସ୍ଥିତି ରେ ନାରୀ ସ୍ବାଧୀନତା ଓ ତା'ର ବାସ୍ତବ ଚିତ୍ର'' ରେ ଭାଗ ନେଇ ମୈଥିଳୀ ପ୍ରଥମ ହେବାର ଗୌରବ ଅର୍ଜନ କଲା ପରେ ଅନେକ ଶୁଭେଛା, ଅଭିନନ୍ଦନ ଓ ପ୍ରେରଣା ପୂର୍ଣ୍ଣ ବାର୍ତ୍ତା ଆସି ମହଜୁଦ ହେବାକୁ ଲାଗିଥାଏ ତା'ପାଖରେ ।ମୈଥିଳୀ ଖୁସି ଅନୁଭବ କରିବା ସହିତ ଅବୋଶୋଷ ମଧ୍ୟ କରୁଥାଏ ।କଲେଜ ରୁ ଘରକୁ ଫେରିବା ପାଇଁ ସ୍କୁଟିରେ ଷ୍ଟାର୍ଟ ଦେବାକୁ ଯାଉଛି ଘନିଷ୍ଠ ବାନ୍ଧବୀ ଲିଜା ଆସି ନାଟକୀୟ ଭଙ୍ଗୀ ରେ କହିଲା,''ଲିଫ୍ଟ ପ୍ଲିଜ଼ ଅତଏବ ଦୁଇ ବାନ୍ଧବୀ ଗୃହାଭିମୁଖୀ ହେଲେ ।

- "ଯା ହେଉ ଡିଅର ,ଡ୍ରାଇଭିଂ ଟା ଶିଖିଛୁ ବୋଲି ନା ...କହିଲା ଲିଜା ।

- "ନ ଶିଖି ବି ଚାରା ନାହିଁ ... ସମସ୍ତେ ଆଉ ତୋ ପରି ଦାସ ଦାସୀ ,ଗାଡି ମୋଟର ପରିବେଷ୍ଟିତ ଭାଗ୍ୟ ନେଇ ଆସିଛନ୍ତି ?

ଆଜି ରାଣୀଙ୍କ ବାହନ ଟା କୁଆଡେ ଗଲା କି?"

ଜୋରରେ ହସି ହସି କହିଲା ଲିଜା,"ସବୁକଥାରେ ସେଇ ଭାଗ୍ୟ ଟା କୁ କାହିଁକି ଆଣୁ କହିଲୁ ?ଜୀଵନ କୁ ଯେମିତି ଚଳେଇବୁ ସେ ସେମିତି ହେବ ।ତେବେ ଆଜିକାର ଭର୍ସନ ତୋର ବହୁତ ବଢିଆ ଥିଲା ମିଥି ।

"ସେ କଥା ତୁ ବୁଝିପାରିବୁନି ...ହେଲେ ଧନ୍ୟବାଦ ତୋ କମେଣ୍ଟ ପାଇଁ ।"କହିସାରିବା ବେଳକୁ ଆଗରେ ଟ୍ରାଫିକ ସିଗ୍ନାଲ ଦେଖି ଗାଡି ଅଟକାଇଲା ମୈଥିଳୀ ।ଠିକ୍ ସେହି ସମୟ ରେ ସେମାନଙ୍କ କଡ ରେ ଆସି ଅଟକିଥିବା ଏକକାର ମଧ୍ୟରେ ବସିଥିବା କେଇଜଣ ଯୁବକଙ୍କ ଭିତରୁ ଉଦଭ୍ରାନ୍ତ ପରି ଦିଶୁଥିବା ଯୁବକ ଟିଏ ଦୁଇ ବାନ୍ଧବୀ ଙ୍କ ଆଡକୁ ଏକ ଅଶାଳୀନ ମନ୍ତବ୍ୟ ଟିଏ ଫିଙ୍ଗି ଦେଇ ସୁସୁରି ଟିଏ ମାରିଦେଲା।

ଲିଜା କିଛି କହିବାକୁ ଯାଉଥିଲା ବେଳେ ମୈଥିଳୀ ତାକୁ ଅଟକାଇ ଦେଲା ।ସିଗ୍ନାଲ ଆସିବାରୁ ସେମାନେ ପୁଣି ଆଗେଇଲେ ।

