STORYMIRROR

Rakesh Mahakur

Drama Romance

3  

Rakesh Mahakur

Drama Romance

ଅମାନିଆ ଝରଣା

ଅମାନିଆ ଝରଣା

3 mins
130

        ଝରଣା, ସୁନ୍ଦର ବନ ପାହାଡ଼ ଶିଖର ରୁ ବହି ବହି ଆସିଯାଏ। ରାସ୍ତା ରେ କେତେ କଣ ଦେଖି ଆସେ କେତେ ମନେ ପଡେ ତୋ କେତେ ଭୁଲି ହେଇ ଯାଏ। ଠିକ୍ ସେହି ପରି ମୋ ଝରଣା। କେବେ କାହାର ମନ ଉନା କରେ ନାହିଁ । ସେ ଝରଣା ପରି ତାର ସୁନ୍ଦର ଯୌବନ ରେ ପଦ ଦେଲା ପରେ କେତେ ଯେ ସୁନ୍ଦର ଦେଖା ଯାଉଥିଲା । ଆଖିକୁ ନ ଦେଖିଲେ ବିଶ୍ୱାସ କରି ହୁଏ ନାହିଁ । ଆଜି ଗୋଟେ ବର୍ଷ ହେଇଗଲା ତାକୁ ମୁଁ ଦେଖି ନି । କୋଉଠି ଅଛି ତାହା ବି ଜାଣିନି । କେଜାଣି କାହିଁକି ସେ ସବୁ ବେଳେ ମୋ ପାଖରେ ଅଛି ଅଛି ଭଳି ଲାଗେ । ମୋ ମନ ରେ ଭ୍ରମ ହୁଏ ବୋଧେ । ସେ ଆଉ ଆସିବେନି, ଆରେ ତାକୁ ତୋ ମୁଁ ମୋ ଆଖି ସାମ୍ନା ରେ ହରାଇଦେଇଛି । ଆଜିଠୁ ଗୋଟେ ବର୍ଷ ତଳେ।

    

     ସେଦିନ ଥିଲା ଆମ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ । ଆମ ପରମ୍ପରା ଅନୁଯାୟୀ ସମସ୍ତେ ନୂଆଁ ଖାଇକୁ ବହୁତ୍ ଧୁମ୍ ଧନ ରେ ପାଳନ କଲୁ । ମୋ ଝରଣା ବି ବହୁତ୍ ଖୁସି ଥିଲା । ମତେ ନୂଆଖାଇ ଜୁହାର କରିବା ପାଇଁ ବି ମୋ ପାଖକୁ ତାଙ୍କ ଘରୁ ଲୁଚି ଲୁଚି ଆସିଥିଲା । ସେଦିନ ଆମ ଦୁହିଁଙ୍କୁ ବୋଧୁଏ ଶେଷ ଦେଖା ଥିଲା । ମୁଁ ଜାଣି ନଥିଲି କି ସେ ସେଦିନଠୁ ସେ ଆଉ ମତେ କେବେ ବି ଦେଖା ହେଇ ପାରିବ ନାହିଁ ବାଲି । ତା ସହ ମୋର ବହୁତ୍ କଥା ଅଧୁର ରହିଗଲା । ତାସହ ଜୀବନ ରେ ବହୁତ୍ ସ୍ବପ୍ନ ଦେଖି ଥିଲି । ସେସବୁ ଆଉ କେବେ ବି ପୁରଣ ହେଇ ପାରିବ ନାହିଁ ତାହା ଜାଣି ସୁଦ୍ଧା କ ବେ ବି ତା ଭାବନା ମୋ ହୃଦୟ ରୁ ଲିଭାଇ ପାରୁନି । ଜୀବନ ରେ ଗୋଟେ ଅବଶୋଷ ରହିଗଲା ତାକୁ ମୋ ନିଜର କରିପାରିଲି ନାହିଁ । ସେ ମୋ ନିଜର ହେଇ ନପରିବ ମନେ ତାର କିଛି ଦୋଷ ନାହିଁ । ଭଗବାନ୍ ବୋଧିଏ ଚାହୁଁଥିଲେ କି ସେ ମୋର ହେଉ ବାଲି । ସେଦିନ ସଞ୍ଜ ବେଳେ ଆମ ଗାଁ ରେ ନୂଆଁ ଖାଇର ଭେଟ ଘାଟ ପ୍ରୋଗ୍ରାମ ଚାଲିଥିଲା । ଆମ ଗାଁ ର ସମସ୍ତେ ଯାଇଥାନ୍ତି । ଝରଣା ବି ତାଙ୍କ ଘର ଲୋକଙ୍କ ସହିତ ପ୍ରୋଗ୍ରାମ ଦେଖିବା ପାଇଁ ଯାଇଥାଏ । ମୋତେ ଦେଖି ପାରିବ ବାଲି ମୋ ପାଖରେ ବସିଥାଏ । ପ୍ରଗ୍ରାମ ଦେଖିବ କଣ ସେ ଖାଲି ମତେ ହିଁ ଦେଖୁଥିଲା । ମୁଁ ସେଦିନ ବହୁତ୍ ଖୁସି ଥିଲି । କାହିଁକି ନା ମୋ ମନର ରାଣୀକୁ ପାଖରେ ପାଇ କିଏ ବା ଖୁସି ନ ହେବ । 

