ସେଇ ଚିହ୍ନାବାଟ
ସେଇ ଚିହ୍ନାବାଟ
ପାଗେଲା ପ୍ରଧାନ, ଯେତେବେଳେ ତା'ନିଜ ଅଫିସରେ ବସି ପଡୁଥିଲା ସେତେବେଳେ ତା' ଛାତି କୁଣ୍ଢେମୋଟ ହୋଇଯାଉଥିଲା।
ସବୁ କିଛି ବଦଳି ଗଲା, ତା ଜୀବନ,ତା ଘର
ତା ଚାଲିବାର ବାଟ,ସବୁକିଛି ବଦଳିଗଲା ହେଲେ
ତାର ଏଇ ନାଁ ଟାକୁ ସେ ବଦଳେଇ ପାରିଲାନି।
ବେଳେବେଳେ ଭାବେ ବାପା, ବୋଉଙ୍କୁ କଣଆଉ
କିଛି ମିଳିଲାନାହିଁ ଯେ ଶେଷକୁ ତା'ନାଁ''ପାଗେଲା''
ଦେଇଦେଲେ ।
ଥରେ ବୋଉକୁ ପଚାରିଥିଲା ହେଲେ,ବୋଉ ତାର କାନ ମୋଡି ଦେଇ କହିଥିଲା '' ନା ରେ ପୁଅ ହେଇମିତି ଆଉ ଦିନେକହିବୁ ନାଇରେ "
""କେତେ ହନ୍ତସନ୍ତ ରେ ତୋତେ ପାଇଛି ରେ
ଧନ ,ମା ମଙ୍ଗଳାଙ୍କ କୁରୁପା ହେଲାବୋଲିତୋତେ କୋଳରେ ଧରିଲି ।ନହେଲେ ବାଞ୍ଝମଡ଼ିଛି ହୋଇ ନିଉଛୁଣା ହଉଥିଲି ।ମା ମଙ୍ଗଳା କରୁଣାରୁ ତୋ ଦିହପା ଭଲଥାଉ।
" ସହସ୍ରେ ବରଷ ବଞ୍ଚି ଯୁଗ ରାଇଜ କର ।ତୋ ଆଗରେ ଆମ ମୁହଁ ଉପରେ ଲୁଗା ପଡ଼ି ଯାଉ" ........
ଏତେ କଥା ଶୁଣିବାପାଇଁ ପାଗେଲା ପାଖରେ ଧୈର୍ଯ୍ୟ ନଥିଲା............ସେ କିଛି ନ କହି ଚୁପ ରହିଗଲା.......ହେଲେଏଇ''ପାଗେଲା"
ନାଁ....ଟା ଯୋଗୁଁ ସବୁବେଳେ ତାକୁ ଅପଦସ୍ତ ହେବାକୁ ପଡୁଛି।
ଧଡ଼ିଆ ଆଉ ପୁନେଇର ଗେଲ୍ହାପୁଅ ପାଗେଲା
ଗାଁସ୍କୁଲ ରେ ଦଶମ ପର୍ଯ୍ୟନ୍ତ ପାଠ ପଢିଥିଲା....
ହେଲେ ମେଟ୍ରିକପାସ କରି ପାରି ନଥିଲା ।
-ତାଙ୍କରି ବିଲରେ ଚାଷକରିବାକୁ
ବାପା କଥାରେ ବାଧ୍ୟହୋଇ ରାଜିହେଲା।
ଧଡ଼ିଆ ସେ ଖଣ୍ଡମଣ୍ଡଳରେ ଭଲ ଚାଷୀଟିଏ
ତେଣୁ ଆଉ ଦୁଇ ଜଣ ଜମିମାଲିକ ମାନଙ୍କର ବିଲ କୁଭାଗ ନେଇ ଚାଷ କରୁଥାଏ........
ହେଲେ .........