- "କଣ ପାଇଁ ଅଟକାଇଲୁ ?ଗୋଟେ ତଡକା ଜବାବ ଦେଇଥାନ୍ତି ।"ରାଗ ରେ କହିଲା ଲିଜା ।

- "ଅଧିକ କଣ ହୁଅନ୍ତା ?ଆଉ ଗୋଟେ ସାମାଜିକ ଅପରାଧ ବଢ଼ିଥାନ୍ତା ନପୁଂସକ ସାମ୍ରାଜ୍ୟ ରେ ।ଏବେ ପରା କହି ଆସିଲି ସେଇସବୁ ବିଷୟରେ ...!"କହିଲା ମୈଥିଳୀ ।"ହୁଁ" ଗୋଟେ ତାତ୍ସଲ୍ୟ ପ୍ରତିବାଦ ବାହାରିଲା ଲିଜା ପାଟିରୁ ।

ଲିଜା କୁ ତାଙ୍କ ଘର ପାଖରେ ଛାଡ଼ିଦେଇ ମୈଥିଳୀ ନିଜ ଘରେ ପହଁଚିଲା ପରେ ପ୍ରଚଣ୍ଡ ଝଟକା ଲାଗିଲା ତାକୁ ।ଏକ ଅବିଶ୍ୱସନୀୟ ଦୃଷ୍ଟିରେ ଚାହିଁଲା ମା'ଙ୍କ ମୁହଁକୁ ।ତାଙ୍କ ମୁହଁରେ କରୁଣତା ର ଭାଵ ଆଉ ଆଖି ଦୁଇଟିରେ ଗଭୀର ଅସହାୟତା ଲୁଚି ଥିଲା ଯେମିତି ।ଚତୁର୍ଦ୍ଦିଗ କେବଳ ସନ୍ତ୍ରସ୍ତ୍ରତା ର ଭାଵ ଆଚ୍ଛାଦିତ କରିବା ପରି ଲାଗୁଥାଏ ତାକୁ ।ଝିଅ ବୋଲି ଆଜି ତା'ର କ୍ୟାରିଅର ପ୍ରତି ପ୍ରବଳ ବାଧା ...ଆଖିରେ ଲୁହ ସବୁ ଜକେଇ ଆସୁଥିବା ବେଳେ ମାଆଙ୍କର ନରମ ହାତର ସ୍ପର୍ଶ ତା'ମୁହଁରେ ଲାଗିଲା ,"ଝିଅ ଜନ୍ମଟା ପର ଘରକୁରେ ମା "କହି ଛଳ ଛଳ ଆଖିର ଲୁହକୁ ପୋଛିନେଲେ ସେ ।"

ହେଲେ କାହିଁକି ? କାହିଁକି ? ଖାଲି ଝିଅଙ୍କ ପାଇଁ କାହିଁକି ଏ ବେଡି ଶୃଙ୍ଖଳ ? ଏ ବୁକୁଫଟା ଚିତ୍କାରର ଉତ୍ତର କିଏ ଦେବ ?

ହାବୁକା ମାରି ବାହାରି ଆସୁଥିଲା ମୈଥିଳୀର ...ଏ ସଂସାରଟା କେତେ କୁଝଟୀକାମୟ ସତେ ?

କିଛି ସମୟ ପରେ ମୈଥିଳୀ କୁ ସୁସଜ୍ଜିତ ବେଶରେ ଅତିଥି ମାନଙ୍କ ସାମ୍ନା କରିବାକୁ ପଡିଲା ।ଅତିଥି କହିଲେ ,ବରପାତ୍ର ସହିତ ତାଙ୍କର କେଇଜଣ ବନ୍ଧୁ ଓ ମଧ୍ୟସ୍ଥି ମଉସା ।

