STORYMIRROR

Rakesh Mahakur

Drama Romance

4  

Rakesh Mahakur

Drama Romance

ଶେଷ ଡ଼ାଇରୀ

ଶେଷ ଡ଼ାଇରୀ

38 mins
10

  କେଉଁଠି ଅଛୁ? କେମିତି ଅଛୁ ? ତୁ କଣ ଆଉ ସତରେ ଆସିବୁନି? ତୁ ସାଇତି ରଖିବା ପାଇଁ ଦେଇଥିବା ସେଇ ଶେଷ ସନ୍ତକ ଅଜୀବି ମୋ ପାଖରେ ସାଇତି ହୋଇ ଅଛି । ଥରେ ପଚାରିବୁନି କି ମୁଁ କେମିତି ଅଛି ବୋଲି? ସେ ଅଫେରା ରାଇଜ ରୁ କଣ ମୋ କଥା ତୋର ଟିକେ ବି ମନେ ପଡୁନି ? ସତରେ କଣ ସେଦିନର ସେହି ପ୍ରଥମ ଦେଖା ଆମ ଶେଷ ଦେଖା ଥିଲା? ସେ ଅଭୁଲା ମୁହୂର୍ତ୍ୱ ସେହି କିଛି କ୍ଷଣ ତୋ ସହ ବିତାଇବା କଣ ତୋ ମନେ ପଡୁନି। ସେ ଦିନ ଟା ତୋ ପାଇଁ କଣ ଥିଲା ମୁଁ ଜାଣିନି ହେଲେ ମୋ ପାଇଁ ଥିଲା ଜନ୍ମ ଜନ୍ମାନ୍ତ ରୁ ଅପେକ୍ଷା କରିଥିବା ଏକ ଅଭୁଲା ତାରିଖ। ଜନ୍ମ ଜନ୍ମାନ୍ତ ରୁ ଦୁନିଆଁ ଦେଖି ନଥିବା ଜଣେ ଅନ୍ଧ ର ଚକ୍ଷୁ ପରି। ଜୀବନ ସାରା ଅପେକ୍ଷା କରିଥିବା ଆତ୍ମା କୁ ଶାନ୍ତ କରି ଦେବା ଭଳି ମୁହୂର୍ତ୍ୱ। ତୋ ସହ ବିତାଇ ଥିବା ସେହି କିଛି ମୁହୂର୍ତ୍ୱ ବୋଧହୁଏ ଆଉ କେବେ ଆସି ନପାରେ। ହୃଦୟ କୁ ଛୁଇଁ ଦେଇ ଥିବା ସେହି କିଛି ତୋ ଓଠ ର ଶବ୍ଦ, ଆଜି ଵି ମୋ କାନ କୁ ଶୁଭା ଯାଉଛି। ମନ କହୁଛି ତୁ ଦିନେ ମତେ ଖୋଜି ଖୋଜି ନିଶ୍ଚୟ ଆସିବୁ.........

           ଯେତେବେଳେ ବି ମୁଁ ଟିକେ ନିରଳା ରେ ବସେ ମୋ ମନରେ ଏମିତି ଅନେକ ଭାବନା ଆସିଯାଏ । ଜାଣିଛି ଫେରିବୁନି ବୋଲି ହେଲେ ସେ ଆଶା ଟିକକ ମୋ ଜୀବନ ର ବଞ୍ଚିବାର ରାହା ପାଲଟିଛି। ତେଣୁ ଆଶା ବାନ୍ଧି ବସିଛି। ମୁଁ ସୁଧୀର, ପ୍ରଥମ ଥର ପାଇଁ ଦେଖିଥିଲି ସେଦିନ ମୋ ସ୍ମିତା କୁ। ସେଦିନ ସନ୍ଧ୍ୟା ସମୟ ଥିଲା। ମୁଁ ବାହାରି ପଡିଥାଏ ମୋ ସ୍ବପ୍ନ କୁ ସାକାର କରିବା ଆଶା ରେ ଗୋଟେ ନୂଆଁ ଜାଗା କୁ କିଛି ନୂଆଁ ଆଶା ନେଇ । ମୋ ସହର ଦେଓଗଡ ବହୁତ ସୁନ୍ଦର ସହର। ଶାନ୍ତ ପରିବେଶ ରେ ଭରପୁର ମୋ ସହର। ଚତୁର୍ପାଶ୍ୱ ରେ ସବୁଜ ପାହାଡ଼ ସବୁ ଘେରି ରହିଛି। କେବେ ଅନ୍ୟ ସହର ସହ ସମକକ୍ଷ ହେବା କୁ ମୋ ସହର ଚେଷ୍ଠା କରେନି। ମୋ ସହର ମୋ ପାଇଁ ବହୁତ ସୁନ୍ଦର । ମୋ ସହର ରେ ଅନ୍ୟ ସହର ପରି ସେତେଟା ସୁବିଧା ସୁଯୋଗ ନାହିଁ। ଗୋଟେ ଜିଲ୍ଲା ର ସଦର ମହକୁମା ହେଲେବି ସେ ଗୋଟେ ଛୋଟ ସହର। ଉଚ୍ଚ ଶିକ୍ଷା କିମ୍ବା ଅନ୍ୟ କୌଣସି କାମ ପାଇଁ ଆମକୁ ବାହାର କୁ ଯିବାକୁ ପଡିଥାଏ । ଆମର ସେମିତି କିଛି ଆୟ ର ପନ୍ଥା ବି ନାହିଁ। ତେଣୁ କିଶୋରାବସ୍ଥା କୁ ଆସିଲା ମାତ୍ରେ ଆମକୁ ଅନ୍ୟ ସହର କିମ୍ବା ଅନ୍ୟ ରାଜ୍ୟ କୁ ଯାଇ ଦାଦନ ଖଟିବାକୁ ପଡିଥାଏ। ବାପା ମାଁ ସାଙ୍ଗ ସାଥି ସମସ୍ତଙ୍କୁ ଛାଡି ଯିବାକୁ ପଡେ ଗୋଟେ ଅଲଗା ରାଇଜ କୁ । ସେ ଦୁଃଖ କେବଳ ମୋ ଭଳି ଗୋଟେ ଗରିବ ଘରର ପିଲା ହିଁ ବୁଝି ପାରିବ। ସେଦିନ ମୁଁ ବାହାରି ପଡିଥାଏ ସନ୍ଧ୍ୟା ସମୟ ରେ ସ୍ବପ୍ନ ର ସହର ଆମ ରାଜଧାନୀ ଭୁବନେଶ୍ୱର କୁ । ମନରେ ଅନେକ ଆଶା ବିଶ୍ୱାସ ନେଇ ବାହାର କୁ ପାଦ କାଢି ଥାଏ। ଆଗରୁ କେବେ ବି ଘର ଛାଡି ଯାଇ ନଥିଲି। ପାଠ ପଢା ସରିଲା ପରେ କିଛି ନା କିଛି କାମ ତୋ କରିବାକୁ ପଡିବ । କିଛି କାମ ଅନ୍ୱେଷଣ ରେ ମୁଁ ବାହାରି ପଡିଥାଏ । ଆମ ପାଖରେ ଟ୍ରେନ ର ସୁବିଧା ନାହିଁ ତେଣୁ ଦୂର ସ୍ଥାନ କୁ ଯିବା ପାଇଁ ଆମକୁ ଟ୍ରେନ ଧରିବା ପାଇଁ ଶହେ କିଲୋମିଟର ଦୁରକୁ ଯିବା କୁ ପଡେ । ଆମେ ଯୁଆଡେ ବି ଯାଉ ପ୍ରାୟ ବସ ରେ ଯିବା ଆସିବା କରୁ । ହେଲେ ସେଦିନ କଣ ଭାବିଲି କେଜାଣି ଟ୍ରେନ ରେ ଗଲେ ଭଲ ରହିବ ଭାବି ବାହାରି ପଡିଲି । ପିଲାଟି ଦିନରୁ ଏ ପାହାଡ ଜଙ୍ଗଲ ଓ ମୋର ଛୋଟ ସହର ରେ ବଢି ଆସିଛି । ଆଗରୁ କେବେ ଟ୍ରେନ ରେ ବି ବସି ନଥିଲି। ଆଗରୁ କେବେ ଘର ଛାଡି ଯାଇ ନଥିଲି ସେଥିପାଇଁ ଘର କଥା ବହୁତ ମାନେ ପଡୁଥାଏ । ମାଁ କଥା ଵି ବହୁତ ମନେ ପଡୁଥାଏ। ଗାଁ ସାଙ୍ଗ ସାଥି ମାନଙ୍କୁ ଛାଡି ବାହାର କୁ ଯିବା ସତରେ ବହୁତ କଷ୍ଟ। ଆଖିରେ ଆଖିଏ ଲୁହ କୁ ଲୁଚାଇ ଲୁଚାଇ ବସ୍ ମାଧ୍ୟମ ରେ ବାହାରି ପଡିଥାଏ ଷ୍ଟେସନ କୁ । ଷ୍ଟେସନ ରେ ପହଁଚିଲା ବେଳକୁ ରାତ୍ରି ଦଶଟା ହେଇ ସାରିଥାଏ। ସହରର ଚାକଚକ୍ୟ ଓ ରାତ୍ରି ର ଉଜ୍ଜଳ ଆଲୋକ ରେ ମନ ଟା ଗୋଟେ ଅଲଗା ଲାଗୁଥାଏ। ଟ୍ରେନ ଆସିବା ପାଇଁ ତିନି ଘଣ୍ଟା ସମୟ ଥାଏ। ସନ୍ଧ୍ୟା ସମୟ ରେ ଘରୁ କିଛି ଜଳଖିଆ ଖାଇକି ଆସିଥିଲି। ରାତି ଦଶଟା ହୋଇ ସାରିଥାଏ ତେଣୁ ପେଟ ରେ ଭୋକ ବି ଲାଗୁଥାଏ । ମୋ ମନେ ପଡିଲା ଘରୁ ଆସିଲା ବେଳେ ମାଁ ବ୍ୟାଗ ରେ କିଛି ଖାଇବା ଦେଇଛି। ଆସିଲା ବେଳେ ମାଁ କୁ ମନା କରିଥିଲି କିଛି ଦେବା ପାଇଁ ହେଲେ କଣ ହେବ ମାଁ ମନ କଣ କେବେ ବୁଝେ? ବ୍ୟାଗ ରେ ଟିଫିନ ବାକ୍ସଟା ପୁରାଇ ଦେଇଥାଏ । ବସ ରେ ଚାରି ଘଣ୍ଟା କାଳ ବସି ବସି ଟିକେ କ୍ଲାନ୍ତ ଲାଗୁଥାଏ ତେଣୁ ସେତେବେଳେ ବାହାର କୁ କୁଆଡେ ଖାଇବା କୁ ଯିବା ପାଇଁ ବି ମତେ ଭଲ ଲାଗୁ ନଥାଏ। ବ୍ୟାଗ ରୁ ଛୋଟ ଟିଫିନ ବାକ୍ସ ଟା ବାହାର କଲି। ମାଁ କିଛି ରୁଟି ଓ ଚିନି ଦେଇଥାଏ। ତାକୁ ବାହାର କରି ଖାଇବାକୁ ଉଦ୍ୟତ ହେଲା ସମୟ ରେ ମାଁ କଥା ମନେ ପଡିଗଲା । ଘରୁ ଆସିଲା ସମୟ ରେ ମାଁ ଘର ସାମ୍ନା ରେ ଛିଡା ହୋଇଥିଲା ତା ପାଦ ଛୁଇଁ ସିଧା ଚାଲି ଆସିଲି ଏକ ମୁହାଁ ହୋଇ । ପଛକୁ ଚାହିଁବାକୁ ବହୁତ ଇଚ୍ଛା ହେଉଥିଲା ହେଲେ ମୋ ଆଖିର ଲୁହ କୁ ମାଁ ଠୁ ଲୁଚାଇବାକୁ ଯାଇ ପଛକୁ ଚାହିବାକୁ ସାହସ ଜୁଟାଇ ପାରିଲି ନାହିଁ । ଆଖି ଉଠାଇ ମାଁ ମୁହଁ କୁ ବି ଦେଖିବାକୁ ମୋର ସାହସ ନଥିଲା କାରଣ ମାଁ ଆଖିର ଲୁହ ଦେଖିଲେ ମୁଁ କେବେ ବି ଯାଇ ପାରିବି ନାହିଁ । ମୁଁ ଜାଣିଛି ମାଁ ବହୁତ କାନ୍ଦୁଥିବ । ସେଥିପାଇଁ ବୋଧେ ଆସିଲା ବେଳେ କିଛି ବି କହି ପାରିଲା ନାହିଁ । ନହେଲେ ମୁଁ ଯେବେ ବି କୁଆଡେ ଯାଏ ମାଁ ପଛେ ପଛେ ଦାଣ୍ଡ ପର୍ଯ୍ୟନ୍ତ ଆସିଯାଏ ଓ କୁହେ ଶୀଘ୍ର ଚାଲିଆସିବୁ, କାହା ସହ ଝଗଡା କରିବୁନି, ଠିକ ସମୟ ରେ ଖାଇବୁ ଏମିତି ବହୁତ କିଛି ହେଲେ ଆଜି ମାଁ ମତେ କିଛି ବି କହି ପାରିଲା ନାହିଁ। ସେ ବି ବୋଧେ ତା ଆଖି ଲୁହ କୁ ମୋ ଠୁ ଲୁଚାଇବାକୁ ଚେଷ୍ଟା କରୁଥିଲା। ଆଉ କାଳ ବିଳମ୍ବ ନକରି ଶୀଘ୍ର ଖାଇନେଲି ଓ ପାଖରେ ଥିବା ଗୋଟେ ସିଟ ରେ ବସି ପଡିଲି। ଷ୍ଟେସନ ଟା ବହୁତ ଛୋଟ ଥିଲା ଗହଳି ଵି ସେମିତି ଖାସ ନଥିଲା। ସେଦିନ କାହିଁକି କେଜାଣି ଷ୍ଟେସନ ଟା ପୁରା ଖାଁ ଖାଁ ଲାଗୁଥିଲା। ଚାରି ଘଣ୍ଟା ବସ୍ ରେ ଯାତ୍ରା କରି ଆସିଥାଏ ଟିକେ କ୍ଲାନ୍ତ ଲାଗୁଥାଏ। ଭାବୁଥାଏ ଟିକେ ସୋଇପଡ଼ି ଥାନ୍ତି। ହେଲେ ଟ୍ରେନ କାଳେ ଫେଲ ହେଇଯିବ ଭାବି ସୋଇ ପାରୁ ନଥାଏ। ଏକା ଏକା ବସି ବିରକ୍ତ ଵି ଲାଗୁଥାଏ। କେମିତି ଏତେ ସମୟ ଅପେକ୍ଷା କରିବି ଭାବି ଭାବି ମନ ଟା ଅସ୍ଥିର ହେଇ ପଡୁଥାଏ। ମୁଁ ଏମିତି ବସିଥାଏ, ନିଦ ଲାଗିଯିବ ଭାବି ମୋ ବ୍ୟାଗ ରୁ ଗୋଟେ ବହି ବାହାର କରି ଟିକେ ପଢ଼ିବା ଆରମ୍ଭ କଲି। ପିଲା ଟି ଦିନରୁ ବହି ପଢ଼ିବା ଓ ଛୋଟ ଛୋଟ କାହାଣି ଲେଖିବା ମୋର ସଉକ । ଆଜି କଲି ଦୁନିଆଁ ରେ ପ୍ରାୟ ସମସ୍ତେ ବହି ପଢ଼ିବା ଛାଡି ଦେଇଛନ୍ତି। ପ୍ରକୃତ ରେ ବହି ପଢ଼ିବାର ନିଶା ଗଟେ ଅଲଗା। ମୁଁ ଏମିତି ବହିର ଗୋଟେ ଫର୍ଦ ଅଲଟାଇବା କୁ ଉଦ୍ୟତ ହେବା ସମୟ ରେ ହଠାତ ମୋ ଆଖି ସାମ୍ନା ରେ ମୁଁ ଦେଖିବାକୁ ପାଇଲି ଗୋଟେ ସୁନ୍ଦର ତରୁଣୀ ମୋ ଆଡକୁ ଚାଲି ଚାଲି ଆସୁଛି। ଷ୍ଟେସନ ବି ଖାଲି ଥିଲା ତେଣୁ ମୋ ଆଖି ସେପଟ କୁ ଆକୃଷ୍ଟ କଲା। ଦୂରରୁ ମୁହଁ ଟା ଠିକ ରେ ଦେଖା ଯାଉନଥାଏ।ଆଉ ଟିକିଏ ପାଖକୁ ଆସିଲା ପରେ ଦେଖିଲି,ପ୍ଲାଟଫର୍ମ ର ଆଲୋକ ରେ ଜହ୍ନ ଆଲୁଅ ର କାଶତଣ୍ଡୀ ଫୁଲ ପରି ଦେଖା ଯାଉଥିଲା ତା ମୁହଁ ଟା । ଝିଅଟି ଯେତେ ମୋ ପାଖକୁ ପାଖକୁ ଆସୁଥାଏ ମୋ ହୃଦୟ ର ସ୍ପନ୍ଦନ ସେତିକି ସେତିକି ବଢିବାରେ ଲାଗିଥାଏ । ମନେ ମନେ ଭାବୁଥାଏ କିଏ ସେ ମୋତେ ଏମିତି କାହିଁକି ଲାଗୁଛି। କିଛି ଭାବି ପାରୁନଥାଏ। ତା ସାଙ୍ଗ ରେ ଜଣେ ବୟସ୍କ ବ୍ୟକ୍ତି ମଧ୍ୟ ଥାନ୍ତି। ସେମାନେ ଆସି ମୋ ସାମ୍ନା ରେ ବସି ପଡିଲେ। ବୟସ୍କ ବ୍ୟକ୍ତି ଜଣକ ସେହି ଝିଅ ଟିର ବାପା ଭଳି ଜଣା ପଡ଼ୁ ଥାନ୍ତି। ଝିଅ ଟି ଗୋଟେ ଛୋଟ ବ୍ୟାଗ ଓ ଗୋଟେ ପାଣି ବୋତଲ ଧରିଥାଏ। ବୟସ୍କ ବ୍ୟକ୍ତି ଜଣକ ସିଧା ଆସି ମୋ ପାଖରେ ବସି ପଡିଲେ। ହେ ଭଗବାନ ମୁଁ ଏ କଣ ଦେଖୁଛି। ଏତେ ସୁନ୍ଦର ଝିଅ ଟେ ଥିଲା ସେ। ବୟସ ସତର କି ଅଠର ହେଉଥିବ। ଧଳା ରଙ୍ଗ ର ସଲଵାର ପିନ୍ଧି ଥାଏ । ପାଦ ଦୁଇଟା ଲକ୍ଷ୍ମୀ ଙ୍କ ପାଦ ପରି। ତାକୁ ଦେଖି ଲାଗିଲା ଯେମିତି ଅଚାନକ ଯେମିତି ସବୁ କିଛି ବଦଳି ଗଲା। ମତେ ଆଗରୁ ବସି ବସି ବହୁତ ବିରକ୍ତି ଅନୁଭବ ହେଉଥିଲା । ଟ୍ରେନ କେତେ ବେଳେ ଆସିବ ବୋଲି ଚିନ୍ତା ରେ ପଡିଯାଇଥିଲି । ତାକୁ ଦେଖି ଯେମିତି ଲାଗିଲା କି ମୁଁ ଗୋଟେ ଅଲଗା ଦୁନିଆଁ ରେ ପହଂଚି ଯାଇଛି। । ସତରେ ସେ ଦେଖିବାକୁ ଵି ସେମିତି ଦେଖା ଯାଉଥିଲା। ମୁଁ ଭାବୁଥାଏ ମୋ ସାମ୍ନା କୁ କଣ ସତେ ସ୍ୱର୍ଗ ର ଅପସରି ଆଲ୍ହାଇ ପଡିଲା କି ? ଓଠ ଟା ଗୋଲାପ ପାଖୁଡା ପରି ଗୋଲାପୀ। ଆଖି ଯେମିତି ଅତଳ ସାଗର ପରି। ଗୋରା ଦେହ ରେ ଆଖିର କଜ୍ଵଳ, ଗୋଲାପୀ ଓଠ ତଳେ ଛୋଟ କଳା ରାଶି ତା ମୁହଁ କୁ ଆହୁରି ଆକର୍ଷିତ କରୁଥାଏ । ଆଗରୁ କେବେ ଵି ଏମିତି ଝିଅ ଦେଖି ନଥିଲି। ଗୋଟିଏ ଚାଉଳ ରେ ଗଢ଼ା ଥିଲା ସେ । ମୁଁ ତାକୁ ଏମିତି ଦେଖୁଥାଏ। ମୋ ଆଖି ତା ମୁହଁ ରୁ ହଟୁ ନଥାଏ । ମୁଁ ଏମିତି ଦେଖୁଥାଏ ଠିକ ଏହି ସମୟ ରେ ତା ଆଖି ଓ ମୋ ଆଖି ଏକାଠି ହେଇଗଲା। ସେ ମତେ ଦେଖୁ ଥିବା ର ଦେଖି ମୋ ଆଖି ତଳକୁ ହେଇଗଲା। ମନେ ମନେ ଭାବୁଥାଏ "ଆରେ ମୁଁ ଏ କଣ କରୁଛି ଗୋଟେ ଅଜଣା ଅଚିନ୍ହା ଝିଅ କୁ ଏମିତି କଣେଇ କଣେଇ ଚାହିଁବା ଠିକ ନୁହେଁ। ନିଜକୁ ମୁଁ ଲଜ୍ଜିତ ଅନୁଭବ କଲି। କାହିଁକି ନା ଗୋଟେ ଝିଅ କୁ ଏମିତି ଡହରା ଙ୍କ ଭଳି ଦେଖିବା ଠିକ ନୁହେଁ ହେଲେ କଣ କରିବି ସେ ସେଭଳି ଵି ଦେଖା ଯାଉଥିଲା। ତାର ସୁନ୍ଦରତା ଦେଖି କେହିବି ବଶୀଭୂତ ହେଇ ଯିବ । ସେମାନେ ବୋଧେ କୁଆଡେ ଯିବା ପାଇଁ ବାହାରି ଛନ୍ତି । ଶୀତୁଆ ରାତି, ଶୀତ ରେ ଦେହ ଥରି ଯାଉଥାଏ । ଝିଅ ଟି ନିଜର ଗାଲ ରେ ହାତ ରଖି କଣେଇ କଣେଇ ମତେ ଟିକେ ଟିକେ ଚାହୁଥାଏ ଓ ତା ଡ଼ାଇରୀ ରେ କିଛି ଲେଖୁଥାଏ । ଡ଼ାଇରୀ ଟା ପୁରୁଣା ଜଣା ପଡୁଥାଏ। ମନେ ମନେ ଭାବିଲି ଅନେକ ଲୋକ ଙ୍କ ଅନେକ ରୁଚି ରହିଛି ୟାର ବୋଧେ ଡ଼ାଇରୀ ଲେଖିବାର ଦୁର୍ବଳତା ଥିବ। ମୋର ବି ସେ ପ୍ରକାର ର ଅଭ୍ୟାସ ଅଛି ଲେଖିବା ଓ ପଢ଼ିବା ମୋର ବହୁତ ପସନ୍ଦ। ତାର ବି ବୋଧେ ସେମିତି ଥାଇ ପାରେ । ତାକୁ ଦେଖି ମୋ ମନରେ ଅନେକ ଭାବନା ଉଙ୍କି ମାରୁଥାଏ। କିଏ ସେ ମତେ ଏମିତି ଚାହିବାର ଅଭିପ୍ରାୟ କଣ? କଣ ସେ ମତେ ଆଗରୁ ଚିନ୍ହିଛି? ସତରେ କହିବାକୁ ଗଲେ ତାକୁ ଵି ମତେ ବହୁତ ଭଲ ଲାଗୁଥାଏ । ତାକୁ ଆଗରୁ କେବେ ଵି ଦେଖି ନଥିଲି ସତ ହେଲେ କାହୁଁକି କେଜାଣି ଝିଅ ଟି ମୋର ବହୁତ ନିଜର ନିଜର ଲାଗୁଥାଏ। ଯାହାକୁ କେବେ ଆଗରୁ ଦେଖିନି କି ଜାଣିନି ତାକୁ ଏତେ ନିଜର କାହିଁକି ଲାଗୁଛି ମୁଁ ବୁଝି ପାରୁ ନଥାଏ । ମତେ ଵି ଟିକେ ଆଡୁଆ ଲାଗୁଥାଏ। ହେଲେ ମନ ଭିତରେ କାହିଁକି କେଜାଣି ତାକୁ ଜୀବନ ରେ କେଉଁଠି ନା କେଉଁଠି ଦେଖିଛି ଭଳି ବି ଲାଗୁଥାଏ। ଏମିତି ବି ଲାଗୁଥାଏ ତାକୁ ଆଜି ପ୍ରଥମ ଥର ପାଇଁ ଦେଖୁଛି । ଏତେ ବେଳକୁ ରାତି ବାର ଟା ପାଖା ପାଖି ହେଇ ସାରିଥାଏ। ଠିକ ଏହି ସମୟ ରେ ଗୋଟେ ଟ୍ରେନ ଆସି ପ୍ଲଟଫୋର୍ମ ରେ ଛିଡା ହେଲା। ସେ ଟ୍ରେନ ଟା ମୋ ଟ୍ରେନ ନଥିଲା ତେଣୁ ମୁଁ ମୋ ଜାଗାରେ ହିଁ ବସିଥାଏ। ମନରେ ଭାବୁଥାଏ ଏତେ ଦିନ ପରେ ଜଣକୁ ଦେଖି ମନଟା ବହୁତ ଖୁସି ଲାଗୁଛି । ଯାହାକୁ ଦେଖି ମୁଁ ପୁରାପୁରି ନିଜକୁ ଭୁଲି ଯାଇଛି ତା ବିଷୟ ରେ କଣ ମୁଁ କିଛି ବି ଜାଣି ପାରିବି ନାହିଁ । ସେ ଏବେ ଯଦି ଏହି ଟ୍ରେନ ରେ ଚାଲି ଯିବ ତେବେ ବୋଧୁଏ ଏ ଜୀବନ ରେ ଆଉ କେବେ ଦେଖା ହେବ ନା ନାହିଁ ଜାଣିନି । ମନେ ମନେ ଭଗବାନ ଙ୍କୁ ଡାକୁଥାଏ । ହେ ଭଗବାନ ତାକୁ ମୋ ଠାରୁ ଏତେ ଶିଘ୍ର ଅଲଗା କରି ଦିଅନି । ମୁଁ ଏମିତି କାହିଁକି ଯେ ତା ପାଇଁ ବ୍ଯାକୁଳ ହେଉଥାଏ ମୁଁ ଜାଣି ପାରୁ ନଥାଏ । ପ୍ଲାଟଫର୍ମ ରେ ଯେଉଁ ଆଠ ଦଶ ଜଣ ଲୋକ ଥିଲେ ସେହି ଟ୍ରେନ ରେ ବସିପଡିଲେ ନିଜ ନିଜ ଗନ୍ତବ୍ୟ ସ୍ଥଳ କୁ ଯିବା ପାଇଁ । ପୁରା ଷ୍ଟେସନ ଟା ପୁଣି ଥରେ ଶୂନସାନ ହେଇଗଲା ହେଲେ ସେମାନେ ଦୁହେଁ ଯାଇ ନଥିଲେ । ଭଗବାନ ଙ୍କୁ ମନେ ମନେ ଧନ୍ୟବାଦ ଜଣାଇଲି । ସେମାନେ ମୁଁ ଯେଉଁ ଟ୍ରେନ ରେ ଯିବି ସେହି ଟ୍ରେନ ରେ ଯିବେ ବୋଧେ ସେଥିପାଇଁ ଯାଇନଥିଲେ । ଆମ ଷ୍ଟେସନ ଟା ବହୁତ ଛୋଟ ଥିଲା ତେଣୁ ଟ୍ରେନ ଟା ଗଲା ପରେ ପ୍ଲାଟଫର୍ମ ଟା ପୁରା ଖାଲି ହୋଇଗଲା। ଏମିତି ଵି ଶୀତୁଆ ରାତି ଷ୍ଟେସନ ର କର୍ମଚାରୀ ମାନେ ଵି ପ୍ରାୟ ବାହାର କୁ ବାହାରୁ ନଥାନ୍ତି। ଏତେ ଶୀତ ରେ କିଏ ବା କାହିଁକି ବାହାରିବ। ମୁଁ ଓ ସେହି ବାପ ଝିଅ ଦ୍ବୟ ଆମେ ଏକାଠି ପାଖା ପାଖି ବସିଥାଉ। ମନ ହେଉଥିଲା ତାଙ୍କ ସହ ଟିକେ କଥା ହେବା ପାଇଁ ହେଲେ କଣ କହି ତାଙ୍କ ସହ କଥା ଆରମ୍ଭ କରିବି ଜାଣି ପାରୁନଥିଲି । ଏମିତି ରେ ବି ପୁରା ଷ୍ଟେସୋନ ରେ ମୋ ଛଡା କେହିବି ନଥିଲେ । ପାଖାପାଖି ବସିଥାଉ ତେଣୁ କିଛି ତୋ କହି କଥା ବାର୍ତ୍ତା ଆରମ୍ଭ କରିବାକୁ ପଡିବ । ଠିକ ଏହି ସମୟ ରେ ସେହି ବୟସ୍କ ବ୍ୟକ୍ତି ଜଣକ ମତେ ଡାକିଲେ । ସେ କହିଲେ - :କଉଠି କି ଯିବ ପୁଅ। ମୁଁ ତାଙ୍କ କଥା ଶୁଣି ନିଜକୁ ବିଶ୍ୱାସ କରି ପାରିଲି ନାହିଁ । ସେ କଣ ସତରେ ମତେ ଡାକିଲେ ? ନା ମୋ ମନ ରେ ଭ୍ରମ ହେଉଛି । ମୁଁ କିଛି ବୁଝି ପାରୁନଥାଏ। ଆଜି କଣ ହେଇଛି କେଜାଣି ମୁଁ ଭଗବାନ ଙ୍କୁ ଯାହାବି ମାଗୁଛି ତାହା ମତେ ମିଳି ଯାଉଛି । ମୁଁ ଏମିତି ଭାବୁଥାଏ ବ୍ୟକ୍ତି ଜଣକ ପୁଣି ଥରେ ମତେ ଡାକିଲେ ଓ କହିଲେ - ପୁଅ ତମେ କେଉଁଠିକି ଯିବ ? ତାପରେ ମୁଁ ନିଜକୁ ସମ୍ଭାଳି ନେଇ ତାଙ୍କୁ ଉତ୍ତର ଦେଲି। -: ମୁଁ ଭୁବନେଶ୍ୱର ଯିବି ମଉସା, ଆଉ ଆପଣ? ଟିକେ ଧୀର ସ୍ୱର ରେ ମୁଁ ତାଙ୍କୁ ଉତ୍ତର ଦେଲି। ସେ କହିଲେ -: ଆମେ ଵି ଭୁବନେଶ୍ୱର ଯିବୁ। ମୋ ଝିଅ ଭୁବନେଶ୍ୱର ରେ ରହି ପାଠ ପଢୁଛି ଓ ଡାକ୍ତରଖାନା ରେ ବି କିଛି କାମ ଅଛି ତେଣୁ ଆମେ ଯାଉଛୁ। ଆଉ ତମେ ଭୁବନେଶ୍ୱର ରେ କଣ କର। ତାପରେ ମୁଁ କହିଲି -: ମୁଁ କିଛି କାମ ପାଇଁ ଯାଉଛି ମଉସା । କାଲି ସକାଳେ ମୋର ଗୋଟେ ଅଫିସ ରେ ସାକ୍ଷାତକାର ଅଛି। ତାଙ୍କ ସହ କଥା ବାର୍ତା ହେବା ପାଇଁ ମତେ ବହୁତ ଭଲ ଲାଗୁଥାଏ। ଆମ କଥା ଶୁଣି ଝିଅ ଟି ମୁରୁକି ମୁରୁକି ହସୁଥାଏ । ସେ ଏମିତି ରହସ୍ୟ ମୟୀ ହସ କାହିଁକି ହସୁଥିଲା ବୁଝି ପାରୁ ନଥାଏ। ମୋ ଟ୍ରେନ ଆସିବା କୁ ଆହୁରି ଗୋଟେ ଘଣ୍ଟା ବାକି ଥାଏ। ତାଙ୍କ ସହ କଥା ବାର୍ତ୍ତା ହେଇ ସମୟ ଵି ଅତିବାହିତ ହେଇ ଯିବ ଓ ମୁଁ ତାଙ୍କୁ ଭଲ ଭାବରେ ଜାଣି ପାରିବି ଭାବି ମୁଁ କହିବା ଆରମ୍ଭ କଲି। -: ମଉଷା ମୁଁ ଜଣେ ଗରିବ ଘରର ପିଲା । ଗ୍ରାଜୁଏସନ ସାରିଲା ପରେ କିଛି ଚାକିରୀ ପାଇଁ ଚେଷ୍ଠା କରୁଛି ତା ସାଙ୍ଗକୁ ଯଦି କିଛି ବେସରକାରୀ ସଂସ୍ଥା ରେ କାମ ଧନ୍ଦା ମିଳି ଯିବ ତେବେ ପରିବାର ପାଇଁ କିଛି ସାହାଯ୍ୟ ହେଇଯିବ ଭାବି ଘରୁ ପାଦ କାଢିଛି । ମୋ କଥା ଶୁଣି ବ୍ୟକ୍ତି ଜଣକ ଖୁସି ହେଇଗଲେ ଓ କହିଲେ – “ବହୁତ ଭଲ ପୁଅ ଏତେ କମ ବଷସ ରୁ ଏତେ ଭଲ ଭାବନା ତୁମ ପାଖରେ ଅଛି ତମେ ଦିନେ ନିଶ୍ଚୟ ଆଗକୁ ଯିବ। ଆମ ଦୁହିଁଙ୍କ କଥା ବାର୍ତା କୁ ସେ ଝିଅ ଟି ଖୁବ ମନ ଦେଇ ଶୁଣୁ ଥିବା ଭଳି ଜଣା ପଡୁଥାଏ। ସେ କିନ୍ତୁ ଚୁପ୍ ଚାପ ଥାଏ। ସେ ଏମିତି ଚୁପ ଥାଇ ଵି ତା ମୁହଁ ବହୁତ କିଛି କହୁ ଥିବା ଭଳି ଲାଗୁଥାଏ। ସମୟ ଧୀରେ ଧୀରେ ଗଡୁଥାଏ ଆମେ ବସି କଥା ବାର୍ତା କରୁଥାଉ। ମୁଁ ଏମିତି ମୋ ବିଷୟ ରେ ଓ ମୋ କ୍ୟାରିଅର ବିଷୟ ରେ ବହୁତ କିଛି କହିଚାଲିଥାଏ। ଏହି ସମୟ ରେ ମୋ ନଜର କୁ ଆସିଲା କି ସେ ବ୍ୟକ୍ତି ଜଣକ ଶୋଇ ପଡିଛନ୍ତି। ମୁଁ ଟିକେ ହସିଦେଲି ମୁଁ ଏମିତି କହି ଚାଲିଛି ଓ ସେ ଶୋଇ ପଡିଛନ୍ତି ବୋଲି। ସେ ଝିଅ ଵି ଟିକେ ହସିଦେଲା। ତା ହସ ଦେଖି ମୋ ଛାତି ବହୁତ ଜୋର ରେ ଧଡକୁ ଥାଏ କାହିଁକି କେଜାଣି ତା