STORYMIRROR

Rakesh Mahakur

Drama Romance Classics

4  

Rakesh Mahakur

Drama Romance Classics

"ଅବନ୍ତିକା"

"ଅବନ୍ତିକା"

18 mins
0

           ଦଶମ ଶ୍ରେଣୀ, କେତେ ବା ବୟସ ହୋଇଥିବ ମୋର ଏଇ ପନ୍ଦର କି ସହଳ । ସେତେବେଳେ ମୁଁ ମୋ ପାଖ ଗାଁ ସ୍କୁଲ ରେ ପାଠ ପଢୁଥାଏ। ସତରେ ସେ ଦିନ ର କଥା ସବୁ ମନେ ପଡିଲେ ମନେ ହୁଏ ଯେମିତି ମୁଁ ଏବେ ବି ସେ ଦୁନିଆଁ ରେ ଅଛି ବୋଲି। ସେ ଅଭୁଲା ଦିନ ଗୁଡିକ କିଏ କଣ ଭୁଲି ପାରିବ? ମନେ ହୁଏ ସେ ଦିନ ପୁଣି ଥରେ ଫେରି ଆସନ୍ତା କି। କେବେ କେବେ ଯଦି ବାଟରେ ଗଲା ବେଳେ ସ୍କୁଲ ଫେରନ୍ତା ପିଲା ମାନଙ୍କୁ ଦେଖି ଦିଏ ଆଖିରେ ଲୁହ ଝରି ଆସେ। ତାଙ୍କ ମଉଜ ମସ୍ତି ଦେଖି ମନ ରେ ଗୋଟେ ଇର୍ଷା ଜାତ ହୁଏ। ଇର୍ଷା ହେବା ବି ସ୍ୱାଭାବିକ, ଜୀବନ ରେ ସବୁ କିଛି ମିଳି ଯିବ ହେଲେ ସେ ଅଭୁଲା ଦିନ ସବୁ କେବେ ବି ଫେରି ଆସିବନି। ଅବନ୍ତିକା, ନାଁ ଟା ଶୁଣିଲେ ଯେମିତି ବହୁତ ସୁନ୍ଦର, ହେଲେ ଟିକେ ପୁରୁଣା ପୁରୁଣା ଲାଗେ। ଯେମିତି କେଉଁ ପୁରୁଣା କାଳ ର ରାଜା ମହାରାଜା ଯୁଗ ର ରାଜକୁମାରୀ ଟେ ପରି। ନାଁ ଟା ଶୁଣିଲେ ଲାଗିବ ଯେମିତି ଗୋଟେ ଶାନ୍ତ ସରଳ ନିରୀହ ଝିଅ ଟେ ହୋଇ ଥିବ । ହେଲେ ମୁଁ ଯେଉଁ ଅବନ୍ତିକା କଥା କହୁଛି ସେ ଥିଲା ପୁରା ଓଲଟା। ଚଗଲାମୀ ରେ ସମସ୍ତଙ୍କ ଆଗରେ। ଦେଖିବାକୁ ତୋ ପୁରା ଲକ୍ଷ୍ମୀ ପ୍ରତିମା ପରି ସୁନ୍ଦର, ସମସ୍ତଙ୍କ ଆଗରେ ଏମିତି ଦେଖାଇ ହେବ ଯେମିତି କିଛି ଜାଣିନି। ମୋ ସ୍କୁଲ ର ସେ ଥିଲା ରାଜକୁମାରୀ।। ତାର ଯେତେ ଗୁଣ ଗାଇଲେ ବି ସରିବନି। ଯେତେ ଚଗଲମୀ କଲେ ବି ମନ ଭିତରୁ ପୁରା ଖୋଲା ହୃଦୟ ଥିଲା ତାର। ସମୟ ଅତିବାହିତ ହେବା ସାଙ୍ଗେ ସାଙ୍ଗେ ଧୀରେ ଧୀରେ ପୁରୁଣା କଥା ସବୁ ଭୁଲି ହୋଇ ଯାଏ। ହେଲେ ଜୀବନ ରେ କିଛି ଏମିତି ଛବି ଛାତି ଭିତରେ ଆଙ୍କି ହୋଇ ଯାଏ ତାକୁ ଭୁଲି ହୁଏନା। କିଛି ଅଭୁଲା ମୁହଁ କେବେ ଭୁଲି ହୁଏନି ସାରା ଜୀବନ ପାଇଁ ମନେ ରହିଯାଏ। ଅବନ୍ତିକା ଥିଲା ମୋ ଜୀବନ ର ଅଭୁଲା ମୁହଁ, ଅଭୁଲା ସ୍ମୁତି ଓ କେବେ ଥମୁ ନଥିବା ମୋ ଛାତି ର ସ୍ପନ୍ଦନ। ସେଥିପାଇଁ ବୋଧେ ମୁଁ ତାକୁ ଭୁଲି ପାରୁନି। ତା ମୁହଁ ଆଜିବି ମୋ ଆଖି ସାମ୍ନା ରେ ଝଲସି ଉଠେ। ମୁଁ ଜାଣିଛି ମୋତେ ସେ ମନେ ରଖି ନଥିବ। ବୋଧେ କେଉଁଠି ଦେଖିଲେ ମତେ ସେ ଆଉ ଚିନ୍ହି ବି ପାରିବ ନାହିଁ। କେମିତି ମତେ ସେ ମନେ ରଖିବ ଯେ? ତା ମନେ ରଖିବା ଭଳି ମୁଁ କିଛି ବି ତା ପାଇଁ କରିନି କି ତା ମନେ ରଖିଵା ଭଳି କୌଣସି ମୋ ପାଖରେ ଯୋଗ୍ୟତା ବି ନାହିଁ। ହଁ ମୋ ପାଇଁ ସେ କଣ ଥିଲା ତାହା କହିବା ପାଇଁ ବି ମୋ ପାଖରେ ଭାଷା ନାହିଁ। ତାକୁ ମୁଁ ମନେ ମନେ ଭଲ ପାଇବା ଟା ଠିକ ଥିଲା ନା ନାହିଁ ତାହା ମୁଁ ଜାଣିନି। ସେ ମତେ କାହିଁକି ଏତେ ଭଲ ଲାଗୁଥିଲା ତାହା ବି ମୁଁ ଜାଣିନି ଆଉ ଶେଷ ରେ ସେ ମତେ କାହିଁକି ଏତେ ନିଜର କରୁଥିଲା ତାହା ବି ମୁଁ ଜାଣିନି। ସେତେବେଳେ ଦଶମ ଶ୍ରେଣୀ ରେ ପଢୁଥାଏ ମୁଁ । ପାଠ ପଢା ରେ ମୋର ସେମିତି କିଛି ଖାସ ନଥିଲି । ସବୁ ସ୍କୁଲ ଭଳି ଆମ ସ୍କୁଲ ରେ ବି ପୁଅ ମାନଙ୍କ ମଧ୍ୟରୁ ଯିଏ ଭଲ ପାଠ ପଢେ ସେ ସ୍କୁଲ ରେ ବେଶୀ ହାଇଲାଇଟ ହୋଇଥାଏ। ସବୁ ସାର ମନେ ତାକୁ ହିଁ ସବୁ କିଛି କୁହନ୍ତି । କିନ୍ତୁ ଯିଏ ପାଠ ପଢା ରେ ଟିକେ ଦୁର୍ବଳ କିମ୍ବା ମଧ୍ୟମ ଧାରଣ ର ଥାଏ ତାକୁ କେହି ପଚାରନ୍ତି ନାହିଁ। ଠିକ ସେମିତି ଝିଅ ମାନଙ୍କ ମଧ୍ୟ ରେ ଯିଏ ଅଧିକ ସୁନ୍ଦର ସେ ବେଶୀ ହାଇଲାଇଟ ହୁଏ ସେ ଭଲ ପାଠ ପଢୁ ଅବା ନପଢୁ। ମୁଁ ଥିଲି ମୋ ସ୍କୁଲ ର ଶେଷ ବେଞ୍ଚ ର ପିଲା। ମୋର କେତେ ଜଣ ସହ ପାଠୀ ମତେ ଆଜି ବି ଜାଣି ନାହାନ୍ତି କି ଦିନେ ମୁଁ ତାଙ୍କ ସହପାଠୀ ଥିଲି ବୋଲି। ଆମ ସ୍କୁଲ ଗୋଟେ ଗାଉଁଲି ପରିବେଶ ରେ ଥାଏ। ଆଧୁନିକତା ର ବେଶୀ କିଛି ପ୍ରଭାବ ଆମ ଉପରେ ପଡ଼େନି। ସକାଳୁ ସ୍କୁଲ ଓ ପାଠ ପଢା ସାରିଲେ ଘର କୁ ଆସିବା ଆମ ନୀତି ଦିନିଆଁ କାମ। ଅବନ୍ତିକା ଯେଉଁ ଦିନ ଆମ ସ୍କୁଲ କୁ ଆସିଲା ସେଦିନର କଥା, ସେଦିନ ଥିଲା ସମବାର, ହଁ ମୋର ଠିକ ମନେ ଅଛି। ସେ ସେଦିନ ବହୁତ ସୁନ୍ଦର ଦେଖା ଯାଉଥିଲା । ସେଦିନ ସେ ସ୍କୁଲ ଡ୍ରେସ ରେ ନଥିଲା ପ୍ରଥମ ଦିନ ସ୍କୁଲ ରେ ଧଳା ରଙ୍ଗ ର ଫ୍ରକ ଟେ ପିନ୍ଧିଥିଲା ମୁରୁକି ମୁରୁକି ହସୁଥିଲା। ଲାଜ ଲାଜ ମୁହଁ ରେ ଧୀରେ ଧୀରେ ଆସୁଥାଏ ଯେମିତି ଗୋଟେ ରାଜହଂସୀ। ଲାଗୁଥିଲା ଯେମିତି ସେ କେବଳ ଆମ ସ୍କୁଲ ର ସୁନ୍ଦରୀ ନଥିଲା ସେ ଥିଲା ଆମ ଅଞ୍ଚଳ ର ସୁନ୍ଦରୀ। ଆଧୁନିକତା ର ରଙ୍ଗ ଭଙ୍ଗ ସବୁ ତା ପାଖରେ ଭରି ରହିଥିଲା। ପ୍ରକୃତ ରେ ଦେଖିବାକୁ ଗଲେ ସେ ଏମିତି ରେ ବି ବହୁତ ସୁନ୍ଦର ତା ସହିତ ତା ହସ ତା ସୁନ୍ଦରତା କୁ ଆହୁରି ଦ୍ବିଗୁଣିତ କରୁଥିଲା । ଗୋଲାପୀ ଓଠରେ ଲାଲ ଲିପସ୍ଟିକ ଓଠ ତଳେ ଛୋଟ କଲା ରାଶି ଟିଏ ଥାଏ। ତା ମୁକୁଳା କେଶ କୁ ଧଳା ରଙ୍ଗ ର ହେଆର ବେଣ୍ଡ ଏତେ ସୁନ୍ଦର ଦେଖା ଯାଉଥାଏ ଯେ ତାହା ଭାଷା ରେ ବର୍ଣନା କରି ହେବ ନାହିଁ। ସ୍କୁଲ ରେ ଆହୁରି ବହୁତ ସୁନ୍ଦରୀ ଝିଅ ଥାଆନ୍ତି ହେଲେ ତା ସହ କେହି ବି ସମକକ୍ଷ ହୋଇ ପରିବେ ନାହିଁ। ସବୁ ଦିନ ପରି ସେଦିନ ବି ଆମ କ୍ଲାସ ଚାଲିଥାଏ। ସେତେବେଳ କୁ ଏଗାର ଟା ହୋଇ ସାରିଥାଏ। ସ୍କୁଲ କୁ ସମସ୍ତେ ଆସି ସାରିଥାନ୍ତି। ସବୁଦିନ ପରି କ୍ଲାସ ବି ଚାଲି ଥାଏ ଠିକ ଏତିକି ବେଳେ କ୍ଲାସ ଭିତର କୁ ଆସିଲା ଜଣେ ଅଚିନ୍ହା ଝିଅ। ଯାହାକୁ ଦେଖି କ୍ଲାସ ର ସମସ୍ତେ ଖାଲି ବଡ଼ ବଡ଼ ଆଖି କରି ଦେଖୁଥାନ୍ତି। ସତେ ଯେମିତି ଆଗରୁ କେବେ ଏମିତି ଝିଅ ଦେଖି ନଥାନ୍ତି। ପ୍ରକୃତ ରେ ବି ଆଗରୁ ଖାଲି ମୁଁ ନୁହେଁ କେହିବି ଏମିତି ସୁନ୍ଦରୀ ଝିଅ ଦେଖୀ ନଥିବେ। ଛୋଟ ଛୋଟ ପାଦ ପକାଇ ଧୀରେ ଧୀରେ ଚାଲି ଆସିଲା କ୍ଲାସ ସାମ୍ନା କୁ। ତା ସହ ତାର କେହି ଜଣେ ସମ୍ପର୍କୀୟ ବି ଆସିଥାନ୍ତି ତାକୁ ସ୍କୁଲ ରେ ଛାଡିବାକୁ । ସାର ଙ୍କୁ କହି ସେ ସେଠାରୁ ଚାଲିଗଲେ। ସାର ଝିଅ ଟିକୁ ସାମ୍ନା କୁ ଡାକିଲେ ତାକୁ ତା ନାଁ ପଚାରିଲେ।ଆମେ ସମସ୍ତେ କହିବାଟା ଠିକ ହେବନି ବିଶେଷ ଭାବରେ ମୁଁ ନିଜେ ଅପେକ୍ଷା କରିଥାଏ ତା ନାଁ ଟା ଶୁଣିବାକୁ। ମନେ ମନେ ଭାବୁଥାଏ ଦେଖିବାକୁ ତୋ ଏତେ ସୁନ୍ଦରୀ ଲକ୍ଷ୍ମୀପ୍ରତିମା ପରି ତା ନାଁ ଟା କେମିତି ହୋଇଥିବ? -ସେ ଧୀର ସ୍ୱର ରେ ତା ନାଁ କୁ କହିଲା....ଅବନ୍ତିକା...... ସତରେ ନାଁ ଟା ଟିକେ ପୁରୁଣା ହେଲେ ବି କେତେ ସୁନ୍ଦର। ଆମେ ସମସ୍ତେ ଖାଲି ତାକୁ ହିଁ ଚାହିଁ ରହିଥାଉ। ସେ ତା ବିଷୟ ରେ ବହୁତ କିଛି କହୁଥାଏ। ମୁଁ ଶୁଣୁଥାଏ ମନେ ମନେ ଭାବୁଥାଏ ଇଏ କଣ ସବୁଦିନ ପାଇଁ ଆମ ସ୍କୁଲ କୁ ଆସିଛି ନା କିଛି ଦିନ ପାଇଁ ଆସିଛି। ମୁଁ ଏମିତି କାହିଁକି ଭାବୁଥାଏ ମୁଁ ଜାଣିନି ତା ପ୍ରତି ମୋର ଏତେ ଦୁର୍ବଳତା କାହିଁକି ତାହା ବି ମୁଁ ବୁଝି ପାରୁନଥାଏ। ମୋ ମନଟା ଏମିତି କଣ ହେଲା କେଜାଣି ମନେ ମନେ ଭଗବାନ ଙ୍କୁ ଡାକୁଥାଏ କି ସେ କେମିତି ମୋ ସ୍କୁଲ ରେ ସବୁଦିନ ପାଇଁ ରହିଯାଉ। ମୁଁ ଏମିତି ତାର ଭାବନା ରେ ହଜିଯିବା ଭିତରେ ସାର କହିଲେ -"ଯା କ୍ଲାସ ରେ ବସିବୁ ବୋଲି। ସେ ଧୀରେ ଧୀରେ ବେଞ୍ଚ ରେ ବସିବା ପାଇଁ ଆଗେଇ ଆସିଲା। ମନେ ମନେ ଭାବୁଥାଏ ସେ ମୋ ପାଖରେ ବସନ୍ତା କି? କାହିଁକି ଏମିତି ଭାବୁଥାଏ ବୁଝି ପାରୁ ନଥାଏ ହେଲେ ବି ମନ ଚାହୁଁଥାଏ ତା ସହ ଟିକେ କଥା ହେବାକୁ, ତା ବିଷୟ ରେ ବହୁତ କିଛି ଜାଣିବାକୁ। ମୁଁ ଏମିତି ଭାବୁଥିବା ଭିତରେ ସେ ଠିକ ମୋ ସାମ୍ନା ରେ ଛିଡା ହୋଇ ଥାଏ । ମୋ ଛାତି ଏତେ ଜୋର ରେ ଧକ ଧକ ହେଉଥାଏ ଯେ ମୁଁ ଠିକ ରେ ନିଶ୍ୱାସ ବି ନେଇ ପାରୁନଥାଏ। ତାକୁ ମୋ ସାମ୍ନା ରେ ଦେଖି ହାତ ଗୋଡ଼ ଜୋର ରେ ଥରୁଥାଏ। ଏତେ ସବୁ ଭିତରେ ସେ ବହୁତ ସୁନ୍ଦର ଓ ଧୀର ସ୍ୱର ରେ ମତେ କହିଲା "ଟିକେ ସାଇଟ ହୁଅ ମୁଁ ବସିବି"। ସେ ନକହିବା ଆଗରୁ ମୁଁ ତା ପାଇଁ ଜାଗା ଛାଡି ଦେଇଥାଏ। ସତରେ କଣ ସେ ମୋ ସହ କଥା ହେଲା ନା ତା ବିଷୟ ରେ ଭାବି ଭାବି ମତେ ସେମିତି ଲାଗିଲା? ପ୍ରକୃତିସ୍ଥ ହୋଇ ଦେଖିଲି ମୋ ପାଖରେ ସେ ବସିଥାଏ। ସେ ମୋ ପାଖକୁ ଆସିଲା ତା ମାନେ ଏଇଆ ନୁହେଁ କି ମୁଁ ବହୁତ ସୁନ୍ଦର ଓ ଆକର୍ଷଣ ଦେଖା ଯାଉଥିଲି । ପୁରା କ୍ଲାସ ରେ କେବଳ ମୋ ପାଖରେ ଗୋଟେ ଜାଗା ବାକି ଥିଲା। ସେଥିପାଇଁ ସେ ମୋ ପାଖକୁ ଚାଲି ଆସିଲା। ସେ ମୋ ପାଖକୁ ଆସିବା ପର ଠୁ ମନ ଟା ଅସ୍ଥିର ହୋଇ ପଡୁଥାଏ କେବେ କୌଣସି ଝିଅ ସାମ୍ନା ରେ ଏତେ ପାଖା ପାଖି ବସି ନଥିଲି। ତାହା ପୁଣି ଜଣେ ଅଜଣା ଅଚିନ୍ହା ଝିଅ, ତା ଦେହ ରୁ ଭାଷୀ ଅସୁଥାଏ ଗୋଟେ ଅଜଣା ବାସ୍ନା। ସେ ବାସ୍ନା କୁ ମୁଁ ଆଜି ଯାଏ ଭୁଲି ପାରୁନି। ସେ କିନ୍ତୁ ଆରାମ ରେ ବସିଥାଏ ମୁଁ ଯାହା ଲକ୍ଷ କରୁଥାଏ ତା ମନ ରେ ଟିକିଏ ବି କୌଣସି ପ୍ରତିକ୍ରିୟା ନଥାଏ। ମୁଁ ପୁଅ ଟେ ହୋଇ ତା ପାଖରେ ବସିଛି ନା ସାରା ସ୍କୁଲ ର ସମସ୍ତେ ତାକୁ ଦେଖୁଛନ୍ତି ସେ ସବୁ ରେ ତାକୁ କିଛି ଫରକ ପଡ଼ୁ ନଥାଏ। ପାଠ ପଢିବାରେ କେବଳ ଧ୍ୟାନ ଦେଇଥାଏ। ସେ ଆସିଲା ପର ଠାରୁ ମୁଁ ସବୁକିଛି ଭୁଲି ଯାଇଥାଏ। କେବଳ ତା କଥା ଚିନ୍ତା କରୁଥାଏ। ଏମିତି ସେ ଦିନ ଟା ବିତିଗଲା। ତାପର ଦିନ ସ୍କୁଲ ଛୁଟି ଥାଏ ସ୍କୁଲ ବନ୍ଦ ଥାଏ। ଘର କୁ ଆସିଲା ପରେ ବି ତା ଭାବନା ମନ ଭିତରୁ ଜମା ରୁ ଯାଉନଥାଏ। ତାହା ମୋର ଭୁଲ ନଥିଲା ସେ ଦେଖିବାକୁ ବି ସେମିତି ସୁନ୍ଦର ଦେଖା ଯାଉଥିଲା। ମୁଁ ଖାଲି ଏତିକି ଜାଣିଥାଏ ତା ନାଁ ଟା ଅବନ୍ତିକା....ତା ବିଷୟ ରେ ବହୁତ କିଛି ଜାଣିବା ପାଇଁ ଇଛା ହେଉଥାଏ। ସବୁବେଳେ ତା କଥା ବହୁତ ମନେ ପଡୁଥାଏ। ସାଙ୍ଗ ସାଥି ମାନଙ୍କୁ ତା ବିଷୟ ରେ ସମସ୍ତଙ୍କୁ କହି ସାରିଥାଏ। ସେ କେମିତି ଆସିଲା କେମିତି ମୋ ପାଖରେ ବସିଲା ସେ କେତେ ସୁନ୍ଦର ଦେଖା ଯାଉଥିଲା ଏମିତି ଅନେକ କଥା। ମୋ ସାଙ୍ଗ ମାନେ ମନେ କୌତୁହଳ ରେ ପଚାରନ୍ତି ସେ ଝିଅ ଟା ପାଇଁ ତୁ କାହିଁକି ଏତେ ଅସ୍ଥିର ହୋଇ ପଡୁଛୁ ତୁ ତାକୁ ଭଲ ପାଇ ବସିଛୁ କି??? କେମିତି ବୁଝାଇବି ସେମାନଙ୍କୁ ସେ କଣ ଥିଲା, ତା ଚାହାଣି ରେ କେତେ ମାଦକତା ଲୁଚି ରହିଥିଲା। ତାକୁ ମୁଁ ଏତେ ପାଖରୁ ଦେଖିଛି, ମୁଁ ଜାଣିଛି ତାକୁ ଦେଖି ମୁଁ କାହିଁକି ଏତେ ଅସ୍ଥିର ହେଉଛି। ତାପର ଦିନ ସକାଳେ ଶୀଘ୍ର ବାହାରି ପଡିଲି ସ୍କୁଲ କୁ। ଆଗରୁ ସ୍କୁଲ ଯିବା ପାଇଁ ପ୍ରାୟ ମୋର ଡେରି ହୁଏ। ହେଲେ ସେଦିନ ମୁଁ ଶୀଘ୍ର ଶୀଘ୍ର ମୋ ନିତ୍ୟକର୍ମ ସାରି ବାହାରି ଗଲି। ସବୁ ଦିନ ସାଙ୍ଗ ମାନଙ୍କ ସହ ଯାଏ ହେଲେ ସେଦିନ ସମସ୍ତଙ୍କୁ ଛାଡି ଏକା ଏକା ଚାଲିଗଲି ମୋ ବ୍ୟାଗ ନେଇ। ସେତେବେଳେ ଦଶଟା ହୋଇ ନଥାଏ। ସେଦିନ ମୁଁ ସମସ୍ତଙ୍କଠୁ ଆଗରୁ ପହଂଚି ଗଲି। ଏମିତିରେ ବି ଆମ ପଛ ବେଞ୍ଚ ର ପିଲା ମାନଙ୍କୁ କିଏ ଧ୍ୟାନ ଦିଏ ଯେ? ଅଲଗା କିଏ ହୋଇଥିଲେ ସ୍କୁଲ ର ପିଅନ ମନେ ହେଲେ ପଚାରି ଦେଇଥାନ୍ତେ ଆରେ ଏତେ ଶୀଘ୍ର ଆଜି ସ୍କୁଲ କୁ କେମିତି ଆସି ଗଲୁ ବୋଲି। ମୁଁ ଚୁପଚାପ ବସିଥାଏ। ସ୍କୁଲ ଖୋଲିବା ମାତ୍ରେ ମୁଁ ମୋ ପୁରୁଣା ଜାଗା ରେ ବସି ପଡିଲି। ଭାବିଲି କାଲି ଭଳି ଆଜିବି ସେ ମୋ ପାଖରେ ବସନ୍ତା କି? ଏତେ ବେଳକୁ ସମୟ ହୋଇ ଯାଇଥାଏ ମୋ ନଜର ଟା ଶ୍ରେଣୀ ଗୃହ ର ଦ୍ୱାର ଆଡକୁ ସବୁ ବେଳେ ଯାଉଥାଏ। ମନ କହୁଥାଏ କଣ ସେ ଆସିବନି କି? ସେତେବେଳ କୁ ପ୍ରାୟ ସମସ୍ତେ ଆସି ସାରିଥାନ୍ତି ହେଲେ ଅବନ୍ତିକା ର ଦେଖା ନଥାଏ। ଏତିକି ବେଳେ ପ୍ରାର୍ଥନା ପାଇଁ ବେଲ ବାଜିବାରେ ଲାଗିଲା। ଆମେ ସମସ୍ତେ ବାହାର କୁ ଯିବାକୁ ଲାଗିଲୁ। ଧାଡିରେ ଛାଡି ହୋଇ ପ୍ରାର୍ଥନା ଆରମ୍ଭ ହୋଇଗଲା ହେଲେ ତାର ଦେଖା ନଥାଏ। ସବୁଦିନ ପରି ଜଣେ ପ୍ରାର୍ଥନା କୁ ଗାଆନ୍ତି ଓ ଆମେ ସମସ୍ତେ ତାର ପାଳିଆ ଧରୁ। ସେଦିନ ବି ସମସ୍ତେ ଆଖି ବନ୍ଦ କରି ଛିଡା ହୋଇଥାଉ। ପ୍ରାର୍ଥନା ର ମଧୁର ଶବ୍ଦ ଭାସିଲା ସେପଟୁ। ଆମ ତିନଟି ଶ୍ରେଣୀର ପିଲା ମାନେ ମିଶି ପ୍ରାୟ ତିନି ଶହ । ଧାଡ଼ିର ସାମ୍ନା ରେ ଛିଡା ହୋଇ କିଏ ପ୍ରାର୍ଥନା ଗାଉଛି ଦେଖିବା ମୁସ୍କିଲ। ସେଦିନ ପ୍ରାର୍ଥନା ର ମଧୁର ସ୍ୱର ଏତେ ମଧୁର ଥିଲା ଯେ ସମସ୍ତେ ବିମୋହିତ ହୋଇ ଶୁଣୁଥାନ୍ତି। ଅନ୍ୟ ଦିନ ପ୍ରାର୍ଥନା ସଭାରେ ସମସ୍ତେ ଏପଟ ସେପଟ ହେଉଥାନ୍ତି ହେଲେ ସେଦିନ ସମସ୍ତେ ଯେମିତି ଗୋଟେ ଅଜଣା ବନ୍ଧନ ରେ ବାନ୍ଧି ହୋଇ ଥିଲା ପରି ଶୃଙ୍ଖଳା ର ସହିତ ଛିଡା ହୋଇଥାନ୍ତି। ସେପଟୁ ଭାଷୀ ଆସୁଥାଏ ମଧୁର କଣ୍ଠ ସ୍ୱର। କିଏ ସେ ଝିଅ ଟା ଏତେ ଦିନ ପରେ କୋଇଲି ପରି ଗୋଟେ ସ୍ୱର ଆମ ସ୍କୁଲ କୁ କେଉଁଠୁ ଆସିଲା। ଅଚାନକ ମନେ ପଡିଲା ଇଏ ପୁଣି ଅବନ୍ତିକା ନୁହେଁ ତୋ...... ହଁ ସେଦିନ ସେ ମଧୁର କଣ୍ଠ ସ୍ୱର ଧାରି କୋଇଲି ଆଉ କେହି ନଥିଲା ସେ ଥିଲା "ଅବନ୍ତିକା"। ଗୋଟେ ଦିନ ଆଗରୁ ଆସି ମୋ ସ୍କୁଲ ରେ ତାର କାୟା ବିସ୍ତାର କରି ସାରିଥାଏ। ପ୍ରାର୍ଥନା ପରେ ତାକୁ ସମସ୍ତେ ବାଃ ବାଃ କରୁଥାନ୍ତି। ତା ସୁରିଲା କଣ୍ଠ ସ୍ୱର ପାଇଁ ତାର ସମସ୍ତେ ବହୁତ ଗୁଣଗାନ କରୁଥାନ୍ତି। ସତରେ ତା ସ୍ୱର ଶୁଣିଲେ କେହିବି ବିମୋହିତ ହୋଇଯିବ। ଅନ୍ୟ କେହି ହୋଇ ଥିଲେ ସେ ବହୁତ ଖୁସି ହୋଇ ଥାନ୍ତା ହେଲେ ମୁଁ ସେଦିନ ବହୁତ ଦୁଃଖିତ ଥିଲି ଇର୍ଷା ରେ। ସେ ଏତେ କମ ସମୟ ଭିତରେ ସମସ୍ତଙ୍କ ହୃଦୟ ରେ ଗୋଟେ ଛାପ ଛାଡି ଗଲା। ତା ସହ ସମସ୍ତେ ବନ୍ଧୁତା କରିବା ପାଇଁ ଆଗ୍ରହୀ ସେ ମୋ ସହ କାହିଁକି ବନ୍ଧୁତା କରିବ ଯେ। ମନ ଦୁଃଖ କରି ଶ୍ରେଣୀ ଗୃହ କୁ ଚାଲିଗଲି। ଚୁପ ହୋଇ ବସିଥାଏ ମୋ ଜାଗାରେ ଝିଅ ମାନଙ୍କ ଗହଣ ରେ ପାଉଁଜି ର ରୁଣୁଝୁଣୁ ସ୍ୱର ରେ ଭିତରକୁ ଚାଲି ଆସିଲା ସେ। ଶ୍ରେଣୀ ଗୃହ ର ମାହଲ ଟା ପୁରା ବଦଳି ଯାଇଥାଏ। ସମସ୍ତେ ତାକୁ ଶୁଭେଚ୍ଛା ଜଣାଉଥାନ୍ତି ସ୍ମିତହାସ୍ୟ କରି ସେ ଶ୍ରେଣୀର ଆଗ ବେଞ୍ଚ ରେ ବସି ପଡିଲା। ମୋ ଆଡ଼ କୁ ଟିକିଏ ବି ଅନାଇ ନଥିଲା ସେ। ଦୁଇ ଦିନ ତଳେ ମୋ ସାଥିରେ ବସିଥିଲା ସେ ଆଜି ଆଗ ଧାଡି ରେ ପାଠୁଆ ପିଲା ମାନଙ୍କ ସହ ତାର ଉଠିବା ବସିବା ଥାଏ। ଆମ ପଛ ବେଞ୍ଚ କୁ ତୋ ଶିକ୍ଷକ ମନେ ବି ଦେଖିବାକୁ ଆସନ୍ତି ନାହିଁ ସେ ବା କାହିଁକି ଆମ ଆଡ଼କୁ ଦେଖିବ? ଏ ସମୟ ରେ ଶ୍ରେଣୀ ଶିକ୍ଷକ ଆସିଲେ। ପ୍ରତ୍ୟେକ ଦିନ ଭଳି ସେଦିନ ବି ପାଠ ପଢା ଆରମ୍ଭ ହୋଇଗଲା। ମୁଁ ଏମିତି ବସିଥାଏ ନିରବ ରେ କାହା ସହ କଥା ବାର୍ତ୍ତା ବି କରୁ ନଥାଏ। ଏମିତିରେ ବି ପାଠ ପଢା ରେ ମୋର ଜମା ରୁ ମନ ନାହିଁ। ଖାଲି ଗୋଟେ ଚିନ୍ତା ମନ ରେ ଘାଣ୍ଟୁଥାଏ। ସେ କାହିଁକି ସମସ୍ତଙ୍କ ସହ କଥା ହେବ, ତାର କାହିଁକି କିଏ ଗୁଣ ଗାନ କରିବେ? କିଛି ସମୟ ପାଇଁ ଭୁଲି ଯାଇଥିଲି ତାର ବି ଗୋଟେ ବ୍ୟକ୍ତିତ୍ୱ ଅଛି। ମତେ କଣ ଭଲ ଲାଗିବ ନ ଲାଗିବା ରେ ତାର ଯାଏଆସେ କଣ ଅଛି। ମୁଁ ତାର କିଏ କି? ସେ କାହାସହ କଥା ହେବ ନହେବ ସେଇଟା ତାର ବ୍ୟକ୍ତିଗତ ବିଷୟ। ଅପରାହ୍ନ ଚାରିଟା ହେବାକୁ ଥାଏ ଏବେ ଛୁଟି ସମୟ। ନିଜ ନିଜ ଘର କୁ ଯିବା ସମୟ ଆସିଗଲା। ସେଦିନର କ୍ଲାସ ସରିଲା ଛୁଟି ଘଣ୍ଟି କୁ ଅପେକ୍ଷା। ଦିନଟା ସାରା ସେଇ ଗୋଟିଏ କଥା ମନରେ ଆସୁଥାଏ। ସେ ମୋ ସହ କଥା ଟିକିଏ ବି କାହିଁକି ହେଲା ନାହିଁ। ସେ କଣ ଜାଣି ପାରିଲା ନାହିଁ ମୋ ମୁହଁ ଦେଖି କି ମୋ ମନ ରେ କଣ ବିତୁଛି? ଛାଡ଼ ସେ କଥା ଭାବି ଲାଭ କିଛି ନାହିଁ। ଆଗକୁ ପରୀକ୍ଷା ଅଛି କେମିତି ଭଲ ରେ ପାଠ ପଢି ଭଲ ନମ୍ବର ରଖି ପାସ୍ କରିବି ସେ ଚିନ୍ତା କରିବା