ପରିଚୟ ସହ ନମସ୍କାର ଆଦାନ ପ୍ରଦାନ ସମୟରେ ଜଣେ ଯୁବକଙ୍କ ପାଖରେ ଅଟକିଗଲା ହାତ ମୈଥିଳୀ ର,"ଆରେ.. ଏ ତ ସେଇ ଟ୍ରାଫିକ ପାଖରେ କାର ଭିତରୁ ଇଙ୍ଗିତ କରିଥିବା ବ୍ୟକ୍ତି ....ଭ୍ରୁକୁଞ୍ଚନ କଲା ମୈଥିଳୀ ବୋଧହୁଏ କିଛି ଭୁଲ ହେଇଯାଉଛି କିନ୍ତୁ ନା ....ସେ ସ୍ପଷ୍ଟ ଦେଖିଛି ,ଇଏ ସେଇ ଉଦଭ୍ରାନ୍ତ ଯୁବକ ଅଟନ୍ତି ।ମନ ଟା ସମ୍ପୂର୍ଣ୍ଣ ଖରାପ ହୋଇଗଲା ମୈଥିଳୀର ।

କିଛି ସମୟର ବ୍ୟବଧାନ ପରେ ପାତ୍ର ରୂପେ ଆସିଥିବା ସମ୍ଭ୍ରାନ୍ତ ସୌମ୍ୟଦର୍ଶନ ଯୁବକଙ୍କ ସହ ମୈଥିଳୀକୁ ଏକାନ୍ତ ରେ ବର୍ତ୍ତାଳାପ କରିବାର ସୁଯୋଗ ଦେଇ ଅନ୍ୟ ମାନେ ସେ କୋଠରୀରୁ ବାହାରକୁ ଚାଲିଗଲେ । ନିଜ ଭିତରେ ଉଠୁଥିବା ସମସ୍ତ କ୍ଷୋଭକୁ ଚାପିଧରି ମୈଥିଳୀକୁ ସେ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଲା ।

- "ମୁଁ ଦେବେଶ ," ଗୋଟେ ସହଜ କଣ୍ଠ ସ୍ୱର ମୈଥିଳୀର କର୍ଣ୍ଣ ଗୋଚର ହେଲା । ବି ଏସ ସି, ଏମ ଟେକ ପରେ ବର୍ତ୍ତମାନ ଅଧ୍ୟାପକ ବୃତ୍ତି ସହିତ ପି ଏଚ ଡ଼ି କରୁଛନ୍ତି ବୋଲି ସେ ଜଣାଇଲେ । ତା' ପରେ ନିଜ ପାଳି ବୋଲି ଜାଣି ସେ କହିଲା

- "ମୁଁ ମୈଥିଳୀ ,ଏମ ଏସ ସି ଫାଇନାଲରେ ଅଛି ।

- କଣ ଲକ୍ଷ୍ୟ ଅଛି ଫିଉଚର ପାଇଁ ?

- ଏଜୁକେସନ ଲାଇନ ରେ ଇଚ୍ଛାଥିଲା କିନ୍ତୁ.....

-"ଯଦି ପୂରଣ ହେବାର ସୁଯୋଗ ନ ମିଳେ," ମୈଥିଳୀର କଥା ଅଧାରୁ ଛଡାଇ ନେଇ କହିଲେ ଦେବେଶ ।

ଅଳ୍ପ ସମୟ ନୀରବ ରହି ମୈଥିଳୀ କହିଲା ,"କିଛି କହିଲେ ଖରାପ ଭାବିବେନି ତ ?

"ଆରେ ନା ,ଏଥିରେ ଖରାପ ଭାବିବାର କଣ ଅଛି ? ପରସ୍ପରକୁ ଜାଣିବା ପାଇଁ ତ ଆମେ ଏଠି ଏକତ୍ର ଅଛୁ ।" ଉତ୍ତର ଆସିଲା।

