STORYMIRROR

Sunanda Mohanty

Abstract Drama Others

4  

Sunanda Mohanty

Abstract Drama Others

ସାମ୍ରାଜ୍ୟ

ସାମ୍ରାଜ୍ୟ

3 mins
276

ପୁଅ ଯେବେ ପଚାରେ ମୁଁ କାହା ଭଳି ଦେଖାଯାଉଛି ମାଆ। ପାପାଙ୍କ ପରି ନା ତୁମ ପରି? ମୋ ସବୁ ସାଙ୍ଗ ମାନେ କୁହନ୍ତି ମୁଁ ଆଉ କାହା ଚେହେରା ଆଣିଛି? କାହାର ମାଆ?? ଜେଜେ ଜେଜେମା, ଅଜା ଆଈ ସମସ୍ତେ ତ ବିଦାୟ ନେଲେଣି ସଂସାରରୁ ତ ପୁଅକୁ ମିଛ କୁହନ୍ତି ମାଆ ପ୍ରଣତି, ତୁ ଦେଖିବାକୁ ତୋ ଜେଜେମାଆ ଙ୍କ ଭଳି। ତୋ ବାପା ଜେଜେଙ୍କ ଭଳି ଦେଖିବାକୁ। ତୁ ତାଙ୍କ ଚେହେରା ନଆଣି , ଜେଜେମାଙ୍କ ଚେହେରା ଆଣିଛୁ। ତଥାପି ପୁଅ କହୁଥାଏ ତୁମ ଚେହେରା କାହିଁ ଆଣିଲିନି ମାଆ?? ବୁଝେଇ ଦିଅନ୍ତି ମାଆ, ଜେଜେମାଙ୍କ ଚେହେରା ଆଣିଥିବାରୁ ତୁ ପରା ଆମ ଗେହ୍ଲା ପୁଅ। ଖୁସି ହୋଇ ପୁଅ ଚାଲିଯାଏ।

    ନିର୍ଜନ ସମୟରେ ଆଖିରୁ ଦୁଇ ଟୋପା ଲୁହ ନିଗିଡ଼ି ଆସେ। ପୁଅର ପ୍ରଶ୍ନରେ ସେ ଦେଇଥିବା ମିଛ ଉତ୍ତର ପାଇଁ ନିର୍ଜନ ବେଳାରେ ସେ ସନ୍ତୁଳିତ ହୁଅନ୍ତି। କଣ ନଥିଲା ତାଙ୍କର? କିନ୍ତୁ ସେ ଶୁନ୍ୟ ଥିଲେ। ମାଆ ହୋଇନପାରିବା ଦୁଃଖରେ ସନ୍ତୁଳିତ ହୋଇ ନିଜକୁ ଧିକ୍କାର କରୁ କରୁ ଦିନେ ପ୍ରାଚୀ ସହ ତାଙ୍କର ଦେଖା। କେହି ନଥିଲେ ତାର। ବୟସ ଗଡି ଯାଇଥିଲେ ବି ବିବାହ କରିନଥିଲା। ଜୀବନ ଯୁଦ୍ଧରେ ପରାଜିତ ନାୟିକା ଖୋଜୁଥିଲା ଚାକିରୀ ଆଉ ପ୍ରଣତି କହିଥିଲେ, ମୁଁ ଚାକିରୀ ଦେବି ପ୍ରାଚୀ କିନ୍ତୁ କାମଟା କଷ୍ଟ। ପ୍ରାଚୀ କହିଥିଲା ମୁଁ ରାଜି ତ ପ୍ରଣତି କହିଥିଲେ ତତେ ସେଥିପାଇଁ ନଅ ମାସ ଗୁପ୍ତ କୋଠରୀରେ ରହିବାକୁ ପଡିବ। କଥାଟା କଣ କାମଟା କଣ ଆଗେ କହ। କାଲି ଆମ ଘରକୁ ଆସେ ପ୍ରାଚୀ। ଯେଉଁ କାମ ହେଉ ମୁଁ କରିବାକୁ ପ୍ରସ୍ତୁତ କହି ତା ପରଦିନ ପହଞ୍ଚିଥିଲା ପ୍ରଣତି ଙ୍କ ପାଖରେ।

    ଇଞ୍ଜେକସନ ନେଇ ସରୋଗେଟ ମଦର ହେବାକୁ ରାଜି ହୋଇଗଲା, ମାସକୁ ଦଶ ହଜାର ଟଙ୍କା ରେ। ରହିଲା ଅନ୍ଧାରୀ କୋଠରୀ ଭିତରେ ଖୁବ୍ ସେବା ଯତ୍ନ ମଧ୍ୟରେ। ପ୍ରଥମେ ପ୍ରଥମେ କିଛି ଲାଗୁନଥିଲା ପ୍ରାଚୀକୁ କିନ୍ତୁ ଭ୍ରୁଣ, ଯେତିକି ବଢୁଥିଲା ତା ମନରେ ଅଜଣା ପିଲା ପାଇଁ ସେତିକି ମୋହ ସହ, ନାଦେଖିଥିବା ସେହି ପୁରୁଷ ପ୍ରତି ଆକର୍ଷଣ ବଢୁଥିଲା। ପ୍ରଣତି ସବୁଦିନ ତା ସହିତ ଅଧିକାଂଶ ସମୟ କାଟୁଥିଲା ସତ ହେଲେ ପ୍ରାଚୀ ମନକଥା ବୁଝିବା ସହଜ ନଥିଲା। ସେ କହିଦେଇଥିଲା ପ୍ରାଚୀକୁ, ପିଲା ଜନ୍ମ କରି ମୋ ହାତକୁ ଟେକି ଦେଲା ପରେ ତୋ କାମ ସରିବ। ପ୍ରାଚୀ ଅଜାଣତରେ ଲୁହ ପୋଛି ନେଉଥିଲା। ଡାକ୍ତର କହିଥିଲେ ଜଗିଥିବେ, ମାଆ ର ଯେମିତି ବ୍ଲଡ ପ୍ରେସର୍ ନବଢେ, ନହେଲେ ମାଆ ଛୁଆ, ଉଭୟଙ୍କ ପାଇଁ ବିପଦ। ଆଶଙ୍କିତ ହୋଇପଡ଼ନ୍ତି ପ୍ରଣତି, ଛୁଆ ହରେଇବା ଆଶଙ୍କାରେ। ପ୍ରାଚୀର କିନ୍ତୁ ଇଚ୍ଛା ଥାଏ, ଥରେ ସେ ଅଜଣା ପୁରୁଷଙ୍କୁ ଦେଖନ୍ତା।