ଭଲ। ଏତିକି ବେଳେ ଛୁଟି ଘଣ୍ଟି ଟା ବି ବାଜିବାକୁ ଲାଗିଲା। ଘରକୁ ଯିବା ପାଇଁ ଆମେ ସମସ୍ତେ ବାହାରି ଗଲୁ। ଶ୍ରେଣୀ ରୁ ବାହାରିଲା ପରେ ସ୍କୁଲ ପରିସର ରେ ବାହାରକୁ ବାହାରିବା ଆଗରୁ କେହି ଜଣେ ମତେ ପଛରୁ ଡାକିଲା ପରି ଲାଗିଲା। ମୁଁ ଭାବିଲି ଶ୍ରେଣୀ ରେ ତୋ ମୋର କେହିବି ବନ୍ଧୁ ନାହାନ୍ତି ଏମିତିରେ ବି ମୁଁ କାହାସହ ମିଶେନି। ତୋ ମତେ କିଏ ବା କାହିଁକି ଡ଼ାକିବ ଯେ। ସେ ପଟ କୁ ଧ୍ୟାନ ନଦେଇ ଏକ ମୁହାଁ ହୋଇ ଆଗକୁ ଚାଲିବାକୁ ଲାଗିଲି। ପୁଣି ଥରେ ମୋ କାନ କୁ ଶୁଭିଲା ସେଇ ମଧୁର ଓଠ ର ମଧୁର ସ୍ୱର -"ସୁଧୀର.... ଚମକି ପଡି ପଛ କୁ ଆଶ୍ଚର୍ଯ୍ୟ ହୋଇ ଦେଖିଲି। ପଛରେ ଛିଡା ହୋଇ ଥାଏ "ଅବନ୍ତିକା"... ସେ ମୋ ନାଁ କେମିତି ଜାଣିଲ? ସେଦିନ ତୋ ତା ସହ ମୋର ସେମିତି ବିଶେଷ କିଛି କଥା ବାର୍ତ୍ତା ବି ହୋଇ ନଥିଲା। ପୁଣି ମୋ ପାଖରେ ତାର କଣ କମ। ଦିନ ତମାମ ଗୋଟେ ଶ୍ରେଣୀ ରେ ବସିଥିଲୁ ଥରେ ବି ଆଡ଼ ଆଖିରେ ଅନାଇଲା ନାହିଁ। ଏବେ ପଛରୁ ଡାକିବାର ଅଭିପ୍ରାୟ କଣ ହୋଇ ପାରେ। ପଛ କୁ ଫେରି ଟା ସମ୍ମୁଖରେ ଛିଡା ହେଲି। ଅବନ୍ତିକା ଖାଲି ଗୋଟେ ପଦ କଥା କହିଲା -"ଥାଙ୍କସ ସୁଧୀର " ଓ ଟିକେ ହସି ଦେଇ ମୁଁ କିଛି ପଚାରିବା ଆଗରୁ ଚାଲିଗଲା ସେଠାରୁ।ତାକୁ ମୁଁ କିଛି ପ୍ରତୀତ୍ତର ବି ଦେଇ ପାରିଲି ନାହିଁ। ପଛରୁ ତାକୁ ଚାହିଁ ରହିଥାଏ ତାର ପାଉଁଜି ର ଛମଛମ ଧ୍ୱନି ଟା ଧିମେଇ ଯିବା ପର୍ଯ୍ୟନ୍ତ । ଏ କଣ ହେଉଛି ମୋ ଜୀବନ ରେ। ଦିନଟା ସାରା ଯିଏ ମୋ ସହ କଥା ପଦୁଏ ନହେଲା ବୋଲି ଯାହା ପାଇଁ ଏତେ ଅବସାଦ ରେ ରହିଲି, ଦିନ ଶେଷ ରେ ପୁଣି ଏ କଣ ଗୋଟେ ମୋଡ଼ ଆସିଲା। ସେ ମତେ "ଥାଙ୍କସ" କହିବାର ମାନେ କଣ? ସେଦିନ ଶ୍ରେଣୀ ରେ ଏକାଠି ବସିଥିବା ସମୟ ରେ ମୁଁ ତୋ ତା ସହ କିଛି କଥା ବି ହେଇନି। ତା ପାଇଁ ତୋ ମୁଁ କିଛି ଏମିତି ବି କରିନି ଯେଉଁଥି ପାଇଁ କି ସେ ମତେ ଧନ୍ୟବାଦ କହିବ। ହେ ଭଗବାନ ଏ କେମିତି କା ପରୀକ୍ଷା ରେ ପକାଉଛ।... ସ୍କୁଲ ରୁ ଘରକୁ ଯିବା ପର ଠୁ ମୋ କାନ ରେ ସେଇ ପଦୁଏ କଥା ଶୁଭୁଥାଏ... ଥାଙ୍କସ ସୁଧୀର .... ମନରେ ଖାଲି ଭାବୁଥାଏ କାଲି ସ୍କୁଲ ଗଲେ ପ୍ରଥମେ ତାକୁ ପଚାରିବି ସେ ମତେ କାହିଁକି ଥାଙ୍କସ କହିଲା। ତାର କାରଣ କଣ ହୋଇ ଥାଇ ପରେ। ଏ ଝିଅ ମାନେ ବି ଆମ ପୁଅ ମାନଙ୍କୁ ଏମିତି ଦୋଛକି ରେ ଛିଡା କରି ଦିଅନ୍ତି ଯେ ଆମେ ନା ଆଗକୁ ଯାଇ ପାରୁ ନା ପଛକୁ ଯାଇ ପାରୁ। ମୁଁ ତାର ଥାଙ୍କସ କୁ କେଉଁ ଅର୍ଥ ରେ ନେବି ନିଜେ ବି ଭାବି ପାରୁ ନଥାଏ। ଯାହା ବି କହିଥାନ୍ତା ଖୋଲିକି କହିଥାନ୍ତା ଅଯଥାରେ ମୁଁ ତା ପାଇଁ ଏତେ ଚିନ୍ତା କରୁଛି। ଖାଲି ମନେ ମନେ ଭାବୁଥାଏ ସକାଳ ହେଉ କାଲି ସ୍କୁଲ ରେ ତାକୁ ଏ ବିଷୟ ରେ ନିଶ୍ଚୟ ପଚାରିବି। ତାର ଏଇ ପଦୁଏ କଥା ମୋ ରାତିର ନିଦ ହଜାଇ ଦେଇଥାଏ। ଏମିତି ଦେଖିବାକୁ ଗଲେ ସେ ସେମିତି ବି କିଛି କହି ନଥିଲା ଯେଉଁ କଥା ରେ କି ମୁଁ ଏତେ ବ୍ୟସ୍ତ ହେଉଛି। ହେଲେ ଏଇ କଥା ଟା ବି ମତେ ହଜମ ହେଉନି କି ଜଣେ ଅଚିନ୍ହା ଅଜଣା ଏତେ ସୁନ୍ଦରୀ ଝିଅ ଟେ ମତେ ବିନା କାରଣ ରେ ଥାଙ୍କସ କହିବା ତାହା ପୁଣି ଆମ ଭଳି ପଛ ଧାଡ଼ିର ପିଲା ପାଇଁ କିଛି ଛୋଟ କଥା ନୁହଁ। ସହର ର ସ୍କୁଲ ମାନଙ୍କରେ ସେସବୁ ସାଧାରଣ ହୋଇ ପରେ ଆମେ ଗାଉଁଲି ପିଲା ଗୋଟେ ଝିଅ ସହ କଥା ହେବା ପାଇଁ ଆମକୁ ହଜାରେ ଥର ଭାବିବାକୁ ପଡେ। ପରବର୍ତ୍ତୀ ଦିନ ସକାଳ ନଅଟା ରେ ଶୀଘ୍ର ସ୍କୁଲ କୁ ବାହାରି ପଡିଲି। ମନେ ମନେ ଭାବିଥାଏ ତାକୁ ଦେଖିଲେ ପ୍ରଥମେ ଯାଇ ତାକୁ ପଚାରିବି କାଲି ମତେ ସେ କହିଁକି ଥାଙ୍କସ କହିଲା। ଶ୍ରେଣୀ ବାରଣ୍ଡା ରେ ଚୁପଚାପ ବସିଥାଏ ସମସ୍ତେ ଆସି ଶ୍ରେଣୀ ଭିତରକୁ ଚାଲି ଯାଉଥାନ୍ତି। ମୁଁ ଖାଲି ଅବନ୍ତିକା କୁ ଅପେକ୍ଷା କରି ରହିଥାଏ। ଠିକ ଏହି ସମୟ ରେ ଚି଼ନ୍ହା ପାଉଁଜି ର ଶବ୍ଦ ମୋ କାନ ରେ ପଡିଲା। ସେପଟ କୁ ଆନେଇ ଦେଖେ ତୋ ଅବନ୍ତିକା। ତାକୁ ଦେଖି କିଛି ପଚାରିବି କଣ ମୋ ପାଦ ଥରିବାକୁ ଲାଗିଲା ପାଟିରୁ କଥା ବାହାରିବ କି ନା ସନ୍ଦେହ ରେ ଥାଏ। ହେଲେ ବି ସାହସ ବାନ୍ଧି ତା ପାଖକୁ ଅଗ୍ରସର ହେଲି। ମୁଁ ନଡାକିବା ଆଗରୁ ସେ ମୋ ସାମ୍ନା ରେ ଅଟକି ଗଲା ଓ ମତେ ପଚାରିଲା -"ସୁଧୀର କଣ ହେଲା? କିଛି କହିବ କି? " ଆରେ ଏ କଣ ହେଲା। ମୁଁ ତାକୁ କିଛି ପଚାରିବି ବୋଲି ସେ କେମିତି ଜାଣିଲା? ସେ କିଛି ତନ୍ତ୍ର ମନ୍ତ୍ର ଜାଣିଛି କି? ଅଧିକ କିଛି ନଭାବି ମନରେ ସାହସ ବାନ୍ଧି ପଚାରିଦେଲି -" କଲି ତମେ ମତେ ଥ୍ୟାଙ୍କସ କହିଲ କାହିଁକି? " ଅବନ୍ତିକା ବିନା ଦ୍ୱନ୍ଦ୍ୱ ରେ କହିଦେଲ-" ଆରେ ସୁଧୀର ତମେ ବି ବହୁତ କିଛି ଭାବି ଦେଉଛ। ମୁଁ ପ୍ରଥମ ଦିନ ଯେବେ ସ୍କୁଲ କୁ ଆସିଥିଲି ତୁମେ ସେଦିନ ମତେ ତୁମ ପାଖରେ ଜାଗା ଦେଇଥିଲ ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଟିକେ ଜଣାଇଦେଲି। ସେଥିରେ ତୋ କିଛି ଖରାପ କଥା ନାହିଁ। ପାଗଳା ତମେ ନା ସୁଧୀର ବହୁତ କିଛି ଭାବି ଦେଉଛ। ତମେ ଯଦି ଅଲଗା କିଛି ଭାବୁଛ ତୋ ସେମିତି କିଛି ବି ନାହିଁ। ଯାଅ କ୍ଲାସ କୁ ଭଲ ରେ ପାଠ ପଢିବାକୁ ଚେଷ୍ଟା କର। ପଛ ବେଞ୍ଚ ରେ ବସି ରହିଲେ ଲାଭ କିଛି ନାହିଁ।" ଏକ ନିଶ୍ୱାସ ରେ ଅବନ୍ତିକା ଏତେ ସବୁ କଥା କହିଦେଲ। ତା କଥା ଶୁଣି ମୁଁ ନିଜକୁ ଲଜ୍ଜିତ ଅନୁଭବ କଲି ଓ ମନେ ମନେ ଖୁସି ବି ହେଲି କି ଅବନ୍ତିକା ମୋ ପାଇ କେତେ ଚିନ୍ତା କରୁଛି ବୋଲି। ପ୍ରଥମ ରୁ ଦଶମ ଯାଏଁ ଆଗ ଧାଡିରେ କେବେ ବସି ନି କାଳେ ଶିକ୍ଷକ ମାନେ କିଛି ପ୍ରଶ୍ନ ପଚାରିଦେବେ ବୋଲି। ଅବନ୍ତିକା ଏମିତି କାହିଁକି କହିଥିବ। ସେ କଣ ମତେ ଭଲ ମଣିଷ କରିବାକୁ ଚାହୁଁଛି? ଆଜି ଯାହା ବି ହେବ ଆଜି ଆଗ ଧାଡି ରେ ବସିବି। ଶ୍ରେଣୀକୁ ଯାଇ ଆଗ ଧାଡି ରେ ମୋର ବହି ପତ୍ର ରଖିଦେଲି। ମନରେ ବହୁତ ଭୟ ଥାଏ ଯଦି ସାର କିଛି ପ୍ରଶ୍ନ ପଚାରି ଦେବେ ଓ ମୁଁ ଯଦି କହି ପାରିବି ନାହିଁ ତୋ ସମସ୍ତଙ୍କ ସାମ୍ନା ରେ ଅପମାନିତ ହେବି। ମନରେ ଯେତେ ଭୟ ଥିଲେ ବି ଅବନ୍ତିକା କଥା ରକ୍ଷା କରି ସେଦିନ ଆଗ ଧାଡିରେ ବସିଗଲି। ତାପରେ ପାଠପଢା ବି ଆରମ୍ଭ ହେଲା। ଆରେ ମୁଁ ତୋ ଅଯଥା ରେ ଡରୁଥିଲି। ଯାହା ହେଉ ଅବନ୍ତିକା ର ଟିକିଏ ସାହସ ରେ ମୋର ଆତ୍ମବିଶ୍ୱାସ ବଢିଗଲା। କ୍ଲାସ ସାରିବା ପରେ ଅବନ୍ତିକା ମୋ ପାଖକୁ ଆସିଲା ଓ କହିଲା ଦେଖିଲ ସୁଧୀର ପଛ ରେ ବସି ମଜା ମସ୍ତି କରିବା ଅପେକ୍ଷା ଆଗରେ ବସି ପାଠ ଉପରେ ଧ୍ୟାନ ଦିଅ ମୁଁ ତୁମ ସହ ସବୁ ବେଳେ ଅଛି। ଏତିକି କହି ସେ ସେଦିନ ଚାଲିଗଲା। ମୁଁ ପୂର୍ବ ଦିନ ଭଳି ସେଦିନ ବି ତାକୁ କିଛି ଉତ୍ତର ଦେଇ ପାରିନଥିଲି। ଗୋଟେ ଝିଅ ର ପଦୁଏ କଥା ରେ ଏତେ ଶକ୍ତି ଅଛି ମୁଁ ଜାଣି ନଥିଲି। ତାର ସେ ପଦୁଏ କଥା ରେ ମୋ ଜୀବନ ଚର୍ଯା ବଦଳି ଗଲା। ମନରେ ଅଦମ୍ୟ ସାହସ ଭରିଗଲା। ମନରେ ଗୋଟିଏ ଚିନ୍ତା ଭଲ ପାଠ ପଢିବି। ଅବନ୍ତିକା ର କଥା କୁ ନିଶ୍ଚୟ ରଖିବି। ପ୍ରତ୍ୟକ ଦିନ ଅବନ୍ତିକା ମତେ ପାଠ ପଢା ରେ ବହୁତ ସାହାଯ୍ୟ କରେ ଅନ୍ୟ ମାନଙ୍କ ସହ ସେମିତି ସେ ବେଶୀ କଥା ବି ହୁଏନି ମୋ ପାଖରେ କଣ ଥିଲା ମୁଁ ଜାଣିନି ହେଲେ ସେ ମୋ ସହ ବେଶୀ ସମୟ ସ୍କୁଲ ରେ ବିତାଇବାରେ ଲାଗିଲା। ଦେଖୁ ଦେଖୁ ସ୍କୁଲ କୁ ବିଦାୟ କରିବାର ସମୟ ଆସିଗଲା। ଗୋଟେ ମାସ ପରେ ପରୀକ୍ଷା ଗୋଟେ ମାସ ଘରେ ରହି ପାଠ ପଢିବାକୁ ପଡିବ। ଦଶମ ପରୀକ୍ଷା ସରିଲା ପରେ କିଏ କୁଆଡେ ଯିବେ ଜଣାନାହିଁ। ସେଦିନ ଆମ ସ୍କୁଲ ରେ ଦିଦାୟ କାଳିନ ସଭା ଥାଏ ସମସ୍ତେ ଏକାଠି ବସିଥାଉ। ସମସ୍ତଙ୍କ ଆଖିରୁ ଲୁହ ଝରୁଥାଏ। ଅବନ୍ତିକା ବି କାନ୍ଦୁଥାଏ ହେଲେ କାହିଁକି କେଜାଣି ମୋ ଆଖିରେ ଟିକିଏ ବି ଲୁହ ନଥାଏ। କାହିଁକି କାନ୍ଦିବି ଯେ ମତେ ଅବନ୍ତିକା କଥା ଦେଇଛି ସବୁଦିନ ସେ ମୋ ପଛରେ ଅଛି ବୋଲି। ମୋର ଆମ ସ୍କୁଲ ରେ ତୋ ଆଉ କେହିବି ସାଙ୍ଗ ନଥିଲେ। ଅନ୍ୟ ପାଇଁ କାହିଁକି କାନ୍ଦିବି। ସଭା ସରିଲା ପରେ ଘରକୁ ବିଦ୍ୟାଳୟ ଛାଡି ଯିବା ବେଳ ଆସିଗଲା। ଅବନ୍ତିକା ମୋ ପାଖକୁ ଆସିଲା ଓ କହିଲା -"ସୁଧୀର ପାଠ ପଢା ରେ ଧ୍ୟାନ ଦେବ ଗୋଟେ ମାସ ପରେ ପରୀକ୍ଷା ହୋଲ ରେ ଦେଖା ହେବା। ମୁଁ ବି କହିଲି -" ହଁ ତମେ ବି ଭଲରେ ରହିବ।" ମୁଁ ଭଲ ରେ ପାଠ ପଢିବ ବୋଲି ତାକୁ କହିନଥିଲି। କାହିଁକି ନା ମୁଁ ଜାଣିଥିଲି ଅବନ୍ତିକା ଏମିତି ବି ବହୁତ ଭଲ ପଢେ। ସେ ଯିବା ପାଇଁ ବାହାରୁ ଥାଏ ମୁଁ ତାକୁ ଅଟକାଇ କହିଲି-" ଅବନ୍ତିକା.....ପରୀକ୍ଷା ସରିଲା ପରେ ମୁଁ ତୁମକୁ ଗୋଟେ କଥା କହିବାକୁ ଚାହୁଁଛି। ମୋ କଥା ଶୁଣି ଅବନ୍ତିକା ର ମୁହଁ ରୁ ରଙ୍ଗ ଉଡ଼ିଗଲା ପରି ଜଣା ପଡୁଥାଏ। ଯେମିତି କି ସେ ଜାଣି ସାରିଛି କି ମୁଁ ତାକୁ କଣ କହିବି ବୋଲି। ସେ ଆଉ କିଛି ବି ନକହି ସେଠାରୁ ଚାଲିଗଲା। ଘରେ ରହି ଗୋଟେ ମାସ ଧରି କଠିନ ପରିଶ୍ରମ କରି ପାଠ ପଢିଲା ପରେ ଆସିଗଲା ଆମ ପରୀକ୍ଷା ର ଦିନ। ପରୀକ୍ଷା ରୁ ଅଧିକ ଅବନ୍ତିକା କୁ ଦେଖିବାର ଉତ୍କଣ୍ଠା ମନକୁ ଅସ୍ଥିର କରି ଦେଉଥାଏ। ତାକୁ ସ୍କୁଲ ର ଗେଟ ସମ୍ମୁଖରେ ଅପେକ୍ଷା କରି ରହିଥାଏ। କେତେବେଳେ ଅବନ୍ତିକା ଆସିବ ଓ ଗୋଟେ ମାସ ଧରି ମୋ ମନ ଭିତରେ ଚାପି ରଖିଥିବା ମୋ ମନର କିଛି କଥା କୁ ତା ଆଗରେ କହିବି ଖାଲି ଭାବୁଥାଏ। ପୁଣି ଚିନ୍ତା କଲି ଏତେ ଲୋକ ଙ୍କ ସାମ୍ନା ରେ ତାକୁ କେମିତି କହିବି ମୋ ମନ ର କଥା ଆଜି ପୁଣି ମୋ ପ୍ରଥମ ପରୀକ୍ଷା କିଏ ଶୁଣିଲେ କଣ ଭାବିବ ସେଥିପାଇଁ ଗୋଟେ କାଗଜରେ ଲେଖିଦେଲି ମୋ ମନର କଥା। ଅବନ୍ତିକା କେମିତି କହିବି ମୋ ମନର କଥା ବୁଝି ପାରୁନି। ମୋ ପରି ତମେ ଯାହା କରିଛ ମୁଁ ସେ ଋଣ କେବେ ସୁଝି ପାରିବିନି। ଏ ପରୀକ୍ଷା ର ଶେଷ ରେ ଆଉ କେବେ ଦେଖା ହେବ ନା ନାହିଁ ଜଣା ନାହିଁ। ବହୁତ ଆଗରୁ କହିବି ବୋଲି ଭାବୁଥିଲି କାଳେ କଣ ଭାବିବ ବୋଲି କହିପାରୁ ନଥିଲି। ମତେ ଭଲ ରାସ୍ତା ରେ ଆଣିବା ପାଇଁ ତୁମେ ବହୁତ ଚେଷ୍ଟା କରିଛ। ଏଇଟା କଣ ଭଲ ପାଇବା ନୁହେଁ? କେହି କଣ ବିନା ଭଲ ପାଇବା ରେ କାହା ପାଇଁ ଏତେ ସବୁ କରେ। ମୁଁ ତୁମକୁ ବହୁତ ଭଲ ପାଏ ଅବନ୍ତିକା। ମୁଁ ଚାହେଁ ତୁମ ସହ ଜନ୍ମ ଜନ୍ମାନ୍ତର ର ସାଥି ହେବା ପାଇଁ। ଆଶା କରୁଛି ତମେ ମୋ ପ୍ରେମ କୁ ନିଶ୍ଚୟ ଗ୍ରହଣ କରିବ। ସୁଧୀର କହିବାକୁ ଭୁଲି ଯାଇଥିଲି ଏଇ କିଛି ଦିନ ର ମିଳାମିଶା ରେ ମୁଁ ଅବନ୍ତିକା କୁ ଭଲ ପାଇ ବସିଥିଲି। ତାକୁ ଭାଷା ରେ କହିପାରିବିନି ବୋଲି ଛୋଟ ଚିଠି ଖଣ୍ଡିଏ ଲେଖିଥିଲି । ହେଲେ କାହିଁକି କେଜାଣି ସେ ସେଦିନ ଶୀଘ୍ର ଆସି ନଥିଲା । ସମୟ ପାଖେଇ ଆସୁଥାଏ ସମସ୍ତେ ଭିତରକୁ ଯିବାକୁ ବାହାରି ପଡ଼ିଥାନ୍ତି। ମୁଁ କିନ୍ତୁ ଅପେକ୍ଷା କରିଥାଏ ଅବନ୍ତିକା କୁ। ଠିକ ଏହି ସମୟ ରେ ତରତର ହୋଇ ଆସୁଥାଏ ଅବନ୍ତିକା। ମତେ ଦେଖି ହସିଦେଲା। ଓ କହିଲା -"ଆରେ ସୁଧୀର ପରୀକ୍ଷା ପାଇଁ ଡେରି ହୋଇଗଲାଣି ଚାଲ ଶୀଘ୍ର ଯିବା"। ମୁଁ ବି ତାକୁ ତରତର ହୋଇ ମୁଁ ଲେଖିଥିବା ସେ ଛୋଟ ଚିଠି ଖଣ୍ଡିକ ତା ହାତକୁ ବଢ଼ାଇ ଦେଲି। ଆରେ ସୁଧୀର ଏସବୁ ଏବେ କଣ ଦେଉଛ। ମୁଁ କହିଲି -" ମୁଁ ଏଥିରେ କିଛି ଲେଖିଛି ପଢିକି ଉତ୍ତର ନିଶ୍ଚୟ ଦେବ। ସେ କିଛି ଉତ୍ତର ନଦେଇ ଚିଠି ଖଣ୍ଡିକ ହାତରେ ଧରି ତା ଗେଟ ଭିତରକୁ ଚାଲିଗଲା। ମୁଁ ବି ଆଉ କାଳ ବିଳମ୍ବ ନକରି ଭିତରକୁ ବାହାରି ପଡ଼ିଲି। ସମସ୍ତଙ୍କ ଶେଷ ରେ ମୁଁ ଭିତରକୁ ଗଲି। ମନରେ ଗଟେ ଭୟ ଥାଏ କାଳେ ଅବନ୍ତିକା ମୋ ପ୍ରେମ ନିବେଦନ କୁ ପ୍ରତ୍ୟାଖ୍ୟାନ କରି ଦେବନି ତୋ। ମନ କହୁଥାଏ ଆରେ ନା ନା ଅବନ୍ତିକା ମତେ କେବେ ବି ମନା