"ନାରୀ ପାଇଁ ସୁଯୋଗ କଣ ? ଯୁଗେ ଯୁଗେ ତ ନାରୀ ପୁରୁଷ ଅଧିନସ୍ଥ, କାୟିକ, ମାନସିକ, ଆଉ ବାଚିକ ମଧ୍ୟ । ପ୍ରତ୍ୟେକ କ୍ଷେତ୍ରରେ ତା'ର ଅସହାୟତାର ନଗ୍ନ ରୂପ ଦେଖିବାରେ ଏ ଆଖି ଦୁଇଟି ଅଭ୍ୟସ୍ତ ହୋଇଗଲାଣି ।ଘର ଠାରୁ ଆରମ୍ଭ କରି ରାସ୍ତା ଘାଟ, ଦୋକାନ ବଜାରର ବାହ୍ୟ ପରିବେଶ ସବୁ ଠାରେ ଘନ କୁଝଝଟୀକାର ବଳୟ ଯେମିତି ଘେରି ରଖିଛି ।ତା'ମଧ୍ୟରୁ ଯେମିତି ମୁକ୍ତି ନାହିଁ ତା'ର । କାରଣ ମୁକ୍ତିକାମୀ ପାଇଁ ମୁକ୍ତିମାର୍ଗ ପ୍ରଦର୍ଶନ କରିବାର କାରକଟିଏ ଲୋଡ଼ା ଯେ .....!"

"ଏମିତି କାହିଁକି ଭାବୁଛ ?ସମସ୍ତେ କଣ ସମାନ ? "ମଝିରେ ବ୍ରେକ ଦେଲେ ଦେବେଶ ।କିଛି ଘଣ୍ଟା ପୂର୍ବରୁ ଟ୍ରାଫିକ ଠାରେ ଘଟିଥିବା ତିକ୍ତ ଅନୁଭୂତିଟିକୁ ଦେବେଶ ସମ୍ମୁଖରେ ଉପସ୍ଥାପିତ କରି ମନେ ମନେ ଭାବୁଥିଲା ମୈଥିଳୀ, ନିଜ ଘରେ ତ ଦେଖିଆସୁଛି କାହିଁ କେତେ ଛୋଟ ବେଳୁ ବାପାଙ୍କ ପରି ଶିକ୍ଷିତ ବ୍ୟକ୍ତିଟିର ନିଜ ସ୍ତ୍ରୀ ସହ ଦୁର୍ବ୍ୟବହାର, କଥା କଥା କେ ବିନା କାରଣରେ ହୃଦୟ ବିଦୀର୍ଣ୍ଣ କଲାଭଳି କଟୁକ୍ତି ,ତିରସ୍କାର , ଭର୍ତ୍ସନା,ଅପମାନ ସୂଚକ ମନ୍ତବ୍ୟ ର ବାରମ୍ବାର ପ୍ରୟୋଗ ଆଉ ମାଆର ବେଳେ ବେଳେ ମାନସିକ ଭାରସାମ୍ୟ ହରାଇବା ଘଟଣା ।ସାନ ବେଳେ ଥରେ ମାଆ କୁ କହିଥିଲା ସେ କାହିଁକି ସେସବୁ ସହୁଛି ?କାହିଁକି ବାପା କୁ ଛାଡି ଦେଉନି ?ନିଜେ ତ ଚାକିରୀ କରି ଘର ବାହାର ସବୁ କଥା ବୁଝୁଛି ,ବାପା ତ କେବେ ବି କିଛି ବୁଝନ୍ତିନି ..ରାତିରେ ଶୋଇବା ବେଳେ ତାକୁ କୁଣ୍ଢାଇ ଚାପି ଚାପି କାନ୍ଦେ କାହିଁକି ? କେତେ ରାତି ଉଜାଗରରେ କାନ୍ଦି କାନ୍ଦି ବିତାଏ କାହିଁକି ?..ସେତେବେଳେ ସବୁକଥା ବଡ ହେଲେ ଆପେ ବୁଝିପାରିବୁ ବୋଲି କହି କଥା ବାଁରେଇ ନିଅନ୍ତି ମାଆ।

ବଡ ହେଲା ପରେ ସେ ଅନେକ କଥା ବୁଝିପାରୁଛି ଏବଂ ଅନ୍ୟକୁ ମଧ୍ୟ ବୁଝାଇପାରୁଛି କିନ୍ତୁ ମନ ଦର୍ପଣରେ ଆଦର୍ଶ ପିତୃତ୍ବର