ପାଗେଲା ଆଖିରେ ଖାଲି ବଡ଼ ହେବାର ସ୍ବପ୍ନ...........ଏଇ ବିଲ ଚାଷ ଆଉ ଏତିକି ଧାନ ରେ ସେ ସନ୍ତୁଷ୍ଟ ନୁହେଁ..........ତା ମନରେ ଉଙ୍କି ମାରେ ଅସୁମାରୀ ଆଶା ।
ବାପା ସଙ୍ଗରେ ଚାଷ କରିବା ପରେ ସେ ଜାଣିଲା ଚାଷକରିବା କେତେକଷ୍ଟ, ଅକ୍ଲାନ୍ତ
ପରିଶ୍ରମ କରିବାକୁ ହେବ ବର୍ଷସାରା ତା ହେଲେ
ଅମଳ ହେବ ଏଇ ଧାନତକ ..........ଏଇତକ ଧାନରୁ ବିହନ ପାଇଁ ରଖି ଘରେ ଖାଇବାକୁ ଅଣ୍ଟେ
ନାହିଁ, ତେଣୁ ସାଆନ୍ତଘରୁ ଧାନ ଗଣ୍ଡେ ଉଧାରଆଣି ବାପା ତାର ବର୍ଷକ ପାଇଁ ଚାଉଳ କରି ରଖେ।
ମା,ତାର ଜମି ମାଲିକ ମାନଙ୍କ ଘରେ ଛୋଟମୋଟ କାମ କରି ପ୍ରତିବଦଳରେ ତାଙ୍କ ଘରୁ କେବେ ବେଳେବେଳେ ଭାତତରକାରୀ ଆଉପୂଜାପର୍ବରେ ପିଠାପଣା ଆଣେ।
ପାଗେଲା ପାଇଁ ତାଙ୍କ ପିଲାଙ୍କର ପୁରୁଣା ସାର୍ଟପ୍ୟାଣ୍ଟଦେଇ ଦିଅନ୍ତି । ଦୁଃଖେସୁଖେ ସଂସାର ଚଳଉଥିବା ଧଡ଼ିଆ କିନ୍ତୁଭାରି ଶାନ୍ତି ରେ ଥାଏ।
ପାଗେଲା ର ପୁର୍ବ ଅବସ୍ଥା ଆଉ ନାହିଁ, ଏବେ
ସେ ପାଗେଲା ବାବୁ ହୋଇ ଯାଇଛି। କୁଡିଆ ଯାଗାରେ ମହଲ କରିଛିସେ . .।
-କଣ ନାହିଁ ତାର............??ଘର ଭିତରେ ଭର୍ତ୍ତି ହୋଇଛି ଦାମୀ ଦାମୀ ଆସବାଵ ପତ୍ର....
ବିଭିନ୍ନ ପ୍ରକାର electronics ସାମଗ୍ରୀ, ତା ସହିତ ଦୁଇ ଦୁଇଟା କାର......ଘରେ ଚାକର,ପୁଝାରି ।ସବୁଦିନ ଘରେ ନାନା ପ୍ରକାରଖାଦ୍ୟ ରନ୍ଧା ଯାଉଛି।
- ପାଗେଲା ସ୍ତ୍ରୀ ତ ରାଣୀ ଭଳି ଚଳୁଛି ,ସୁନା ଗହଣା ରେ ସଜେଇ ଦେଇଛି ତାକୁ!!
- ପିଲାମାନେ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ୁଛନ୍ତି।ପିଲାଦୁହିଁଙ୍କର କେଉଁଥିରେ ଅଭାବ ଅନୁଭବ କରିବାକୁ ଦେଇନି ସେ ତା ମନର ଅବଶୋଷକୁ ଭୁଳିନି ,କେତେ କଷ୍ଟରେ କଟିଛି ତା ପିଲାଦିନ।
ହେଲେ.....ବୋଉ କିନ୍ତୁ ବଞ୍ଚିନ ଥିଲା ପାଗେଲାର ଏଇ ସୁଖ ଦେଖି ବାକୁ ସେଇ ମାଟି ଲିପା କାନ୍ଥ , ଛପର ହୋଇନଥିବା ଚାଳ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା ..............
- ଏଇ"ପାଗେଲା"" ନାଁଟା ଯୋଗୁ ସବୁଠି
ନିଜକୁ ଅସହଜ ମନେକରୁଥିଲା ସେ,ହେଲେ ସିଏ
ତା ପୁଅ ଓ ଝିଅ ଙ୍କର ନାମ ବାଛିବାଛି ଦେଇଛି।
""ସୌମ୍ୟ ଆଉ ସ୍ୱପ୍ନା"" ଶୁଣୁ ଶୁଣୁ ଲାଗୁଛିଯେମିତି କେଉଁ ଶିକ୍ଷିତ ଆଉ ସଂମ୍ବ୍ରାନ୍ତଘର ର ପିଲା।
........ପାଗେଲା ରକେଉଁଥିରେ ଅଭାବ ନ ହେଉ, ଏଇ ଚେଷ୍ଟାରେ ଲାଗିଥିଲେ ବାପା ବୋଉ.........।
...... ହେଲେ ସେମାନେ ତ ପର ଉପରେ ନିର୍ଭର କରନ୍ତି !! କଣ ବା କରିବେ!!!
ପୁନେଇ ତା ବାଡ଼ିରେ ଶାଗ ପଟାଳିଟିଏ ରୋଇଥାଏ,ଜହ୍ନି ଦି ମନ୍ଦା, କାକୁଡି ଭେଣ୍ଡି କିଛି ଲଗାଇ ଥାଏ ସକାଳେ ସଞ୍ଜ ରେ ସେଥିରୁ ଦିଟା ତୋଳିଆଣି କାମ ତୁଲାଇଦିଏ।
- ସକାଳ ପହରୁ ପଖାଳଗଣ୍ଡେ ଖାଇ ବାପା କାମରେ ଲାଗିଥାନ୍ତି,ଧଡ଼ିଆ ପୁଅକୁବତାଏକେମିତି
ଚାଷ ଜମିରେ ଖଟିବାକୁପଡେ,ଏ କାମ ପାଗେଲା କୁ ସୁହାଏ ନାହିଁ।ଦିନସାରା ବିଲରେ କାମ କରି କରି ଫେରନ୍ତି ସଞ୍ଜକୁ,ଘରକୁ ଆସିଲେ ବୋଉ
ନାଲି ଚା କରି ଦିଏ ,ଭୁଜାପକେଇ ତିନି ଜଣ ଯାକ
ପିଅନ୍ତି ।ତା ପରେ ବାପା ଭାଗବତ ଶୁଣି ବାକୁ ଯାଆନ୍ତି।ବୋଉ ସଞ୍ଜ ବତୀ ଲଗେଇ ଈଷାଣ ରେ
ଓ ବୃନ୍ଦାବତୀଙ୍କୁ ଜୁହାରହୁଏ ......
.......... ବେକରେ କାନି ଗୁଡେଇ
ପାଗେଲା ପାଇଁ ଆୟୁଷ ମାଗେ ""ମା ଲୋ ମୋ
ପିଲାକୁ କୋଟି ପରମାୟୁ ଦେ ,ତା ମୁଣ୍ଡରେଦୁବ ଚାଉଳ ପଡୁ,"" ପାଗାମୋର ବଡ଼ ମଣିଷ ହଉ
ଏତେ ସବୁ କଥା ତା ମୁଣ୍ଡରେ ପଶେନି
ତାର କେବଳ ଗୋଟିଏ ଚିନ୍ତା କେମିତି ସିଏ ବଡ଼ ଲୋକ ହେବ .....????
..... କଣ କରି ଅଧିକ ,କିଛି ଧାନ ବିକି
ଟଙ୍କା ରୋଜଗାରକରିବ?????....
-ଏମିତି ଦିନେ ବାପାର ତାର ବିଲ ବଛାବଛି କରୁଛନ୍ତି ଦୁରରୁ ଗୋଟିଏ କାର ଦେଖା ଗଲା
ବିଲଟା ମୁଖ୍ୟ ରାସ୍ତାର କିଛି ଦୁରରେ ଅବସ୍ଥିତ
ତେଣୁ ସେମାନେ ଦେଖି ପାରୁଥାନ୍ତି ।ସେଥିରୁ ଦୁଇଜଣବ୍ୟକ୍ତି ଓହ୍ଲାଇଲେ ଏବଂ ତାଙ୍କବିଲ
ଆଡେ କିଛି ସମୟ ଚାହିଁ କଣ କଥା ହେଲେ
ତା ପରେ ଚାଲି ଗଲେ !!!
ଏ ଭିତରେ କିଛି ଦିନ ଚାଲି ଯାଇଛି.........
- ଦିନେ ସକାଳୁ ସକାଳୁ ପାଗେଲା କୁ ତା ବାପା କହିଲା
-" ପୁଅ ତୁ ଆଜି ବିଲ ଆଡେ ଯାଇ ଟିକେ ବୁଲି ଆ କି "
"-ମୋ ଦିହ ଭଲ ଲାଗୁନି କାଲି ଆଡକୁ ସାଥି ହୋଇ ଯାଇ ବାକିଆ କାମ କରିବା।""
- "ହଉ ବାପା ମୁଁ ଯାଉଛି "କହି ପାଗେଲା ଚାଲି ଗଲା।ବିଲ ଆଡୁ ଫେରୁଛିଦେଖିଲା ସେଦିନ
ଦେଖିଥିବା ଗାଡିଟି ସାଆନ୍ତଘର ଜମିପାଖରେ
ଠିଆହୋଇଛି।ସେଇ ଲୋକ ଦୁଇଜଣମଧ୍ୟଅଛନ୍ତି।
କୌତହଳୀ ହୋଇପାଗେଲା ସେମାନଙ୍କ ପାଖରେ ପହଁଚିଲା !!
ସେମାନଙ୍କ ଭିତରୁ ଜଣେପଚାରିଲା।?
ତମେ ମିଶ୍ର ସାଆନ୍ତଘର ବିଲ ଧରିଛ।।??
ହଁ ଆଜ୍ଞା--
-ମୋର ଗୋଟିଏ ଛୋଟ କାମ କରି ଦବ??
ଆଜ୍ଞା କହୁନାହାନ୍ତି,ମୋ ଦ୍ୱାରା ହେଇ ପାରିଲେ କରିଦେବି!!