   ଠିକ ସମୟରେ ପୁଅ ଜନ୍ମ ହେଲା କିନ୍ତୁ ପ୍ରାଚୀ କୁ ବଞ୍ଚେଇ ହେଲା ନାହିଁ। ଅତ୍ୟଧିକ ବ୍ଲଡ ପ୍ରେସର ତା ମୃତ୍ୟୁର କାରଣ ଥିଲା। କିନ୍ତୁ ସେ ଲେଖିଯାଇଥିବା ହାତଲେଖାରେ ତା ଶେଷ ଇଚ୍ଛା ପୁରଣ କରିଥିଲେ ସ୍ଵାମୀ। ତା ମୁଣ୍ଡରେ ସିନ୍ଦୁର ଦେଲା ବେଳେ ଅସହ୍ୟ ଯନ୍ତ୍ରଣାରେ ପ୍ରଣତି ପୁଅକୁ ଛାତିରେ ଚାପିଧରି ସବୁ ସହି ଯାଇଥିଲା। ପ୍ରାଚୀ ନାମରେ ଥିବା ପଇସାରେ ତାର ଶୁଦ୍ଧି କ୍ରିୟା ସାରି ସହର ଛାଡି ଅନ୍ୟତ୍ର ଆସି ସେ ସେସବୁ ଭୁଲିଯିବାକୁ ଚେଷ୍ଟା କରି ମଧ୍ୟ ନିର୍ଜନ ସମୟରେ ଭାବନା ଦୁର୍ଭାବନା ତାଙ୍କ ପିଛା ଛାଡ଼ୁ ନଥିବା ବେଳେ ପୁଅର ଚେହେରାରେ ପ୍ରାଚୀର ପ୍ରତିଛବି ଓ ତାର ପ୍ରଶ୍ନରେ ବିଚଳିତ ପ୍ରଣତି ଲୁହ ଗଡ଼ାଇ ଚାଲିଥିଲେ ନିର୍ଜନରେ।

  ଏ ଭିତରେ ପୁଅ ବଡ ହୋଇ କଲେଜ ଗଲାଣି। ହଷ୍ଟେଲ ଯିବା ପାଇଁ,ତା ନିଜ ଜିନିଷ ପତ୍ର ସଜଡ଼ାସଜଡ଼ି ବେଳେ ଗୋଟେ ଫଟୋ ପାଇ ଆସି ଦେଖାଇଥିଲା ମାଆକୁ, ଯୋଉ ଫଟରେ, ତା ପାପା କାହାର ଜୁଇ ଜଳିବା ପୁର୍ବରୁ ମୁଖାଗ୍ନି ଦେଉଥିଲେ। ପୁଅ ପଚାରୁ ଥିଲା, କାହା ମୁଖାଗ୍ନିରେ ପାପା ଅଗ୍ନି ସଂଯୋଗ କରୁଛନ୍ତି ମାଆ? ସ୍ଵାମୀ କେତେବେଳୁ ଆସି ସବୁ ଶୁଣି ଓ ଫଟୋ ଦେଖି ଉତ୍ତର ଦେଇଥିଲେ, ସେ ତୋ ମା। ପୁଅ କହୁଥିଲା ହଁ ହଁ ମୁଁ ତାଙ୍କ ଭଳି ଦେଖିବାକୁ ବୋଲି, ମାଆ କହୁଥିଲେ କହି ପୁଅ ଚାଲି ଯିବାପରେ, ସ୍ଵାମୀ ସ୍ତ୍ରୀ ଦୁହେଁ ପରସ୍ପରକୁ ଚାହିଁ ଅତୀତକୁ ଫେରିଯିବା ବେଳେ, ପୁଅ ପ୍ରଣାମ କରି ହଷ୍ଟେଲ ଅଭିମୁଖେ ବାହାରି ଯାଇଥିଲା। ସ୍ଵାମୀ କଣ ଭାବୁଥିଲେ କେଜାଣି, ପ୍ରଣତିଙ୍କୁ ବେଳେ ବେଳେ, ତାଙ୍କ ସାମ୍ରାଜ୍ୟ ଭୁଷୁଡି ଗଲା ପରି ଲାଗୁଥିଲା।



Rate this content
Log in

Similar oriya story from Abstract