     

    ଯାହା କପାଳ ରେ ଲେଖା ତାହା ହିଁ ହୁଏ । ହେଲେ ଭଗବାନ୍ କାହିଁକି କେଜାଣି ନିରୀହ ନିଷ୍ପାପ ମାନଙ୍କୁ ଶୀଘ୍ର ତାଙ୍କ ପାଖକୁ ଡାକି ନିଅନ୍ତି ମୁଁ ବୁଝି ପାରୁନି । ଆମେ ସମସ୍ତେ ସେଦିନ ର ପ୍ରୋଗ୍ରାମ ରେ ଝୁମିଯିବା ବେଳେ । ଏକ ଲୌହ ଦାନବ କହିଲେ ଅତୃକ୍ତି ହେବା ନାହିଁ । ଆମ ଗାଁ ମୁଣ୍ଡ ଦେଇ ରେଳ ଲାଇନ୍ ଯାଇଛି ହଠାତ୍ ରେଳ ଲାଇନ ରୁ ରେଳ ଲାଇନ ଚୂତ ହେଇ ଆମ ଯାତ୍ରା ପଡିଆକୁ ମାଡ଼ି ଆସିଲା । କିଛି ସମୟ ପାଇଁ ମୁଁ କିଛି ବୁଝି ପାରିଲି ନାହିଁ କଣ ହେଲା ବାଲି । ମୋ ଆଖି ଖୋଲିଲା ସମୟ ରେ ମୁଁ ପାଖ ଡାକ୍ତର ଖନା ରେ ଥିଲି । ମୋ ଆଖି ଖୋଲିଲା ମାତ୍ରେ ପ୍ରଥମେ ମୁଁ ମୋ ଝରଣାକୁ ଖୋଜିଲି । କାହାକୁ ଡାକି ପଚାରିବି? କଣ କହି ପଚାରିବି । କିଛି ବୁଝି ପାରିଲି ନାହିଁ । ବାପା ମାଁ ପାଖରେ ବସି କାନ୍ଦୁ ଥାଆନ୍ତି । ମାଁକୁ କେମିତି ପଚାରିବି ଯେ ମୋ ଝରଣା କାହିଁ ବାଲି । 


   କିଛି ସମୟ ପରେ ମୋ ସାଙ୍ଗ ଆସିଲା । ତାକୁ ଦେଖିଲା ମାତ୍ର ପ୍ରଥମେ ମୋ ଝରଣା କଥା ପଚାରିଲି । ସେ ମତେ କିଛି ବି କହି ପାରିଲ ନାହିଁ । କେମିତି ବା କହିଥାନ୍ତି ମୁଁ ତାକୁ କେତେ ଭଲ ପାଉଥିଲି କେବଳ ମୋ ସାଙ୍ଗ ହିଁ ଜାଣିଥିଲା । ସେ ଆଉ e ଦୁନିଆଁ ରେ ନାହିଁ ବାଲି କେମିତି ବା କହିଥାନ୍ତ। । ଶେଷରେ ମୋର ବହୁତ୍ କାକୁତି ମିନତି ହେବା ପରେ କହିଲା । ମୋ ପଦ ତଳୁ ମାଟି ଖସିଗଲା । ମୋ ପାଟିରୁ କଥା ପଡୁଏ ବି ବାହାରିଲା ନାହିଁ । ସେଦିନ ଭଗବାନ୍ ମତେ ବି ମୋ ଝରଣା ସହିତ କାହିଁକି ନ i ଗଲେଣି ମତେ ଏକା ଏକା ରଖି ସେ ମୋର କଣ ପରୀକ୍ଷା ନେବାକୁ ଚାହୁଛନ୍ତି ମୁଁ ବୁଝି ପାରୁନି । 


   ସେଦିନ ରୁ ଆଜି ଯାଏ ମୁଁ ଏକା ଏକା ବଞ୍ଚିଛି । ଏମିତି ଲାଗେ ବେଳେ ବେଳେ କି ଦୁନିଆରୁ ସବୁ କିଛି ଛାଡ଼ି ବହୁତ୍ ଦୂରକୁ ଚାଲିଯିବି ବାଲି । ଏକେ ଏକା ଏହି ମୋ ଝରଣା ତଥା ସବୁ ମାନେ ପକାଇ ମନ ଖୋଲି କାନ୍ଦିବା ପାଇଁ ଇଚ୍ଛା ହୁଏ । ମୁଁ ଜାଣିଛି ସେ ଆଉ ଫେରିବେନି ହେଲେ ବି ମୁଁ ତା ବାଟକୁ ଚାହିଁ ବସିଛି । ସେ ଆସିବା ନା?


                        


Rate this content
Log in

Similar oriya story from Drama