ମୁହଁ କୁ ଦେଖିଲା ମାତ୍ରେ ମତେ ସେମିତି ଲାଗୁଥାଏ । କଣ କହି ତା ସହ କଥା ପଦୁଏ ଆରମ୍ଭ କରିବି ଭାବି ପାରୁ ନଥାଏ। ହଠାତ ଝିଅ ଟି କହିବା ଆରମ୍ଭ କରିଦେଲା -: ସୁଧୀର ତମେ ଆଜିବି ବଦଳିନ। ଆଗରୁ ଯେମିତି ବଳ ବଳ ହେଇ କହି ଚାଲୁଥିଲ ଆଜିବି ସେମିତି ଅଛ। ଏମିତି କହି ଟିକେ ମୁରୁକି ହସି ଦେଲା। ତା ମୁହଁ ରୁ ମୋ ନାଁ ଟା ଶୁଣି ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି। ଆରେ ଇଏ ପୁଣି ମୋ ନା କେମିତି ଜାଣିଲା। ମୋର ଯେତେ ଦୂର ମନେ ହେଉଛି ସେହି ବ୍ୟକ୍ତି ସହ କଥା ହେବା ସମୟ ରେ ମୁଁ ମୋ ନାଁ ତାଙ୍କୁ ଥରୁଟିଏ ଵି କହି ନଥିଲି କି ସେ ମତେ ମୋ ନାଁ ପଚାରି ନଥିଲେ। ଇଏ ପୁଣି ମୋ ନାଁ କେମିତି ଜାଣିଲା। ତାକୁ ମୋ ଜୀବନ ରେ ଆଜି ପ୍ରଥମ ଥର ପାଇଁ ଦେଖୁଛି। କାଇଁ ମୋର ତୋ ଟିକିଏ ଵି ମନେ ପଡୁନି କି ମୁଁ ତାକୁ ଆଗରୁ ଜାଣିଛି ବୋଲି। ମୋ ନାଁ କୁ ଜଣେ ଅଜଣା ଅଚିନ୍ହା ପୁଣି ଏତେ ସୁନ୍ଦର ଝିଅ ମୁହଁ ରୁ ଶୁଣି ମୁଁ ପୁରା ବିସ୍ମଯ ହେଇ ତାକୁ ଚାହିଁ ରହିଥାଏ। ହେଲେ ଵି ମନରେ ସାହସ ବାନ୍ଧି ପଚାରିଦେଲି -: ତମେ ମୋ ନାଁ କେମିତି ଜାଣିଲ? ସେ ଟିକେ ହସିଦେଲା ଓ ଟିକେ ଗମ୍ଭୀର ସ୍ୱର ରେ କହିଲା -:ମୁଁ ତୁମକୁ ବହୁତ ଭଲ ଭାବରେ ଜାଣିଛି ସୁଧୀର । ତୁମର ପ୍ରତ୍ୟକ ଦିନ ର ଜୀବନଚର୍ଯା ଵି ମୁଁ ଜାଣିଛି। ସତରେ ତମେ ବହୁତ ଭଲ। ତମେ ମତେ ବହୁତ ଭଲ ରେ ଜାଣିଛ। ଟିକେ ଗଭୀରତା ର ସହ ମନେ ପକାଅ ଠିକ ବୁଝି ଯିବ। ସେ ଏମିତି କହି ଖାଲି ମୋ ମୁହଁ କୁ ଦେଖି ହସୁଥାଏ। ତାପରେ ମୁଁ ତାକୁ ଆଶ୍ଚର୍ଯ୍ୟ ଓ କୌତୁହଳ ହେଇ ପଚାରିଲି -: କ୍ଷମା କରିବେ ମୁଁ ତୁମକୁ ଜାଣି ପାରୁନାହିଁ। ସତରେ କଣ ତମେ ମତେ ଜାଣିଛ? ଝିଅ ଟି କିଛି ଉତ୍ତର ଦେବା ଆଗରୁ ପ୍ଲାଟଫର୍ମ ଅନାଉନ୍ସମେଣ୍ଟ ରେ ଆମ ଧ୍ୟାନ ସେପଟ କୁ ହେଲା। ମୋ ଟ୍ରେନ ଆସିବା ର ସମୟ ହେଇଗଲା। ଝିଅ ଟିର ବାପା ମାନେ ସେହି ବୟସ୍କ ବ୍ୟକ୍ତି ଜଣକ ଵି ନିଦରୁ ଉଠି ପଡିଲେ। ଟ୍ରେନ ଟି ବିକଟାଳ ଗର୍ଜନ କରି ଧୀରେ ଧୀରେ ମାଡି ଆସୁଥାଏ। ମନ ରେ ଅନେକ ପ୍ରଶ୍ନ ମାଡି ଆସୁଥାଏ ହେଲେ କିଛି କହି ପାରୁ ନଥାଏ। ତାପରେ ସେମାନେ ଟ୍ରେନ ରେ ବସିବା ପାଇଁ ଜିନିଷ ପତ୍ର ସଜାଡ଼ିବା କୁ ଲାଗିଲେ। ମୁଁ ସବୁ ଦେଖୁଥାଏ ହେଲେ କିଛି କହି ପାରୁ ନଥାଏ। ମନେ ମନେ ଭାବୁଥାଏ ସେ ମୋ ପାଖକୁ ଚାଲି ଆସନ୍ତା କି ସେ ଯଦି ଟ୍ରେନ ରେ ମୋ ପାଖରେ ବସନ୍ତା ତେବେ ମୋ ମନରେ ଥିବା ଏତେ ପ୍ରଶ୍ନ ପଚାରି ଦିଅନ୍ତି। ସତରେ ସେ ମତେ କେମିତି ଜାଣିଲା। ମୁଁ କଣ ତାକୁ ଆଗରୁ ଜାଣିଛି? ମୋର କଣ ମନେ ପଡୁନି? ଏମିତି ଭାବୁ ଭାବୁ ମୋ ଭାବନା ଭାବନା ରେ ରହିଗଲା।ମୁଁ ଜଣେ ଗରିବ ପିଲା ମୋ ଟିକିଟ ଜେନେରାଲ ବଗି ରେ ଥାଏ ସେମାନେ କିନ୍ତୁ ଫାଷ୍ଟ କ୍ଲାସ ଏ.ସି. ରେ ଟିକିଟ କରିଥାନ୍ତି। ତୋ ଆମେ ଅଲଗା ହେବା ସୁନିଶ୍ଚିତ। ମୁଁ ଗଲା ବେଳେ କିଛି କହିବା ପାଇଁ ଚାହୁଥାଏ ହେଲେ କହିବା ପାଇଁ ସାହସ କରି ପାରୁନଥାଏ। ସେ ଖାଲି ମୁରୁକି ମୁରୁକି ହସୁଥାଏ । ସେ ଏମିତି ହସୁ ଥିବା ର କାରଣ ଜାଣି ପାରୁ ନଥାଏ। ମୋ ଠୁ ଅଲଗା ହେବା ର ଦୁଃଖ କଣ ତାକୁ ହେଉ ନଥାଏ। ବୋଧେ ତା ମନ ରେ ତିଳେ ମାତ୍ର ଦୁଃଖ ନାହିଁ। ତେଣୁ ନିରାଶ ଲାଗୁ ଥାଏ। ଯାହା ଵି ହେଉ ଯଦି ସେ ଯିବା କୁ ଚାହୁଁଛି ଅଟକାଇବି କାହିଁକି। ତାକୁ ଅଟକାଇବା ପାଇଁ ମୋ ପାଖରେ କୌଣସି ଅଧିକାର ନଥିଲା କି କୌଣସି କାରଣ ଵି ନଥିଲା। ଯିବା ବେଳେ ଝିଅ ଟିର ବାପା କହିଲେ। ଆଛା ପୁଅ ଆମେ ଆସୁଛୁ, ଏମିତି କହି ସେ ସେଠାରୁ ଯିବାକୁ ବାହାରିଲେ । ଝିଅ ଟି ଵି ତାଙ୍କ ପଛେ ଚାଲି ଗଲା। ମୁଁ ତା ବାଟକୁ ଚାହିଁ ରହିଥାଏ। ମନେ ମନେ ଭାବୁଥାଏ ସିଏ ବୋଧେ ମୋ ନାଁ ଟା କଉଠୁ ଶୁଣି ଦେଇଥିବ। ମୋର ମଜା ଦେଖିବା ପାଇଁ ବୋଧେ ମତେ ଡାକିଦେଇଥିବ। ସେଥିପାଇଁ ମନେ ମନେ ଖୁବ ହସୁଥିଲା। ଅଯଥା ରେ ଏତେ ସବୁ ମୁଁ ଚିନ୍ତା କରୁଛି। ମୁଁ ସେମାନଙ୍କୁ ପଛରୁ ଚାହିଁ ରହିଥାଏ ଓ ଏ ସବୁ କୁ ଭାବୁଥାଏ ଏତେ ସମୟ ମଧ୍ୟ ରେ ବ୍ୟକ୍ତି ଜଣକ ଟ୍ରେନ ଭିତରେ ପଶି ସାରିଥାନ୍ତି। ଝିଅ ଟା କିନ୍ତୁ ଏ ପର୍ଯ୍ୟନ୍ତ ଭିତରକୁ ଯାଇ ନଥାଏ। ମନେ ମନେ ଭାବୁଥାଏ ଶେଷ ଥର ପାଇଁ ହେଲେ ସେ ମତେ ଥରେ ଚାହିଁ ଦିଅନ୍ତା କି? ହେଲେ ସେ ଥରୁଟିଏ ଵି ପଛକୁ ଅନାଇ ଦେଖିଲା ନାହିଁ। ଭିତର କୁ ଚାଲି ଗଲା। ତାପରେ ଵି ମୁଁ ତା ଯିବା ବାଟ କୁ ଚାହିଁ ରହିଥାଏ। ଆଉ ତା ଯିବା ବାଟକୁ ଚାହିଁ ରହି ଲାଭ କିଛି ନାହିଁ ତେଣୁ ଶୀଘ୍ର ବାହାରି ମୋ ବଗି ଅଭିମୁଖେ ଚାଲିଗଲି । ତା ପାଇଁ ମୋର ବହୁତ ଡେରି ହୋଇଗଲା ତେଣୁ ଗାଡି ଛାଡ଼ିଦେବ ଭାବି ଶିଘ୍ର ଶିଘ୍ର ଦୌଡ଼ି ଦୌଡ଼ି ଯିବାକୁ ଲାଗିଲି। ଠିକ ଏତିକି ବେଳେ ହଠାତ ପଛରୁ କାହାର ମଧୁର କଣ୍ଠ ସ୍ୱର ଶୁଭିଲା -"ସୁଧୀର"। ଓଃ କି ମଧୁର ଶ୍ୱର ବସନ୍ତ ର କୋଇଲି ପରି। ମୁଁ ଜାଣି ସାରିଥାଏ ସେ ଆଉ କେହି ନୁହେଁ ସେଇ ଅଜଣା ଅଚିନ୍ହା ଝିଅ ର କଣ୍ଠ ସ୍ୱର। ନିଜକୁ ନିଜେ ବିଶ୍ୱାସ କରି ପାରିଲି ନାହିଁ। ସତରେ କଣ ସିଏ ମତେ ଡାକୁଛି? ନା ଏହା ମୋ ମନ ର ଭ୍ରମ। ଏତେ ସମୟ ଧରି ଖାଲି ତା ବିଷୟ ରେ ଭାବୁଥାଏ ସେଥିପାଇଁ ବୋଧେ ମତେ ସେମିତି ଲାଗୁଥାଇ ପରେ। ଏମିତି ଭାବି ପୁଣି ଆଗକୁ ବଢିବାରେ ଲାଗିଲି। ପୁଣି ଥରେ ମୋ କାନ କୁ ଶୁଭାଗଲା ଧୀର ଶ୍ୱର ରେ "ସୁଧୀର... ମୁଁ ଚମକି ପଡିଲି। ଏତେ କ୍ଷିପ୍ର ଗତି ରେ ଦୌଡୁଥିବା ମୋ ପାଦ ଦୁଇଟା ଅଟକି ଗଲା। ବିସ୍ମିତ ହୋଇ ପଛକୁ ଚାହିଁଲି। କିଏ ସେ ମତେ ଏମିତି ବାରମ୍ବାର ଝଟକା ଦେଉଛି କାହିଁକି। ପଛକୁ ଚାହିଁଲା ବେଳେକୁ ମୋ ପଛ ପଟେ ସେ ଝିଅ ହିଁ ଛିଡା ହୋଇ ଥାଏ। ତା ପଛ କୁ ଦେଖିଲି ତା ବାପା ଵି ଅଛନ୍ତି କି ବୋଲି ହେଲେ ସେ ଏକା ଦୌଡ଼ି ଦୌଡ଼ି ମୋ ପାଖକୁ ଚାଲି ଆସିଥାଏ। ମୋ ତୁଣ୍ଡ ରୁ କିଛି ଵି କଥା ବାହାରୁ ନଥାଏ। ସେ କାହିଁକି ଆସିଛି? ମତେ ଏମିତି ବାରମ୍ବାର ଝଟକା କାହିଁକି ଦେଉଛି ମୁଁ ବୁଝି ପାରୁନଥାଏ। ତାର ଉଦ୍ଦେଶ୍ୟ କଣ ହେଇପାରେ। କିଛି କହିବା ଆଗରୁ ସେ ପ୍ରଥମେ ମତେ କହିଲା -: ସୁଧୀର... ଖୁବ ଶୀଘ୍ର ପୁଣି ଦେଖା ହେବ ମୁଁ ଆସୁଛି କହି ହାତରେ ଥିବା ଡ଼ାଇରୀ କୁ ମୋ ହାତରେ ବଢ଼ାଇ ଦେଇ ଟିକେ ହସିଦେଇ ଯିବା କୁ ଉଦ୍ୟତ ହେଲା। ମୁଁ କିଛି ଭାବି ପାରୁ ନଥାଏ। ବହୁତ କିଛି ପଚାରିବାକୁ ଚାହୁଁଥିଏ ହେଲେ ପାଟିରୁ ଭାଷା ବାହାରୁ ନଥାଏ। ମୁଁ କେବଳ ଚାହିଁ ରହିଥାଏ ଓ ସେ ଧୀରେ ଧୀରେ ମୋଠୁ ଦୁରେଇ ଯାଉଥାଏ। ଗଲାବେଳେ ଥରେ ମତେ ଚାହିଁ ଦେଲା ଓ ଭିତର କୁ ଚାଲିଗଲା ଓ ଖାଲି ଟିକେ ହସି ଦେଇଥିଲା। କିଛି ନ କହିଲେ ବି ଲାଗୁଥିଲା ଯେମିତି ବହୁତ କିଛି କହି ଦେଇଥିଲା। କିଏ ସେ ରହସ୍ୟମୟୀ ଝିଅ ଟି। ତମେ ଏମିତି ରହସ୍ୟ ଘେର ରେ କାହିଁକି ଛାଡି ଦେଉଛି। ଏତେ ବେଳକୁ ଟ୍ରେନ ର ଗତି ବି କ୍ଷିପ୍ର ହେବାରେ ଲାଗିଥାଏ।