Rakesh Mahakur

Drama

4  

Rakesh Mahakur

Drama

ତୋ ବିନା ଭଲ ଲାଗେନା

ତୋ ବିନା ଭଲ ଲାଗେନା

4 mins
747


ଚାନ୍ଦିନୀ ନାଁ ଟା କେତେ ସୁନ୍ଦର । ତା ନା ଟା ଶୁଣିଲେ ମୋ ମନ ଟା କେମିତି କେମିତି ହେଇ ଯାଏ । ତା ନାଁ ଟା ଯେମିତି ସେବି ଦେଖିବାକୁ ସେମିତି ବହୁତ ସୁନ୍ଦର । ସତେ ଯେମିତି ସ୍ଵର୍ଗର ଚାନ୍ଦ ପରି । ତାକୁ ମୁ ଏତେ ନିଜରବଳୀ ଭାବୁଥିଲି ବଳି ଖାଲି ସେ ମତେ ଏତେ ସୁନ୍ଦର ଦେଖା ଯାଉଥିଲା ତାହା ନୁହଁ । ସେ ଅନ୍ୟ ମାନଙ୍କ ପାଇଁ ବି ବହୁତ ସୁନ୍ଦର । ସେ ମୋ ଜୀବନକୁ କେମିତି ଆସିଲା ସେ ମୋ ଜୀବନକୁ ଆସିନଥିଲେ ମୋ ଜୀବନ ର ମୋଡ କେମିତି ହେଇଥାନ୍ତା ତାହା ଭଗବାନ ହିଁ ଜାଣିଥିବେ । ତପାଇଁ ବୋଧେ ଭଗବାନ ମତେ ଗଢି ନଥିଲେ ସେ ଆଉ କାହା ଭାଗ୍ୟ ରେ ଲେଖାଥିଲା । ଟା ଆଖି, ନାକ, ଓଠ କୌଣସି ଥିରେ ମୁଁ ଟା ସହିତ ସମକକ୍ଷ ହେଇ ପାରିବି ନହିଁ। ମୋ ଠୁ ଦୂରେଇ ଯାଇ ବୋଧେ ସେ ବହୁତ ଭଲ କରିଛି । କାହିଁ କି ନା ସାରା ଜୀବନ ଏଡଜସ୍ଟମେନ୍ଟରେ ଜୀବନ ବିତାଇବା ଆପେକ୍ଷା ଦୂରେଇଯିବା ଭଲ । ମୋ ଚ।ନ୍ଦିନୀ ଏତେ ସୁନ୍ଦର ଯେ ତାକୁ ତା ଗାଁ ର ରାଜକୁମାରି କହିଲେ ଅତୃକ୍ତି ହେବ ନହିଁ। କ୍ଷମା କରିବେ ମୋ ଚାନ୍ଦିନୀ କହିଦେଲି। ମୋ ଚାନ୍ଦିନୀ କହିବାର ଅଧିକାର ଆଉ ମୋ ପାଖରେ ନହିଁ । ସେ ଅଧିକାର ଆଜି ମୋ ପକ୍ଷରୁ ସେ ଛଡାଇ ନେଇଛି । ଭଗବାନ ନ କରନ୍ତୁ କି ମୋ ପରି ଭାଗ୍ୟ ଆଉ କାହାର ହେଉ । ମୋ ପରି ଦୁଃଖ କଷ୍ଟ ଭଗବାନ ଆଉ କାହାକୁ ନ ଦିଅନ୍ତୁ ।

 ଆଜିଠୂ ୨ ବର୍ଷ ଆଗରୁ ତା ସହ ମୋର ଦେଖା ହେଇଥିଲା । ସେଦିନ ସେ ବହୁତ ସୁନ୍ଦର ଦେଖା ଯାଉଥିଲା । ପ୍ରଥମ ଦେଖାରେ ମୁଁ ତାକୁ ମୋ ହୃଦୟ ଦେଇ ଦେଇଥିଲି । ଆଜି ତାର ବାହାଘର । ଦିନ ଥିଲା କି ସେ ମତେ ବହୁତ ଭଲ ପାଉଥିଲା । ଆଜି ମତେ ପୁର ପୁରୀ ଭୁଲି ଯାଇଛି । ମୋ କଥା ମାନେ ପକାଇବା ପାଇଁ ବି ତା ପାଖରେ ଟିକେ ବି ସମୟ ନାହିଁ । ମୁଁ ଆଜି କେମିତି ବଞ୍ଚିଛି କଣ କରୁଛି ସେ ବିଶୟରେ ବି ସେ ଟିକେ ଜାଣିବାକୁ ଚେଷ୍ଟା କଲା ନାହି ।

ଆଜିଠୂ ୨ ବର୍ଷ ଆଗରୁ ତା ସହ ମୋର ବିବାହ ପ୍ରସ୍ତାବ ପଡିଥିଲା । ତାକୁ ତୋ ମୁଁ ଦେଖିବା ମାତ୍ରେ ଭଲ ପାଇ ବସିଥିଲି । ଭଗବାନ ମୋ ପାଇଁ ପୁଣି ଏତେ ସୁନ୍ଦର ଜୀବନ ସାଥିଟିଏ ଦେବେ ତାହା ମୁଁ କେବେ ବି ସ୍ବପ୍ନରେ ସୁଦ୍ଧା ଭାବି ନଥିଲି । ଯେହେତୁ ତା ସହ ମୋର ସାରା ଜୀବନ ବିତିବାର ଥିଲା । ସେଥିପାଇଁ ତାକୁ ତା ମନ ରେ କଣ ଅଛି ଜାଣିବା ପାଇଁ ମୁଁ ତାକୁ ଫୋନ କରିଥିଲି । ସେ ବି ମତେ ବହୁ ପସନ୍ଦ କରିଛି ବଲି କହିଥିଲା । ସେଦିନ ରୁ ଆଜି ଯାଏ ଆମେ ବହୁତ ପାଖାପାଖି ହେଇ ଯାଇଥିଲୁ । ସେ ବି ମୋ ସହ କଥା ନହେଲେ ରହି ପାରୁନଥିଲା । ମୁଁ ଆମ ଘର ଲୋକଙ୍କୁ କହି ସାରିଥିଲି କି ମୁଁ ମୋ ଜୀବନ ସାଥି ଖୋଜି ସାରିଛି । ମୋ ଛନ୍ଦିନୀ ଛଡା ଆଉ କାହାକୁ ମତେ ଭଲଗୁ ନଥିଲା । ଟା ସହ କଥା ହେଲେ ମୋ ମନ ରେ କାହିଁ କି କେ ଜାଣି ଗୋଟେ ଅଲଗା ଅନୁଭବ ଆସୁଥିଲା । ତା ସହ କଥା ହେଲା ସମୟ ରେ ମୋ ଗୋଡ ହାତ ଥରି ଉଠୁଥିଲା । ମୋ ଅଫିସ ରେ କେତେ ଝିଅ ଙ୍କ ସହ କଥା ହୁଏ ହେଲେ କେବେବି ମୋ ମନରେ ଏତେ ଡ଼ର ଆସୁନଥିଲା । ହେଲେ ତା ସହ କେମିତି ହେଉଛି ଜାଣି ପାରୁ ନ ଥିଲି । ଆମ ମନରେ ତା ସହ ଏତେ ପ୍ରେମ ଗଢି ଉଠିଲା ଯେ ମୁଁ ନିଜ କୁ ପୁର ପୁରୀ ଭୁଲି ଗଲି । ଆମ ମନରେ କହିବ ଟା ଭୁଲ ହେବ କାହିଁ କି ନା ତା ମନରେ କଣ ଥିଲା ତାହା ମୁଁ ଆଜି ଯାଏ ବୁଝି ପରିଲି ନହିଁ । ତା ପାଇଁ ବହୁତ ସ୍ବପ୍ନ ଦେଖୁଥିଲି । ମୁଁ କେବେ ବି ଆଶା କରି ନଥିଲିନ କି ସେ ଏତେ ଶୀଘ୍ର ବଦଳି ଜୀବ ବଳି ।

      ମୁଁ ଖାଲି ମୋ କଥା କହିବା ଟା ଠିକ ନୁହେଁ । ଏମିତି ରେ ଦେଖିବାକୁ ଗଲେ ମୋ ଚାନ୍ଦିନୀ ବହୁତ ଭଲ । ଆଜି ମତେ ଛାଡି ଚାଲିଗଲା ବଳି କଣ ତାକୁ ଖରାପ ବଳି କହିବି ତାହା ନୁହଁ । ତାର ବି ତ ଗୋଟେ ମନ ଅଛି । ତାର ବି ତୋ ଦୁନିଆଁ ସେ ନିଜ ପାଇଁ ଭଲ ଖରାପ ବିଚାର କରିବା ଅଧିକାର ଅଛି । ମୋତେ ତାର ଉପଯୁକ୍ତ ବଳି ସେ ଭାବିଲ ନାହି ତେଣୁ ମତେ ଛାଡି ଚାଲିଗଲା। ହେଲେ ସେ ଯେତେ ବେଳେ ମୋ ପାଖରେ ଥିଲା ମତେ ବହୁତ ସ୍ନେହ କରୁଥିଲା କେବେ ବି ମତେ ଖରାପ କଥା ପଡେ କହୁ ନଥିଲା । ସେ ଯେତେବେଳେ ବାହାରେ ରହି ପଥ ପଢଉଥିଲ ମତେ ପ୍ରତ୍ୟକ ମୁହୂର୍ତଵ ରେ ଫୋନ କରୁଥିଲା ମୁଁ କେମିତି ଭଲ ରେ ରହିବି ସବୁ ବେଳେ ଚେସ୍ଟ କରୁଥିଲା । ମତେ ବହୁତ ବୁଝାଉଥିଲା । ମୁଁ ଟକିଏ ଛୋଟୋ ଛୋଟୋ କଥାରେ ବେଶୀ ଭାବୁକ ହେଇ ଯାଏ ତେଣୁ ମୁଁ ଭାଙ୍ଗି ପଡିଲ ମତେ ସାହସ ଦେଉଥିଲା। ସତରେ ତାକୁ ଯିଏ ବ ପାଇଲା ସେ କେତେ ଭାଗ୍ୟବାନ ସେ କେତେ ପୂଣ୍ୟ କରିଥିଲା ଯେ ମୋ ଚାନ୍ଦିନୀ ପରି ଜୀବନ ସାଥି ଟିଏ ପାଇଛି । ମତେ ବେଳେ ବେଳେ ଏମିତି ଲାଗୁଥିଲା କି ଯେମିତି ମୋ ଭାଗ୍ୟ ରେ ମୋ ଚାନ୍ଦିନୀ ଲେଖା ନାହାନ୍ତି ବଳି । ମୋ ଭାବନା ଆଜି ସତ ହେଇଗଲା । ମୁଁ ମୋ ବିଷୟ ରେ ଯାହାବି ଭଲ କଥା ଭାବେ ତାହା ଭଗବାନ କେବେ ବି ପୂରଣ କରି ନାହାନ୍ତି ହେଲେ ଯାହା ବି ଖରାପ କଥା ମାନେ ଚେଣ୍ଟା କରେ ଭଗବାନ ତାହା ବହୁତ ଜଲ୍ଦି ପୂରଣ କରି ଦିଅନ୍ତି । ଏମିତି କାହିଁ କି ମୋ ଭାଗ୍ୟ ରେ ହୁଏ ମୁଁ ବୁଝି ପାରେନା । 

ଅବସିଷ୍ଟାଂଶ ଖୁବ୍ ଶୀଘ୍ର ଲେଖିବା ପାଇଁ ଚେଷ୍ଟା କରିବି ।


Rate this content
Log in

Similar oriya story from Drama