Rakesh Mahakur

Drama Romance Fantasy

4.0  

Rakesh Mahakur

Drama Romance Fantasy

ସେ ଗଲା ପରେ

ସେ ଗଲା ପରେ

6 mins
295


    ଆଜି ଅନେକ ଦିନ ହେଇଗଲା, କାର୍ଯ୍ୟ ବ୍ୟସ୍ତତା ରେ ରହି ଅତୀତ ରେ ଘଟି ଯାଇଥିବା ସ୍ମୁତି ସବୁ ଧିରେ ଧିରେ ଭୁଲି ଯିବାକୁ ହେଉଛି । ସେ ସବୁ କୁ ମନେ ପକାଇ ଲାଭ ବା କଣ ହେବ ଯେ ? ବହୁତ୍ ଦିନ ପାରେ ଆଜି ମୋ ଅଫିସ୍ ରୁ ଛୁଟି ଟିକେ ମିଳିଛି ସେଥିପାଇଁ ଟିକେ ସମୟ ପାଇଛି ମୋ ପୁରୁଣା ଦିନ ସବୁ କୁ ମନେ ପକାଇବା ପାଇଁ । ଜୀବନ ରେ ଯଦି କିଛି ଦାୟିତ୍ଵ ନଥିବା ତାହେଲେ ବଞ୍ଚିବା ଟା କେତେ ଯେ ସହଜ ! ବୟସ ବଢିବା ସଙ୍ଗେ ସଙ୍ଗେ ଦାୟିତ୍ଵ ବି ବଢ଼ିବାରେ ଲାଗିଛି । ଜୀବନ ବଞ୍ଚିବା ବି ବହୁତ୍ କଠିନ ହେଇ ପଡୁଛି । 


     ଆଜି ମୋର ପୁରୁଣା କଥା ମନେ ପଡ଼ିବା ର ଏକ ଅଲଗା କାରଣ ଅଛି ତାହା ମୁଁ ପରେ କହିବି । ୨୦୧୭ ମାର୍ଚ୍ଚ 9 ତାରିଖ ଦିନ ଟା ମୋ ମନ ରେ ବହୁତ୍ ବଡ଼ ଆଘାତ ଦେଇଥିଲା ତେଣୁ ଏ ଦିନ କୁ ଭୁଲିବା ମାର ବହୁତ୍ କଷ୍ଟ ହୁଏ । ସେଦିନ କଥା ମାନେ ପଡ଼ିଲେ ଆଜିବି ମୋ ଆଖିରୁ ନିଦ ହଜି ଯାଏ । କାହିଁକି ନା ଠିକ୍ ଏହି ଦିନ ମୋ ଚାନ୍ଦିନୀ ମୋ ଜୀବନ ରୁ ସବୁଦିନ ପାଇଁ ଚାଲି ଗଲା । ସେ ଗଲା ବେଳେ କହିଥିଲା " ମୋ ବିନା ରହିବାକୁ ଚେଷ୍ଟା କରିବ " ବଲି ତାର ସେହି ଶେଷ କଥା ଆଜିବି ମୋର ମନେ ଅଛି । ତାର କହିବା ମୁତାବକ ଆଜି ମୁଁ ପୁରା ଏକା ଏକା ବେଶ୍ ଖୁସି ରେ ଅଛି । ଆଜି ୩ ବର୍ଷ ହେଇଗଲା ମୁଁ ଗାଁ କୁ ଯାଇନି ମାଁ ବେଳେ ବେଳେ କଲ କରେ ଗାଁ କୁ ଆସିବାକୁ କୁହେ ହେଲେ ଯାଇପରେନ ତ। ମନେ ନୁହେ ଯେ ମୋ ଚାନ୍ଦିନୀ ଦୁରେଇଗଲା ବଲି ତାହା ନୁହେ । ଘର କୁ ଯିବାକୁ କିଛି ଜରୁରୀ ଆସିନି କି ମୋ ଅଫିସ୍ ଛୁଟି ବି ମିଳୁନି । ମୁଁ ମୁମ୍ବାଇ ର ଗୋଟେ ଛୋଟ magazine ରେ କାମ କରେ । ଛୋଟ ଛୋଟ କଳ୍ପ କବିତା ଲେଖେ ଓ କମ୍ପ୍ୟୁଟର ପାଇପିଂ ରେ ଏକ୍ସପୋର୍ଟ ତେଣୁ ମୋ କମ୍ପାନୀ ର ସମସ୍ତେ ମୋ ଉପରେ ବହୁତ୍ ଖୁସି । ମୋ ମନ ମୁତାବକ କାମ ବି ତେଣୁ ମତେ ବି ବେଶ୍ ଭଲ ଲାଗେ ମୋ ପାଇଁ ରହିବା ପାଇଁ ବେଶ୍ ଭଲ ଜାଗା ମତେ ମୋ କମ୍ପାନୀ ଦେଇଛି । ଜୀବନ ରେ ଯାହା ଚାହୁଥିଲି ତାହା ପାଇ ଯାଇଛି । ୩ ବର୍ଷ ହେଲା ଗାଁ କୁ ଯାଇନି ତେଣୁ ଗାଁ ର ସବୁ ସାଙ୍ଗ ସାଥି ମନେ ପ୍ରାୟ ଫୋନ ବି କରନ୍ତି ନାହିଁ । ମତେ ଏକ ଏକା ରହିବା କୁ ଭଲ ଲାଗେ । 