ସେ ମତେ ଦେଇଥିବା ଡ଼ାଇରୀ କୁ ହାତରେ ଧରି ସାଙ୍ଗେ ସାଙ୍ଗେ ମୋ ସିଟ ଥିବା ବଗି କୁ ଦୌଡିବାରେ ଲାଗିଲି । ଆଉ ଟିକେ ଡେରି ହୋଇଥିଲେ ବୋଧେ ଟ୍ରେନ ମିସ ହୋଇଯାଉଥାନ୍ତା। ମୁଁ ଶିଘ୍ର ଶିଘ୍ର ଚଢିଗଲି। ମୋ ସିଟ ରେ ବସିଗଲି। ମନରେ ବହୁତ ଉତ୍କଣ୍ଠା ଥାଏ। ଏ ଡ଼ାଇରୀ ଟା ସେ ମତେ କାହିଁକି ଦେଲା ମୁଁ ଯେତେବେଳେ ତାକୁ ପ୍ରଥମେ ଦେଖୁଥିଲି ସେତେବେଳେ ଵି ମୁଁ ଦେଖିଥିଲି ସେ କିଛି ତା ଡ଼ାଇରୀ ରେ ଲେଖୁଥାଏ ଓ ମୁରୁକି ମୁରୁକି ହସୁଥିଲା। କଣ ଏ ଡ଼ାଇରୀ ର ରହସ୍ୟ। ମୁଁ ଯେତିକି ଜାଣିଛି କେହିବି ନିଜର ଡ଼ାଇରୀ କାହାକୁ ଦିଅନ୍ତି ନାହିଁ। ସେ ମତେ କାହିଁକି ଦେଲା ଏମିତି କଣ ଅଛି ଏ ଡ଼ାଇରୀ ରେ? ଡାଏରୀ କୁ ଖୋଲିବାକୁ ଇଛା ହେଉଥାଏ। ମନରେ କୌତୁହଳ ବି ଜାତ ହେଉଥାଏ ଏ ରହସ୍ୟମୟୀ ଝିଅ ର ରହସ୍ୟମୟ ଡ଼ାଇରୀ ରେ କଣ ଲେଖା ଥିବ ପୁଣି କଣ ମତେ ଝଟକା ଲାଗିବ? ଏଥିରେ କଣ ଲେଖା ଅଛି? ଏମିତି ଅନେକ ପ୍ରଶ୍ନ ମୋ ମନ ରେ ଘାରି ହେଉଥାଏ। ଆମ ଟ୍ରେନ କ୍ଷିପ୍ର ଗତି ରେ ଆଗକୁ ମାଡି ଚାଲି ଥାଏ। ମନେ ମନେ ଭାବୁଥାଏ ଆଗ ଷ୍ଟେସନ ରେ ଯଦି ଟ୍ରେନ ଟିକେ ଅଧିକ ସମୟ ଅଟକାଇବ ତେବେ ତାକୁ ଖୋଜି ଖୋଜି ନିଶ୍ଚୟ ଯିବି। ତାକୁ ନିଶ୍ଚୟ ପଚାରିବି କିଏ ତମେ ବୋଲି। ତା ଆଗରୁ ଡ଼ାଇରୀ ରେ କଣ ଲେଖା ଅଛି ଥରେ ଦେଖି ନିଏ। ତାପରେ ଉତ୍କଣ୍ଠା ର ସହିତ ପ୍ରଥମ ପୃଷ୍ଠା କୁ ଖୋଲି ବାକୁ ଲାଗିଲି। ଠିକ ଏହି ସମୟ ରେ ମୋ ଫୋନ୍ କୁ ଗୋଟେ ଫୋନ୍ ଆସିଲା। ମୋବାଇଲ ରିଙ୍ଗ ହେବା ପରେ ମୋ ଧ୍ୟାନ ମୋବାଇଲ ଉପରକୁ ଚାଲି ଗଲା। ଭାବିଲି ଡ଼ାଇରୀ କୁ ନିରଳା ରେ ଦେଖିବି କଣ ଅଛି ଏ ଡ଼ାଇରୀ ରେ। ଟ୍ରେନ ଵି ଟିକେ ଭିଡ ଥିଲା ତେଣୁ ସେତେବେଳେ ପଢିବା ଵି କଷ୍ଟ କର ଥିଲା ତେଣୁ ଡ଼ାଇରୀ କୁ ବ୍ୟାଗ ରେ ପ୍ୟାକ କରି ତାପରେ ମୁଁ ମୋ ମୋବାଇଲ ଉଠାଇବା କୁ ବାହାରିଲି। ମୋବାଇଲ ନମ୍ବର ଦେଖି ମୋ ମୁଣ୍ଡ ଚକ୍କର ଖାଇଗଲା। ଯେଉଁ ନମ୍ବର ରେ ଦୀର୍ଘ ଛଅ ମାସ ହେଲା ଫୋନ କରୁଥିଲି ହେଲେ ତାହା ବନ୍ଦ ଆସୁଥିଲା। ଯେଉଁ ନମ୍ବର ମୋ ଜୀବନ ଶୈଳୀ କୁ ବଦଳାଇ ଦେଇଥିଲା। ଆଜି କଣ ହେଲା ସେ ପୁଣି ମତେ କଲ୍ କରିଛି। ଆଉ ସମୟ ବିଳମ୍ବ ନକରି କଲ୍ ଟିକୁ ଉଠାଇଦେଲି। ସେପଟୁ ଗୋଟେ ଧୀର ଶ୍ୱର ରେ ବହୁତ ମିଠା ଶ୍ୱର ରେ ଗୋଟେ ଶବ୍ଦ ଭାସି ଆସିଲା -: ସୁଧୀର.......କଣ କରୁଛ? ମୁଁ ଉତ୍ତର ଦେଲି -: କିଛି ନାଇଁ, ଆରେ ତମ ନମ୍ବର ସ୍ବିଚ ଅଫ ଥିଲା କାହିଁକି? ଛଅ ମାସ ହେଲା ଟ୍ରାଏ କରୁଛି ହେଲେ ତୁମ ସହ ଯଗାଯୋଗ ହୋଇପାରୁନି। କିଛି ଅସୁବିଧା ଥିଲା କି? ତମେ ତୋ ମତେ ସବୁ କିଛି କୁହ, ଆଜି ଏତେଦିନ ହୋଇଗଲା ହେଲେ ମତେ ଟିକେ ଵି କିଛି ଜଣାଇଲ ନାହିଁ। ତମ ଠିକଣା ଵି ମତେ କେବେ ଦେଇନଥିଲ ନହେଲେ ମୁଁ ନିଜେ ଦେଖା କରିବା ପାଇଁ ଯାଇଥାନ୍ତି।ଏମିତି ମୋ ମନ ରେ ଯାହା ଥିଲା କହିପକାଇଲି। ମୁଁ ଏମିତି କହୁଥିଲା ସମୟ ରେ ସେ ଚୁପ ହେଇ ସବୁ ଶୁଣୁଥାଏ। ତାର ଚୁପ ରହିବା ନୂଆଁ ନୁହେଁ। ମୁଁ ସବୁ ବେଳେ ବଳ ବଳ ହେଉଥାଏ ଓ ସେ ଚୁପ୍ ହେଇ ମୋ କଥା ର ମଜା ନେଉଥାଏ। ତାପରେ ସେ ପୁଣି କହିଲା ସୁଧୀର.... ତୁମକୁ ପାଖରୁ ଦେଖି ବହୁତ ଖୁସି ଲାଗିଲା। ସତରେ ତମେ ବହୁତ ସୁନ୍ଦର ତା ମୁହଁ ରୁ ଏପରି ଶୁଣି ସାରିଲା ପରେ ମୁଁ ଚକିତ ହୋଇ ପଡିଲି। ଆରେ ଇଏ କିଏ? ତାପରେ ସେ ପୁଣି କହିଲା -"ସୁଧୀର ମୁଁ ଯାଉଛି ପୁଣି ଆଉ କେବେ ଦେଖା ହେବ ନା ନାହିଁ ମୁଁ ଜାଣିନି। ମୋ ଡ଼ାଇରୀ କୁ ସାଇତି କି ରଖିଥିବ"। ମୁଁ କିଛି କହିବା ଆଗରୁ ସେ ଫୋନ ଟିକୁ କାଟିଦେଲା। ମୁଁ ଆଜି ଯାହାକୁ ପ୍ଲାଟଫର୍ମ ରେ ଦେଖିଲି ସେ କଣ ସେଇ ଝିଅ? ଯାହା ସହ ମୁଁ ବିନା ଦେଖା ସାକ୍ଷ୍ୟାତ ରେ ଏତେ ଦିନ କଥା ହେଉଥିଲି? ମୋ ଜୀବନ ର ସବୁ କିଛି କହି ଦେଇଥିଲି। ଇଏ କଣ ସେହି ଝିଅ? ମୋ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ସେଥିପାଇଁ ବୋଧେ ତାକୁ ଦେଖିଲା ପରେ ମତେ ସେମିତି ଲାଗୁଥିଲା। କେବେ ଭାବି ନଥିଲି ସେ ଏତେ ସୁନ୍ଦର ଥିବ ବୋଲି। ଇଏ କଣ ସେହି ଝିଅ? ଯାହା ସହ ମୁଁ ଏତେ ଦିନ ଗୋଟେ ଭୁଲ ନମ୍ବର ରେ କଥା ହେଉଥିଲି। ଆଜି ବି ସେଦିନର କଥା ମନେ ପଡିଯାଏ । ଆଜିକୁ ପାଞ୍ଚ ବର୍ଷ ଆଗରୁ। ମୁଁ ସେତେବେଳେ ନୁଆଁ ନୁଆଁ କଲେଜ ରେ ନାମ ଲେଖାଇ ଥାଏ । ବୟସ ଵି ସେତେବେଳେ କମ ଥାଏ। ନୂଆଁ ନୂଆଁ ଯୌବନବସ୍ଥା ରେ ପାଦ ଦେଇଥାଏ। ମନ ଟା ବହୁତ ଚଗଲା ହେଉଥାଏ। ପ୍ରେମ ଦୁନିଆଁ ରେ ପାଦ ଦେବା ପାଇଁ ମନ ହେଉଥାଏ। ମୋ କଲେଜ ରେ ବହୁତ ଝିଅ ପଢୁଥାନ୍ତି। ମନେ ମନେ ଭାବୁଥାଏ କେହି ଜଣେ ମତେ ପସନ୍ଦ କରନ୍ତା କି? ଏକା ଏକା ରହୁଛି ଯଦି କେହି ମୋ ଜୀବନ କୁ ଆସନ୍ତା ତେବେ ଜୀବନ ଟା ରଙ୍ଗୀନ ହେଇଯାଆନ୍ତା। ମନେ ମନେ ଅନେକ କଥା ଭାବୁ ଥାଏ ଏମିତି ଦେଖୁ ଦେଖୁ ମୋର ପ୍ରଥମ ବର୍ଷ ଟା ସରିଗଲା। ଧୀରେ ଧୀରେ ଜୀବନ ଟା ବହୁତ କଠିନ ହେବା ରେ ଲାଗିଲା। ପାଠ ପଢା ଚିନ୍ତା, ଘର ଚିନ୍ତା ଏମିତି ସବୁ ବେଳେ ମନ ଉଦାସ ରହୁଥାଏ। ସବୁ ବେଳେ ମନ ଖଜୁଥାଏ ଗଟେ ସାଥି। ଯାହାକୁ କି ମୁଁ ମୋ ମନ କଥା ଖୋଲି କହିପାରିବି। ମୋ ଦୁଃଖ ସୁଖ ପ୍ରକାଶ କରି ପାରିବି। ଏ ବୟସ ରେ ସମସ୍ତଙ୍କର ଏମିତି ହୋଇ ଥାଏ। ଦିନେ ଏମିତି ବସିଥାଏ। ମନ ରେ କଣ ଭାବନା ଆସିଲା ଜାଣିନି। ମୋବାଇଲ ରେ ମନରେ ଯାହା ଆସିଲା ଗୋଟେ ନମ୍ବର ଲଗାଇଲି । ମନେ ମନେ ଭାବୁ ଥାଏ ସେ ଯିଏ ହେଉନା କାହିଁକି ସେ ଝିଅ ହେଉ ବା ପୁଅ ତାକୁ ଆଜି ମୋ ମନ କଥା ଖଲି କହିଦେଵି। ସେତେବେଳେ ମୋର କେହି ବି ସାଙ୍ଗ ସାଥି ନଥାନ୍ତି। ଏ ବୟସ ରେ ସାଙ୍ଗ ସାଥି ନଥିବା କହିବା ଟିକେ ଅଲଗା ଲାଗୁଥିବ, ହେଲେ ପ୍ରକୃତ ରେ ମୋର କେହିବି ସାଙ୍ଗ ସାଥି ନଥିଲେ। ମୁଁ ସବୁ ବେଳେ ନିରଳା ରେ ବସିବା କୁ ପସନ୍ଦ କରେ। ଅଯଥା ଏପଟ ସେପଟ କଥା ହେବା ମୋର ପସନ୍ଦ ନୁହେଁ ସେଥିପାଇଁ ବୋଧେ ମୋ ସହ କେହି ମିଶନ୍ତି ନାହିଁ। ସେଥିପାଇଁ ଆଜି ମନରେ ଯାହାବି ରାଗ ରୁଷା କ୍ରଧ ଅଛି ସବୁ କିଛି ସେ ଯିଏ ହେଉ ନା କାହିଁକି ତାକୁ କହି ମୋ ମନ କୁ ଟିକେ ହାଲୁକା କରିବି । ଠିକ ଏତିକି ବେଳେ ସେପଟୁ ଫୋନ ରିଂ ହେଲା। ମୁଁ ଚୁପ ହେଇ ଥାଏ। ସେପଟୁ ଧୀର ଶ୍ୱର ରେ ଜଣେ ଝିଅ ର କଣ୍ଠ ଶ୍ୱର ଶୁଭିଲା "ହେଲୋ"। ମନ ଟା ତା ଶ୍ୱର ଶୁଣି ଶିହରି ଉଠିଲା। ମନେ ମନେ ଭାବିଲି ଇଏ କଣ ସିଏ ଯିଏ କି ମୋ ଜୀବନ ଶୈଳୀ ବଦଳାଇ ଦେବ? ମନେ ମନେ ଭାବିଲି ନା ଏତେ ଶୀଘ୍ର କାହାକୁ ବିଶ୍ୱାସ କରିବା ଟା ଠିକ ନୁହଁ। କାଳେ ସେ କଣ ଭାବିବ.....ଏମିତି ଭାବି ଭାବି ମୁଁ ଚୁପ ଚାପ ଥାଏ। ଏତିକି ବେଳେ ଫୋନ ର ଅନ୍ୟ ପାର୍ଶ୍ଵ ରୁ ଶୁଭାଗଲା -: ହେଲୋ....କିଏ କହୁଛନ୍ତି? ତା କଥା ଶୁଣି ମୋ ପାଟି ରୁ କୌଣସି ଭାଷା ବାହାରୁ ନଥାଏ। ତଥାପି ମନ ରେ ସାହସ ବାନ୍ଧି କହିଦେଲି -: ସୋରି ପ୍ରକୃତ ରେ ମୁଁ ଭୁଲ ନମ୍ବର ଲଗାଇ ଦେଇଛି। ହେଲେ ମୁଁ ଭାବୁଛି ମୁଁ ଠିକ ନମ୍ବର ଲଗାଇଛି। ତମେ ଯିଏ ହୁଅନା କାହିଁକି ମୁଁ ତୁମ ସହ କଥା ହେବାକୁ ଚାହେଁ। ପ୍ଲିଜ ମୋ ଫୋନକୁ କାଟିବ ନାହିଁ। ମୁଁ ଆଜି ତୁମକୁ ବହୁତ କିଛି କହିବାକୁ ଆସିଛି। ମୋ ମନ ର କଥା। ଆଶା କରୁଛି ତମେ ମୋ କଥା ନିଶ୍ଚୟ ଶୁଣିବ। ମୁଁ ଏମିତି ବହୁତ ସମୟ ଖାଲି କହିଚାଲିଥାଏ। ସେ କିନ୍ତୁ ଚୁପ ଥାଏ କିଛି ଵି କହୁ ନଥାଏ। ତାପରେ ମୁଁ ପଚାରିଲି -: ତମେ ମୋ କଥା ଶୁଣିବ ନା.......? ସେପଟୁ ସେ କହିଲା -: ସୋରି......ରଂ ନମ୍ବର । ତାପରେ କଲ୍ ଟାକୁ କାଟିଦେଲା। ମୁଁ ଆଉ କିଛି ଵି କହି ପାରିଲି ନାହିଁ। ମନ ର କଥା ମନ ରେ ଚାପି ରଖି ନିରବ ରହିଗଲି। ବହୁତ ଆଶା ରଖିଥିଲି ହେଲେ ନିରାଶ ହୋଇ ରହିଗଲି। ମନଟା ପୁରା ଖରାପ ହେଇଗଲା। ଚୁପଚାପ ଘରକୁ ଚାଲି ଆସିଲି କାହାକୁ କିଛି ନକହି ସୋଇପଡିଲି। ରାତି ରେ କିଛି ଵି ଖାଇ ପାରିଲି ନାହିଁ । ମନରେ ସେହି ଗୋଟିଏ ଚିନ୍ତା। ମନଟା ବହୁତ ଖରାପ ଲାଗୁଥାଏ। କାହିଁକି ତାକୁ ମୁଁ ଏମିତି କହିଲି ଏମିତି ଭାବି ଭାବି ନିଜକୁ ଧିକ୍କାର ମନେ କରୁଥାଏ। ଆଜିକାଲି ଦୁନିଆଁ ରେ କେହି ଵି କାହାର ଦୁଃଖ ବୁଝି ପାରନ୍ତି ନାହିଁ। ତାକୁ ଏମିତି କହିବା ଠିକ ନଥିଲା। ସେ କଣ ଭାବିଥିବ? ଗୋଟେ ବେକାର ଟୋକା ହଇରାଣ କରୁଛି। ସେଥିପାଇଁ ସେ ଫୋନ୍ ଟା କାଟି ଦେଲା। ଏମିତି ଶୋଇ ଥାଏ ଓ ମନେ ମନେ ବହୁତ କିଛି ଭାବୁଥାଏ। ନିଜକୁ ନିଜେ ବହୁତ କଷୁ ଥାଏ। ଅଚାନକ ରାତି 11:23 ରେ ସେହି ନମ୍ବର ରୁ କଲ୍ ଆସିଲା। ମୁଁ ତୋ ପୁରା ଚକିତ ହେଇଗଲି। ଇଏ ପୁଣି ଏତେ ରାତିରେ କାହିଁକି କଲ୍ କରୁଛି ସେ ତୋ ମୋ ଫୋନ୍ କୁ କାଟି ଦେଇଥିଲା। ତାଙ୍କ ଘର ଲୋକ କେହି କରୁ ନାହାନ୍ତି ତୋ? ତାକୁ ଏମିତି ମୁଁ କହିବା ର ନଥିଲା। ମୁଁ ତାକୁ କିଛି ଵି ଖରାପ କଥା କହି ନଥିଲି ସତ ହେଲେ ଵି ସେ ଯଦି ମୋ କଥା କୁ ଖରାପ ଭାବିଥିବ। ଘର ଲୋକ ଙ୍କୁ କହି ଦେଇଥିବ ଯଦି କେହି ଜଣେ ଅଜଣା ଲୋକ ମତେ ହଇରାଣ କରୁଛି ବୋଲି, ତେବେ ତାଙ୍କ ଘର ଲୋକ କେହି ଫୋନ୍ କରି ଥାଇ ପାରନ୍ତି ବୋଲି ବହୁତ ଡର ଲାଗିଲା। ଠିକ ଏହି ସମୟ ରେ ପୁଣି ଥରେ ତା ଫୋନ୍ ଆସିଲା। ଫୋନ୍ ରିସିଭ କରିବି ନା ନାହିଁ ଦ୍ୱନ୍ଦ ରେ ପଡି ଗଲି। ଡର ଵି ଲାଗୁଥିଲା ହେଲେ ମନରେ ସାହସ ବାନ୍ଧି ଫୋନ୍ ଟାକୁ ଉଠାଇବାକୁ ମନସ୍ତ କଲି। ଯାହା ହେବ ଦେଖାଯିବ..... ଫୋନ୍ ଟା ଉଠାଇଲା ପରେ ସେପଟ ରୁ ସେଇ ସୁନ୍ଦର ମଧୁର ଶ୍ୱର ଭାସି ଆସିଲା। "ହେଲୋ "... ଯେଉଁ ଶ୍ଵର କୁ ମୁଁ ଜୀବନ ସାରା ଭୁଲି ପାରିବି ନାହିଁ। ଯେଉଁ ଶ୍ୱର ଶୁଣିଲା ପରଠାରୁ ମୋ କାନ ରେ ସେହି ଶ୍ୱର ସବୁ ବେଳେ ଗୁଞ୍ଜୁରୁ ଥିଲା। କିଏ ସେ ତା କଣ୍ଠ ଶ୍ୱର ଯଦି ଏତେ ମଧୁର ସେ ଦେଖିବାକୁ କେତେ ସୁନ୍ଦର ଦେଖାଯାଉଥିବ। ସେ କହିଲା -:"ସୋରି" ...... ମୁଁ କିଛି ଵି କହୁ ନଥାଏ। ତା ପରେ ସେ ପୁଣି କହିବାକୁ ଲାଗିଲା -: ସୋରି..... ପ୍ଲିଜ ମତେ କ୍ଷମା କରିଦେବ। ମୁଁ ତୁମ ଫୋନ୍ ଟାକୁ ସେତେବେଳେ କାଟିଦେଇଥିଲି। ଫୋନ୍ କାଟିବାର କିଛି କାରଣ ଵି ଥିଲା। ତୁମେ ମୋ ପାଇଁ ଅଜଣା ମୁଁ ଏବେ ଵି ଜାଣିନି କି ତମେ କିଏ। ତୁମ ବିଷୟ ରେ କିଛି ନଜାଣି କେମିତି ତୁମ ସହ କଥା ହେବି? ମୁଁ ଗୋଟେ ଝିଅ। ତୁମ ପୁଅ ମାନଙ୍କର କିଛି ଵି ପ୍ରତିବନ୍ଧକ ନାହିଁ ହେଲେ ଆମ ପାଇଁ ବହୁତ କିଛି ପ୍ରତିବନ୍ଧକ ଅଛି। ତୁମ ଫୋନ୍ କାଟିଲା ପରେ ମୁଁ ତୁମ ବିଷୟ ରେ ବହୁତ କିଛି ଭାବିଛି..... ସତରେ ଆଗରୁ କେବେ କାହା ବିଷୟ ରେ କେବେ ଏତେ ଭାବିନଥିଲି। ସେ ଏମିତି ଅବିରତ କହିଚାଲିଥାଏ। ତା କଥା ଶୁଣିବାକୁ ବହୁତ ଭଲ ଲାଗୁଥାଏ। ମୋ ବିଷୟ ରେ ପୁଣି କେହି ଜଣେ ଭାବୁଛି ଭାବି ମନେ ମନେ ଖୁସି ବି ଲାଗୁଥାଏ। ସେ କିନ୍ତୁ କହି ଚାଲି ଥାଏ। -: ତମେ ମତେ କାହିଁକି ଏମିତି କହିଲ। ମତେ ଆଜି ପର୍ଯ୍ୟନ୍ତ କେହିବି ଏତେ ଅନ୍ତରଙ୍ଗ ଭାବରେ କେହି ନିଜ ମନ କଥା କହି ନଥିଲେ। ତୁମ ହୃଦୟ ର ଯନ୍ତ୍ରଣା କୁ ମୁଁ ଅନୁଭବ କରି ପାରିଲି ତେଣୁ ରହି ପାରିଲି ନାହିଁ। କେତେବେଳେ ସମୟ ପାଇବି ଓ ତୁମ ପାଖକୁ ଫୋନ୍ କରିବି ଅପେକ୍ଷା କରି ଥିଲି। ତମେ କାହିଁକି କିଛି କହୁନ ମୋ ଉପରେ ରାଗିଛ କି... ମନରେ ଏତେ ଦିନ ଧରି ଯେତେ ଵି ଯନ୍ତ୍ରଣା, ଅବସାଦ ଓ ବିତୃଷା ମନ ଭାବ ଥିଲା ତାର ଏହି ପଦୁଏ କଥା ଶୁଣି ସବୁ କିଛି କୁଆଡେ ଉଭାଇ ଗଲା। ମନେ ମନେ ଭାବିଲି କେହି ତୋ ଜଣେ ମୋ କଥା ଶୁଣିବା ପାଇଁ ଅଛି। ସେ ଏମିତି ଚୁପ ହୋଇ ମୋ ଉତ୍ତର କୁ ଅପେକ୍ଷା କରି ଥାଏ। କଣ କହିବି, ମନ ରେ ବହୁତ କିଛି କହିବା ପାଇଁ ଥାଏ ହେଲେ ପାଟି ରୁ ଭାଷା ବାହାରୁ ନଥାଏ। ତାପରେ ମୁଁ କହିବା ଆରମ୍ଭ କଲି -: ସୋରି... ମୁଁ ତୁମକୁ ଏମିତି କହିବାର ଉଚିତ ନଥିଲା। ମୋ ମନ ରେ ବହୁତ ଯନ୍ତ୍ରଣା ଥିଲା, ମୁଁ ବହୁତ ଦୁଃଖ ରେ ଥିଲି ମନ କଥା କୁ ଖୋଲି କହିଦେଲେ ମନ ଟା କାଳେ ହାଲ୍କା ଲାଗିବ ଭାବି କହୁ କହୁ ବହୁତ କିଛି କହି ଦେଲି। ଏଇଟା ଆମ ଦୁନିଆଁ ର ରୀତି ଯଦି ଆମେ କାହାକୁ ନିଜ ମନ କଥା କହିବା ତେବେ ସେମନେ ସେ କଥା କୁ ଥଟା କରନ୍ତି ତେଣୁ କେହି ଜଣେ ଅଚିନ୍ହା ବ୍ୟକ୍ତି କୁ ମନ ଖୋଲି କହିଦେଲେ, ମନ ହାଲ୍କା ହେଇଯିବ ଭାବୁଥିଲି। ତୁମେ କିଏ ମୁଁ ଜାଣିନି ତୁମେ ମତେ ରାଗିବା ସ୍ୱାଭାବିକ। ମୁଁ ତୁମକୁ ଖରାପ ଭାବୁନି...ମୋ କଥା ସାରିବା ଆଗରୁ ସେ ମୋ କଥା କୁ କାଟି କହିଲା। ତୁମ ନାଁ ଟା କଣ? ମୁଁ କହିଲି -: ମୋ ନାଁ ସୁଧୀର ସେ କହିଲା -: ସୁଧୀର, ଆଜିଠୁ ମୁଁ ତୁମର ଦୁଃଖ ସୁଖର ସାଥି। ତୁମର ଯେବେ ଵି ମୋ ସହିତ କଥା ହେବା କୁ ଇଛା ହେବ ତୁମେ ମତେ ଫୋନ୍ ନିଶ୍ଚୟ କରିବ। କେହି ତୁମ କଥା ନଶୁଣିଲେ ଵି ମୁଁ ତୁମ ପାଖେ ପାଖେ ଥିବି। ତା କଥା ସତରେ ବହୁତ ମଧୁର। ସତେ ଯେମିତି ବସନ୍ତ ରେ କୋଇଲି ର ଶ୍ୱର ପରି। -"ଆଜିଠୁ କେବେ ଜୀବନ ରେ ନିଜକୁ ଏକା ବୋଲି ଭାବିବ ନାହିଁ।" ତା ଠୁ ଏମିତି ଶୁଣି ମନ ଟା କାହିଁକି କେଜାଣି ଗୋଟେ ଅଲଗା ଦୁନିଆଁ ରେ ଥିଲା ପରି ଲାଗିଲା। ଛାତି ଟା ଏତେ ଜୋର ରେ ଧଡ଼କୁ ଥିଲା ଭାଷା ରେ କହି ହେଉନି। ତାକୁ କଣ କହି ମୁଁ ଉତ୍ତର ଦେବି ଭାବି ପାରୁ ନଥାଏ। ତାପରେ ମୁଁ ପଚାରି ଦେଲି -: ତୁମ ନାଁ ଟା କଣ? ସେ ମୋ ସହ କଥା ହେବା ପାଇଁ ଟିକେ ଵି ଲାଜ କରୁନଥିଲା। ଅତି ନିଜର ଭଳି ସାଙ୍ଗେ ସାଙ୍ଗେ ଉତ୍ତର ଦେଲା -: ସ୍ମିତା...... ଓଃ କି ସୁନ୍ଦର ନାଁ... ତା ନାଁ ଟା ଯେମିତି ଟା ଆବାଜ ଟା ଵି ସେମିତି। ଏମିତି ପ୍ରତ୍ୟକ ଦିନ ମୁଁ ସ୍ମିତା କୁ ଫୋନ୍ କରେ । ମୋ ମନ ଯେତେବେଳେ ଖରାପ ହୁଏ ମୁଁ ତାକୁ ଥରେ ଫୋନ୍ କରିନିଏ ସେ ଵି ଯେତେବେଳେ ସମୟ ପାଏ କି କେବେ ଯଦି ମନ ଖରାପ ହୁଏ ମତେ ଫୋନ୍ କରି ତା ମନ ର ଦୁଃଖ କହିଦିଏ। ସତରେ ତା ସହ କଥା ହେଲେ ମନ ରୁ ସବୁ ଦୁଃଖ ହଜି ଯାଏ। ଏମିତି ଧୀରେ ଧୀରେ ଆମ ଦୁହିଁଙ୍କ ସ୍ନେହ ଶ୍ରଦ୍ଧା ଏତେ ବଢ଼ି ଗଲା ଯେ ଆମେ ଆଉ ବିନା ଫୋନ୍ ରେ ରହି ପାରିଲୁ ନାହିଁ। ବହୁତ ଖୁସି ଲାଗୁଥିଲା ସେତେବେଳେ। ମନ ରେ କେବେ ଭାବି ନଥିଲି କି ସେ ପୁଣି କେବେ ମୋ ଠୁ ଦୁରେଇ ଯିବ ସେ ପୁଣି କେବେ ମୋ ଠାରୁ ସବୁ ସମ୍ପର୍କ କାଟି ଦେବ ବୋଲି। ଯଦି କେବେ ଏମିତି କରେ ତେବେ ମୋ ଅବସ୍ଥା କଣ ହେବ। ଖୁସି ପରେ ଯେମତି ଦୁଃଖ ଆସିଥାଏ। ଦୁଃଖ ପରେ ସୁଖ ଆସିଥାଏ ଠିକ ସେମିତି ଆମ ସମ୍ପର୍କ ରେ ଵି ପୂର୍ଣ୍ଣଛେଦ ଆସିବା ସମୟ ଆସିଗଲା। ଦିନେ ହଠାତ ସ୍ମିତା ର ଫୋନ ସ୍ବିଚ ଅଫ ଆସିଲା। ଯେତେ ଚେଷ୍ଟା କଲି ବି ଫୋନ୍ ଲାଗିଲା ନାହିଁ। ମନରେ ପାପ ଚିନ୍ତା ଆସିଗଲା କଣ ସେ ମୋ ଠୁ ଦୁରେଇ ଯିବାକୁ ଚେଷ୍ଟା କରୁଛି? ମୋ ଭାବନା ସତ ହୋଇ ଗଲା ତା ପାଖକୁ ଯେତେ ଚେଷ୍ଟା କଲେ ଵି ଆଉ କେବେ ଯୋଗାଯୋଗ କରି ପାରିଲି ନାହିଁ। କିଛି ଦିନ ମନ ଟା ଖରାପ୍ ହେଲା କିଛି ଦିନ ପରେ ସବୁ କଥା ଭୁଲି ବାକୁ ଚେଷ୍ଟା କଲି ହେଲେ ତା ହସ, କଥା ଓ ତା ଦୁଷ୍ଟାମୀ କୁ ମୋ ମନ ରୁ ପୋଛି ପାରୁନଥାଏ। ଆଜି ଛଅ ମାସ ପରେ ତାକୁ ଏମିତି ଅବସ୍ଥା ରେ ଦେଖିବି ଜାଣି ନଥିଲି। ପୁଣି ଦେଖିଲା ପରେ ଵି ତାକୁ ଜାଣି ପାରିଲି ନାହିଁ ତେଣୁ ମନେ ମନେ ନିଜକୁ ଲଜ୍ଜିତ ଅନୁଭବ କରୁଥାଏ। ପୁଣି ମନରେ ଚିନ୍ତା ଆସୁଥାଏ ସେ ମତେ କେମିତି ଚିନ୍ହିଲା ଆମେ ଆଗରୁ ତୋ କେଵେ ଦେଖା କରି ନଥିଲୁ? ପୁଣି ମନେ ପଡିଲା କି ମୋ ଫେସବୁକ ହ୍ୱାଟ୍ସଆପ ରେ ମୋ ପ୍ରୋଫାଇଲ ଫୋଟୋ ଦେଖି ଜାଣିଥିବ ନିଶ୍ଚୟ କାରଣ ସେ କେବେ ଵି ତା ଫୋଟ ଦେଇ ନଥିଲା। କେବେ ଭାବି ନଥିଲି ସେ ପୁଣି ଏତେ ସୁନ୍ଦର ଦେଖା ଯାଉଥିବ ବୋଲି ମୋ ଭାବନା ଠୁ ଵି ବୋଲି ସୁନ୍ଦର ଥିଲା ସେ। ଅଚାନକ ମୋ ଧ୍ୟାନ ସେ ଗଲା ବେଳେ ଦେଇଥିବା ଡ଼ାଇରୀ ଉପର କୁ ଗଲା। ଟ୍ରେନ ବହୁତ ଭିଡ ଥିଲା ତେଣୁ ଡ଼ାଇରୀ ଟାକୁ ବାହାର କରିବା ଵି ମୁସ୍କିଲ ଥିଲା ତେଣୁ ମନେ ମନେ ଭାବୁ ଥାଏ ଶିଘ୍ର ଭୁବନେଶ୍ୱର ପହଞ୍ଚିଯାଏ ରୁମ କୁ ପହଁଚିଲା ମାତ୍ରେ ପ୍ରଥମେ ଡ଼ାଇରୀ ରେ କଣ ଅଛି ଦେଖିବି। ଏବେ ଆଗ ଷ୍ଟେସନ ରେ ଯେତେ ବେଳେ ଗାଡି ଅଟକିବ ପ୍ରଥମେ ଯାଇ ତା ସହ ଦେଖା କରିବି ତାକୁ ବହୁତ ରାଗିବି ତାକୁ ମୋ ମନ କଥା ଖୋଲି କହିବି କି ଜୀବନ ରେ ଯାହାକୁ ଦେଖିବା ପାଇଁ ଆଖି ତରଷି ଯାଉଥିଲା ଯାହା କଥା ଶୁଣି ମୋ ସବୁ ଦୁଃଖ ଦୂର ହୋଇଯାଉଥିଲା ଯାହା ପାଇଁ ମୋ ଲାଇଫ ଷ୍ଟ୍ୟଇଲ ବଦଳାଇ ଦେଇଥିଲି। ସେ ଆଉ କେହି ନୁହେଁ ସେ ହେଉଛ ତମେ... ପ୍ଲିଜ଼ ମୋ ପାଖକୁ ଫେରି ଆଶ। ମୋ ଜୀବନ ତମ ବିନା ଅଧୁରା....