ମିଶ୍ରସାଆନ୍ତଙ୍କ ବିଲ ଆରପଟ ଜମିଟା ମୁଁକିଣିଛି,
ସେଇ ଯାଗାଟି ପ୍ଳଟିଂ କରି ବିକ୍ରି କରିବାକୁ ପ୍ଲାନିଂ
କରୁଛି,କିନ୍ତୁ ସେପଟ ଜମିକୁ ଯିବାକୁ ହେଲେ ରାସ୍ତା ଦରକାର ପଡିବ ତେଣୁ ତୁମେଯଦି ସାଆନ୍ତ
ଙ୍କୁ ବୁଝାଇ ତାଙ୍କ ବିଲ ରୁ କିଛି ଯାଗା ଆମକୁ କିଣେଇ ଦିଅନ୍ତ........ତା ହେଲେ ଆମେ ତୁମକୁ
ମଧ୍ୟ ତୁମ ପରିଶ୍ରମ ର ପ୍ରାପ୍ୟ ଦିଅନ୍ତୁ.........।
-- ପାଗେଲା ବୁଝି ପାରିଲା,ଏ କାମଏତେସହଜ ନୁହେଁ,ଏଥିପାଇଁ ପ୍ରଥମେ ତା ବାପା ରାଜି ହେବ ନାହିଁ,......ଧଡ଼ିଆ କହେ ଜମି ଆମର ଲକ୍ଷ୍ମୀ ଠାକୁରାଣୀ ତାଙ୍କୁ ବିକିଲେ ଅନ୍ନମିଳିବନି ଲକ୍ଷ୍ମୀ କୋପ କରିବେ ..........।
- "କଣ କରିବ ସିଏ ଯଦି ଏଇ ମାନଙ୍କୁ
ମନା କରି ଦିଏ ହାତକୁ ଆସୁଥିବା ନଗଦ ଟଂକା
ହରେଇବ "ଏମିତି ଭାବିଭାବି ଯାଉଛି ସାଆନ୍ତ
ଘର ପାଖରେ ତା ପାଦ ଅଟକି ଗଲା .........
ଯିବ କି ନଯିବ ଭାବି ପଶିଗଲା ଭିତରକୁ।ଏକଲା
କେବେ ଆସି ନଥିଲା ସେ ସବୁବେଳେ ବାପା ସାଥିରେ ଆସେ ।
ପାଗେଲା କୁ ଦେଖି ସାଆନ୍ତ ପଚାରିଲେ କିରେବାପା ଆସିନି??....
-ପାଗେଲା କହିଲା, ନାହିଁ ସାଆନ୍ତେ ,ମୁଁ ଏକା ଆସିଛି.....!!
କଣ କାମ କୁ ଯାଇଥିଲୁ ?
ହଁ ଆଜ୍ଞା!!
ଆଉ କହ କାହିଁକି ଆସିଲୁ ?
-ପାଗେଲା କହିଲା ,"ମୁଁ କହୁଥିଲି କି ବିଲରେ ଟିକେ ଏବର୍ଷ ମାଟି କାମ କରିବା ଲାଗି"!........
-ହଁ, ହଉ ମୁଁ କଣ ମନା କରୁଛି ତୋ ବାପା କୁ ପଚାରୁନୁ ,.....ସେ କେବେ କରିବ??
--ସେ ମତେ ଟିକେ ଆଗୁଆ କହିଲେ !!ଟଂକା ଯୋଗାଡ଼ କରିବି ।!!.....
"ପାଗେଲା ଭାବୁଛି ,କେମିତି ଜମି ବିକିବା କଥା କହିବ "!!
-ଏତିକି ବେଳକୁ ସାଆନ୍ତେ କହିଲେ !"ବୁଝିଲୁ ପାଗେଲା, ଏବେ ତ ଆଉ ଆଗ ଭଳି ଧାନ ଅମଳ
ହଉନି, ଘରପାଇଁ ରଖିବାପରେ ଆଉ ବିକିବାକୁ ଵଳୁନାହିଁ ତେଣୁମାଟି କାମ କରିବାକୁ ଟଙ୍କାପଇସା ଯାହା ଦରକାର ଆଗରୁ ପିଲାମାନଙ୍କୁ କହିବାକୁ ପଡ଼ିବ ""।
" ସେମାନେ ତ ଗାଁ କଥା ,ବିଲବାଡ଼ିକଥା,
ବୁଝିବାକ ଆଗ୍ରହ କରୁନାହାନ୍ତି ।"
"" ପାଗେଲା ଟିକେ ରହି କହିଲା.... . ..ମୁଁ କଣ କହୁଥିଲି କି ,ଆପଣଙ୍କ ବିଲ କୁ ଲାଗି ଯେଉଁ
ଦାସ ଘର କିଆରିଟି ଅଛି......ସେଇଟା ଜଣେ
ଵିଲ୍ଡର୍ କିଣିଚି, ସିଏ କହୁଥିଲା ତା' ଯାଗାକୁ ରାସ୍ତା କରିବା ପାଇଁ କିଛି ଜମି ଦରକାର ପଡିବ.....ଯଦି ଆପଣ କହିବେ ମୁଁ ତା ସହିତ କଥା ହେବି!!!""
-- ଆପଣ ଙ୍କ ବିଲ ଦେଇ ତା ରାସ୍ତାଟା ନେବ
ଆଉ ସେହି ଟଙ୍କାରେ ଆପଣଙ୍କ ବିଲରେ ମାଟି କାମଟାମଧ୍ୟ ହୋଇପାରନ୍ତା.........
--କହିବେ ଯଦି ମୁଁ ସେମାନଙ୍କୁ ପଚାରିଵି!!
- ତୁ ସେମାନଙ୍କୁ ଜାଣିଛୁ କି???
-ନାଇଁ ଆଜ୍ଞା ମୁଁ ଶୁଣୁଥିଲି ସେମାନେ ଯାଗା
ଖୋଜୁଛନ୍ତି।
-"ତୋ ବାପା କୁ ପଚାରୁନୁ ?"
