STORYMIRROR

Rakesh Mahakur

Children Stories

3  

Rakesh Mahakur

Children Stories

ବାପା

ବାପା

1 min
357

ରାଗରେ ଘରୁ ବାହାରି ଆସିଛି, ଏତେ ରାଗିଯାଇଥିଲି ଯେ ଭୁଲରେ ବାପାଙ୍କ ଜୋତାଟା ମାଡି ପଳେଇ ଆସିଛି, ବାଇକ୍ ଯଦି କିଣି ଦେଇ ପାରିବେ ନାହିଁ ତାହେଲେ ଇଞ୍ଜିନିୟରିଂ କାହିଁକି ପଢଉଥିଲ, ହଠାତ୍ ପାଦରେ କଷ୍ଟ ହେଲା, ଜୋତା ଉଠେଇ ଦେଖିଲି ଗୋଟିଏ କଣ୍ଟା ଫୁଟିଯାଇଛି ଏବଂ ଜୋତାର ଅବସ୍ଥା ବି ଯରାଜୀଣ୍ଣ, ବସଷ୍ଟାଣ୍ଡ ଆସି ଜାଣିଲି ଘଣ୍ଟାକ ପରେ ବସ୍, ହଠାତ୍ ବାପାଙ୍କ ମନି ବ୍ୟାଗ କଥା ମନେ ପଡିଲା ଯୋଉଁଟା ଚୋରିକରି ନେଇ ଆସିଥିଲି, ବାପା ଏଇଟାକୁ କାହାକୁ ହାତ ଲଗେଇବାକୁ ଦିଅନ୍ତିନି, ଖୋଲି ଦେଖିଲି ୩ ଟା କାଗଜ ମୋଡିମାଡି ହୋଇ ରହିଛି .

ଗୋଟିଏ କାଗଜ ଖୋଲି ଦେଖିଲି ୪0 ହଜାର ଟଙ୍କାର ଲାପଟପ୍ ଲୋନ୍.. ମୋର ଗୋଟାଏ ଲାପଟପ୍ ଆଛି, ବାପା ଆଣିଦେଈଥିଲେ.

୨ ୟ କାଗଜଟି ପ୍ରେସକ୍ରିପ୍ସନ୍, ନୂଆ ଜୋତା ବ୍ୟବହାର କରିବା ପାଇଁ ଲେଖାଯାଇଥିଲା, ବୋଉ ବାପାଙ୍କୁ କେତେଥର କହିଛି ନୂଆ ଜୋତା ନେବା ପାଇଁ.. ବାପା କହନ୍ତି ଆରେ ଏହି ଜୋତାଟା ଆହୁରି ୬ ମାସ ଚାଲିବ.୩ ୟ କାଗଜଟି ପୁରୁଣା ସ୍କୁଟର ଦେଇ ନୂଆ ବାଇକ୍ ନେଲେ କେତେ ଟଙ୍କା ଲାଗିବ ସେଇ ହିସାବ ଥିଲା, ବୁଝିସାରିବା ପରେ ସାଧା ଘର ଆଡକୁ ଧାଇଁଛି, ଘରେ ଯାଇ ଦେଖେ ବାପା ନାହିଁ, ବୁଝିପାରିଲି ବାପା ବାଇକ୍ ସୋ ରୁମ୍ ଯାଇଥିବେ, ଦେଖିଲି ବାପାଙ୍କ ପୁରୁଣା ସ୍କୁଟରକୁ ନେଇ ଛିଡା ହୋଇଛନ୍ତି ... ଯାଇ କାନ୍ଦି କାନ୍ଦି ସିଧା ଗୋଡ ଧରି ପକେଇଲି, ବାପା ମଧ୍ୟ ଆଖିରୁ ଲୁହକୁ ସେଦିନ ଚାପି ପାରିନଥିଲେ, କହିଲି ଆଗ ତୁମେ ଜୋତା କିଣ.. ବାପା ଓ ମୁଁ ସେଦିନ ସେଇ ସ୍କୁଟରରେ ବସି ଘରକୁ ଫେରିଥିଲୁ, ସେଦିନ କୁଆଡେ ହଜି ଗଲାଣି ...କିନ୍ତୁ ସ୍ମୃତି ଆଜିବି ଜୀବନ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