Lipsa Acharya

Tragedy Romance

3  

Lipsa Acharya

Tragedy Romance

ସାମାଜିକଗଣମାଧ୍ଯମରଅଦେଖାନାୟିକା

ସାମାଜିକଗଣମାଧ୍ଯମରଅଦେଖାନାୟିକା

3 mins
387


ଏକ ପରିଚିତ ଦୁନିଆଁର ଅପରିଚିତ ମଣିଷଟେ ଥିଲା ବର୍ଷା । ଆଜିର ସାମାଜିକ ଗଣମାଧ୍ଯମ ଠାରୁ ବହୁତ ଦୂରରେ । ସାଙ୍ଗ ମାନେ ସବୁ ହସି ହସି କଟାକ୍ଷ କରନ୍ତି । କୁହନ୍ତି; " କେଉଁ ଯୁଗର ପିଲା ଏ! କେଜାଣି । ବହିରେ ମୁଣ୍ଡକୁ ପୋତି ବସିଥିବ । କୌଣସି ବି ସାମାଜିକ ଗଣମାଧ୍ଯମରେ ଏକାଙଣ୍ଟ ନାହିଁ । "

         ସାଙ୍ଗ ମାନଙ୍କ କଥାକୁ ବର୍ଷ କାନରେ ପୁରାଏ ନାହିଁ କି ମନକୁ ନେଇ ଭାବେ ନାହିଁ । ପ୍ରଚଳିତ ଧାରା ଠାରୁ ସେ ପଚ୍ଥରେ । କେହି ଯଦି ନୂଆଁ ରେ ଦେଖାହୁଏ ଆଉ what's app କି Facebook ନମ୍ବର id ମାଗିଲେ , ବର୍ଷା କୁହେ ;" ମୁଁ ସାମାଜିକ ଗଣମାଧ୍ଯମର ବ୍ଯବହାର କରେନି। ଏ ସବୁ ମୋତେ ଭଲ ଲାଗେନି । ତମର ଯଦି କଣ ଦରକାର ହୁଏ । ମୋତେ ଫୋନ କରିବ । " । ଏ କଥା ଶୁଣି ସବୁ ମଜା କରନ୍ତି । ଟାହିଟାପୁରା କରନ୍ତି । ସେଥିରେ ବର୍ଷାର କିଚ୍ଥି ଯାଏ ଆସେ ନାହିଁ । ତା ପଢା ବହି ଭଲତ ସେ ଭଲ ।

        ଗୋଟିଏ କଥା ବାରମ୍ବାର ମଣିଷ ଚାରି ପାଖରେ ବୁଲିଲେ , ବିରାଚା ମଣିଷକୁ ବି ସେ କାମ କରିବାକୁ ଇଚ୍ଚ୍ଥା ହବ । ଦିନେ ବର୍ଷାର ମନ ଡାକିଲା , ଜାଣିବା ପାଇଁ ସାମାଜିକ ଗଣମାଧ୍ଯମ ବିଷୟ ରେ ! କଣ ଅଛି ସେଥିରେ ?? କାହିଁକି ସବୁ ଲୋକ ନିଜ ମୂଲ୍ଯବାନ ସମୟ ଦେଇ ଦିଅନ୍ତୁ। ଶେଷରେ ବର୍ଷା ସାମାଜିକ ଗଣମାଧ୍ଯମରେ ଯୋଗ ଦେଲା । ଗୋଟିଏ ଗୋଟିଏ app କୁ Install କରି ଦେଖିଲା । କେଉଁ app କୁ ବ୍ଯବହାର କରିବ !! । ଶେଷରେ your quote କୁ ବାଚ୍ଥିଲା । ଲେଖା ପଢା ଦୁଇଟି ଯାକ ହେଇଯିବ । ସେଠାରୁ ଆରମ୍ଭ ହେଲା ବର୍ଷାର ସାମାଜିକ ଗଣମାଧ୍ଯମର ଯାତ୍ରା । 

    ଯିଏ ନିଜ ଜୀବନର ସମୟକୁ ବହି ପଢିବାରେ କଟେଇ ଦଉଥିଲା ; ବର୍ତ୍ତମାନ ସେ ସମୟ କୁ ସାମାଜିକ ଗଣମାଧ୍ଯମକୁ ଦେବାରେ ଲାଗିଲା । ଆସ୍ତେ ଆସ୍ତେ ବର୍ଷା କୁ ବହୁତ ଭଲ ଲାଗିଲା । ସାହିତ୍ଯର ଚର୍ଚ୍ଚା ହେଉଥିବା ମଞ୍ଚର ସଦସ୍ଯ ପାଲଟି। ଦିନେ ଏହି ମଞ୍ଚରେ ଦେଖାହେଲା ଆକାଶ ସହିତ । ପରସ୍ପର ଲେଖାର ପ୍ରସଂଶା ଆଉ ତର୍ଜମା କରିବା ଆଳରେ କିଚ୍ଥିଟା ଆତ୍ମୀୟତା ଭରିଗଲା ସେମାନଙ୍କ ସମ୍ପର୍କରେ । ଡର ଲାଗୁଥାଏ ବର୍ଷାକୁ ଆଉ ଖୁସି ମଧ୍ଯ । ଜଣେ ଅପରିଚିତ ସହିତ କଥା ହେବାର ଡର ଥାଏ । ତଥାପି ଖୁସି ଲାଗୁଥିଲା ସୁରକ୍ଷା ବଳୟକୁ ଭାଙ୍ଗି କାହା ସହିତ ସେ କଥା ହେଲା । ବର୍ଷା ଆଉ ଆକାଶ ପରସ୍ପର ଭଲ ବନ୍ଧୁ ହେଇଗଲେ । କଥା yq ରୁ ଯାଇ What's app ରେ ପହଞ୍ଚିଲା । 

      ଆକାଶ ବେଳେବେଳେ ଅଭିମାନରେ କୁହେ ;"ତମେ ମୋ ସହିତ ଫୋନରେ କାହିଁକି କଥା ହଉନ ?" ବର୍ଷା ମନା କରେ । ଘରେ ଜାଣିଲେ ରାଗିବେ କୁହେ । ଆକାଶ ବି ବୁଝିଯାଏ । ଅପରିଚିତ ବ୍ଯକ୍ତି ସହିତ କଥା ହେବାକୁ ବର୍ଷା ବୋଧହୁଏ ଡରୁଚ୍ଥି । ଏତେ ଦିନ ପରସ୍ପର କୁ ଜାଣିଲା ପରେ ବର୍ଷା ପାଇଁ ଆକାଶ ଅପରିଚିତ ହେଲା କିପରି ??

      ଦୁନିଆଁ ନଜରେ ଲୁଚି ଲୁଚି ଏକ ସମ୍ପର୍କ ଗଢି ଉଠିଲା ସାମାଜିକ ଗଣମାଧ୍ଯମରେ । ଆଜି ତ ବାହାଘର ହେଲାଣି ଭିଡିଓ କଲ୍ ମାଧ୍ଯମ ରେ । ଆକାଶ ଆଉ ବର୍ଷା କଥା ହେବା କେଉଁ ବଡକଥା । ସେମାନଙ୍କ ଅଜାଣତରେ ସେମାନେ ଦୁହେଁ ଦୁହିଁ ଙ୍କୁ ଭଲ ପାଇବାରେ ଲାଗିଲେ । ଆକାଶ ବହୁତ ଥରେ ଭାବେ ବର୍ଷା କୁ ଥରେ କହିଦବ । ମାତ୍ର ସାହାସ ଜୁଟେନି । ଆକାଶ ସିନା ବର୍ଷାର ଫଟୋ ଦେଖିନି । ମାତ୍ର ବର୍ଷା ଆକାଶକୁ ଦେଖିଚ୍ଥି ଆଉ ଚିହ୍ନି ଚି ମଧ୍ଯ । ପରସ୍ପର ଗୋଟିଏ କଲେଜରେ ଗୋଟିଏ ବିଭାଗରେ ପଢନ୍ତି । ଆକାଶ ବର୍ଷା କୁ କେବେ , ସେ କଣ ପଢେ ଆଉ କେଉଁଠି ପଢେ ପଚାରି ନାହିଁ । ବର୍ଷା କେବେ ନିଜ ଆଡରୁ କହିନି । ଏ ଭିତରେ ଆକାଶ yq ରେ "ସ୍ବପ୍ନର ସେ ଅପରିଚିତା ନାୟିକା" ସଂକଳନର କବିତା ଲେଖିବାରେ ଲାଗିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଗଲା । ସବୁ ଜାଣିବାକୁ ଚାହିଁଲେ , କିଏ ସେ ନାୟିକା । ଆକାଶର ନାୟିକା ତା ଆଗରେ ଥିଲା। ମାତ୍ର ସେ ତାକୁ ଚିହ୍ନ ପାରୁ ନ ଥିଲା । 

        କଲେଜ ରେ ବର୍ଷା ଏକ ଭିନ୍ନ ପରିଚୟ ଥିଲା ।ସେ କେବେ କୌଣସି ପୁଅ ସହିତ କଥା ହୁଏନି । ଦରକାର ପଡିଲେ ବର୍ଷା ଝିଅ ମାନଙ୍କ ସହିତ କଥା ହୁଏ । ନ ହେଲେ ନାହିଁ । ବର୍ଷା ସିନା ଆକାଶକୁ ଜାଣିଥିଲା । ମାତ୍ର ଆକାଶ ..। ଦିନେ ସାମାଜିକ ଗଣମାଧ୍ଯମର ବ୍ଯବହାର ଆଜିର ଯୁବ ପଡି ପାଇଁ କେତେ ଭଲ ମନ୍ଦ ର ବିଚାର ହଉଥାଏ । ସମସ୍ତ ନିଜ ନିଜ ମନ୍ତବ୍ଯ ରଖିଲେ । ବର୍ଷା କେବେହେଲେ ସାମାଜିକ ଗଣମାଧ୍ଯମ ବ୍ଯବହାର କରେ ନାହିଁ ଏ କଥା ସବୁ ଜାଣନ୍ତି । ତେଣୁ ଏହି ବିଷୟ ଉପରେ ତାକୁ କେହି ପଚାରିଲେ ନାହିଁ । ମାତ୍ର ବର୍ଷା ସାମାଜିକ ଗଣମାଧ୍ଯମ କୁ ନେଇ ସାକାରାତ୍ମକ ମନ୍ତବ୍ଯ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଲା । ଏତିକି ବେଳେ ଆକାଶ ରାଗି ଉଠି କହିବାରେ ଲାଗିଲା କିଚ୍ଥି ନକରାତ୍ମକ କଥା । ଯାହା ବର୍ଷା କୁ ବିଲୁକୁଲ୍ ଭଲ ଲାଗିଲା ନାହିଁ । ତା' ପରେ ବର୍ଷା ଆକାଶ ସହିତ କେବେ ସାମାଜିକ ଗଣମାଧ୍ଯମରେ ଯୋଗାଯୋଗ କଲା ନାହିଁ । ଆକାଶ ବହୁତ ଚେଷ୍ଟା କଲା ବର୍ଷା ସହିତ ଯୋଗାଯୋଗ କରିବା ପାଇଁ । ମାତ୍ର ହେଲା ନାହିଁ । ଆକାଶର "ଅପରିଚିତା ନାୟିକା" ସାମାଜିକ ଗଣମାଧ୍ଯମର ଅପରିଚିତା ଅଦେଖା ନାୟିକା ପାଲଟି ଗଲା ।

      ଏମିତି ଅନେକ ସମ୍ପର୍କ ଦୁନିଆଁରୁ ଲୁଚି ସମାଜକ ଗଣମାଧ୍ଯମରେ ଆରମ୍ଭ ହେଇ ଶେଷ ହେଇଯାଏ । ଏହାର ଖବର କେହି ପାଆନ୍ତି ନାହିଁ ।


Rate this content
Log in

Similar oriya story from Tragedy