-"ନାଇଁ ବାପା ରାଜି ହେବନି "।ପାଗେଲା କହିଲା....-"ହଉ ପଚାରେ ସେଇ ଲୋକକୁ ଯଦି ସେ ନେବାକୁ ଚାହୁଁଛି"
-"ତାହେଲେ ଦେଇଦବା ।ପିଲାମାନଙ୍କୁ ମାଗିବାକୁ ପଡିବନି!!"
ପାଗେଲା ଯେମିତି ଏକଥା ଶୁଣିଛି ,ତା ମନରେ ଉଙ୍କିମାରିଲା ଖାଲି ଟଙ୍କା ଆଉ ଟଙ୍କାର ରଙ୍ଗୀନ ସ୍ବପ୍ନ......କେତେ ଦେବେ ସେମାନେ ...ଲକ୍ଷେ..
ଦି ଲକ୍ଷ.... ...ନା ତିନି ଲକ୍ଷ ......!!!
-ରାତିରେ ଆଉ ନିଦ ହେଲାନି ତାକୁ!!
-ଟଂକା ଆଣିଲେ ସେ ଆଗ ଘର ତିଆରି କରିଵ
ଘର ପୁରା ଭାଙ୍ଗି ଗଲାଣି ।
-ଘରରକାନ୍ଥ ବର୍ଷାଯୋଗୁଁ ଦବିଗଲାଣି କେତେବେଳେ ଗଳିପଡ଼ିଵ ସେଇ ଭୟରେ ସେମାନେ ରାତିରେ ଶୋଇ ପାରୁ ନାହାଁନ୍ତି।
- ଏମିତି ଭାବି ଭାବି ଶୋଇଗଲା,ପାଗେଲା
ନିଦରେ ଶୋଇ ସ୍ବପ୍ନଦେଖିଲା,ତାକୁ ବହୁତ ଟଙ୍କା ମିଳିଛି।ସେଇ ଟଙ୍କାରେ ସେ, ତା ଘର ତିଆରି କରୁଛି, ଖୁଣ୍ଟିଉଠେଇ ଚାଳ ଟେକିଦେଇଚି।ମାଟି କାନ୍ଥ କୁ ଲିପିବୋଉ ଚିତା ଦଉଛି।ବାପା ଉଚ୍ଚା ବାରଣ୍ଡା ରେ ବସି ଚା ପିଉ ପିଉ ପାଗେଲା କୁ ଡାକୁଛନ୍ତି।
ନିଦ ଭାଙ୍ଗିଗଲା ବାପା ଡାକରେ........
ସକାଳୁ ଉଠି ବିଲ ଆଡକୁ ଟାଣି ନେଇଗଲା ତାର ସେଇ ରାତିର ସପନ।
ତାପରଠାରୁ ପାଗେଲା ହୋଇ ଗଲା ଜମି ବିକା କିଣାରେ ଓସ୍ତାଦ୍।ବିଲଡର ମାନଙ୍କ ଠାରୁ ମୋଟା ଆକାର କମିଶନି ଆଦାୟ କଲା ଆଉ ଜମିମାଲିକ ମାନଙ୍କୁ ଫସାଇ ଲାଭବାନହେଲା।
ଗୋଟେ ଜମିକୁ ଦି ଥର ବିକିଲା, କାହା ଘରେ ଭାଇ ଭାଇ ମଧ୍ୟ ରେ ତିକ୍ତତା ସୃଷ୍ଟି କରିଦେଲା
ସହର ଦୃତବୃଦ୍ଧି ସାଙ୍ଗକୁ ଵିଭିନ୍ନପ୍ରକାର
ବ୍ୟବସାୟିକ ପ୍ରତିଷ୍ଠାନ, ତଥା ଶିକ୍ଷାନୂଷ୍ଠାନ ଗୁଡ଼ିକର ବହୁଳତା ସହର ବାହାରକୁ ମାଡ଼ି ଚାଲିଲା ....
ବାସଗୃହ ନିର୍ମାଣର ଆବଶ୍ୟକତା ଯୋଗୁଁ ଲୋକମାନେ ରୋଡ ସାଇଡ ବିଲକୁ କିଣିବାକୁ ଆଗ୍ରହୀ ହେଲେ ।
ଏ ପରିସ୍ଥିତି ର ଭରପୁର ଫାଇଦା ଉଠାଇଲେ
ପାଗେଲା ମାନଙ୍କ ଭଳି ଦଲାଲ ମାନେ।
ଯାହା ଫଳରେ ଲୋକ ମାନେ ଚାଷ ଜମି ଗୁଡିକ
ଅଧିକ ଅର୍ଥ ଲୋଭରେ ବିକ୍ରି କରିବାକୁଲାଗିଲେ
ପଇସା ନେଇ ଅଏଷ କଲେ ।ପରିଶ୍ରମ କରିଚାଷ କରିବାକୁ ପସନ୍ଦ କଲେ ନାହିଁ।
ପୁଅ ର ଏପରି କରିବାଟା କୁ ପସନ୍ଦ
କରିନପାରି ଦୁଃଖି ହଉଥିଲା ଧଡିଆ ।ପାଗେଲା ବାପା କଥା କିଛିଶୁଣୁ ନ ଥିଲା ।ଏଇ ଦୁଃଖ ଭିତରେ ଧଡିଆ କୁ ଭଗବାନ ଆଉ ଗୋଟିଏ ବଡ଼ ଦୁଃଖ ଦେଲେ,ପୁନେଇର ଦେହ ଖରାପ ହୋଇ ଗଲା ଧୀରେ ଧୀରେ କତରା ଧରିଲା ସେ ଦିନ କେଇଟା ଯାଇନି ପୁନେଇ ଆରପାରି କୁ ଚାଲିଗଲା।
ପୁନେଇଁ ମରିବା ପୁର୍ବରୁ ମା ର ମନ ରଖି ପାଗେଲା ବାହା ହୋଇ ଯାଇଥିଲା।
ଧଡିଆର ଆଉ ବିଲ କାମରେ ମନ ଲାଗିଲା ନାହିଁ ,ପାଗେଲା ତ ଜମି ଦଲାଲ ହୋଇ ଅପର୍ଯ୍ୟାପ୍ତ ନଗଦ ଟଙ୍କା ରୋଜଗାର କରିଲା
ବିଲ ସବୁ ପଡିଆ ପଡ଼ିଲା ।ଚାଉଳ କିଣି ଖାଇବା
ତା ପାଇଁ ସହଜ ଆଉ ସୁବିଧା ଜନକ ହୋଇ ଗଲା।
ଗାଁ ଲୋକେ ଟଙ୍କା ଲୋଭରେ ଜମି ବିକିଲେ, ଯେଉଁ ମାନେ ନ ବିକି ରଖିଲେ ସେମାନଙ୍କ ବିଲ ଚାଷ କରିବା ପାଇଁ ଲୋକ ମିଳିଲେ ନାହିଁ।
ଘରେ ଘରେ ଗାଡି ମୋଟର, ସମସ୍ତ ଙ୍କର କୋଠା ଘର, କିଏ କାହିଁକି କାହା ପାଖରେ ମୂଲିଆ ହୋଇ କାମ କରିବ।!!!!
ପାଗେଲା ତା ଅଫିସ ଖୋଲି ବସିଲା , ବଡ଼ ବଡ଼ ଵିଲ୍ଡ଼ର୍ ଓ ଜମି ମାଲିକ ଯା ଆସ କରି
କାମ ହାସଲ କଲେ ,ଚାହୁଁ ଚାହୁଁ ସେ ପାଗେଲାରୁ,
ପାଗେଲା ବାବୁ ହୋଇ ଯାଇଥିଲା............
ଧଡ଼ିଆ କତରା ଲାଗି ହୋଇଗଲାଣି, ପାଗେଲା ତାକୁ ବାରିପଟ ଚାଳିଆ ରେ ରଖିଛି।ନାତି ନାତୁଣୀ ଙ୍କୁ କେତେବେଳେ କେମିତି ଟିକେ ଦେଖେ ।ବୋହୂ ତ ଖାଲି ଦୁଇ ବେଳା ଖାଇବାକୁ
ଦେଇ ଯାଏ ରାତିସାରା କାଶହୁଏ,ଶୋଇ
ପାରେନା ବେଳେ ବେଳେ ବିକଳ ହୋଇ ଡାକେ, କେହି ଶୁଣନ୍ତି ନାହିଁ ।
ଧୀରେ ଧୀରେ ପିଲା ମାନେ ବଡ଼ ହେଲେ ।ପିଲା ମାନଙ୍କପାଠ ପଢା ପ୍ରତି ପାଗେଲା କେବେ
ହେଳା କରେ ନାହିଁ, ସବୁବେଳେ ସେମାନଙ୍କୁ କହେ, "ପାଠ ପଢି ବଡ଼ ଚାକିରି କର "ମୁଁ ସିନା ପାଠ ପଢି ପାରିଲି ନାହିଁ, ତୁମ ଦୁଇ ଜଣଙ୍କ ପାଠ ପଢାରେ ଯେମିତି ହେଳା ନ ହୁଏ।ତୁମ ଦୁହିଁଙ୍କୁ
ମୁଁ ଅଫିସର କରିବି,ସରକାରୀ ଚାକିରୀ କରିଵ
ତୁମେମାନେ।
ପିଲାମାନେ ଭଲ ପଢୁଥାନ୍ତି ,ପାଗେଲା ମନରେ ବହୁତ ଗର୍ବ, ପିଲାଙ୍କର ଚାଲିଚଳନ ,
କଥା କହିବାର style,ଦେଖି ପାଗେଲାର ଛାତି
ଉଚ୍ଚା ହୋଇ ଯାଉଥାଏ।ସେମାନଙ୍କ ସାଙ୍ଗ ମାନଙ୍କ ସହିତ ଇଂରେଜୀ ରେ କଥା ହେବାର ଶୁଣି ଆନନ୍ଦ ରେ ଗଦଗଦ ହୋଇ ଯାଏ ନିଜେ ଯାହା କରି ପାରି ନଥିଲା ,କାଲି ତା ପିଲା ମାନେ ନିଶ୍ଚୟ କରିବେ ।
ଓକିଲ ବାବୁ ଙ୍କ ଠାରୁ ବୁଝି ଠିକ୍ କଲା ଏବେ ସେ ତା ନାଁ ବଦଳେଇ ଦବ,"ପାଗେଲା ପ୍ରଧାନ "ନୁହେଁ ସିଏ "ପରେଶ ପ୍ରଧାନ "ଲେଖିବ।
ତାକୁ ଆଉ କେହି ପାଗେଲା ବାବୁ ଡାକିବେ ନାହିଁ
ପରେଶ ବାବୁ ଡାକିବେ।ପିଲାମାନେ ହୁଏତ ତାର ଏଇ ନାଁ ଟା ଯୋଗୁଁ ଲଜ୍ଜ୍ୟାବୋଧ କରୁଥିବେ ।
ଯେଉଁଦିନ ସିଏ ପ୍ରଥମଥର" ପରେଶ ପ୍ରଧାନ"ଭାବେ ନିଜକୁ ସମସ୍ତ ଙ୍କ ସହିତ ପରିଚିତ କରାଇଲା ପୁଅ ତାକୁ ପ୍ରଶ୍ନ କଲା.....?
-" ବାପା ତୁମେ କଣ ପାଇଁ ନାମ ପରିବର୍ତ୍ତନ କଲ"?
" ନାଁ ଟା କେବଳ ମଣିଷର ପରିଚୟ ପାଇଁ ଆବଶ୍ୟକ, ନାଁ ,ର ଅର୍ଥ କୁ ନେଇ ପ୍ରତିକ୍ରିୟାଶୀଳ
ହେବାର ମାନେ କିଛି ନାହିଁ।"
-"ଯେଉଁ ନାଁ କୁ ବାପା ମା ଶ୍ରଦ୍ଧାରେ ଦେଇଥିଲେ
ତାକୁ ବଦଳେଇ ଦେଇ ସେମାନଙ୍କ ସ୍ନେହମମତା
ପାଦରେ ଦଳିଦେଲ, ବାପା""!!
-ପୁଅ ଠାରୁ ଏମିତି କଥା ଆଶାକରି ନ ଥିଲା ପାଗେଲା ,ଆଶ୍ଚର୍ଯ୍ୟ ହୋଇଗଲା ତା' କଥାରେ!!!!
-ସିଏ ତ ଭାବିଥିଲା ତା ପିଲାମାନେକାହା ଆଗରେ ବାପାଙ୍କ ନାଁ କହିବାକୁ ଅନିଚ୍ଛୁକ ହେଉ ଥିବେ !!!!
- ଆଉ ଗୋଟେ ଦିନ ରାତିରେ ନିଦଭାଙ୍ଗିଗଲା
ପାଗେଲା ର .....କାହାର କଥାବାର୍ତ୍ତା ହେବାର ଶବ୍ଦ ଶୁଭିଲା ତାକୁ ,ଘର ପଛପଟେ ବାପାଙ୍କ ଚାଳିଆ ରୁ ଶବ୍ଦ ଆସୁଛି, ସେପଟକୁ ଯାଇ ଦେଖିଲା ତା ପୁଅ ବସି ବାପାଙ୍କ ଗୋଡ ଆଉଁଷୁଛି
ଆଉ ଜେଜେ ଙ୍କ ସହିତ କଥା ହେଉଛି।
ଚକିତ ହୋଇ ଗଲା ସେ,ସୌମ୍ୟ ସେଠି କି
ଯାଉଛି କଣ ପାଇଁ ???
-ଦିନେ ପୁଅ ପାଗେଲା ପାଖକୁ ଆସି ମୁଣ୍ଡିଆ ମାରି କହିଲା "ବାପା ମୋର ପାଠପଢା ଏବେ
ଶେଷ ହୋଇଛି।ମୁଁ ବର୍ତ୍ତମାନ ଗୋଟିଏ କର୍ମଶାଳା
ରେ ଯୋଗ ଦେବାକୁ ଯାଉଛି !!!
" ସେଠାରୁ ପ୍ରଶିକ୍ଷଣ ନେଇ ଫେରିଲେ ଆମ
ଜମିରେ ପୁଣି ଥରେ ଚାଷ କରିବି ।."....…
ପାଗେଲା ଯେମିତି ଆକାଶରୁ ଖସିପଡ଼ିଲା!!!
ତା ମୁଣ୍ଡକୁ ପିତ୍ତ ଚଢ଼ିଗଲା, ସିଏ କହିଲା "କଣ ଜେଜେ ତୋତେ ଏସବୁ କରିବା ପାଇଁକହିଛନ୍ତି ??
-"ସୌମ୍ୟ କହିଲା ନା ,ନା, ସିଏ ମୋତେ କିଛି ଵି କହି ନାହାନ୍ତି"।
ପୁଅକୁ ରାଗି ପାଟି କରି କହିଲା ମୁଁ ତତେ ଏତେ ପାଠ ପଢାଇଥିଲି କଣ ଏଇଚାଷ କରିବା
ପାଇଁ???ଏ କାମ ତୋ ହାତରେ ହେବନି
ମୁଁ ଜାଣିଛି ଚାଷ କାମ କେତେ କଷ୍ଟ ,ମୋ ବାପା ଏତେ ପରିଶ୍ରମ କରିମଧ୍ୟ ଖାଇବାକୁ ଗଣ୍ଡେ ଭଲରେ ପାଉନଥିଲେ।
ଶେଷ କୁ ତୁ ଏଇଆ କରିବୁ, ମୋର କେତେ ସ୍ବପ୍ନ ଥିଲା ମୋ ପୁଅ ,ଝିଅ ମଣିଷ ହେବେ ସରକାରୀ ଚାକିରି କରିବେ।ମୋ ସ୍ବପ୍ନକୁ ତୁ ମାଟିରେ ମିଶେଇ ଦେଲୁ।
ମୁଁ ଦେଖିଛି ମୋ ବାପା କେତେ କଷ୍ଟ କରୁଥିଲେ।ମୋର ପୁଅ ହୋଇ ତୁ ପୁଣି ଚାଷ
କରିବାକୁ ଭାବିଲୁକେମିତି??
ବାପା ,ମୁଁ ତୁମ ସ୍ବପ୍ନ ଭାଙ୍ଗି ଦେଲି ବୋଲି ତୁମେ ମନ ଦୁଃଖ କରୁଛ ,ଜେଜେ ଙ୍କ କଥା କେବେ ଭାବିଛ?।ସିଏ କେତେ ଦୁଃଖି ହୋଇ ଥିବେ, ତୁମେ ଯେତେବେଳେ ଜମି ଗୁଡିକ ବିକି ଦେଇଥିଲ।
ଜେଜେ ଏ ଗାଁ ର ସବୁଠାରୁ ଭଲ ଚାଷୀ ,
ତାଙ୍କର ମଧ୍ୟସ୍ବପ୍ନ ଥିଲା ତୁମେ ତାଙ୍କ ସହିତ ମିଶି
କାମ କରିବ ।ହେଲେ ତୁମେ କଣ କଲ......
ଵିଲ୍ଡ଼ର୍ ମାନଙ୍କସହ ମିଶି,ଗାଁଲୋକଙ୍କୁ ପ୍ରଵର୍ତ୍ତାଇ
ଜମି ବିକି ନଗଦ ଟଙ୍କା ରୋଜଗାର କଲ।
ଚାଷ ଜମି ଉପରେ ମାଳମାଳ କୋଠାଘର ବନେଇଲ।
ଗଛ କାଟି ଜଙ୍ଗଲ ନଷ୍ଟକରି ,ପରିବେଶକୁ ଦୂଷିତ କରିଦେଲ ।ସମୟରେ ବର୍ଷା ନହୋଇ ବିଲ ସବୁ ଶୁଖି ଗଲା ।ପାଣିଅଭାବ ଯୋଗୁଁ ଲୋକମାନେ
ହନ୍ତସନ୍ତ ହେଲେ।
-ବିଲ ସବୁ ଚାଷ ନ ହୋଇ ପଡିଆ ପଡ଼ିଲା।ଶସ୍ୟ ଅମଳ ନ ହେଲେ ମଣିଷ ଖାଇବ କଣ।?
- ଆଉ କେତେ ଦିନ ପରେ ମଣିଷ ହାତରେ ମୁଠା ମୁଠା ପଇସା ଥିବ, ଖାଇବାକୁ ଦାନା ଟିଏ ନଥିବ!!!
-ତେଣୁ ପାଠ ପଢି କଣ ଖାଲି ଚାକିରି କଲେ ପିଲା ଟିଏ ବଡ଼ ମଣିଷ ହୋଇ ଯାଏ।
ଚାଷ କାମ କରୁଥିବା ଲୋକଟି କଣ ଅମଣିଷ,
ବିଲ ହଳ କଲେ ଛୋଟ ହୋଇଯାଏ !!
- ଆଜିକାଲି ବିଭିନ୍ନ ପ୍ରକାର ଚାଷ କରିବା ପାଇଁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦିଆଯାଉଛି।ଏବଂ ଉତ୍ତମ ଭାବରେ ପ୍ରଶିକ୍ଷଣ ନେଇ ଚାଷ କାମ କରିବା ଵ୍ୟକ୍ତିଟି
ନିଶ୍ଚୟ ଗୋଟିଏ ସଫଳ ଚାଷୀ ହୋଇପାରିବ
ଏଥିରେ ସଂନ୍ଦେହ ନାହିଁ।
ତେଣୁ ମୁଁ ଚେଷ୍ଠା କରିବି ଏହି ସବୁ ର ସାହାଯ୍ୟନେଇ ,ଭବିଷ୍ୟତ ରେ ନିଶ୍ଚିତ ଗୋଟିଏ ସଫଳ ଚାଷୀ ହେବି ଆଉ ମୋ ଜେଜେଙ୍କ ଚଲା ପଥରେ ଆଗେଇ ଯିବି।
ପୁଅ ର ଯିବା ବାଟକୁ ପାଗେଲା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲା।
ଆଉ ପାଗେଲା ର ଝିଅ ..! ଭାଇକୁ ହସି ହସି bye କରୁଥିଲା।..