ଛବିଟି କାହିଁ କେଉଁ ଦିନରୁ ଲିଭିଯାଇଛି ,ଯେତେବେଳେ ପୁଅଟିଏ ନାହିଁ ବୋଲି ମାଆକୁ ଦାୟୀ କରି ତାଙ୍କ ତଣ୍ଟି ଚିପି ଧରିଥିଲେ ,ଓଃ.. ଆଉ ଭାବିପାରେନି ସେ ତା ଆଗକୁ, ମାଆ ଖାଲି ଗଁ ଗଁ ହୋଇ ଆକୁଳିତ ହେଉଥିଲା ବେଳେ ନିଜେ ଅସହାୟ ଭାବରେ କାନ୍ଦିବା ଦୃଶ୍ୟ.."ଭାବନା ରେ ପୂର୍ଣ୍ଣଛେଦ ପଡିଲା ଦେବେଶଙ୍କ କଥାରେ ,ନିଥର ଜଡ ହୃଦୟରୁ ଦୀର୍ଘଶ୍ଵାସଟିଏ ବାହାରି ଆସିଲା ।

- "ଆରେ ଛାଡ଼ ସେକଥା, ସେ ଅଜିତ ତା'ର ଏସବୁ ଗୋଟେ ପିଲାଳିଆମୀ ପ୍ରକୃତି" ।ଦେବେଶ ଚମକି ଉଠିଥିଲେ ମୈଥିଳୀ କଥାରେ ,ତେଣୁ ପରିସ୍ଥିତି କୁ ହାଲକା କରିବା ପାଇଁ ସେ ଏ କଥା କହିଲେ । "ୟା ପରେ ତା'ସହିତ ବନ୍ଧୁତା କାଟିବାକୁ ପଡିବ ।" ଧୀର କଣ୍ଠରେ ପ୍ରତ୍ୟୁତ୍ତର ଫେରାଇଲା ମୈଥିଳୀ ," ବନ୍ଧୁତ୍ୱ କଟିଗଲେ କଣ ସମସ୍ୟା ସମାଧାନ ହୋଇଯିବ ?ଆଚରଣ ରେ ପରିବର୍ତ୍ତନ କରାଇପାରିବା ଟା ପ୍ରକୃତ ବନ୍ଧୁତ୍ୱ ।"

ମୈଥିଳୀର ନିର୍ଭୀକତା, ସରଳତା ଆଉ ପ୍ରସାଧାନ ବିହୀନ ସୁନ୍ଦରତା ଦେବେଶଙ୍କୁ ମୁଗ୍ଧ କରୁଥିଲା ।ଅନେକ ଝିଅଙ୍କର ଲମ୍ବା ଚିଠାଟିକୁ ମୋଡି ମାଡି ଫିଙ୍ଗିଦେଉଥିଲେ ମନେ ମନେ ଆଉ ସବୁ ସମ୍ଭ୍ରାନ୍ତ ପଣିଆ ତାଙ୍କର ହାର ମାନି ଯାଉଥିଲା ମୈଥିଳୀ ପାଖରେ । ସେ ତା'ର ସମ୍ମତିକୁ ଅପେକ୍ଷା କରି କହିଲେ ,"ଘନ ତିମିର ଭିତରୁ କାହାକୁ ବାହାର କୁ କାଢିଆଣି ପାରିବି କି ନା ଜାଣେନା ,କିନ୍ତୁ ସୂର୍ଯ୍ୟାଲୋକ ଆସିବା ପର୍ଯ୍ୟନ୍ତ ସେଇ ପଥ ରେ ସହଯାତ୍ରୀ ଟିଏ ହୋଇପାରିବି ବୋଲି ସେ ବିଶ୍ୱାସ ମୋର ଅଛି।ଏଥିରେ ତମର କିଛି ଆପତ୍ତି ଅଛି?