    ଜାନୁୟାରୀ ମାସ ଶୀତ ଦିନେ ପ୍ରାୟ ସମସ୍ତେ ବିଭିନ୍ନ ଜାଗା କୁ ବୁଲି ଯିବାକୁ ପସନ୍ଦ କରନ୍ତି । ବହୁତ୍ ଦିନ ହେଲେ କାର୍ଯ୍ୟ ବ୍ୟସ୍ତତା ଜଗୁ କୁଆଡେ ବି ବୁଲି ଯିବାକୁ ସମୟ ପାଇ ନଥିଲି । ମୋ ସହ କର୍ମୀ ମାନେ ମୋ ସାଙ୍ଗ ମନୋଜ ଆମେ ଗୋଟେ କମ୍ପାନୀ ରେ କାମ କରୁ ବୟସ ରେ ମୋ ଠାରୁ ବଡ଼ ହେଲେ ବି କମ୍ପାନୀ ରେ ମୋ ଠୁ ଜୁନିଅର୍ ମତେ ନିଜ ଭାଇ ଭଳି ଭାବନ୍ତି । ଆମେ ପାଖ ପାଖ ରୁମ ରେ ରହୁ ସେ ବିବାହିତ ଯଦି କେବେ ରୋସେଇ କରି ପାରେନି କି କାମ ବେଶୀ ହେଲେ ଅଫିସ ରୁ ଆସିବା ଲଟେ ହେଲେ ମନୋଜ ଭାଇ ଘରେ ବି ଖାଇ ଦିଏ । ଭାଉଜ ବି ବହୁତ୍ ଭଲ । ସେଦିନ ମନୋଜ ଭାଇ ଙ୍କ ସହିତ ବୁଲିବାକୁ ବାହାରି ଥାଉ । ଅନେକ ଦିନ ପରେ ବାହାରେ ବୁଲାବୁଲି କରି ମନଟା ଟିକେ ହାଲ୍କା ଲାଗୁଥିଲା । ଏମିତି ବୁଲା ବୁଲି କଲା ପରେ ଟିକେ କ୍ଳାନ୍ତ ବି ଲାଗିଲା ତେଣୁ ଦୁହେଁ ମନସ୍ଥ କଲୁ କି କେଉଁଠି ଗୋଟେ ବସି ଟିକେ ଟିକେ ଚା ପିଇବୁ ବଲି ।  ଶେଷରେ ଗୋଟେ ଚା ଦୋକାନ ରେ ବସି ଆମେ ଚା ପିଇ ପିଇ ଆମେ କଥା କଥା ରେ ନିଜକୁ ହଜାଇଦିଥାଉ । ହଠାତ୍ ମୋ ନଜର କୁ ଆସିଲା ଆମଠୁ କିଛି ଦୂରରେ କେହି ଦୁଇ ଜଣ ବସି କିଛି ଅସୁବିଧା ରେ ଥିଲା ପରି ଜଣ ପଡିଥାନ୍ତି । ମନୋଜ ଭାଇଙ୍କୁ କହିଲି ସେପଟେ ଦେଖା ମନୋଜ୍ ଭାଇ କେହି ଜଣେ ଅସୁବିଧା ରେ ଅଛି ବଲି ଲାଗୁଛି । ମନୋଜ ଭାଇ କହିଲେ ସେସବୁ ଇଗ୍ନୋର କର । ବହୁତ୍ ଲେଟ ବି ହେଲାଣି ଏଥର ଘରକୁଯିବା ଚାଲ ବାଲି କହିଲେ । ହେଲେ ମୋ ମନ କୁ ବୁଝାଇ ପାରିଲି ନାହିଁ । କାହିଁକି କେଜାଣି ସେ ଦୁହେଁ ମତେ ଟିକେ ଜାଣିଲା ଜାଣିଲା ପରି ଲାଗିଲା । ମନୋଜ ଭାଇ ମନ କରିବ ସତ୍ତ୍ୱେ ବି ଆମେ ଦୁହେଁ ପାଖକୁ ଗଲୁ । ଦୁହିଁଙ୍କ କଥା ବାର୍ତ୍ତା ରୁ ମୁଁ ବୁଝି ନେଲି କି ସେମାନେ ଓଡ଼ିଆ ମନୋଜ ଭାଇ ଦିଲ୍ଲୀ ର ଅଧିବାସୀ ସେ ବା କେମିତି ସେ ବାସ ଜାଣିବେ ମୁଁ ସିଧା ସଳଖ ତାଙ୍କ ଆହୁରି ନିକଟତର ହେଇ ପଚ।ରିଦେଲି । ତମେ ଓଡ଼ିଆ? ମୋ ପାଟି ରୁ କଥା ସରିନଥାଏ ସେଥିରେ ଥିବା ପୁରୁଷ ଜଣକ ମତେ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ଓ ଉତ୍ତର ରେ ହଁ ବାଲି କହିଲେ । ମନେ ମୁମ୍ବାଇ ରେ ଏତେ ବଡ଼ ସହର ରେ ଓଡ଼ିଆ କହୁଥିବା ଜଣେ ଓଡ଼ିଆ ବନ୍ଧୁ ପାଇଲେ କିଏ ବା ଖୁସି ନହେବ । ମୁଁ ପଚାରିଲି କିଛି ଅସୁବିଧା ଅଛି କି ଭାଇ ? ସେ କହିଲେ ହଁ ଆମ ସମସ୍ତ ଲୋଗେଜ୍ ଚୋରି ହେଇ ଯାଇଛି ଘର କୁ ଯିବାକୁ ଆମ ପାଖରେ କିଛି ବି ନାହିଁ ସବୁ ଚୋରି ହେଇ ଯାଇଛି ବାଲି । ସେମାନେ ସ୍ବାମୀ ସ୍ତ୍ରୀ ଦୁହେଁ ଏକାଠି ମୁମ୍ବାଇ ବୁଲିବାକୁ ଆସିଥାନ୍ତି । ମୁଁ ତାଙ୍କ ସମସ୍ୟା କୁ ବୁଝି ପାରିଲି ଓ ମୋ ସହିତ ଆମ ଘରକୁ ଆସିବାକୁ କହିଲି । ସେତେବେଳ ଯାଏ ତାଙ୍କ ସ୍ତ୍ରୀ କୁ ମୁଁ ଦେଖି ନଥାଏ କାରଣ ଆମ ଓଡ଼ିଆ ଘର ର ଝିଅ ତୋ ମୁଣ୍ଡ ରେ ଓଢୋନ ଦେଇ ପାଖରେ ଠିଆ ହେଇଥାଏ । ହଠାତ୍ କିଛି ପବନ ର ଅମାନିଆ ଢେଉ ଆସି ଟା ଓଢଣା କୁ ଉଡ଼ାଇ ନେଲା । ସେ ସୁନ୍ଦର ଓଢଣା ଭିତରେ ଯାହା ମୁଁ ଦେଖିଲି ତାହା ମୁଁ ବିଶ୍ୱାସ କରି ପାରିଲି ନାହିଁ । ଭଗବାନ୍ କାହିଁକି ଜେ ମତେ ଏମିତି ପରୀକ୍ଷା ନେଉଛନ୍ତି ମୁଁ ବୁଝି ପାରିଲି ନାହିଁ । ମୋ ମୁହଁ କୁ ଦେଖି ମୋନାଜ୍ ଭାଇ କିଛି ବି ମୁଝି ପାରୁ ନଥିଲେ । ଏମିତି ବି ମନୋଜ ଭାଇ ଆମ ଭାଷା କୁ ବୁଝି ପାରୁ ନଥିଲେ ହେଲେ ସେ ଝିଅ ଟିର ମୁଁହ ଦେଖି ମୋ ମନ ରେ ଜେ ଏମିତି ପରିବର୍ତ୍ତନ ହେଲା ତାହା ସେ ମୋ ଭାଷା ବୁଝି ପାରୁନଥିଲେ ବି କିଛି ମାତ୍ର ରେ ବୁଝି ବେଳେ ଜେ ମୋ ମନ ରେ କିଛି ନ କିଛି ଘଟୁଛି ବାଲି । ତାପରେ ଆଉ କଲ ବିଳମ୍ବ ନକରି ଆମ ରୁମ କୁ ଚାଲି ଆସିଲୁ । କହିବାକୁ ଭୁଲି ଯାଇଥିଲି ସେ ଓଢନୀ ଭିତରେ ଆଉ କେହି ନୁହେଁ ମୋ ଚାନ୍ଦିନୀ ହିଁ ଥିଲା । ଯାହା ପାଇଁ ମୁଁ dipression ରେ ଓଡ଼ିଶା ଛାଡ଼ି ଦେଇଥିଲି ସେ ପୁଣି ଆଜି ମୋ ପାଖରେ ପହଞ୍ଚି ଯାଇଛି । ଜାଣିଛି ସେ ଆଉ କେବେ ବି ମୋର ହେଇ ପାରିବ ନାହିଁ । ହେଲେବି ତାକୁ ସାହାଯ୍ୟ କରିବା ପାଇଁ ମନ ବ୍ୟାକୁଳ ହେଇ ଉଠିଲା । ମୁଁ ଯେତେବେଳେ ତାଙ୍କୁ ପ୍ରଥମେ ଦେଖିଲି ସେ ବହୁତ୍ ବିଚଳିତ ଭଳି ଜଣା ପଡୁଥିଲା କାରଣ ତାଙ୍କର ସମସ୍ତ ଜିନିଷ ଚୋରି ହେଇଯାଇଥିଲା । କେମିତି କଣ କରିବେ ବୁଝି ପାରୁ ନଥିଲେ କିନ୍ତୁ ସେ ଯେତେବେଳେ ମତେ ଦେଖିଲେ ପୁରା ନର୍ମାଲ ଜଣା ପଡୁଥିଲେ । ତାଙ୍କ ସ୍ଵାମୀ ଏବେ ବି ଟିକେ ବିଚଳିତ ଜଣା ପଡୁଥିଲେ କାରଣ ସ୍ଵାଭାବିକ ସେ ମତେ କେବେ ବି ଜାଣି ନଥିଲେ ନା । ମୁଁ କେବେ ବି ମୋ ଚାନ୍ଦିନୀ କୁ ଅସୁବିଧା ରେ ପକାଇଦେବିନି ବାଲି ମୋ ଚାନ୍ଦିନୀ ଜାଣିଥିଲେ । 


     ଏତେ ଦିନ ପରେ ମୋ ଚାନ୍ଦିନୀ କୁ ପାଖରେ ପାଇ ବହୁତ୍ ଖୁସି ଲାଗୁଥିଲା ଓ ଦୁଃଖ ବି ଲାଗୁଥିଲା । କାହିଁକି ନା ସେ ଆଉ ମୋର ହେଇ ନଥିଲେ । ଆଜି ସେ ମୋ ଘରେ ଅଛନ୍ତି ଆଗରୁ କହିଥିଲି ଆଜି ମୋ ପୁରୁଣା କଥା ମନେ ପକାଇବାର କାରଣ କିଛି ଅଛି ବାଲି ତାର କାରଣ ଏଇଆ ଥିଲା । ସେ ଆସିଛନ୍ତି ବାଲି ମୁଁ ଅଫିସ୍ ରୁ 5 ଦିନ ଛୁଟି ବି ଆଣିଥିଲି । ଆଜି ତାଙ୍କର ମୁମ୍ବାଇ ରେ ଶେଷ ଦିନ ଆଜି ସନ୍ଧ୍ୟା ୭ ଟା ରେ ତାଙ୍କ ଟ୍ରେନ ଅଛି । ବର୍ତମାନ ସନ୍ଧ୍ୟା ୭:୩୦ ଟ୍ରେନ ଆସିବା କୁ ଅଧଘଣ୍ଟା ବାକୁ ଅଛି । ଟ୍ରେନ ଷ୍ଟେସନ ର ୱେଟିଂ ରୁମ ରେ ବସି ପୁରୁଣା କଥା ସବୁ ମନେ ପକାଉଥିଲି । ମୋ ଚାନ୍ଦିନୀ ସହ ୩ ଦିନ ରହିଲି ୩ ଦିନ ଭିତରେ ସେ ମାତ୍ର ଗୋଟେ ପଦ କଥା ପଚାରିଥିଲେ । "କେମିତି ଅଛ ମୁଁ ଶୁଣିଛି ମୁଁ ଗଲା ପରେ ତୁମେ ଗାଁ କୁ ଯାଇନ ?" ଏତିକି ମୁଁ କିଛି ବି ଉତ୍ତର ଦେଇ ପାରିଲି ନାହିଁ କାହିଁକି ନା ଏତିକି ବେଳେ ତାଙ୍କ ସ୍ଵାମୀ ଆସିଗଲେ ମନରେ ବହୁତ୍ କହିବାର ଥିଲା କିଛି ବି କହି ପାରିଲି ନାହିଁ । "ମୋ ବିନା ରହିବା କୁ ଚେଷ୍ଟା କରିବ" ରୁ "କେମିତି ଅଛ ମୁଁ ଗଲା ପରେ ଗାଁ କୁ  ଯାଉନ" କହିବ ପାଇଁ ୩ ବର୍ଷ ଲାଗିଗଲା ।


      ଟ୍ରେନ ର announcement ରେ ମୋ ଧ୍ୟାନ ଭଗ୍ନ ହେଇଗଲା । ଆରେ time ତୋ ହେଇଗଲାଣି ଟ୍ରେନ ବି ଆସିଗଲା । ଏତେ ଦିନ ପରେ ପାଇଥିବା ମୋ ଚାନ୍ଦିନୀ କୁ ମୁଁ ପୁଣି ଥରେ ମୋ ହାତରୁ ଅଲଗା କରିଦେବି । ପୁଣି କେବେ ଦେଖା ହେବ ଜାଣିନି ବିଧୁଏ ଏହା ମୋ ଜୀବନ ର ଶେଷ ଦେଖା । ମୋ ଉତ୍ତର କଣ ମୁଁ ଆଉ କେବେ ଦେଇ ପାରିବି ନା ଏମିତି ଅଧୁରା ହେଇ ରହିଯିବ?


    


Rate this content
Log in

Similar oriya story from Drama