STORYMIRROR

Rakesh Mahakur

Drama Romance Classics

3.1  

Rakesh Mahakur

Drama Romance Classics

ଏକ ତରଫା ପ୍ରେମ

ଏକ ତରଫା ପ୍ରେମ

3 mins
97

                                                           ରାକେଶ ମହାକୁର 

(ଏ କାହାଣି ସମ୍ପୂର୍ଣ ସତ୍ୟ ଘଟଣା ଉପରେ ଆଧାରିତ। ମୋର ଜଣେ ଛୋଟ ଭାଇ "ସୋମୁ"ର ନିଜ କାହାଣୀ କୁ ମୁଁ ଆପଣଙ୍କ ପାଖକୁ କାହାଣି ରୂପ ରେ ଆଣିବା କୁ ପ୍ରୟାସ କରିଛି ମାତ୍ର। ଏ କାହାଣୀ ର ଅବଶିଷ୍ଠଂଶ ଖୁବ ଶିଘ୍ର ଆପଣଙ୍କ ମାନଙ୍କ ପାଖକୁ ନିଶ୍ଚୟ ଆଣିବି ନମସ୍କାର।)

            ହେଲୋ ସାଙ୍ଗ ମାନେ ମୁଁ , ଆଜି ମୋ ବିଷୟ ରେ କିଛି କହିବା କୁ ଚାହୁଛି । ଜୀବନ ରେ ବହୁତ କିଛି ଭାବି ଥିଲି । ଜୀବନ ରେ ବହୁତ ଆଗକୁ ଯିବାକୁ ଚାହୁଁଥିଲି ହେଲେ ସମୟ ମତେ କେଉଁ ମୋଡ ରେ ରଖୀ ଦେଲା ଜାଣି ବି ପାରିଲି ନହିଁ ।  ମୋ ବାପା ମା ମତେ ନେଇ ବହୁତ କିଛି ଭାବି ଥିଲେ । ହେଲେ ମୁଁ ତାଙ୍କ ସବୁ ସ୍ଵପ୍ନ କୁ ସାକାର କରି ପରିଲି ନାହିଁ । ମନ ରେ ଦୃଢ ଆଶା ନେଇ ବାହାରି ଆସିଛି ଘର ଠାରୁ ଆନେକ ଦୂରକୁ କିଛି ଅଲଗା କରିବା ପାଇଁ । ମୋ ରାସ୍ତା ମତେ କେତେ ଦୂର ନେବ ମୁଁ ଜାଣିନୀ । ହେଲେ ଆସା  ବାନ୍ଧି ରଖିଛି କିଛି ନିଶ୍ଚୟ କରିବି । 

        ହେଲେ ଆଜି ମୋ ଜୀବନ ରେ ଆଉ ଗୋଟେ ମୋଡ ନେବା କୁ ଲାଗିଛି । ମୁଁ ଶତ ଚେଷ୍ଟା କାଲେ ବି ସେ ରାସ୍ତା ରୁ ଅଲଗା ହେବା ପାଇଁ ବାହାରି ପାରୁନି । ମୁଁ ଭୁଲ କରୁଛି ନା ଠିକ ତାହା ସମୟ କହିବ । ମୋ ମନ କହୁଛି ମୁଁ ଯେଉଁ ରାସ୍ତା ରେ ଯାଉଛି ସେହି ରାସ୍ତା ରେ ଗଲେ ମୋ ଭବିଷ୍ୟତ ନିଶ୍ଚୟ ଅନ୍ଧାର ହେଇଯିବ  କିନ୍ତୁ ମୁଁ ସେ ରାସ୍ତା ବାଛି ନେଇଛି । ମୁଁ ଏତେ ସମୟ ଧରି ଯାହା କହୁଛି ତାହା ଆପଣ ମାନେ ଅଲଗା କିଛି ଭାବୁଥିବେ । ଆଜି ମୁଁ ମୋ ହୃଦୟ କଥା କହୁଛି । ମୋ ମନ କୁ କେହି ଜଣେ ଚୋରିକରି ନେଇ ଯାଇଛି । ସବୁବେଳେ ତା କଥା ମନେ ପଡୁଛି । କିଛି ଭାବି ପାରୁନି , କେମିତି  ଏ ରାସ୍ତା ରୁ ଅଲଗା ହେବି । କାହିଁକି  କେ ଜାଣି ସବୁବେଳେ ସେ ହିଁ  ଖାଲି ମୋ ଭାବନା ରେ ଆସୁଛି । 

           ମୁଁ ଯେତେବେଳେ ମୋର ସବୁ  ପଢା ପଢୀ ସାରି ମୋର ଗୋଟେ ନୂଆଁ ଦୁନିଆଁ ଗଢିବା ପାଇଁ ଆସିଲି । ଗୋଟେ କୋମ୍ପାନି ରେ କାମ କରିବା ପାଇଁ ଆସିଲି ।  ସେତେବେଳେ ବହୁତ ଖୁସି ଥିଲି । କିଛି କାମ ଶିଖି ଜୀବନ ଟା ଆଗକୁ ଅତିବାହିତ କରିବି ବଲି । ସତରେ ଜୀବନ ରେ ବାହାରେ କାମ କରିବା ବହୁତ କଷ୍ଟ । ମୁଁ ସେତେ ବେସୀ ପାଠ ପଢି  ନଥିଲି ତେଣୁ ଗୋଟେ ଛୋଟ କର୍ମଚାରୀ  ଭାବରେ କାମ କରୁଥିଲି । ଦରମା ବି ସେତେ ବେସୀ ଖାସ ନଥିଲା । ଚଳିବା ବହୁତ କଷ୍ଟ । ସେଥିରେ ପୁଣି ନିଜର ସବୁ ଖର୍ଚ ତୁଲାଇବାକୁ ପଡେ । ବିଭିନ୍ନ କାମରେ ମତେ ବାହାରକୁ ସବୁବେଳେ ପଠାନ୍ତି । ଖାଇବା ପିଇବା ଠିକ ଭାବରେ କରିପାରେନା । ଆମର କୋମ୍ପାନି ର ଇଞ୍ଚାର୍ଜ ଜଣେ ଭଲ ଲୋକ ତେଣୁ ସେ ସବୁବେଳେ ମତେ ବହୁତ ସୋପୋର୍ଟ କରନ୍ତି । ତେଣୁ ସବୁ କିଛି ଠିକ ଠାକ  ଚାଲି ଯାଏ ।

        ଏମିତି ଦିନେ ମତେ ବାହାର କୁ ପଠାଇଥାନ୍ତି କିଛି କିନା  କିଣି କରିବା ପାଇଁ । ସବୁ ଦିନ ଭଳି ସେଦିନ ବି ମୁଁ ଯାଇଥାଏ ।   ହଠାତ ମୋ ଆଖିରେ ଜଣେ ଦେଖା ହେଲା, ସତରେ ମୁଁ ନିଜକୁ ଭୁଲି ଗଳି କିଛି କ୍ଷଣ ପାଇଁ । କିଏ ସେ ଯିଏ କି ମୋ ମନ କୁ ଏତେ ବ୍ୟାକୁଳ କରୁଥିଲା ଜାଣି ନଥିଲି । ସେ ତୋ ମତେ ଟିକିଏ ବି ଦେଖୁ ନଥିଲା । ସେ ନିଜର ସ୍କୁଲ ବ୍ୟାଗ ନେଇ ଯାଉଥାଏ । ତାକୁ ଦେଖି ମୁ କିଛି ଭାବି ବି ପାରୁ ନଥିଲି । ସେତେବେଳେ ଭାବୁଥାଏ କି ସେ କିଏ ତା ପାଇଁ ମୋ ମନ କାହିଁକି ଏମିତି ହେଉଛି । ମୁଁ ଜାଣି ନଥିଲି ଯେ ଦୁନିଆ ରେ ଏତେ ବି ସୁନ୍ଦର ଝିଅ ଟିଏ  ଭଗବାନ ଗଢିଛନ୍ତି । ସତରେ ସେ ଦେଖିବାକୁ ବହୁତ ସୁନ୍ଦର । ସେ ମୋ ଆଗରୁ ଚାଲିଗଲା ପରେ ତା ଦେହର ବାସ୍ନା , ତାର କଳା ମୁଗୁନି ପଥର ଭଳି କେସ , ତାର ଗୋଲାପି ଓଠ ସବୁ ଯେମିତି ମତେ ଡାକୁଥାଏ ତା ପାଖକୁ । ଇଚ୍ଛା ହେଉଥାଏ ତା ପାଖୁ ଯାଇ ତାକୁ ମନ ଭରି ତା ଆଖି କୁ ଦେଖିଵି ତା ଓଠ କୁ ଥରେ ଛୁଇଁବି । ହେଲେ ମୁଁ ନିଜକୁ ରୋକୀ ନେଲି ଆଗକୁ ପାଦ ବଢାଇ ପାରିଲି ନାହିଁ । ସେ ଯିବା ବାଟକୁ ଆନାଇ ଚାହିଁ ରହିଥାଏ । ସେ ଗଲା ବେଳେ ଯେତେ ଦୂର ଯାଉଥାଏ ମୋ ମନ ସେତେ ବ୍ୟାକୁଳ ହେଉଥାଏ । ମନ ଭାବୁଥାଏ ସେ ମୋ ପାଖକୁ ପୁଣି ଥରେ ଚାଲି ଆସନ୍ତା କି? ଏମିତି ମୁଁ  ଚାହିଁ  ରହିଥାଏ । ହେଲେ ସେ ମୋ ପାଖକୁ ଆଉ ଫେରିଲା ନାହି । ମୁଁ ଚାଲି ଆସିଲି ହେଲେ ମନ ଟା କଣ ହେଉ ଥାଏ ଭାବି ପାରୁ ନଥାଏ ।  

             ତା ଭଳି ଝିଅ ମୁଁ ମୋ ଜୀବନ ରେ ଆଗରୁ କେବେ ବି ଦେଖି ନଥିଲି । ସେ ଝିଅ ତୋ ନୁହେଁ ସରଗ ର ପରି କହିଲେ ଅତୃକ୍ତି ହେବ ନାହିଁ। ମୁଁ ଯେ ତାକୁ ଭଲ ପାଉଥିଲି ଖାଲି ସେଥିପାଇଁ ଯେ ତାକୁ ଦେଖିଲେ ମତେ ସୁନ୍ଦର ଲାଗୁଛି ତାହା ନୁହେଁ । ସେ ଦେଖିବାକୁ ବି ସେତେ ସୁନ୍ଦର ଦେଖାଯାଉ ଥାଏ । ସେ ତୋ ତା ବାଟରେ ଚାଲିଗଲା, ହେଲେ ସେ ଗଲା ପରେ ତା ମୁହଁ ର ଛବି ତା ଓ ତା ଦେହର ବାସ୍ନା ଓ ତା ହରିଣୀ ଭଳି ଚାହାଣି ମୋ ହୃଦୟ ଭିତରେ ଛାଡିଦେଇ ଚାଲିଗଲା । ତାପରେ......



Rate this content
Log in

Similar oriya story from Drama