କରିବନି। ମୋ ସ୍କୁଲ ରେ ଏତେ ପୁଅ ଥିଲେ ସେ କାହା ସହ ଭଲ ରେ କଥା ପଦୁଏ ବି ହୁଏନି ମୋ ସହ ଏତେ ନିବିଡ଼ ବନ୍ଧୁତା କାହିଁକି କଲା। ମୋ ପ୍ରତି ତାର ବି କିଛି ଦୁର୍ବଳତା ନିଶ୍ଚୟ ଥିବ। ସେ ସବୁ ବିଷୟ ରେ ଆଉ ଚିନ୍ତା ନକରି ପରୀକ୍ଷା ଉପରେ ଧ୍ୟାନ ଦେବାରେ ଲାଗିଲି। ମୋ ଅବନ୍ତିକା ର ମୋ ପାଇଁ କରିଥିବା ପରିଶ୍ରମ କୁ ମୁଁ ବୃଥା କରିବାକୁ ଚାହୁଁନଥିଲି। ସେଥିପାଇଁ ମନ ଧ୍ୟାନ ଦେଇ ପରୀକ୍ଷା ଦେବାରେ ଲାଗିଲି। ପ୍ରଥମ ଦିନର ପରୀକ୍ଷା ତୋ ବହୁତ ଭଲ ରେ ହେଲା। ପ୍ରତ୍ୟେକ ଦିନ ମୁଁ ଅବନ୍ତିକା କୁ ଅପେକ୍ଷା କରେ ସ୍କୁଲ ସାମ୍ନା ରେ ସେ ସବୁଦିନ ହସି ଦିଏ ଓ ପରୀକ୍ଷା ବିଷୟ ରେ ଟିକେ ପଚାରେ ଓ ଆମେ ସାଙ୍ଗ ହୋଇ ଭିତରକୁ ଯାଏ। ମୁଁ ତାର ଉତ୍ତର ଅପେକ୍ଷା ରେ ଥାଏ। ହେଲେ ସେ କେବେ ବି ମୋ ଉତ୍ତର ଦିଏନି। ମନେ ମନେ ଭାବେ ପରୀକ୍ଷା ପାଇଁ ବିଧେ ଲେଖି ପାରୁନି ପରେ ନିଶ୍ଚୟ ମୋ ଉତ୍ତର ଦେବ। ଦେଖୁ ଦେଖୁ ପରୀକ୍ଷା ଶେଷ ଦିନ ଆସିଗଲା। ହେଲେ ଏ ପର୍ଯ୍ୟନ୍ତ ମୋ ଉତ୍ତର ମତେ ମିଳି ନଥିଲା ମନେ ମନେ ଭାବୁଥାଏ ସେ ମୋ ପ୍ରେମ କୁ ତିରସ୍କାର କରୁନି ତୋ? କାଲିଠୁ ତା ସହ ଆଉ ଦେଖା ହେବ ନା ନାହିଁ ଜାଣିନି। ଆଜି ଯଦି ନପଚାରିବି ବୋଧେ ସାରାଜୀବନ ଆଉ ତାକୁ କେବେ ପାଇବି ନାହିଁ। ସବୁଦିନ ଭଳି ସେଦିନ ବି ତାକୁ ମୁଁ ଅପେକ୍ଷା କରିରହିଥାଏ। ସେ ଆସିଲା ମାତ୍ରେ ତାକୁ ପ୍ରଥମେ ପଚାରିବି ବୋଲି। ସେ ଆସିଲା ସବୁଦିନ ପରି ସେଦିନ ବି ଟିକେ ମୁରୁକି ହସି ଦେଇ ଭିତର କୁ ଯିବାକୁ ବାହାରିଲା ବେଳେ ମୁଁ ତାକୁ ପଛରୁ ଡାକିଦେଲି। -"ଅବନ୍ତିକା.... " ଅଟକିଗଲା ସେ ପଛକୁ ଚାହିଁ କହିଲା ଆରେ କଣ ହେଲା ପରୀକ୍ଷା ସମୟ ହେଲାଣି ଆସ ଯିବା। ମୁଁ କହିଲି -"ଅବନ୍ତିକା ମୁଁ ତୁମକୁ ସେଦିନ ଗୋଟେ କାଗଜ ଦେଇଥିଲି ତମେ କିଛି ଉତ୍ତର ଦେଲନି ଯେ? ଅବନ୍ତିକା ଫେରି ଆସି କହିଲା ଆରେ ହଁ ତୋ ମୁଁ ପଚାରିବା ଭୁଲି ଯାଇଥିଲି। ସେଦିନ ସେ କାଗଜରେ କଣ ଥିଲା? କିଛି ଲେଖିଥିଲ କି? ଆରେ ସେଦିନ ପରୀକ୍ଷା ହଲ କୁ ଗଲା ବେଳେ ମାଡାମ କପି ଭାବି ମୋ ପକେଟ ରୁ ସେ କାଗଜ ଟା ନେଇଗଲେ। ମୁଁ ତୋ ତୁମକୁ ପଚାରିବା ଭୁଲି ଯାଇଥିଲି। ଅବନ୍ତିକା ମୁହଁ ରୁ ଏମିତି ଶୁଣି ମୁଁ କଣ କହିବି ଭାବି ପାରୁ ନଥାଏ ମୁଁ କିଛି କହିବା ଆଗରୁ ସେ କହିଲା -" ଆରେ ସମୟ ହେଲାଣି ଚାଲ ଆମେ ଏ ବିଷୟ ରେ ପରୀକ୍ଷା ଶେଷ ହେବା ପରେ ଆଲଚନା କରିବା କହି ସେ ଚାଲିଗଲା ତା କକ୍ଷ କୁ। ମୁଁ ବି ମୋ ବାଟ ରେ ଚାଲିଗଲି ମୋ କକ୍ଷ କୁ। ତିନି ଘଣ୍ଟା ପରେ ପରୀକ୍ଷା ସରିଗଲା। ମୁଁ ଖୋଜିଲି ଅବନ୍ତିକା କୁ ତାକୁ ମୋ ମନ କଥା ଖୋଲି କହିବାକୁ। ବହୁତ ଖୋଜିଲି ହେଲେ ପାଇଲି ନାହିଁ। କୁଆଡେ ଯାଇଥିବ। ସେ ଆମ ଅଞ୍ଚଳ ର ନଥିଲା ସୁଦୂର ଅନୁଗୁଳ ରୁ ଆସି ସମ୍ପର୍କୀୟ ଙ୍କ ଘରେ ରହି ପାଠ ପଢୁଥିଲା। ପରୀକ୍ଷା ଯେମିତି ସରିଲା ଚାଲି ଯାଇଥିବ। ଏତେ ଦିନ ର ବନ୍ଧୁତା ଥିଲା ଗଲା ବେଳେ ତୋ ମତେ ପଦୁଏ କହି ପାରିଥାନ୍ତା। ମୋ ସହ ତୋ ଟିକେ ଦେଖା କରି ପାରି ଥାନ୍ତା। ତାର ଏମିତି କଣ ଅସୁବିଧା ହେଲା ଜାଣିନି। ବହୁତ ଥର ଚେଷ୍ଠା କରିଛି ତା ଠିକଣା ଜାଣିବା ପାଇଁ ହେଲେ ଜାଣି ପାରିଲି ନାହିଁ। ଇଛା ହେଉଥିଲା ଥରେ ପଚାରିବାକୁ ସେ ଏମିତି କାହିଁକି କଲା। ମୋ ପ୍ରେମ ଯଦି ତାର ପସନ୍ଦ ନଥିଲା ମତେ କହି ପାରି ଥାନ୍ତା। ଆଜି ମୋର ମାଟ୍ରିକ ପରୀକ୍ଷା ଦେବାର କୋଡିଏ ବର୍ଷ ହେଲାଣି। ଆଜିଯାଏ ମୋ ଅବନ୍ତିକା କୁ ମୁଁ ପାଇନି। ଗଲାବେଳେ ଶେଷ ଥର ପାଇଁ ବି ମତେ ଟିକେ ଦେଖା କଲା ନାହିଁ। ସେ କଣ ଆଉ ମତେ ମନେ ରଖିଥିବ? ହେଲେ ମୁଁ ତାକୁ ମୋ ପିଣ୍ଡ ରେ ପ୍ରାଣ ଥିବା ଯାଏଁ ଖୋଜିବି।.............


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama