Golak Bihari Sahoo

Romance Fantasy

3  

Golak Bihari Sahoo

Romance Fantasy

ସ୍ବପ୍ନ ଭୂମିକମ୍ପର

ସ୍ବପ୍ନ ଭୂମିକମ୍ପର

2 mins
180


ସାହୀ ମୁଣ୍ଡରେ ତ୍ରିନାଥ ମେଳା। ନାମ ସଂକୀର୍ତ୍ତନରେ ଗାଁ ଦାଣ୍ଡ ଦୁଲୁକୁଛି। ତ୍ରିନାଥ ମଣ୍ଡପ ଉପରେ ଭକ୍ତମାନେ ଭୋଳାନାଥଙ୍କ ପ୍ରସାଦକୁ ଚିଲମରେ ଟାଣିବାରେ ବ୍ଯସ୍ତ। ଚତୁଃପାର୍ଶ୍ୱ ଚିଲମ ଧୁଆଁରେ ଧୁଆଁଳିଆ। ଗଞ୍ଜେେଇ ନିଶା ଧରି ଆସିଲାଣି। ତା ସାଙ୍ଗରେ ପୁଣି ଭାଙ୍ଗ ପଣା। ତିନି ଜଣ ସାଙ୍ଗ ଗୋଟିଏ ଚିଲମରୁ ଟାଣି ଚାଲିଛନ୍ତି। ଝୁଲି ଝୁଲି ଭାବୁଛନ୍ତି ସେମାନେ ସ୍ଥିର, ପୃଥିବୀ ଘୁରୁଛି। ଜଣେ ସାଙ୍ଗ ପାଟିକଲା- ଦେଖ, ଘରଗୁଡ଼ିକ ଥରୁଛନ୍ତି। ଭୂମିକମ୍ପ, ଭୂମିକମ୍ପ। ଚାଲ,ପଳାଇଚାଲ।

ଦ୍ବିତୀୟ ସାଙ୍ଗ - କୁଆଡେ ଯିବା? ଈଶ୍ବର ପାର୍ବତୀଙ୍କ ପାଖରେ ତ୍ରିନାଥ ମଣ୍ଡପ। ଏଠାରେ ଆମେ ନିରାପଦରେ ଅଛେ। ଆଉ ଜୁଆଡେ ଗଲେ ଆମକୁ ଘର, ଗଛ ମାଡି ବସିବ।

ତୃତୀୟ ସାଙ୍ଗ - ଆରେ, ମୋର ବୁଢା ବାପାା ଓ ମାଆଙ୍କୁ କିଏ ବଞ୍ଚାଇବ? ବାପାା ଅନେକ ଦିନଧରି ଶଯ୍ୟାଶାୟୀ। ମାଆ ଉଠିି ବସି ପାରୁ ନାହିଁ।

ପ୍ରଥମ ସାାଙ୍ଗ - ଧେତ୍, ମାର ଗୋଲି। ସେମାନେ ବୁଢାବୁୁଢୀ ହେଲେଣି। ମୃୃତ୍ୟୁମୁଖୀ। ମରିବାର ସମୟ। ମୋ କୁନି ଝିଅ। କେତେ ପୂଜା ଉପବାସ କରି ବିବାହର ଅନେକ ବର୍ଷ ପରେ ଆମ କୋଳକୁ ଆସିିିଛି। ତାର କୁନି କୁନି ହସ ଦେଖିଲେ, ମୋରସବୁ ଦୁଃଖ ଲାଘବ ହୋଇଯାଏ। ତାକୁ କେମିତି ବଞ୍ଚାଇବି? 

ଦ୍ବିତୀୟ ସାଙ୍ଗ - ଛାଡେ ତୋ କୁନିଝିଅ କଥା। ମୋ ସୁନ୍ଦରୀ ସ୍ତ୍ରୀ ମୋ ପ୍ରାଣର ବଲ୍ଲଭୀ। ତାକୁ କ୍ଷଣେ ନ ଦେଖିଲେ ମୁୁଁ ବଞ୍ଚି ପାରିବିନି। ସ୍ତ୍ରୀ ଥିଲେ କେତେ ଛୁଆ ପାଇବି। 

ତୃତୀୟ ସାାଙ୍ଗ - ତୁ କଣ ତୋ ସ୍ତ୍ରୀକୁୁ ଖାଲି ଭଲପାଉ। ମୋ ସ୍ତ୍ରୀ କୁ

ମୁଁ ବି ପ୍ରାଣଠାରୁ ଅଧିକ ଭଲପାଏ। ଯାଉଛି ,ତାକୁ ମାଡିବସି କୁଣ୍ଢାଇ ଧରିବି। ମୋ ଉପରେ ପଛେ ଘର ମାଡିବସୁ। ମୁଁ କିନ୍ତୁ ତା ପାଇଁ ମେରୁ ପର୍ବତ ତୋଳି ଧରିବି। ମୁଁ ମଲେ ପଛେ ମରିବି, କିିନ୍ତୁ ତାକୁ ମରିବାକୁ ଦେବିନି। 

