Rakesh Mahakur

Inspirational

4.4  

Rakesh Mahakur

Inspirational

ବାପା-୨

ବାପା-୨

2 mins
526



   ଦିନେ ଖରାବେଳେ ବାପାଙ୍କୁ ଆସିବାର ଦେଖି ମୋ ସ୍ତ୍ରୀ ଚିଡିଗଲା ଓ ମୋତେ ଆସି କହିଲା ଗାଁରୁ ବାପା ଆସିଛନ୍ତି । ବୋଧେ ବାପାଙ୍କୁ କିଛି ପୈସା ପତ୍ରର ଆବଶ୍ୟକତା ଅଛି, ହେଲେ ତୁମେ ସିଧା ସିଧା ତାଙ୍କୁ କହିଦିଅ ଏବେ ଆମେ କିଛି ସାହାଯ୍ୟ କରିପାରିବୁ ନାହିଁ । ସତ କହିବାକୁ ଗଲେ ସେ ସମୟରେ ମୁଁ ବହୁତ ଗୁଡିଏ ସମସ୍ୟାରେ ଘେରି ରହିଥିଲା । ବଡ ଝିଅର ସ୍କୁଲ୍ ଜୋତା ଛିଡି ଯାଇଛି । ତା ପାଇଁ ଏକ ନୂଆ ଯୋତା ଆଣିବାକୁ ବି ପାଖରେ ପଇସାଟେ ନାହିଁ । ସ୍ତ୍ରୀ ଦେହ ଖରାପ । ତାକୁ ଭଲ କରିବା ପାଇଁ ଆବଶ୍ୟକ ଚିକିତ୍ସା କରିପାରୁନି । ପୁଣି ବୋଝ ଉପରେ ନଳିତା ବିଡା ପରି ବାପା ଆସି ପହଞ୍ଚିଗଲେ । ମୁଁ ବାପାଙ୍କ ଠାରୁ ସବୁବେଳେ ଦୂରେଇ ରହିବାକୁ ଚେଷ୍ଟା କଲି । ବାପା ନଳ ପାଖରେ ଗୋଡ ହାତ ଧୋଇ ହୋଇ ପଙ୍ଖା ତଳେ ନିଜ କ୍ଲାନ୍ତ ଶରୀରକୁ ଖଟ ଉପରେ ଗଡାଇ ଦେଲେ ।


ମୋତେ ପରିବାର ବୋଝ ଠାରୁ ବାପା ଏଠାକୁ ଆସିବା ଘଟଣା ବହୁତ ବଡ ଚିନ୍ତାରେ ପକାଇଥିଲା । ଯଦି ଗାଁରେ ଅସୁବିଧା ଥିବ ଓ ସେ କିଛିି ସାହାଯ୍ୟ ଆଶାରେ ମୋ ପାଖକୁ ଆସିଥିବେ, କଣ କହିବି ତାଙ୍କୁ । ଏହପରି ଚିନ୍ତା ମୋତେ ଖାଇ ଯାଉଥାଏ ।


ଖାଇ ସାରିବା ପରେ ବାପା ଏକ ଚେୟାରରେ ବସି ମୋତେ ତାଙ୍କ ପାଖକୁ ଡାକିଲେ । କିନ୍ତୁ ମୁଁ ସଂକୋଚ ଅନୁଭବ କରୁଥାଏ ତାଙ୍କ ପାଖକୁ ଯିବା ପାଇଁ । ଯଦି ସେ ପୈସା ପତ୍ର ମାଗନ୍ତି, ମୁଁ କଣ କହିବି ? ବାପା ପାଖରେ ଥିବା ଅନ୍ୟଏକ ଚେୟାରରେ ମୋତେ ବସିବାକୁ ଇଶାରା କରି କହିଲେ, ଏବେ ଚାଷକାମ ଚାଲିଥିବାରୁ ସମୟ ମିଳୁ ନାହିଁ । ତେଣୁ ଆଜି ରାତି ଗାଡିରେ ଫେରିଯିବି । ତିନିମାସ ହେଲା ତୁମର ଚିଠି କି ପତ୍ର ନାହିଁ । ମୁଁ ଜାଣେ ଯେତେବେଳେ ତୁମେ ସମସ୍ୟା ଘେରରେ ଛନ୍ଦି ହୋଇଯାଅ, ସେ ସମସ୍ୟାକୁ ସମାଧାନ କରିବାକୁ ଯାଇ ଆମକଥା ଭୁଲିଯାଅ । ଏତିକି କହି ସେ ପକେଟରୁ ଦୁଇଟି ଶହେ ଟଙ୍କାର ବଣ୍ଡଲ ଖୋଲି ମୋତେ ବଢାଇଲେ ଓ କହିଲେ ଏବେ ତୁମେ ଅସୁବିଧାରେ ଅଛ, ମୁଁ ତୁମ ବାପା ହୋଇ ଏକଥା ଜାଣି ପାରିବି ନାହିଁ । ଏ ବର୍ଷ ଧାନ ଫସଲ ଭଲ ହୋଇଥିଲା ଓ ଗାଁରେ କୌଣସି ଅସୁବିଧା ନାହିଁ । ତୁମେ ବହୁତ ଦୁର୍ବଳ ଲାଗୁଛ, ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅ ଓ ବୋହୁର ଠିକ୍ ଠିକ୍ ଯତ୍ନ ନେଉଥିବ । ମୁଁ ନୀରବରେ ତାଙ୍କୁ ଚାହିଁଥାଏ । ସେ ମୋତେ କହିଲେ ତୁମେ ଏବେ ବହୁତ ବଡ ହୋଇଗଲଣି ଯେ ନିଜ ବାପାଙ୍କ ଠାରୁ ପୈସା ନେବାକୁ ସଂକୋଚ ଅନୁଭବ କରୁଛ ? ମୁଁ ମୁଣ୍ଡ ହଲାଇ ମନା କରିଥିଲି ଓ ତାଙ୍କ ହାତରୁ ପୈସା ଦୁଇ ବଣ୍ଡଲ ଆଣିଲି । କିନ୍ତୁ ଏ କଣ ? ମୁଁ ପୁଅ ହୋଇ ବୃଦ୍ଧ ବୟସରେ ତାଙ୍କର ସାହାରା ହେବା କଥା ହେଲେ ମୁଁ ଅଯୋଗ୍ୟ ହୋଇଯାଇଥିଲି । ମୋ ମୁଖମଣ୍ଡଳର ଭାଷାକୁ ବାପା ବୁଝି ପାରିଥିଲେ । ମୋତେ ସେ ନିଜ କୋଳକୁ ଟାଣି ନେଇ କହିଥିଲେ କିଛି ନାହିଁରେ ଧନ । ନିଜ ମନରୁ ସଂକୋଚ ଦୂର କରିଦିଅ । ମୁଁ ତୁମ ବାପା । ଏତିକି ଶୁଣିବା ମାତ୍ରେ ମୋ ଆଖିରୁ ଧାର ଧାର ଲୁହ ଗଡି ଯାଉଥିଲା ।



Rate this content
Log in

Similar oriya story from Inspirational