Reeta aparajeeta Mohanty

Romance

5.0  

Reeta aparajeeta Mohanty

Romance

ସ୍ୱପ୍ନ ନାୟିକା - ରୀତା ଅପରାଜିତl

ସ୍ୱପ୍ନ ନାୟିକା - ରୀତା ଅପରାଜିତl

1 min
600


ଆମେ କଲେଜରେ ଏକାଠି ପଢୁଥିଲୁ।ହେଲେ କେବେ ଭେଟ ହେଇନି। ମୁଁ ବଡ଼ କଷ୍ଟ ରେ ମାଟ୍ରିକ ପାସ କରି କଳlରେ ନାମ ଲେଖାଇଥିଲି ।ହେଲେ ସେ ବିଜ୍ଞାନର ଛାତ୍ରୀ। ଦେଖିବାକୁ କେତେ ଭଲ ପଢା ଲେଖାରେ ସେତେ ଭଲ । କାଲି କଲେଜ ଫଙ୍କସନରେ ଗୀତ ଗାଉ ଥିଲା କେତେ ସୁନ୍ଦର ସ୍ୱର ତାର । ବେଳେ ବେଳେ ଲାଗେ ସେ ମେଘରୁ ନହେଲେ ଫୁଲ ତୁ ନହେଲେ ପରି ରାଇଜରୁ ଆସିଛି। ମୁଁ ଡ଼ରରେ କେବେ ମୋ ମନ କଥା ଖୋଲି କହିଲି ନାହିଁ। କଲେଜ ସରିଗଲl l ତାଙ୍କ ବାପାଙ୍କ ବଦଳି ହେଇଗଲା ।ତାର ମୋର ଆଉ ଭେଟ ହେଇନି।ମୁଁ ଭଲ ବ୍ୟବସାୟ କରୁଛି । ବାପା ବୋଉଙ୍କ କଥା ମାନି ବାହା ହେଉଛି।ଜାଣେନି ସେ ଝିଅ କେମିତି ହେଇଥିବ କେବେ ଦେଖିନି। ସେମିତି ହଁ କହିଦେଲି। ଆଜି ମୋ ଚଉଠି ।ଆଜି ପ୍ରଥମ ଭେଟ ହେବ ପତ୍ନୀଙ୍କ ହେଲେ ମନରେ ନା ଅଛି ଆଶା ନା କାମନା । ହେଲେ ଓଢଣା ଖୋଲି ଚମକି ପଡିଲି।ସେଇ ତ ମୋ ସ୍ୱପ୍ନ ନାୟିକା। ମୋ ଭାଗ୍ୟ ଆମକୁ ଏକାଠି କଲା ମୁଁ ତ ଆଶା ଛାଡି ଦେଇଥିଲି। ମତେ ଥରଟିଏ ମନ କଥl ମୁଁ ବି ତୁମ ମୁହଁତୁ I love you ଶୁଣିବାର ଅପେକ୍ଷାରେ ଥିଲି।ମତେ ତ ସ୍ୱର୍ଗ ସୁଖ ମିଳିଯାଇଥିଲା।ମୁଁ ତାକୁ କୁଣ୍ଢେଇ ଧରି ଭଗବାନଙ୍କୁ କୋଗି କୋଟି ଧନ୍ୟବାଦ ଦେଉଥିଲି।



Rate this content
Log in

Similar oriya story from Romance