ପ୍ରଥମ ସାଙ୍ଗ - ମୁଁ ମଲେ ମୋ ସ୍ତ୍ରୀ ର କିଛିି ଅସୁବିିଧା ହେବନି। ସେ ତାର ପ୍ରେମିକ ସହ ଖୁସିରେ ରହିବ। ବିବାହର ଅନେକ ବର୍ଷ ପରେ ସେ ଏବେ ବି ତାର ପ୍ରେମ ଚିଠିକୁ ଲୁଚି ଲୁଚି ପଢେ। ମୋବାଇଲରେ ଚୁପି ଚୁପି କଣ ସବୁ ଗପେ। ମୁଁ ଯେତେ ବୁଝାଇଲେ ବୁଝୁ ନି। ମୋ କୁନି ଝିଅକୁ ମୁୁଁ କିନ୍ତୁ ଛାଡିି ରହି ପାରିବି ନିି। 

ଦ୍ବିତୀୟ ସାଙ୍ଗ - ତା ମାନେ, ସେ ତୋତେେ ଭଲ ପାଏନିି। 

ପ୍ରଥମ ସାାଙ୍ଗ - ଭଲ ପାଏନି ତ ମୋ କୁନି ଝିିଅକୁ ମୁଁ ପାଇଲି କେମିିତି? 

ତୃତୀୟ ସାଙ୍ଗ - ଭଲ ପାଇବା ମାନେେ କଣ ଖାଲି ଛୁଆ ଜନ୍ମ କରିବା? ପ୍ରେମ, ପ୍ରେମ କଣ ଜାଣୁ। ପରଷ୍ପର ମଧ୍ୟରେ ଉତ୍ତମ ବୁଝାମଣା, ଭାବର ଆଦାନ ପ୍ରଦାନ, ସୁଖ ଦୁଃଖ ରେ ସାଥି ହେବା, ୟାକୁ କହନ୍ତି ପ୍ରେମ। ମୋ ସଂସାରକୁ ଦେଖେ। ବିବାହର ପାଞ୍ଚ ବର୍ଷ ପରେ ଆମେ ପୁଅଝିଅର ବାପା ମାଆ ନ ହୋଇ ବି ଆମ ଦାମ୍ପତ୍ୟ ଜୀବନ ରେ ପ୍ରେମର ସ୍ରୋତ ଅବିରତ ବୋହି ଚାଲିିଛି । 

ଆମେ ଦୁୁହେଁ ଅତିି ଆନନ୍ଦରେ ପ୍ରେମ ରସରେେ ମଜ୍ଜି ରହିଛୁ। 

   ଏହା ମଧ୍ୟରେ ଚିଲମରୁ ନିଶା ବଢି ଯାଇଛି। ଜଣେେ ପାଟିକଲା - ଭୂମିକମ୍ପ, ଭୂୂମିକମ୍ପ। ଦେଖ ଘରଦ୍ବାର କମ୍ପୁଛିି। ଗଛ ଭାଙ୍ଗି ପଡୁୁଛି। ଚାଲ ଭାଗ ଭାଗ, ଦୌଡି ପଳାଅ। 

  ପ୍ରଥମ ସାଙ୍ଗ ଉଠିି ପଡି ଯାଇ ଶିବ ଲିିଙ୍ଗକୁ ଭିଡି ଧରିଲା। ଦ୍ବିତୀୟ ସାଙ୍ଗ ପାର୍ବତୀଙ୍କ ପାଦ ଧରି ହାମୁଡି ପଡିଲା। ତୃତୀୟ ସାଙ୍ଗର ନିଶା ଚରମ ସୋପାନରେ। ସେ ଦେଖୁଛି, ବାବା ଭୋଳାନାଥ ପାର୍ବତୀଙ୍କ ସହ ତାଣ୍ଡବ ନୃତ୍ୟରେ ମଗ୍ନ। ସେ ବି ଉଠି ପଡିି ଟଳମଳ ହୋଇ ତାଣ୍ଡବ ନୃତ୍ୟ କରିବାକୁ ଲାଗିଲା। ତାକ୍ ଧିନା ଧିନ୍ ଧିନ୍ ।

   ମୋ ପୁଅ ଆସି ମୋତେ ହଲାଇ ଡାକିଲା - ବାବା! ତୁମେ ଖଟ ଉପରେ କାହିଁକି ହାତ ଗୋଡ ଛାଟୁଛ। ସ୍ତ୍ରୀ ଆସି ପାଦ ପାଖରେ ବସି ପାଦ ଆଉଁସି କହୁଛି - ହଇହେ! ତୁମର କଣ ଦେହ ଖରାପ, ନା କଣ ସ୍ବପ୍ନ ଦେଖିଲ? 

ମୁଁ ନିଦରୁ ଉଠି ଭାବୁୁଛି - ମୁଁ କଣ ସତରେ ଭାଗ୍ଯବାନ ସତ୍ଯବାନ ଆଉ ଏ ମୋର ସାବିତ୍ରୀ ?

         

 



Rate this content
Log in

Similar oriya story from Romance