STORYMIRROR

Maheswar sahoo

Abstract Others

3  

Maheswar sahoo

Abstract Others

ସାଧୁ ବାବା

ସାଧୁ ବାବା

6 mins
188



ପାହାଡର ପାଦ ଦେଶରେ ଜଙ୍ଗଲଟିଏ । ଜଙ୍ଗଲ ମଧ୍ୟ ଦେଇ କୁଳୁ କୁଳୁ ନାଦ କରି ବୋହି ଚାଲିଛି ଝରଣାଟିଏ । ଜଙ୍ଗଲର ସମସ୍ତ ପଶୁ ନିର୍ଭର କରନ୍ତି ସେଇ ଝରଣାର ଶୀତଳ ଜଳ । ଝରଣାର ଶୀତଳ ଓ ମଧୁର ଜଳ ଉପରେ ସମସ୍ତ ପ୍ରାଣୀଙ୍କର ଭରଷା ରହିଥାଏ । ଝରଣାଟି ଚିରସ୍ରୋତା ହୋଇଥିବାରୁ ବର୍ଷକ ବାର ମାସ ପ୍ରାଣୀମାନଙ୍କର କୌଣସି ଅସୁବିଧା ହୋଇ ନଥାଏ । ଝରଣା କୂଳରେ ଥିବା ଏକ ବଟ ବୃକ୍ଷ ମୂଳରେ ଜଣେ ସାଧୁବାବା ବସି ତପସ୍ୟା କରନ୍ତି । ସାଧୁ ବାବାଙ୍କର କୌଣସି ବନ୍ୟଜନ୍ତୁ ଅମଙ୍ଗଳ କରନ୍ତି ନାହିଁ । 

   ଜଙ୍ଗଲରେ ନାନା ପଶୁ ପକ୍ଷୀ ବାସ କରନ୍ତି । ବାଘ, ଭାଲୁ, ସିଂହ ଓ ଚିତା ବାଘ ଆଦି ହିଂସ୍ରଜନ୍ତୁ ରହୁଥିଲେ ମଧ୍ୟ, ସାଧୁବାବାଙ୍କର କେହି ଅମଙ୍ଗଳ କରନ୍ତି ନାହିଁ । 

   ସାଧୁବାବା ବଟ ବୃକ୍ଷ ମୂଳରେ ତପସ୍ୟା ରତ ଥାଆନ୍ତି ହେଲେ କୌଣସି ମୁହୂର୍ତ୍ତରେ ଖାଦ୍ୟପେୟର ଆବଶ୍ୟକ କରନ୍ତି ନାହିଁ । ଜଙ୍ଗଲର ମୃଦ୍ୟୁ ପବନ ହିଁ ସାଧୁବାବାଙ୍କର ଆହାର କହିଲେ ଚଳେ । 

    ଥରେ ଜଣେ ହିଂସ୍ର ଶିକାରୀର କୋପଦ୍ରୁଷ୍ଟି ସେଇ ଜଙ୍ଗଲ ଭିତରେ ଥିବା କୋମାଳମତି ମୃଗ ଉପରେ ପଡ଼ିଲା । ମୃଗ ମାଂଶ ବହୁତ ସ୍ୱାଦିଷ୍ଟ ଅଟେ । ତେଣୁ ଶିକାରୀଟିର ଜଙ୍ଗଲରେ ଥିବା ମୃଗମାନଙ୍କ ଉପରେ ନଜର ପଡିଲା । ସେ ଜଙ୍ଗଲ ଭିତରକୁ ନିଜର ଧନୁ ତୀର ଓ ବର୍ଚ୍ଛା ଧରି ବାହାରି ପଡ଼ିଲା । 