ଏମିତି ମନେ ମନେ ଭାବୁ ଭାବୁ ଟ୍ରେନ ହଠାତ ଅଟକି ଗଲା। ଭାବିଲି ଷ୍ଟେସନ ଆସିଗଲା ବୋଧେ ହେଲେ ମଝିରାସ୍ତା ରେ ଟ୍ରେନ ଅଟକି ଗଲା। ସମସ୍ତେ କହୁଥାନ୍ତି ଲାଇନ କ୍ଳିଅର ନାହିଁ ବୋଧେ। ଭାବିଲି ବାହାର କୁ ଯାଇ ତାକୁ ଖୋଜିବି। ତା ପରେ ବାହାର କୁ ଗଲି ତାକୁ ଖୋଜିବା ପାଇଁ ଟିକେ ଯାଇଛି କି ନାଇଁ ଟ୍ରେନ ଟା ଯିବା କୁ ଲାଗିଲା। ଭାବିଲି ଭୁବନେଶ୍ୱର ପହଂଚିବା ପାଇଁ ବହୁତ ସମୟ ଅଛି। ପ୍ରତ୍ୟକ ଷ୍ଟେସନ ରେ ତାକୁ ଖୋଜିବି। ତାକୁ ଆଜି ମୋ ମନରେ ଯାହା ଅଛି ଆଜି ସବୁ କିଛି ଖୋଲି କହିଦେବି କି ମୁଁ ତା ପାଇଁ କେତେ ବିକଳ। ମୋ ଟ୍ରେନ ଏମିତି ଚାଲିଥାଏ। ମୁଁ ତା ପ୍ରେମ ରେ ଏତେ ପାଗଳ ଯେ ଟ୍ରେନ ର ବିକତାଳ ଶବ୍ଦ ଵି ମତେ ଶୁଭୁ ନଥାଏ। କେତେ ସୁନ୍ଦର ଦିନ ଆଜି। ଏତେ ଦିନେ ଧରି ଯାହାକୁ ଅପେକ୍ଷା କରିଥିଲି ସେ ଆଜି ମୋ ହାତ ପାହାନ୍ତା ରେ ଥିଲା ହେଲେ ମୁଁ ତାକୁ ପୁଣି ହଜାଇ ଦେଲି । ରାତ୍ରି ର ସେ ଶୀତଳ ପବନ ପୁଣି ଶୀତୁଆ ରାତି ଗରମ ପାଷାକ ତଳେ ଜାକି ହୋଇ ନିଜ ବ୍ୟାଗ ଟା ଛାତି ରେ ଜାବୁଡି ଧରି ମୁଁ ମନେ ମନେ ବହୁତ କିଛି ଭାବୁ ଥାଏ। ବେଳେ ବେଳେ ଇଛା ହୁଏ ଟ୍ରେନ ଅଟକି ଯାଆନ୍ତା କି ତାକୁ ଥରେ ଦେଖି ଆସନ୍ତି। ସତରେ ସେ କେତେ ସୁନ୍ଦର ଦେଖା ଯାଉଥିବା ଏ ଶୀତୁଆ ରାତି ରେ। କଳା ରଙ୍ଗ ର ଜ୍ୟାକେଟ ରେ ତା ମୁହଁ ଟା ରାତ୍ରି ର ଅନ୍ଧକାର ରେ ଜହ୍ନ ପରି ଦେଖା ଯାଉଥିବ। ସେ ଵି କଣ ମୋ କଥା ଚିନ୍ତା କରୁଥିବ? ମୁଁ ଯେମିତି ପାଗଳ ଙ୍କ ପରି ହେଉଛି ସେ ବି କଣ ମୋ ପାଇଁ ପାଗଳୀ ହେଉଥିବ? ରାତ୍ରି ତିନି ଟା ହୋଇ ସାରି ଥାଏ ମୋ ବଗି ରେ ପ୍ରାୟ ସମସ୍ତେ ଶୋଇ ସାରିଥାନ୍ତି। ହେଲେ ମୁଁ ଚେଇଁ ରହିଥାଏ ଓ ମୁରୁକି ମୁରୁକି ହସୁଥାଏ। ଯିଏ ଵି ଦେଖିବ ମତେ ପାଗଳ ହିଁ କହିବ। ଠିକ ଏତିକି ବେଳେ ଆମ ଟ୍ରେନ ଗୋଟେ ଷ୍ଟେସନ ରେ ପହଂଚିଲା। ଷ୍ଟେସନ ଟା ପୁରା ଖାଁ ଖାଁ ଲାଗୁଥାଏ। ଟ୍ରେନ ରେ ସମସ୍ତେ ଶୋଇପଡିଥାନ୍ତି ମୁଁ ବାହାର କୁ ବାହାରିଲି। ଶୀତୁଆ ରାତି ପୁଣି ରାତି ତିନିଟା ବହୁତ ଶୀତ। ହେଲେବି ମୁଁ ମୋ ସ୍ମିତା କୁ ଖୋଜିବା ପାଇଁ ବାହାରି ଗଲି। କାଳେ ଟ୍ରେନ ଛାଡି ଦେବ ଭାବି ତର ତର ହୋଇ ସବୁ ବଗି ର ଝରକା ରେ ଦେଖିବାକୁ ଲାଗି ଥାଏ। ଟ୍ରେନ ଟା ପ୍ରାୟ ୧୦ ମିନିଟ ହେବ ଅଟକି ରହି ଥାଏ। ଛୋଟ ଷ୍ଟେସନ ଥିଲା, ଆଗରେ ବୋଧେ ଲାଇନ କ୍ଳିଅର ନଥିଲା ତେଣୁ ଅଟକି ରହିଥାଏ। ସେଥିପାଇଁ ଵି ମତେ ଖୋଜିବା ପାଇଁ ସମୟ ମିଳି ଗଲା। ମୁଁ ଏ ବଗି ରୁ ସେ ବଗି ହେଉଥାଏ। ମନେ ମନେ ଭାବୁଥାଏ ତାକୁ ଯଦି ଏବେ ଭେଟିବି କଣ କହିବି। ସେ କଣ ମତେ ଦେଖିଲେ ଖୁସି ହେବ ନା ମନ ଦୁଃଖ କରିବ? ତା ବାପା ତା ସାଙ୍ଗ ରେ ଅଛନ୍ତି ତେଣୁ ଯଦି କିଛି କହି ଦେବି ସେ ଖରାପ୍ ଭାବିବନି ତୋ? ମନେ ମନେ ଏମିତି ଅନେକ କଥା ଭାବୁଥାଏ। ପୁଣି ଭାବୁଥାଏ ଆରେ ଏତେ ସମୟ ହୋଇଗଲା ତାକୁ କଉଠି ବି ପାଉନି। ସେ ବାଟରେ କଉଠି ଆଲ୍ହାଇ ପଡିନି ତୋ? ଆରେ ନା ନା ତାକୁ ତୋ ଭୁବନେଶ୍ୱର ଯିବା ର ଥିଲା। ଏମିତି ବହୁତ ସମୟ ଖୋଜିଲି ହେଲେ କଉଠି ବି ପାଇଲି ନାହିଁ। ମନେ ମନେ ଭାବିଲି କି ଶୀତୁଆ ରାତି ରେ କମ୍ବଳ ଘୋଡେଇ ହୋଇ କଉଠି ସୋଇ ପଡ଼ିଥିବ। ପୁଣି ଫାଷ୍ଟ କ୍ଲାସ ବଗି କୁ ବିନା ଟିକେଟ ରେ ଯାଇବି ହେଉନି ଯାହାବି ଦେଖିଲି ଝରକା ରୁ ଏତିକି ରେ ତୋ କାହାକୁ ଖୋଜିବା ମୁସ୍କିଲ। ଟ୍ରେନ ହର୍ଣ ଦେବାରେ ଲାଗିଲା ତେଣୁ ମୁଁ ମୋ ଜାଗାକୁ ଫେରି ଆସିଲି। ଆମ ଟ୍ରେନ ଆଗକୁ ଆଗେଇ ଚାଲିଲା। ଟ୍ରେନ ର ଛୁକ ଛୁକ ଶବ୍ଦ ରେ ମୋ ସ୍ମିତା କଥା ଭାବି ଭାବି ମନରେ ବହୁତ କିଛି ଭାବୁଥାଏ। ମୋ ସିଟ କୁ ଆସି ଚୁପ ଚାପ ବସି ପଡିଲି। ଟ୍ରେନ ରେ ପ୍ରାୟ ସମସ୍ତେ ଶୋଇ ପଡି ଥାନ୍ତି ମତେ ବି ଟିକେ ଟିକେ ନିଦ ଲାଗୁଥାଏ। ରାତି ୩ ଟା ହେଲାଣି, ମନେ ମନେ ଭାବୁଥାଏ କି ଟିକେ ଶୋଇ ପଡନ୍ତି କି? ହେଲେ କାଳେ ଶୋଇ ପଡିବି ଷ୍ଟେସନ ରେ ପହଁଚିଲା ବେଳକୁ ଯଦି ଉଠି ନ ପାରିବି ତେବେ ମୋ ସ୍ମିତା କୁ ଆଉ କେବେ ଦେଖି ପାରିବି ନା ନାହିଁ ଜାଣିନି। ତେଣୁ ସେ ଦେଇଥିବା ଡ଼ାଇରୀ କୁ ଛାତି ରେ ଚାପି ଧରି ବସିଥାଏ। କେତେ ବେଳେ ନିଦ ଲାଗି ଗଲା ଜାଣି ପାରିଲି ନାହିଁ। ହଠାତ ମୋ କାନ କୁ ଶୁଭା ଗଲା ଷ୍ଟେସନ ର ଗହଳ ଚହଳ,ଟ୍ରେନ ର ହର୍ଣ ଓ ପ୍ଲାଟଫର୍ମ ର ଏନାଉଁଶମେଣ୍ଟ। ମୋ ନିଦ ଟା ଅଚାନକ ଭାଙ୍ଗି ଗଲା। ମୁଁ ଆଉ କାଳ ବିଳମ୍ବ ନକରି ଶୀଘ୍ର ବାହାର କୁ ବାହାରି ଗଲି ମୋ ସ୍ମିତା କୁ ଖୋଜିବା ପାଇଁ। ମୁଁ ନିଜକୁ ନିଜେ ବହୁତ କଷୁ ଥାଏ। କାହିଁକି ମୁଁ ସୋଇପଡିଲି ଆଉ ଟିକେ ଅପେକ୍ଷା କରିଥିଲେ ସକାଳ ହୋଇଥାନ୍ତା। ମୁଁ ମୋ ସ୍ମିତା କୁ ଆଉ ପାଇବି ନା ନାହିଁ ଜାଣିନି। ଟ୍ରେନ ର ସମସ୍ତ ବଗି ରେ ଖୋଜି ଚାଲିଥାଏ। ହେଲେ କଉଠି କି ତାର ଖୋଜ ଖବର ପାଇଲି ନାହିଁ। ଶେଷ ରେ ଟ୍ରେନ ଟା ବି ଷ୍ଟେସନ ଛାଡିବା କୁ ଲାଗିଲା। ହେ ଭଗବାନ ଏ କଣ ହେଇଗଲା। ଏତେ ପାଖରୁ ପାଇ ମୁଁ ମୋ ସ୍ବପ୍ନ ର ରାଣୀ କୁ ପୁଣି ହଜାଇ ଦେଲି। ଆଉ କେତେ ଖୋଜିବି ତାକୁ। ଏତେ ବେଳ କୁ ଦିନ ଗୋଟାଏ ହେଇ ସାରି ଥାଏ ସକାଳ ରୁ କିଛି ବି ଖାଇ ନ ଥାଏ। ପାଣି ଟୋପାଏ ବି ମୋ ପାଟି ରେ ପଡି ନଥାଏ ଦିନ ତମାମ ତାକୁ ଖୋଜିବା ରେ ବ୍ୟସ୍ତ ଥାଏ। ତାର ଟିକେ ଝଲକ ପାଇବା ପାଇଁ କେତେ ଯେ କଷ୍ଟ ସହି ରହିଥାଏ। ମୋ ଆଖିରୁ ତାର ଶେଷ ଦେଖା ଭୁଲି ହେଉ ନଥାଏ। ତା ମୁହଁ ଏବେ ବି ମନେ ପଡୁଥାଏ ସେ ଗଲା ବେଳେ ବହୁତ କିଛି କହିବାକୁ ଚାହୁଁଥିଲା ପରି ଲାଗୁଥାଏ। କିଛି ନ ଖାଇ ନ ପିଇ ମୁଁ ପୁରାପୁରି କ୍ଲାନ୍ତ ହୋଇ ପଡି ଥାଏ। ଶେଷ ରେ ପାଣି ଟୋପାଏ ପିଇ ବାହାରି ପଡିଲି ମୋ ଗନ୍ତବ୍ୟ ସ୍ଥଳ କୁ। ମନ ରେ ଅସୁମରି ବେଦନା, ବିରହ ରେ ମୋ ଛାତି ପୁରା ଫାଟି ପଡୁଥାଏ। ମଝିରେ ମଝିରେ ତା ଫୋନ କୁ ବି ଲଗାଇବାକୁ ଚେଷ୍ଟା କରୁଥାଏ ହେଲେ ଯେତେବେଳେ ଦେଖିଲେ ଫୋନ ବନ୍ଦ ପଡିଥାଏ। ତା ପାଇଁ ଭାକ ଶୋଷ ସବୁ ଭୁଲି ଯାଇଥାଏ ଅପରାହ୍ନ ୪ ଟା ରେ ମୁଁ ମୋ କ୍ଵାଟର ରେ ପହଂଚି ଗଲି। ମୋ ସାଙ୍ଗ ମାନେ ମତେ ପଚାରୁଥାନ୍ତି କି ଏତେ ଡେରି କାହିଁକି ହେଲା ବୋଲି ହେଲେ ମୁଁ କାହାକୁ କିଛି କହି ପାରୁ ନଥାଏ। ପ୍ରକୃତ ରେ ମୁଁ ସକାଳ ୭ ଟା ରେ ପହଂଚିଯିବା କଥା ହେଲେ କଣ କରିବି ଆଜି ମୋ ଜୀବନ ର ଗୋଟେ ଅଭିଶପ୍ତ ଦିନ ଥିଲା। ମନ ର କଷ୍ଟ କୁ ମନ ରେ ରଖି ବସି ପଡିଲି। ସେ ଯାହାବି ହେଉ ଭଗବାନ ଯଦି ଆମକୁ ଏକାଠି କରିବାର ଥିବ ଆମକୁ କେହିବି ଅଟକାଇ ପାରିବ ନାହିଁ। ଭଗବାନ ଙ୍କ ଉପରେ ଭରସା କରି ନିଜକୁ ନିଜେ ବୁଝେଇଦେଲି। ତାପରେ ଟିକେ ଫ୍ରେସ ହୋଇ ସେ ଦେଇଥିବା ଡ଼ାଇରୀ କୁ ବାହାର କାଲି। ବେଡ଼ ଉପରେ ବସି ତାର ଡ଼ାଇରୀ ର ପ୍ରଥମ ପୃଷ୍ଠା କୁ ଅଲଟାଇବାକୁ ଲାଗିଲି। ସତରେ ତା ଡ଼ାଇରୀ ରୁ ଆସୁଥିବା ବିମହିତ ବାସ୍ନା.... ମତେ ଗୋଟେ ଅଲଗା ଦୁନିଆଁ କୁ ନେଇଗଲା। ସେ ବାସ୍ନା କେମିତି ନିଜର ନିଜର ଲାଗୁଥିଲା। ସେ ଡ଼ାଇରୀ ରେ ତାର ହାତଛୁଆଁ ଥିବ। କେତେ ଶ୍ରଦ୍ଧା ସେ ଲେଖିଥିବ। କଣ ଲେଖିଥିବ ମନରେ ବହୁତ ଉତ୍କଣ୍ଠା ଜାତ ହେଉଥାଏ। ପ୍ରଥମ ପୃଷ୍ଠା ଅଲଟାଇଲା ପରେ ଗୋଟେ ଛୋଟ ମୟୂରଚନ୍ଦ୍ରିକା ସଜାଇ ରଖିଥାଏ। ବହୁତ ସୁନ୍ଦର ଭାବରେ ଡ଼ାଇରୀ ଟାକୁ ସଜାଇଥାଏ। ଉପରେ ଲେଖାଥାଏ... ସୁଧୀର... ପ୍ରେମ କଣ ମୁଁ ଜାଣିନି.... କେବେ କାହା ସହ ବି ହୋଇନି କେବେ ସେ ପ୍ରେମ ନାମକ ସ୍ଵର୍ଗୀୟ ଶବ୍ଦ ର ସ୍ଵର୍ଗୀୟ ଅନୁଭୂତି ବି ପାଇନି। ତୁମ ସହ କଥା ହେଲା ପରେ ମୁଁ ଜାଣି ପାରିଲି କି ସେ ପ୍ରେମ ର ପରିଭାଷା କଣ... ସତରେ କଣ ପ୍ରେମ ଏମିତି ହୁଏ? ଶୁଣିଥିଲି ବିନା ଦେଖା ସାକ୍ଷ୍ୟାତ ରେ କୁଆଡେ ପ୍ରେମ ହୁଏନି ମୁଁ ଭାବୁଛି ସବୁ କିଛି ଭୁଲ... ମନରେ ଯଦି ବିଶ୍ୱାସ, ଭଲପାଇବା ଓ ତ୍ୟାଗ କରିବାର ଶକ୍ତି ଥିବ ତେବେ ପ୍ରେମ ର ମିଠା ଅନୁଭବ କରି ହେବ। ମୁଁ ତୁମ ପାଇଁ ଏ ଡ଼ାଇରୀ ଲେଖୁଛି ଯେବେ ବି ତୁମ ସହ ସାକ୍ଷ୍ୟାତ ହେବ ତୁମ ପାଇଁ ଲେଖି ଥିବା ଏ ଡ଼ାଇରୀ ତୁମକୁ ନିଶ୍ଚୟ ଦେବି। ତୁମେ ନିଶ୍ଚୟ ବୁଝି ପାରିବ ମୁଁ ତୁମପାଇଁ କେତେ ପାଗଳୀ.... ତାର ଡ଼ାଇରୀ ର ଲେଖା ସବୁ ଦେଖି ମୁଁ ପୁରା ଆଚମ୍ବିତ ହୋଇଗଲି। ଆରେ ସତରେ କଣ ସେ କେବଳ ମୋ ବିଷୟ ରେ ଏ ଡ଼ାଇରୀ ରେ ଲେଖିଛି? ମୁଁ ବିଶ୍ୱାସ କରିପାରୁନି କି ମୋର ଅଜାଣତ ରେ କେହି ଜଣେ ପୁଣି ମୋ ବିଷୟ ରେ ଏତେ କିଛି ଭାବୁଛି। ମୋ ମନରେ ବି ତା ପ୍ରତି ବହୁତ ଭଲ ପାଇବା ଅଛି, ଥିଲା ମଧ୍ୟ ହେଲେ ତାକୁ କେବେ କହି ନଥିଲି। ଦୀର୍ଘ ୬ ମାସ ହେବ ତା ସହ କଥା ଟିକିଏ ବି ହୋଇ ନଥିଲି। ସେ ପୁଣି ମତେ ନେଇ ଏତେ ସ୍ବପ୍ନ ଦେଖୁଛି। ଏସବୁ ପଢି ସାରିଲା ପରେ ମୋ ସ୍ମିତା ପ୍ରତି ମୋ ମନ ଆହୁରି ବ୍ୟାକୁଳ ହେବାରେ ଲାଗିଲା। ମୋ ଛାତି ର ହୃଦସ୍ପନ୍ଦନ ବହୁତ ଜୋର ରେ ବଢ଼ି ଯାଉଥିଲା । ତାପରେ ପୁଣି ସେ ଡାଇରୀ ପଢିବାକୁ ଲାଗିଲି -: ମୁଁ ଥିଲି ଏକା ଏକା ମନ ରେ ବହୁତ ଆଶା ନେଇ ଦୁନିଆଁ କୁ ଆସିଥିଲି। ମନ ଖୋଜୁଥିଲା ତୁମ ପରି ସାଥିଟିଏ। ଯିଏ କି ନିଜ ଅପେକ୍ଷା ମତେ ଅଧିକ ବିଶ୍ୱାସ କରୁଥିବ। ତୁମ ସହ କଥା ହେଲା ପରେ ତୁମ ପାଖରେ ମୁଁ ସେ ଭଲ ପାଇବା ଦେଖିଲି.... ତୁମେ ମତେ କରିଥିବା ପ୍ରଥମ ଫୋନ ତୁମର ମନେ ଅଛି ନା ସୁଧୀର??? ମୋର ସେ ଦିନର ସବୁ କିଛି ମନେ ଅଛି। ଗୋଟେ ରଂ ନମ୍ବର ମୋ ଜୀବନ ଶୈଳୀ କୁ ବଦଳାଇ ଦେଲା। ତମେ ମୋ ବିଷୟ ରେ କଣ ଭାବ ଜାଣିନି ହେଲେ ମୋ ଭାବନା ରେ ତମେ କେବଳ ତମେ। ତମେ ଏ ହୃଦୟ ରେ ଘର କରି ସାରିଛ। ଆଗରୁ ବହୁତ ଗୁମ ସୁମ ରହୁଥିଲି ପାଠ ପଢା ଛଡା କିଛି ଜାଣି ନଥିଲି ଦୁନିଆଁ ରେ ବଞ୍ଚିବାକୁ ହେଲେ ସାଥିଟିଏ ନିହାତି ଦରକାର। ସେ ସାଥି ହେଉଛ ତମେ। ତମ ଛଡା ମୁଁ ଆଉ କିଛି ଚାହେଁନା। ଏସବୁ ଦେଖି କିଭଳି ଭାବରେ ମୁଁ ପ୍ରତିକ୍ରିୟା ଦେବି ଜାଣି ପାରୁ ନଥାଏ। ମୁଁ ପୁଣି ପଢିବା ଆରମ୍ଭ କଲି.... ଯେଉଁ ଦିନ ପ୍ରଥମେ ମତେ ଫୋନ କଲ ମୁଁ ତୁମ ଫୋନ କୁ କାଟି ଦେଇଥିଲି। ତୁମ କଥା ଶୁଣି ମୁଁ କିଛି ଉତ୍ତର ଦେଇ ପାରି ନଥିଲି। ଏମିତି ଅନେକ ରୋଂ ନମ୍ବର ମୋ ଫୋନ କୁ ଆସିଥାଏ କେବେ କାହା ସହ ବେଶୀ ସମୟ କଥା ହୋଇନି। ତୁମ ଆବାଜ ରେ କି ଯାଦୁ ଥିଲା ଜାଣିନି ତୁମେ ସେଦିନ ମତେ ଯାହା ବି କହିଥିଲ ସେସବୁ ମିଛ ନଥିଲା ସେ ସବୁ ତୁମ ହୃଦୟ ର କଥା ଥିଲା। ମୁଁ ତୁମ ଆବାଜ ରୁ ଜାଣି ପାରିଲି। ତୁମେ ଯେମିତି ତୁମ ଦୁଃଖ ସୁଖ ଭାଗ କରିବା ପାଇଁ ସାଥି ଟିଏ ଖୋଜୁ ଥିଲ ମୁଁ ବି ତୁମ ପରି ସାଥିଟିଏ ଖୋଜୁଥିଲି ଭଗବାନ ତୁମକୁ ମତେ ଦେଇଛନ୍ତି। ମୋ ସହ ଫୋନ ରେ ବିତେଇଥିବା ପ୍ରତ୍ୟେକ ମୁହୂର୍ତ୍ୱ ସେ ତା ଡ଼ାଇରୀ ରେ ଲେଖି କି ରଖିଥିଲା। ସତରେ ତା ଜୀବନ ର ମୁଁ କେତେ ନିଜର ବୋଲି ସେ ମତେ ଭାବୁଥିଲା ଯେ ସେ ତା ଡ଼ାଇରୀ ସାରା କେବଳ ମତେ ହିଁ ଜାଗା ଦେଇଥିଲା। ପ୍ରତ୍ୟେକ ପୃଷ୍ଠା ରେ କେବଳ ମୁଁ ଥିଲି। ମନରେ ପ୍ରଶ୍ନ ଉଙ୍କି ମାରୁଥାଏ, ସେ ମତେ ଯଦି ଏତେ ଭଲ ପାଉଥିଲା ତେବେ ମୋ ଠାରୁ ଏମିତି ଦୂରେଇଗଲା କେମିତି। ଛଅ ମାସ ହେବ ମତେ ଟିକିଏ ବି ଫୋନ ନାହିଁ କି କୌଣସି ଖବର ବି ନାହିଁ। ମନେ ମନେ ଭାବିଲି ତାହାର ଉତ୍ତର ବି ବୋଧେ ଏହି ଡ଼ାଇରୀ ଭିତରେ ହିଁ ଥିବ। ମୁଁ ଶୀଘ୍ର ଶିଘ୍ର ପୃଷ୍ଠା ଅଲଟାଇ ଚାଲିଲି। ଶେଷରେ ମୁଁ ଯେଉଁ ପୃଷ୍ଠା କୁ ଖଜୁଥିଲି ତାହା ମତେ ମିଳିଗଲା। ସେଥିରେ ଲେଖାଥିଲା.... ସୁଧୀର...ମୁଁ ତମ ସ୍ମିତା କହୁଛି। କେବେ ତୁମ ସହ ଦେଖା ହେବ ଜାଣିନି। ବୋଧୁଏ ଜୀବନ ରେ ଆଉ କେବେ ଦେଖା ହେଇ ପାରିବନି। ଯେତେ ଦିନ ବି ତମ ହୃଦୟ ରେ ରହିଲି ବହୁତ ଖୁସି ରେ ରହିଲି। ସତରେ ତମେ ବହୁତ ଭଲ। ତମ ପରି ସାଥି ଭାଗ୍ୟ ରେ ଥିଲେ ମିଳେ। ମୋ ମନ ହୃଦୟ ରେ ତମେ ଭରି ଦେଇଥିଲ ଗୋଟେ ସୁନ୍ଦର ସ୍ବପ୍ନ ଯେଉଁ ସ୍ବପ୍ନ ରେ କି ଖାଲି ତମେ ଆଉ ମୁଁ ଥିଲେ। ତମ ଭାବନା କୁ ନେଇ ବସନ୍ତ ର ହଳଦିବସନ୍ତ ପରି ମୁଁ ଉଡି ବୁଲୁଥିଲି। ପ୍ରତ୍ୟେକ ମୁହୂର୍ତ୍ତ ରେ ତମେ ମୋ ଆଖି ସାମ୍ନା ରେ ଥିଲ। ତମକୁ କେବେ ସାମ୍ନା ରୁ ଦେଖିନଥିଲି ସତ ହେଲେ ଅନୁଭବ କରିପାରୁଥିଲି ତମ ପ୍ରେମ ର ସେ ଅଦେଖା ସ୍ବର୍ଶ କୁ । ତମେ ପଠାଇ ଥିବା ଫୋଟ କୁ ଦେଖି ମୋ ଭାବନା ରେ ଆଙ୍କୁ ଥିଲି ତମ ଛବି। ତମ ସହ କଥା ହେଲେ ଲାଗୁଥିଲା ଯେମିତି ମୁଁ ବହୁତ ସୁନ୍ଦର । ତମ ଭାବନା ରେ ମୁଁ ପୁରା ଦୁନିଆଁ କୁ ଭୁଲି ଯାଇଥିଲି । ଭାବିଥିଲି ଯେବେ ତମ ସାମ୍ନା କୁ ଆସିବି ବଧୂବେଶ ହୋଇ ଆସିବି। ହେଲେ ଆଜି ବହୁତ କିଛି ବଦଳି ଯାଇଛି। ମୁଁ ତମ ସାମ୍ନା କୁ ବୋଧେ ଆଉ କେବେ ଯାଇ ପାରିବି ନାହିଁ। ଭଗବାନ ତମ ସହ ମୋର ବହୁତ କମ ଦିନ ର ସମ୍ପର୍କ ଲେଖିଥିଲେ । ପ୍ଲିଜ ମୋ ବିନା ରହିବାକୁ ଚେଷ୍ଠା କରିବ। ମୋ ଜୀବନ ର ଶେଷ ଇଛା ତୁମକୁ ଥରେ ଦେଖିବି, ହେଲେ ସେ ସ୍ବପ୍ନ ବି ବୋଧେ ପୁରା ହୋଇ ପାରିବନି। ଆଜିଠୁ ମୁଁ ତୁମ ପାଖକୁ କେବେ ବି ଫୋନ କରିବି ନାହିଁ କାହିଁକି ନା ତମକୁ ମୁଁ ଦୁଃଖି କରିବାକୁ ଚାହୁଁନି। ମୁଁ ଚାହୁଁଛି ତମେ ମତେ ଧୀରେ ଧୀରେ ଭୁଲି ଯାଅ। ମୋ ଜୀବନ ର ବତୀ ଖୁବ ଶୀଘ୍ର ଲିଭି ଯିବ। ଖୁବ କମ ଦିନ ଭିତରେ ମୁଁ ତୁମକୁ ଓ ଏ ଦୁନିଆଁ କୁ ଛାଡି ଚାଲିଯିବି। ତେଣୁ ମୋ ଠୁ ଦୁରେଇ ରହି ଧୀରେ ଧୀରେ ଯଦି ତମେ ମତେ ଭୁଲିଯିବ ତେବେ ମୋ ବିରହ ର ଦୁଃଖ ତମେ ଜାଣି ପାରିବ ନାହିଁ। ଅଜିଠୁ ତମେ ଭୁଲିଯିବ କି ମୁଁ ତୁମ ଜୀବନ କୁ କେବେ ଆସିଥିଲି ବୋଲି । କାହିଁକି କେଜାଣି ଆଜି ବଂଚିବାକୁ ବହୁତ ଇଛା ହେଉଛି। ତମ ସହ ସାରା ଜୀବନ ରହିବାକୁ ଇଛା ହେଉଛି ହେଲେ ମୋ ଇଚ୍ଛା ଅଧୁରା ରହିଯିବ। ମୁଁ ଯିବା ଆଗରୁ ତୁମ କୁ ଟିକେ ଦେଖିବାକୁ ଚାହୁଁଛି। ଏ ଡ଼ାଇରୀ ତମ ହାତକୁ ପହଂଚିବା ସମୟ ରେ ବୋଧେ ମୁଁ ଏ ଦୁନିଆଁ ରେ ନଥିବି।ମୁଁ ଅଭାଗିନୀ କେବେ ତମର ହୋଇ ପାରିଲି ନାହିଁ। ଆଜି ବଞ୍ଚିବାକୁ ବହୁତ ଇଛା ହେଉଛି ସୁଧୀର... ତୁମର ସ୍ମିତା ସେହି ପୃଷ୍ଠା ଟା ପଢି ସାରିଲା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଏ ମୁଁ କଣ ଦେଖୁଛି। ସେ ଏମିତି କଣ ଲେଖିଛି। ଦୁନିଆଁ ରୁ ଛାଡ଼ିଯିବି ବୋଲି କହିବା ମାନେ କଣ, ସେ ସ୍ପଷ୍ଟ ଲେଖି ନଥିଲା। ତାର କଣ ହୋଇଥିବ ଯେ ସେ ମୋଠୁ ଏମିତି ଦୁରେଇ ଯିବାକୁ ଚେଷ୍ଠା କରୁଛି। ମନ ରେ ଆସୁଥାଏ ଏମିତି ଅନେକ ଭାବନା। ମୋର ଧ୍ୟାନ କୁ ଆସିଲା କି ମୁଁ ଯେତେବେଳେ ତା ସାମ୍ନା ରେ ବସିଥିଲି ସେ ସେହି ସମୟ ରେ ବି କିଛି କିଛି ଲେଖୁଥିଲା । ମୁଁ ସିଧା ଆଜି ତାରିଖର ପୃଷ୍ଠା କୁ ଆଲଟାଇଦେଲି । ସେଥିରେ ଲେଖଥିଲା -: ସୁଧୀର ..... ମୋର ଶେଷ ଦିନ ପାଖେଇ ଆସିଲାଣି । ମୋ ଜୀବନ ଦ୍ଵିପ ଲିଭିବା ସମୟ ଆସିଯାଇଛି । ତୁମକୁ ଦେଖା କରିବା ପାଇଁ ବହୁତ ଇଚ୍ଛା ଥିଲା ହେଲେ ସେ ସୁଯୋଗ ବୋଧେ ଆଉ କେବେ ଆସି ନପାରେ । ମୁଁ ରକ୍ତ କର୍କଟ ରୋଗ ରେ ପୀଡିତ । ଛଅ ମାସ ଆଗରୁ ଜଣା ପଡିଲା । ବାପା ବହୁତ ଚେଷ୍ଠା କଲେ ମତେ ଭଲ କରିବା ପାଇଁ ହେଲେ କିଛି ସୁଫଳ ମିଳିଲା ନାହିଁ । ଶେଷରେ ଡାକ୍ତର ମାନେ ବି ହାତ ଉପର କୁ କରିଦେଲେ । ଭାବିଥିଲି ତୁମକୁ କେବେ ଜଣାଇବି ନାହିଁ ବୋଲି । ମୁଁ ଯେମିତି ଦୁର୍ଘଟଣାବଶତଃ ତୁମ ଜୀବନ କୁ ଆସିଥିଲି ସେମିତି କୁଆଡେ ଉଭେଇଜୀବୀ ଭାବିଥିଲି । ତମେ କିଛି ଦିନ ମତେ ଖୋଜିଥାନ୍ତ ଓ ଧୀରେ ଧୀରେ ଭୁଲି ଯାଇଥାନ୍ତ ହେଲେ ଶେଷ ସମୟ ରେ ତୁମ ପାଇଁ ଗୋଟେ ଅପରାଧୀ ହୋଇ ମରିବାକୁ ଚାହୁଁ ନାହିଁ । ଆଜି ମୋ ବାପାଙ୍କ ସହ ଭୁବନେଶ୍ବର ବଡ ଡାକ୍ତରଖାନା କୁ ଯାଉଛି ଆଉ ଫେରିବି କି ନାହି ମୁଁ ଜାଣିନୀ । ସାଙ୍ଗ ରେ ମୋ ଡାଏରୀ କୁ ବି ନେଇ ଯାଉଛି । ଭଗବାନ ଙ୍କୁ ବହୁତ ପ୍ରାର୍ଥନା କରିଛି କି ତମସହ ଆଜି ଯେମିତି ହେଉ ମତେ ଦେଖା କରି ଦିଅନ୍ତୁ । ମୋ ପ୍ରାର୍ଥନା ଭଗବାନ ନିଶ୍ଚୟ ଶୁଣିବେ । ଯଦି ତୁମକୁ ଆଜି ଦେଖିବି ମୋ ଡାଏରୀ ଟା ତୁମକୁ ଦେବୀ ମୋ ଡାଏରୀ କୁ ତୁମେ ନିଶ୍ଚୟ ପୁରା କରିବ । ଡାଏରୀ ରେ ଲେଖିଥିବା ମୋର ଶେଷ ସ୍ଵପ୍ନ କୁ ମୋର ନିଶ୍ଚୟ ପୁରା କରିବ । ମୋର ଶେଷ ସ୍ଵପ୍ନ ହେଲା ତମେ ମତେ ସାରା ଜୀବନ ମନେ ରଖିଥିବ । ମୁଁ ମରି ସାରିଲା ପରେ ବି ତୁମ ହୃଦୟ ରେ ରହିବାକୁ ଚାହୁଛି । ମୁଁ ରେଲୱେ ଷ୍ଟେସୋନ ରେ ପହଞ୍ଚିଲା ପରେ ପ୍ରଥମେ ତୁମକୁ ଦେଖିଲି । ଆଗରୁ ତୁମକୁ କେବଳ ଫୋଟୋ ରେ ଦେଖିଥିଲି । ଆଜି ସତରେ ଆଖିସାମ୍ନା ରେ ଦେଖି ମୁଁ ନିଜକୁ ବିଶ୍ବାସ କରି ପରିଲି ନହିଁ । ଭଗବାନ ଙ୍କୁ ଯାହା ମାଗିଥିଲି ତାହା ପାଇଗଲି । ସତରେ ସୁଧୀର... ତମେ ବହୁତ ସୁନ୍ଦର , ତମକୁ ଦେଖି ମତେ ଯେତେ ଖୁସି ଲାଗିଲା ସେତିକି ଦୁଖ ବି ଲାଗିଲା । ତମ କୋଳ ରେ ଟିକି ଶୋଇବାକୁ ବହୁତ ଇଚ୍ଛା ହେଉଛି । ସାହସ ହେଉନି ତୁମକୁ ମୋ ପରିଚୟ ଦେବା ପାଇଁ । ବାପା ପାଖରେ ଅଛନ୍ତି ତେଣୁ ଟିକେ ଡର ବି ଲାଗୁଛି । ତମେ ମତେ ଏମିତି ଦୁଷ୍ଟ ଙ୍କ ଭଳି କାହିଁ କି ଦେଖୁଛ ତମେ ତୋ ମତେ କେବେ ବି ଦେଖିନ । ମତେ ଚିହ୍ନିବାର ପ୍ରଶ୍ନ ବି ଉଠୁନି । ତୁମକୁ ଦେଖି ମତେ ଯେମିତି ଲାଗୁଛି ତୁମକୁ ବି କଣ ସେମିତି ଲାଗୁଛି କି ମୋ ମନ ହୃଦୟ ମତେ ଯେମିତି ଲାଗୁଛି ? କିଛି ସମୟ ପାଇଁ ମୁଁ ମୋ ବିଷୟ ରେ ଭୁଲି ଯାଇଥିଲି । ଯାହାକୁ ଏତେ ଦିନ ଧରି