ତମକୁ କାହା ସହ ସାଲିସ କରି ବଞ୍ଚିବା ଦରକାର ନାହିଁ ।ବରଂ କେହି ଯଦି ତମ ର ପ୍ରତ୍ୟେକଟି ଉଚିତ କଥାରେ ତମକୁ ଆନୁଗତ୍ୟ ଦେଖାଏ ସେଇଟା, ମୋତେ ବେଶୀ ଭଲ ଲାଗିବ ।ସେଇ ଗୋଟିଏ ମୁହୂର୍ତ୍ତ ର ନିଷ୍ପତ୍ତି ରେ ସାରା ଦୁନିଆ ବଦଳିଯାଏ ।"

ମୈଥିଳୀ ମୁହଁରେ ଭାଷା ନ ଥିଲା ।ଏତେ ସୁନ୍ଦର ହୃଦୟର ବ୍ୟକ୍ତି ଟିଏ ସେ ପୂର୍ବରୁ ଦେଖିଥିଲା କି ନାହିଁ ଭାବି ପାରିଲାନି ।

କଣ କହିବ ?ମାଆଙ୍କୁ ଅନେକ ଥର କହିବାର ଶୁଣିଛି ,"ଝିଅର ଭାଗ୍ୟ ପଥର ତଳେ । ଶର ବିଦ୍ଧ ଆହତ ପକ୍ଷୀର ଯନ୍ତ୍ରଣାରେ ଆତୁର ଓ ଛଟପଟ ହୋଇ ବଞ୍ଚିବାକୁ ପଡେ । ହୃଦୟଟା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଉଥିଲେ ବି, ଅସହ୍ୟ ହେଉଥିବା ଅସଂଖ୍ୟ କ୍ଷତକୁ ନେଇ ଓଠରେ ହସ ଫୁଟେଇବା ହିଁ ହେଉଛି ନାରୀ ଆଉ ନାରୀର ଧର୍ମ । ତାକୁ ବି ଆଜି ସେଇ ଧର୍ମ ନିଭେଇବାକୁ ପଡିବ ।ଦେବେଶ ତା'ର ସମ୍ମତିକୁ ଅପେକ୍ଷା କରିଛନ୍ତି ।ତାଙ୍କର ପ୍ରତ୍ୟେକଟି କଥାରେ ବଳିଷ୍ଠତାର ଆଭାସ । ସବୁବେଳେ ଉଦାସ ଓ ବିରାଗ ରହୁଥିବା ମନ ଭିତରେ ସତେ ଯେମିତି ମଳୟ ମଳୟ ବୋହିବାକୁ ଆରମ୍ଭ କଲାଣି । ତା ମନ ବଗିଚାରେ ଅସଂଖ୍ୟ ସୁଗନ୍ଧିତ ପୁଷ୍ପର ପାଖୁଡା ମେଲିବାକୁ ବସିଲାଣି ।ସତେ ଯେପରି ସେ ଏଇ ଗୋଟିଏ ମୁହୂର୍ତ୍ତର ପ୍ରତୀକ୍ଷାରେ ଥିଲା ... ତାକୁ ଜଣେ କେହି ବୁଝିବାକୁ ଚେଷ୍ଟା କରୁ ।ସେଇ ଗୋଟିଏ ମୁହୂର୍ତ୍ତ ମଧ୍ୟରେ ସବୁ ଅନ୍ଧକାର ଓ ଘନ କୁହୁଡ଼ିର ବଳୟ ଅପସରି ଯାଇ ସ୍ନେହ, ପ୍ରେମ, କରୁଣା ଆଉ ମାନବିକତାର ଆଲୋକ ରେଣୁ ବିଞ୍ଚି ଦେବ ।ସେଇ ଗୋଟିଏ ମୁହୂର୍ତ୍ତରେ ତା'ହୃଦୟର ପୁଞ୍ଜିଭୁତ ବେଦନାର ବରଫ ସ୍ତୁପଟି ତରଳିବାକୁ ଆରମ୍ଭ କରି ତୀବ୍ର ବେଗ ରେ ଯେପରି ଦଉଡି ଯାଉଥିଲା ଦେବେଶ ପାଖକୁ ...।

ସିପ୍ରା ନାମତା ,ନମ୍ରତା

ବାରିପଦା, ମୟୁରଭଞ୍ଜ


Rate this content
Log in

More oriya story from SIPRA NAMTA

Similar oriya story from Romance