   ସେଦିନର ସକାଳ ଅତ୍ୟନ୍ତ ମନୋରମ ଥିଲା । ଚାରିଆଡ଼ ଶାନ୍ତ, ନିର୍ମଳ ଓ ସୁସ୍ଥ ପରିବେଶ ରହିଥାଏ । ମଝିରେ ମଝିରେ ମୃଦ୍ୟୁ ପବନ ଭାସିଆସୁଥାଏ । ସାଧୁ ବାବା ଜଣଙ୍କ ଧ୍ୟାନ ମଗ୍ନ ଥାଆନ୍ତି । ଭଗବାନ ଶିବ ଉପାସନା ରତ ବାବାଙ୍କ ମୁଖରୁ ଓଁ ନମଃ ଶିବାୟଃ 

ଓଁ ନମଃ ଶିବାୟଃ

ଓଁ ନମଃ ଶିବାୟଃ ଶବ୍ଦ ଜଙ୍ଗଲ ପରିବେଶକୁ ଭକ୍ତି ମୁଖର କରୁଥାଏ । ବାବାଙ୍କ କର୍ଣ୍ଣ ଗହ୍ୱରରେ ଗୁଞ୍ଜରଣ କରିଥିଲା ପଶୁ ପକ୍ଷୀ ମାନଙ୍କର ଭୟରେ ଇତସ୍ତ୍ରତ ହେବାର ଶବ୍ଦ । ଭୟରେ ପଶୁମାନେ ଅଜବ ଶବ୍ଦ କରି ଦୌଡ଼ିବାରେ ଲାଗିଥାନ୍ତି । 

    ଅଦିନିଆ ଦୁର୍ଦଶା ବାବାଙ୍କୁ କ୍ଷବ୍ଧ କରିଥିଲା । ବାବା ନିଜର ଧ୍ୟାନ ସଙ୍ଗ କରି ଦେଖିଲେ କେହି ଜଣେ ଦୁର୍ବୁତ୍ତ ଶିକାରୀ ଜଙ୍ଗଲର ନିରୀହ ପଶୁଙ୍କ ଉପରେ ତୀର ବର୍ଷା କରିବାରେ ଲାଗିଛି ! ବାବା ଭଗବାନ ଶିବଙ୍କୁ ପ୍ରାଥନା କଲେ । ଭଗବାନଙ୍କୁ ଜଣେଇଲେ ହେ ଭଗବାନ ଏହି ନିରୀହ ପଶୁ ମାନେ ତୁମର କଣ ଦୋଷ କରିଥିଲେ ଯେ ! କେତେ ଆନନ୍ଦରେ ସେମାନେ ବିଚରଣ କରନ୍ତି । କେତେ ଖୁସି ଲାଗେ ସେଇ ନିରୀହ ହରିଣ, ବରାହ, ଠେକୁଆ ଆଦି ପ୍ରାଣୀ ମାନଙ୍କର ଆନନ୍ଦର ବିଚରଣ । କେତେ ସରଳ, ଶାନ୍ତ ଓ ସୁନ୍ଦର ସେଇ ହରିଣ ଗୁଡିକ ଭୟରେ ଏଠି ସେଠି ହୋଇ ଦୌଡୁଛନ୍ତି । ଅତ୍ୟନ୍ତ ଦୁଃଖ ଦାୟକ ପ୍ରଭୁ । ଏହି ନିରୀହ ଜୀବଙ୍କୁ ରକ୍ଷା କର ପ୍ରଭୁ । ହେଲେ ଶିକାରୀ ଜଣଙ୍କ ନିର୍ଦ୍ୱନ୍ଦରେ ଦୁଇଟି ବଡ଼ ହରିଣ ଶିକାର କରି ନିଜ କାନ୍ଧରେ ନେଇ ଘରକୁ ଫେରିଲା । ବାବା ଜଣଙ୍କ ମନେ ମନେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ । ହେଲେ ସେ ବା କଣ କରିପାରିବେ ।

   ଶିକାରୀ ଜଣଙ୍କ ଦୁଇଟି ହରିଣ ମାରି ନେଇ ତାର ମାଂଶ ଓ ଚମଡା ବଜାରରେ ବିକି ବେଶ ଦୁଇ ଟଙ୍କା ରୋଜଗାର କରି ଖୁସିରେ ଶୋଇଲା । 

   ତା ପର ଦିନ ଶିକାରୀ ଜଣଙ୍କ ତାର ଆଉ ଦୁଇଜଣ ସାଥିଙ୍କୁ ଏକତ୍ର କରି ଧନୁ ତୀର ଓ ବର୍ଚ୍ଛା ଧରି ଜଙ୍ଗଲ ଅଭିମୁଖେ ଯାତ୍ରା ଆରମ୍ଭ କଲା । ସାଧୁ ବାବା ଜଣକ ଆଜି ମଧ୍ୟ ସେମିତି ଦୃଶ୍ୟ ଦେଖିଲେ ଓ ମନେ ମନେ ଭଗବାନଙ୍କୁ ପ୍ରାଥନା କରୁଥିଲେ । ହେଲେ ଆଜି ତିନି ଜଣ ଶିକାରୀ ନିଜ କାନ୍ଧରେ ଦୁଇ ଦୁଇଟି ହରିଣ ଶିକାର କରି ଘରକୁ ଫେରିଲେ । ଶିକାରୀର ଖୁସିର ସୀମା ରହିଲା ନାହିଁ । ଏବେ ଶିକାରୀ ତା ଗାଁର ସମସ୍ତ ଲୋକଙ୍କୁ ଧରି ଜଙ୍ଗଲ ଆସୁଛି ଓ ହରିଣ ଠେକୁଆ ବରାହ ଆଦି ପ୍ରାଣୀଙ୍କୁ ଶିକାର କରି ନେଇ ଯାଉଛି ଓ ବଜାରରେ ସେମାନଙ୍କର ମାଂଶ ବିକି ବେଶ ଟଙ୍କା ପାଉଛି । 

   ଶିକାରୀର ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଲା । ଯାହା ଦ୍ୱାରା ତୃଣଭୋଜି ପ୍ରାଣୀ କମିବାରେ ଲାଗିଲା । ମାଂଶାସି ପ୍ରାଣୀଙ୍କର ଖାଦ୍ୟସଙ୍କଟ ଦେଖା ଦେଲା । ଶିକାରୀ ନିଜ ଦଳ ବଳ ନେଇ ଜଙ୍ଗଲ ପ୍ରାଣୀ ଶିକାର କରିବା ସହିତ ଜଙ୍ଗଲର ଶାଳ, ପିଆଶାଳ, ଚନ୍ଦନ ଆଦି ମୂଲ୍ୟବାନ ଗଛ କାଟି ତାର କାଠ ମଧ୍ୟ ବିକିବାରେ ଲାଗିଲା । ଏହା ଦ୍ୱାରା ଜଙ୍ଗଲର ବାସ୍ନା ଓ ଶୀତଳତା ହ୍ରାସ ପାଇବାରେ ଲାଗିଲା । 

   ସାଧୁବାବା ଜଣଙ୍କର ଶୀତଳ ପବନ ଆହାର କହିଲେ ଚଳେ । ଜଙ୍ଗଲର ଶୀତଳତା ବାବାଙ୍କର ସ୍ୱାସ୍ଥ୍ୟ କହିଲେ ଚଳେ । ହେଲେ ବାବାଙ୍କର ଆଜି ବଞ୍ଚିବା ପାଇଁ ରାହା କମିବାରେ ଲାଗିଲା । ଜଙ୍ଗଲର ବିଶାଳ ବୃକ୍ଷ କମିଯିବା ଦ୍ୱାରା ଜଙ୍ଗଲର ଉତ୍ତାପ ବଢିଗଲା । ଏବେ ତାଙ୍କୁ ତପସ୍ୟା କରିବା ପାଇଁ କଷ୍ଟ ଦାୟକ ହୋଇପଡିଲା ।

   ଜଙ୍ଗଲର ନିରୀହ ଜୀବଙ୍କୁ ହତ୍ୟା କରିବା ସହ ଜଙ୍ଗଲର ବୃହତ କାୟ ବୃକ୍ଷ ମାନଙ୍କୁ ହତ୍ୟା କରିବା ଅତ୍ୟନ୍ତ ଅନ୍ୟାୟ ଅଟେ । ବାବା ଅତ୍ୟନ୍ତ ଦୁଃଖୀ ହୋଇ ନିଜର ତପସ୍ୟା ତ୍ୟାଗ କଲେ । 

   ଶିକାରୀ ଜଙ୍ଗଲକୁ ଆସିଥାଏ । ବାବା ନିଜ ତପସ୍ୟା ଛାଡି ଶିକାରୀ ନିକଟକୁ ଗଲେ ଓ କହିଲେ ମହାଶୟ ଆପଣ ନିରୀହ ପଶୁ ଓ ବୃକ୍ଷ ମାନଙ୍କୁ ହତ୍ୟା କରି ବେଶ ରୋଜଗାର କରିଲ । ଏବେ ଯାହା ବି ପଶୁ ଅଛନ୍ତି ସେମାନଙ୍କୁ ଛାଡି ଦିଅ । ନ ହେଲେ ପରିବେଶ ସନ୍ତୁଳନରେ ବ୍ୟାଘାତ ହେବ । ସୃଷ୍ଟି ଧ୍ବଂସାଭିମୁଖୀ ହେବାରେ କୌଣସି ସନ୍ଦେହ ନାହିଁ । ଓଲଟା ଶିକାରୀ ଜଣଙ୍କ ବାବାଙ୍କୁ ଅମାନବୀୟ ବ୍ୟବହାର କରି ଆଘାତ କରିଥିଲା । ତାର ସାଥି ଶିକାରୀ ମାନେ ସାଧୁ ବାବାଙ୍କୁ ପାଗଳ ନିର୍ବୋଧ କହି ମାରିଦେବାକୁ ଅଗ୍ରସର ହୋଇଥିଲେ । ବହୁତ ଆଘାତ ଖାଇ ମଧ୍ୟ ବାବା ତାଙ୍କୁ ହାତ ଯୋଡ଼ି

ନେହୁରା ହୋଇଥିଲେ ଜଙ୍ଗଲ ସୁରକ୍ଷା ପାଇଁ । କେହି ଶୁଣି ନଥିଲେ ବିଧା, ଗୋଇଠା ଓ ଭୁଷା ମାରି ବାବାଙ୍କୁ ଝରଣା ଭିତରକୁ ଫୋପାଡ଼ି ଦେଇ ଥିଲେ । ବାବା ତପସ୍ୟା କରୁଥିବା ବଟ ବୃକ୍ଷ ମଧ୍ୟ କାଟିଦେଇଥିଲେ ।

    ବାବା ନିରୁପାୟ ହୋଇ ରକ୍ତାତ ଓ ବେହୋସ ଭାବରେ ଝରଣା ପାଣିରେ ପଡ଼ିଥାନ୍ତି । ବାବାଙ୍କର ହୋସ ଫେରିଲା । ବାବା ଦେଖିଲେ ହାତୀ, ବାଘ, ସିଂହ, ଭାଲୁ, ଚିତା, ହେଟା ଆଦି ଯେତେକ ହିଂସ୍ର ପ୍ରାଣୀ ବାବାଙ୍କ ଚତୁଃପାର୍ଶ୍ୱରେ ଘେରି ରହିଥାନ୍ତି । ପଶୁମାନଙ୍କ ଚକ୍ଷ୍ୟୁରେ ଲୋତକର ଧାର । ବାବା ଦେଖିଲେ ପ୍ରାଣୀ ମାନେ କ୍ରନ୍ଦନ କରୁଛନ୍ତି । ହାତୀ କାନ ହଲେଇ ବିଞ୍ଚି ବାରେ ଲାଗିଛି । ସିଏ ହିଂସ୍ର ହୁଅନ୍ତୁ କି ଶାନ୍ତ, ସମସ୍ତ ପ୍ରାଣୀ ବାବାଙ୍କ ପାଇଁ ଦୁଃଖିତ । ବାବା କହିଲେ ପ୍ରାଣୀ ମାନେ ମୁଁ ମୋ ପାଇଁ ଚିନ୍ତିତ ନୁହେଁ । ମୁଁ ତୁମ ପାଇଁ ଚିନ୍ତିତ । ତେଣୁ ମୁଁ ଚାହେଁ ତୁମ ମାନଙ୍କର ଜୀବନ । ମୁଁ ଚାହେଁ ପୃଥିବୀର ଶାନ୍ତ ସୁସ୍ଥ ଓ ଶ୍ୟାମଳ ପରିବେଶ । ତେଣୁ ଏହି ଅର୍ଧରାତ୍ର ସମୟରେ ଆମେ ଏକାଠି ହୋଇଛନ୍ତି । ମୁଁ ଚାହେଁ ଶାନ୍ତିର ସମାଧାନ । ମୁଁ ଚାହେଁ ପରିବେଶର ଉଦ୍ଧାର । ତେଣୁ ଆମେ କେମିତି ଶାନ୍ତିର ସହିତ ଏହି ଶୃଙ୍ଖଳ ରକ୍ଷା କରିବା ସେଥିପାଇଁ ଧ୍ୟାନ ଦେବା ଓ ଉପାୟ ଖୋଜିବା ।

ସିଂହ ଗର୍ଜନ କରି କହିଲା ବାବା ମୁଁ ସେମନଙ୍କୁ ଗୋଟା ଗୋଟା ମାରି ଖାଇଦେବି । ଭାଲୁ କହିଲା ମୁଁ ଚିରି ରକ୍ତ ପିଇଯିବି । ବାଘ କହିଲା ମୁଁ ଘରେ ଘରେ ହାହାକାର ପକେଇ ଦେବୀ । ହେଲେ ବାବା କହିଲେ ନାହିଁ ତମେ ମାନେ ସେମିତି କିଛି କରିବ ନାହିଁ । ଆମେ ଶାନ୍ତିରେ ସମାଧାନ କରିବା । ରାତି ପାହିଲେ ତାର ସମାଧାନ ହେଇଯିବ । ତୁମେ ମନେ ନିଜ ନିଜ ବାସସ୍ଥାନକୁ ଯାଅ ।

   ସମସ୍ତ ପଶୁ ନିଜ ନିଜ ବସସ୍ଥାନକୁ ଫେରି ଯାଇଥିଲେ । ବାବା ଜଙ୍ଗଲରୁ ସିଧା ଚାଲିଲେ ବନ ବିଭାଗ କାର୍ଯ୍ୟାଳୟକୁ । ବାବାଙ୍କୁ ଦେଖି ସମସ୍ତ କର୍ମୀ ପ୍ରଣାମ କରିଥିଲେ । ଆସିବାର କାରଣ ମଧ୍ୟ ପଚାରିଥିଲେ । ବାବା କହିଥିଲେ ମୁଁ ଯେଉଁ ଜଙ୍ଗଲରେ ତପସ୍ୟା କରେ ସେହି ଜଙ୍ଗଲ ଏବେ ଶ୍ରୀହୀନ । ଜଙ୍ଗଲର ପାଦଦେଶରେ ରହୁଥିବା ଜନବସତି ସେଇ ଜଙ୍ଗଲ ପାଇଁ କାଳ ସାଜିଛନ୍ତି । ମୁଁ ବହୁ ଦିନ ଧରି ଏହି ଜଙ୍ଗଲରେ ତପସ୍ୟା କରି ଆସୁଛି ଆଜ୍ଞା ! ମୁଁ ଜଙ୍ଗଲର ରହୁଥିବା ସମସ୍ତ ପଶୁ ପକ୍ଷୀ ଓ ବୃକ୍ଷ ମାନଙ୍କ ସହିତ କଥା ହେଇ ପାରେ ! ସମସ୍ତଙ୍କ ଦୁଃଖ ସୁଖରେ ଭାଗୀ ହୋଇ ପାରେ ! ଆମ ଖୁସି ପରିବେଶର ଜଙ୍ଗଲ ପ୍ରବାସି ଏବେ ଦୁଃଖର ଛାୟାରେ ! ଆମକୁ ରକ୍ଷା କରନ୍ତୁ ଆମକୁ ବଞ୍ଚାନ୍ତୁ !

   ବାବାଙ୍କର ରକ୍ତାକ୍ତ ଶରୀର ଦେଖି କର୍ମୀ ମାନେ ଡାକ୍ତରୀ ଚିକିତ୍ସା କରାଇଥିଲେ । ପଶୁ ମାନେ ବାବାଙ୍କୁ ବଞ୍ଚାଇ ପାରିଲେ ହେଲେ ଏଇ ମଣିଷ ଜାତି କଣ କରିପାରିଲା । ଜଣେ କର୍ମୀ ବାବାଙ୍କୁ ପଚାରିଲେ ବାବା ଆପଣ ଦୀର୍ଘ ଦିନ ଧରି ତପସ୍ୟା କରୁଛନ୍ତି ହେଲେ ଆପଣଙ୍କ ଦୈବୀକ ଶକ୍ତି କଣ କିଛି କାମରେ ଆସିଲା ନାହିଁ । 

  ବାବା ହସି ଦେଇ କହିଲେ ହଁ କାମରେ ଆସିଲା । ସେଇ ଦୈବୀକ ଶକ୍ତି ଦ୍ୱାରା ମୁଁ ସବୁ ପଶୁଙ୍କ ସହ କଥା ହେଇ ପାରିଲି । ଯେଉଁ ଶକ୍ତିରେ ଯିଏ ଆବଦ୍ଧ ତା ପାଇଁ କିଛି କରି ପାରିବି । କଳି ଯୁଗର ମାନବ ପରା ଆଜି କାଲି ସେ ଶକ୍ତିର ଆଦର କରୁନାହିଁ । କଳି ଯୁଗର ମାନବ ପାଇଁ ଲାଠି ପାହାର ଓ ବନ୍ଧୁକ ଗୁଳିର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ ହୋଇ ଯାଇଛି । ନ ହେଲେ ସେମାନେ ମୋତେ କଣ ଏମିତି ଅବସ୍ଥା କରି ଫୋପାଡ଼ି ଦେଇଥାନ୍ତେ । ବାବାଙ୍କ କଥା ସମସ୍ତ କର୍ମୀ ବୁଝି ପାରିଥିଲେ । ସାଧୁ ବାବାଙ୍କୁ ସମସ୍ତ କର୍ମୀ ପୁଣିଥରେ ଦଣ୍ଡବତ ହୋଇ ବାବାଙ୍କ ସହିତ ଜଙ୍ଗଲ ଅଭିମୁଖେ ଯାତ୍ରା କରିଥିଲେ । 

  ଜଙ୍ଗଲରେ ପ୍ରବେଶ କରି ଜଙ୍ଗଲ ସୁରକ୍ଷା କର୍ମୀ ମାନେ ସମସ୍ତ ଶିକାରୀ ଓ ଜଙ୍ଗଲ ଧ୍ବଂଶ କାରୀ ମାନଙ୍କୁ ନିଜ ଆୟତ୍ତକୁ ନେଇଥିଲେ । 

   କିଛି ଲୋକ ବାବାଙ୍କୁ ଖାଦ୍ୟ ପେୟ ଦେଇ ବାବାଙ୍କ କ୍ଷୁଦା ନିବାରଣ କରିଥିଲେ । କିଛି ଲୋକଙ୍କର ବାବାଙ୍କୁ ପ୍ରଶ୍ନ ଥିଲା ବାବା ଆପଣ ବିନା ଖାଦ୍ୟ, ବସ୍ତ୍ର ଓ ପାନୀୟରେ ସେଠାରେ କିପରି ତପସ୍ୟା କରୁଥିଲେ । 

  ବାବା କହିଲେ ଜଙ୍ଗଲର ସୁବାସିତ ଔଷଧି ବୃକ୍ଷ ଓ ବୃକ୍ଷ ମାନଙ୍କ ଦ୍ୱାରା ନିଷ୍କାସିତ ଜଳୀୟ ବାଷ୍ପ ହିଁ ମୋର ଖାଦ୍ୟ ଥିଲା । ଜଙ୍ଗଲର ପରିବେଶରେ ଜଣେ ବିନା ଖାଦ୍ୟରେ ରହିପାରିବ । ବସ୍ତ୍ର କହିଲେ ଲଜ୍ୟା ନିବାରଣର କେନ୍ଦ୍ର । ହେଲେ ଲଜ୍ୟା ନିବାରଣ ପାଇଁ ମୋର ସେଠାରେ କୌଣସି ବାଧକ ନ ଥିଲା । ଯେମିତି ଆପଣ ଜନ ବସତିରେ କଣ ବିନା ବସ୍ତ୍ରରେ ରହି ପାରିବେ । ନର ମାନଙ୍କୁ ନାରୀ ପ୍ରତି ଲଜ୍ୟା ଓ ନାରୀ ମାନଙ୍କୁ ନର ପ୍ରତି ଲଜ୍ୟା, ସେମିତିରେ ଜଙ୍ଗଲରେ ଉଲଗ୍ନ ପଶୁ ମାନଙ୍କ ପାଖରେ ମୋର ଲଜ୍ୟା କାହା ପାଇଁ ! ପାନୀୟ କହିଲେ ବୃକ୍ଷ ମାନଙ୍କର ଉତ୍ସେଦନ ପ୍ରକ୍ରିୟାରେ ନିର୍ଗତ ଜଳୀୟ ବାଷ୍ପ ମୋ ପାଇଁ ଆବଶ୍ୟକ ଜଳ ଦେଇ ପାରୁଥିଲା । ଶୀତ ଦିନର ତାପ ମାତ୍ରା ପରିବେଶ ଅନୁସାରେ ବତାନୁକୂଳ ରହୁଥିଲା ଯାହାଦ୍ୱାରା ମୋତେ କୌଣସି ପୋଷାକ ଘୋଡ଼ିବାରେ ଆବଶ୍ୟକତା ରଖୁନଥିଲା । ତେଣୁ ମଣିଷର ଆବଶ୍ୟକତା ନିଜର କାର୍ଯ୍ୟକଳାପ ଦ୍ୱାରା ପରିଲକ୍ଷିତ ହୋଇଥାଏ । 

   ଏବେ ବନ୍ଧୁ ମାନଙ୍କୁ ମୋର ନିବେଦନ ଆମେ ଆମ ପରିବେଶ ଏମିତି ନିର୍ଣ୍ଣୟ କରିବା ଯାହା ଦ୍ୱାରା ଆମେ ସୁସ୍ଥ ରହିବା ସହିତ ଆମ ପରିବେଶ ବି ସୁସ୍ଥ ରଖି ପାରିବା । ଭାଗବନ ଆମକୁ ବଞ୍ଚିବାର ପଥ ଦେଖାନ୍ତି ହେଲେ ନିଜେ ଆସନ୍ତି ନାହିଁ । ଯେତେବେଳେ ନିଜ ପରିବାରକୁ ବିପଦ ଆସେ ସେବେବେଳେ ମଣିଷ ଚିନ୍ତା କରେ ବିପଦ କଣ ନ ହେଲେ ଅନ୍ୟ ସମୟରେ ଅବହେଳା କରିଥାଏ ନ ହେଲେ ମଜାକ ଉଡେଇ ଥାଏ ।

   ଆମେ ସୁସ୍ଥ ରହିବା ଓ ପରିବାରକୁ ସୁସ୍ଥ ରଖିବା । ତାହା ହେଲେ କରୋନା ଭୁତାଣୁ ଆମର କୌଣସି କ୍ଷତି କରି ପାରିବ ନାହିଁ । ଜୟ ସାଧୁବାବା...


Rate this content
Log in

Similar oriya story from Abstract