ଖୋଜୁଥିଲି ତାକୁ ଯଦି ଏତେ ପାଖରେ ପାଇବି ତେବେ ମୁଁ ମୋ ନିଜ ବିଷୟ ରେ ଭୁଲି ଯିବା ସ୍ଵାଭାବିକ କଥା । ତୁମକୁ ଗୋଟେ କଥା କହିବାକୁ ଚାହୁଛି । ଜାଣି ପାରୁନି ତୁମକୁ କହିବି ନା ନାହିଁ । ସେ ସତ୍ୟକୁ ତମେ ସ୍ଵୀକାର କରି ପାରିବ ତୋ । ଯାହା ହେଲେ ବି ଆଜି ତୁମକୁ ନିଶ୍ଚୟ କହିବି । ତୁମକୁ ନକହିବି ତୋ ଆଉ କାହାକୁ କହିବି । ଆଉ କିଛି ସମୟ ପରେ ମୁଁ ଆଉ ଏ ଦୁନିଆଁ ରେ ନଥିବି । ସବୁଦିନ ପାଇଁ ତୁମକୁ ଓ ଏ ଦୁନିଆନ କୁ ଛାଡି ଚାଲିଜିବି । ଭଗବାନ ବୋଧେ ମୋ ଭାଗ୍ୟରେ ବେସୀ ଖୁସି ଲେଖି ନଥିଲେ ଖାଲି ଏତିକି ଧନ୍ୟବାଦ ଦେବୀ ଭଗବାନ ଙ୍କୁ କି ମୁଁ ଯିବା ଆଗରୁ ତୁମ ସହ ମତେ ଦେଖା କରାଇ ଦେଲେ । ମତେ ଏମିତି ଦେଖିଲେ କେହିବି କହି ପାରିବେ ନି କି ମୁଁ କିଛି ରୋଗ ରେ ପୀଡିତ ଅଛି ବୋଲି, କି ମୁଁ ଆଉ ବଞ୍ଚିବାର କୌଣସି ସମ୍ଭାବନା ନାହିଁ ବୋଲି । ହେଲେ ଯାହା ସତ ତାହା କେବେ ବି ଲୁଚାଇ ହେବ ନାହିଁ । ଇଚ୍ଛା ହେଉଛି ତୁମକୁ ସବୁକିଛି କହିଦେବା ପାଇଁ ହେଲେ ମୋର ସବୁ ଶୁଣି ସାରିଲା ପରେ ତମ ଆଖିର ଲୁହ ମୁଁ ଦେଖି ପାରିବି ନାହିଁ । ଜୀବନ ରେ ଏତିକି ମାଗିଥିଲି ଶେଷ ସମୟ ରେ ତୁମକୁ ଟିକେ ଦେଖିବୀ ବୋଲି ତାହା ପୂରଣ ହୋଇଗଲା । ଶେଥି ପାଇଁ ଆଜି ମୋ ଆଖିରେ ଟିକେ ବି ଦୁଃଖ ନାହିଁ । ମୁଁ ଏଥର ଖୁସି ଖୁସିରେ ମରି ପାରିବି । ମୁଁ ଯାଉଛି ସୁଧୀର ....ଯଦି ଭଗବାନ ମତେ ବଞ୍ଚାଇଦେବେ ତେବେ ଆଉ କାହା କଥା ନଶୁଣି ସିଧା ତୁମ ପାଖକୁ ଫେରି ଆସିବି । ଏ ଡାଏରୀ କୁ ସମ୍ଭାଳି କି ରଖିଥିବ ଯଦି ଫେରି ପାରିବି ନାହିଁ, ମତେ ପ୍ଲୀଜ ଖୋଜିବ ନାହିଁ । କାହିଁକି ନା ମୁଁ ଆଉ ଏ ଦୁନିଆ ରେ ନଥିବି....... ମତେ କାହିଁ କି କେଜାଣି ବହୁତ ବଞ୍ଚିବାକୁ ଇଚ୍ଛା ହେଉଛି ସୁଧୀର .... ସ୍ମିତା...... ଡାଏରୀ ଟା ପଢି ସାରିଲା ପରେ ମୁଁ ପୁରା ପାଷାଣ ପାଲଟି ଗଲି । କେତେବେଳେ ମୋ ଆଖିରୁ ଏତେ ଲୁହ ଆସିଗଲା ମୁ ଜାଣି ପାରୁ ନଥିଲି । ରାତି ୧୨ ଟା ହୋଇ ସାରିଥାଏ । ମନଟା ପୁରା ଅସ୍ଥିର ହୋଇ ପଡୁଥାଏ । କଣ କରିବି ଭବିପାରୁ ନଥାଏ । ଜୀବନ ରେ ଭାବିଥିଲି କଣ ହୋଇଗଲା କଣ । ସବୁ କିଛି ଆଲଟ ପାଲଟ ହୋଇଗଲା । ରାତି ସାରା ସୋଇ ପରିଲି ନହିଁ । ତାର ନିରୀହ ମୁହଁ କୁ ମୋର ସବୁ ବେଳେ ମନେ ପଡୁଥାଏ । ଆଖିର ଲୁହ ଛାତିର କୋହ କୁ ସମ୍ଭାଳି ପାରୁ ନଥାଏ । କେତେ ବେଳେ ଏ କାଳ ରାତ୍ରି ର ସକାଳ ହେବ ସେ ଅପେକ୍ଷା ରେ ଚାହିଁ ରହିଥାଏ । ଆଉ ନିଜକୁ ସମ୍ଭାଳି ପରିଲି ନହିଁ । ରାତି ଏତେବେଳକୁ ୨ ଟା ହୋଇ ସାରିଥାଏ । ମୋର ଯାହା ବି ଲଗେଜ ଓ ବ୍ୟାଗ ସବୁ ଥିଲା ସବୁ ସେମିତି ଥାଏ । ମୁଁ କେବଳ ଡାଏରୀ ଟାକୁ ବାହାର କରି ନିଜର ବେଡ଼ ରେ ସୋଇ ପଢିବାରେ ଲାଗି ପଡିଥିଲି । ମୁଁ ଶୀଘ୍ର ଶୀଘ୍ର ଡାଏରୀ ର ପ୍ରଥମ ପୃଷ୍ଠା କୁ ଆଲଟାଇଦେଲି । ଡାଏରୀ ର ପ୍ରଥମ ପୃଷ୍ଠା ରେ ତାର ଠିକଣା ଲେଖା ଥିଲା । ଏତିକି ବେଳେ ମୋର ମନେ ପଡିଲା କି ଆମେ ଯେଉଁ ଟ୍ରେନ ରେ ଆସୁଥିଲୁ ସେହି ଟ୍ରେନ ଗୋଟେ ଜାଗା ଏମାର୍ଜେନ୍ସି ଅଟକିଥିଲା ଓ ଗୋଟେ ଆମ୍ବୁଲେନ୍ଶ ର ବି ଆବାଜ ଆସୁଥିଲା । ତାହା ପୁଣି ମୋ ସ୍ମିତା ପାଇଁ ଆସି ନଥିଲା ତୋ ? ମନରେ ଖାଲି ପାପ ଚିନ୍ତା ଆସୁଥାଏ । ସେ ଯଦି ଭୁବନେଶ୍ବର ପହଞ୍ଚିଥାନ୍ତା ତୋ ତାକୁ ଷ୍ଟସୋନ ରେ ଏତେ ସମୟ ଖୋଜିଲି ପାଇଲି ନାହିଁ କାହିଁକି ! ଆଉ କାଳ ବିଳମ୍ବ ନକରି ବେଡ଼ ରୁ ଉଠି ସିଧା ବାହାରି ପଡିଲି । ମୋର ଉଠିବାର ଶବ୍ଦ ଶୁଣି ମୋ ବନ୍ଧୁ ମାନେ ସମସ୍ତେ ବିଛଣା ରୁ ଉଠିପଡିଲେ । କୁଆଡେ ଯିବୁ ବୋଲି ପଚାରୁଥାନ୍ତି । ମୋ ଆଖିର ଲୁହ କୁ ଦେଖି ସମସ୍ତେ ମୋ ପାଖକୁ ଚାଲି ଆସିଲେ ରାତି ଏତେ ହେଲାଣି କୁଆଡେ ବାହାରିଛୁ ବୋଲି ସମସ୍ତେ ପ୍ରଶ୍ନ ପଚାରୁଥାନ୍ତି ହେଲେ ମୁଁ କାହାକୁ କିଛି ବି କହିପାରୁ ନଥାଏ । ମୋ ପଟି ରୁ ଭାଷା ବି ବାହାରୁ ନଥାଏ । କାହାକୁ କିଛି ନ କହି ବାହାରି ଗଲି ଷ୍ଟେସୋନ ଅଭିମୁଖେ । ଭୁବନେଶ୍ବର ସହର ରାତି ଅନେକ, କୌଣସି ଟେକ୍ସି କି ଅଟୋ ମିଳିଲେ ଷ୍ଟେସୋନ ଯିବି ବୋଳି ଛିଡା ହୋଇଥାଏ । ବାହାରେ ଅସହ୍ୟ ଶୀତ ହେଲେ ବି ମତେ ଜମା ରୁ ଶୀତ ହେଉନଥାଏ । ସାଙ୍ଗ ମାନେ ମୋ ପଛେ ପଛେ ରାସ୍ତା କୁ ଚାଲି ଆସିଲେ । ସେମାନେ ଜାଣି ସାରିଥିଲେ ମୋ ମନ ରେ କଣ ଚାଲିଛି । ମତେ ଆଉ କିଛି ନ ପଚାରି ସିଧା ଷ୍ଟେସୋନ ରେ ଆଣି ଛାଡି ଦେଲେ । ଗଲା ବେଳେ ବହୁତ ବୁଝାଇଲେ ହେଲେ ମୋ ଆଖିର ଲୁହ ଦେଖି ସେମାନେ ଆଉ କିଛି ନକହି ଟ୍ରେନ ରେ ବସାଇ ମତେ ଚାଲିଗଲେ । ପର ଦିନ ସକାଳେ ମୋ ସ୍ମିତା ର ଠିକଣା ରେ ମୁଁ ପହଞ୍ଚି ଯାଇଥାଏ । ତା ଘର ସାମ୍ନା ରେ ବହୁତ ଗହଳି । ସେ ଗହଳି ଦେଖି ମୁଁ ବୁଝି ନେଳି ମୋ ମନରେ ଯେଉଁ ପାପ ଚିନ୍ତା ଆସୁଥିଲା ତାହା ସତ ହୋଇ ଯାଇଛି । ସବୁ ଆଡେ ଶୋକ ର ଛାୟା ଖେଳି ଯାଇଥାଏ । ସେଠାରେ ମୋର କେହିବି ଚିହ୍ନା ନଥାନ୍ତି । ଭିତର କୁ ଯାଇ ତା ମୂହକୁ ଶେଷ ଥର ପାଇଁ ଦେଖିବାକୁ ବହୁତ ଇଚ୍ଛା ଥିଲା । ହେଲେ ଯାଇ ପରିଲି ନାହିଁ , ତା ନିରୀହ ମୁହ କୁ ଏମିତି ଅବସ୍ଥା ରେ ଦେଖିଲେ ମୁଁ ଜମା ରୁ ସମ୍ଭାଳି ପାରିବି ନହିଁ । ଯିଏ ମତେ ଜୀବନ ଠୁ ବି ଅଧିକ ଭଲ ପାଉଥିଲା ଫୋନ ରେ ସବୁ ବେଳେ ବକର ବକର ହେଉଥିଲା । ତା ପାଟି ରୁ କେତେବେଳେ ବି କଥା ସାରୁ ନଥିଲା ସେ ଆଜି ଏମିତି ବେଜାନ ହୋଇ ପଡି ରହିଛି । ବିଶ୍ବାସ ହେଉନଥାଏ ସେ ଦୃଶ୍ୟ ଦେଖି । ତାକୁ ମୁଁ ମୋ ହୃଦୟ ରେ ସବୁ ଦିନ ପାଇଁ ସାଇତି କି ରଖିବୀ ତାକୁ କେବେ ବି ମୋ ଠାରୁ ଅଲଗା ହେବାକୁ ଦେବୀ ନାହିଁ । ତାକୁ ଯଦି ଏମିତି ଅବସ୍ଥାରେ ଦେଖିବୀ ମୋ ମନ କହିବ ସେ ଆଉ ଏ ଦୁନିଆଁ ରେ ନାହିଁ । ସେଥିପାଇଁ ତାକୁ ଶେଷ ଦର୍ଶନ ପାଇଁ ତା ପାଖକୁ ଗଲି ନାହିଁ । ମନକୁ ବୁଝାଇ ତୋ ପାରିବି କି ସେ ଆଜୀବି ଅଛି ବୋଲି... ଏତେ ସବୁ ଘଟି ସାରିଲା ପରେ ବି ମୁଁ କେବେ ମୋ ହୃଦୟ କୁ ଜାଣିବାକୁ ଦେଇନି କି ସେ ଆଉ ଏ ଦୁନିଆଁ ରେ ନାହିଁ ବୋଲି । ସେ ମୋ ପାଖରେ ନାହିଁ ସତ ହେଲେ ତା ଡାଏରୀ ଟା କୁ ସାଇତି ରଖିଛି । ଯେତେବେଳେ ଇଚ୍ଛା ହୁଏ ତା ହାତ ଲେଖା କୁ ଦେଖିଦିଏ । ଲାଗେ ଯେମିତି ସେ ଅଜୀବି ମୋ ପାଖରେ ଅଛି । ,ମୁଁ ଆଜି ବି ବିନା କାରଣ ରେ ଟ୍ରେନ ରେ ଭୁବନେଶ୍ବର କୁ ଯାଏ । ଆଜି ବି ରେଲୱେ ଷ୍ଟେସନ ରେ ବହୁତ ସମୟ ବସିରୁହେ । ମନରେ ଅଜୀବି ଯେମିତି ଗୋଟେ ଭରସା ଅଛି କି ଦିନେ ନା ଦିନେ ସେ ମୋ ପାଖକୁ ନିଶ୍ଚୟ ଫେରିଆସିବ ଓ କହିବ -: ସୁଧୀର........କେମିତି ଅଛ...........ମତେ ରାଗିଛ ନା.................... ମୁଁ ସେଦିନ କୁ ଅପେକ୍ଷା କରି ରହିଛି ....................................
   
 ସ୍ମିତା ଗଲା ପର ଠୁ ଆଜି ପାଞ୍ଚ ବର୍ଷ ବୀତି ଯାଇଛି । ମୁଁ କହୁନି କି ତା କଥା ମୋର ମାନେ ପଡୁନି ବୋଲି । ଆଜି ବି ସେ ବହୁତ ମନେ ପଡେ ହେଲେ କାହିଁକି କେଜାଣି ମତେ ଜମାରୁ ଦୁଃଖ ଲଗେନୀ କି ସେ ମୋ ପାଖରେ ନାହି ବୋଲି କି ସେ ମତେ ଛାଡି ଚାଲିଗଲା ବୋଲି । ଆଜି ବି ମତେ ଲାଗେ କି ସେ ମୋ ପାଖରେ ଅଛି । ମତେ ଲାଗେ ଯେମିତି ସେ ସବୁ ବେଳେ ମତେ ଦେଖୁଛି । ମତେ କେବେ ବି ଏକା ଏକା ଲଗେନୀ । ସେ ତୋ ମୋ ଜୀବନ ର ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ ଥିଲା । ତାକୁ ବା କେମିତି ଭୁଲିବି । ସେ ତୋ ମତେ ଛାଡି ସବୁ ଦିନ ପାଇଁ ଚାଲି ଗଲା ହେଲେ ମତେ ଶିଖାଇ ଦେଇ ଗଲା ଜୀବନ ର ମହତ୍ଵ । ମୁଁ ଆଜି ମାୟା ନଗରି ମୁମ୍ବାଇ ରେ ରହୁଛି । ଗୋଟେ ଭଲ କୋମ୍ପାନି ରେ କାମ ବି ପାଇ ଯାଇଛି । ଜୀବନ ଟା କିଛି ମାତ୍ରା ରେ ଭଲ ରେ ଚାଲିଛି । ଦୀର୍ଘ ତିନି ବର୍ଷ ହେଲାଣି ଘରକୁ ଯାଇନି । ମା କଥା ବହୁତ ମାନେ ପଡୁଛି । ମୋ ସ୍ମିତା ମତେ ଚାଲି ଗଲା ବୋଲି ତାରି ବିରୋହ ରେ ମୁଁ ଗାଁ କୁ ଯାଉଣି ସେମିତି କିଛି ବି ନାହି । ସେମିତି କିଛି ଜରୁରି ବି ଆସିନୀ। ବେଳେ ବେଳେ ଘର କଥା ମାନେ ପଡିଲେ ମନ ଟା ଖରାପ ହୋଇଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama