Ambuja Mohanty

Abstract Tragedy

3  

Ambuja Mohanty

Abstract Tragedy

ସ୍ୱାର୍ଥପର ସାବିତ୍ରୀ

ସ୍ୱାର୍ଥପର ସାବିତ୍ରୀ

4 mins
193


ସାବିତ୍ରୀ ଅମାବାସ୍ୟା ଆଗକୁ ଅଛି। କେତେ ଜିନିଷ ଦରକାର୍ ପଡ଼ିବ। କ'ଣ ପାଇଁ କେଜାଣି ପେନସନ ଟା ଆସିନୀ ।ଝିଅ ଘର କୁ ଭାର ଯିବ।ଫଳ, ସାଗୁ ,ଶାଢ଼ୀ, ପ୍ରସାଧନ ସାମଗ୍ରୀ। ପାଖରେ ବେଶୀ ପଇସା ନାହିଁ । ଧର୍ମ ପତ୍ନୀ ଙ୍କ ପାଇଁ ତ ଖଣ୍ଡେ ଆଣିବେ ।ଏମିତି ଭାବୁ ଥିଲେ ସନ୍ଧ୍ୟାବେଳେ ବସି ମୋହନ ବାବୁ। ଜଣେ ଅବସରପ୍ରାପ୍ତ ପୋଷ୍ଟ୍ ମାଷ୍ଟର ସେ। ଝିଅ ଦୁଇଟି ବାହା ହେଇଛନ୍ତି ବଡ଼ ଘରେ। ପୁଅ ମାନେ ଭଲ ଚାକିରି କରନ୍ତି ।ସେଥି ଲାଗି ଛାତି କୁଣ୍ଢେମୋଟ । ପତ୍ନୀ ଙ୍କ ଠାରୁ ଆଜ୍ଞା କାରୀ ପତ୍ନୀ ହୁଏତ ମିଳିବା କଷ୍ଟ। କୋଉ ଜନ୍ମ ର ପୁଣ୍ୟ ଫଳ। ଚାହା କପ୍ ଟି ଧରି ଆସିଲେ ପତ୍ନୀ। କହିଲେ ସୁଗର୍ ଫ୍ରୀ ସରିଗଲା ଆସିବ ତମର।ଭାବନା ରାଜ୍ୟଟି ଫେରିଆସିଲେ ସେ। ପାଖରେ ବସିଲେ ପତ୍ନୀ।

କ'ଣ ହେଲା ଚିନ୍ତିତ ଦିଶୁଛଭାରି। ମୋହନ ବାବୁ କହିଲେ କିଛି ନାହିଁ ପରେ କହିବି ତମେ କ'ଣ କହୁଥିଲ। କିଛି ନାହି ସୁଗର ଫ୍ରି ସରିଗଲା।ଓଃ ହଉ। ମୁଁ ଭାବିଛି ସୁଗାର ଫ୍ରି ବନ୍ଦ୍ କରିଦେବି। ବିନା ମିଠା ରେ ଚାହା ପିଇବି। କ'ଣ ପାଇଁ ଚମକି ପଡ଼ିଲେ ପତ୍ନୀ।

ନା କିଛି ନାହିଁ ଦୀର୍ଘ ନିଶ୍ଵାସ ଟିଏ ଛାଡ଼ି କହିଲେ ମୋହନ ବାବୁ। ମିଠା କମ୍ ଖାଇବା କଥା। ସୁଗାର୍ ଫ୍ରି ଭି ମିଠା ନା ସେଥି ପାଇ ଛାଡ଼ିଦେଲି ଆଜି ଠୁ। ହଉ ତମେ ରାନ୍ଧିବା ବ୍ୟବସ୍ଥା କର। 


କପ୍ ନେଇ ଚାଲିଆସିଲେ ରମା ଦେବୀ, ମୋହନ ବାବୁ ଙ୍କ ପତ୍ନୀ। କଥାଟା କ'ଣ ପାଇଁ ତାଙ୍କ ମନକୁ ପାଇଲା ନାହିଁ । ଭାଳି ହେଲେ ଅନେକ ସମୟ ଯାଏ । ରାତି ଖାଇବା ବେଳେ କହିଲେ ମୋହନ ବାବୁ। ଆଉ କ୍ଷୀର କି ଛେନା ଦେବନି ରାତିରେ । ଏ ମାସେ ଦୁଇ ମାସ ଯାଏ। ଦେହ ଟା ଭଲ ଲାଗୁନି ପେଟ ଖରାପ ହେଉଛି । ହେଲେ ତୁମର ତ କିଛି ହୁଏନି କ୍ଷୀର କି ଛେନା ରେ। ଯେତିକି କହିଲି କର। ମନ ବ୍ୟତିବ୍ୟସ୍ତ ହୋଇ ଉଠିଲା ରମା ଦେବୀ ଙ୍କ।


ରାତିରେ ଶୋଇବା ସମୟରେ। ଘଷି ଦେଉ ଦେଉ ରମା ଦେବୀ ପଚାରିଲେ। ଗୋଟିଏ କଥା ପଚାରିବି । ଚକ୍ଷୁ ନିମଲ୍ଲିତ କରି ହଁ କୁହ କହିଲେ ମୋହନ ବାବୁ। ତମେ କଣ ପାଇଁ ଚିନ୍ତିତ ଅଛ। କିଛି ବୋଝ ତୁମକୁ ତଳ ମୁହାଁ କରିଦେଉଛି ଭଳି ଲାଗୁଛି ମୋତେ। କଡ ଲେଉଟାଇ ଶୋଇଲେ ସେ। କହିଲେ ହଁ କ'ଣ କରିବି କୁହ।

ଛୋଟ ଗୋଟିଏ ପୋଷ୍ଟମାଷ୍ଟର ଚାକିରୀରେ ମୁଁ ନିଜ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ୱଳ୍ପ ପୁଞ୍ଜିରେ ଘରଟିଏ କରି ପାରିଲି। ତଦବ୍ୟତିତ ମୋ ପାଇ ଅନ୍ୟ କିଛି କିଣିବା ଅସମ୍ଭବ ପ୍ରାୟ ଥିଲା। କିଛି ଦିନ ଠାରୁ ଗୋଟିଏ ଭଲ ପାଣି ପିଆ ଫିଲଟର୍ ଆଉ କୁଲାର୍ ଟିଏ କିଣିବା ଭାବୁଥିଲି ହେଲେ ତାହା ହେଇ ପାରିବନି। ପେନସନ ରେ ସ୍ୱଳ୍ପ ଅର୍ଥ ଖାଦ୍ୟ ପେୟ ଆଉ ଘର ଖର୍ଚ୍ଚାଦି ରେ ଚାଲିଯାଏ। ତା ସହ ଔଷଧ ମଧ୍ୟ ଅଛି। ବାର୍ଦ୍ଧକ୍ୟ ଆଉ ଔଷଧ ର କିଛି ଗହିର ସମ୍ପର୍କ ଅଛି ଯେହେତୁ। ତୁମେ ଅନେକ ଥର ଭିଟାମିନ ନା ଖାଇ ରଖି ମତେ ଦେଖାଇ ଥାଅ ମୋର ଅଛି ଥାଉ। ସବୁ ବୁଝିପାରେ ମୁଁ। ଖୁବ୍ ଆଡମ୍ବର ରେ ଝିଅ ଦୁହିଁଙ୍କୁ ବିବାହ କଲି। ଲୋକ ଆଉ ସମାଜ କୁ ଦେଖି ଯଥେଷ୍ଟ ଜିନିଷ ଦେଲି। ବର୍ଷ ସାରା ପର୍ବ ପୁଆଣି କଲି। ହେଲେ ସମାଜ ଆଉ ତା ନିୟମ ର ବୋଝ ଆଗରେ ମୋ ଭଳି ଗରିବ ଆଉ ଅସହାୟ ବାପା ଟି ଆଜି ହାର ମନିଚି। 

ଆଚମ୍ବିତ ହେଇ ଶୁଣୁଥିଲେ ରମା ଦେବୀ। କହି ଚଳୁଥିଲେ ମୋହନ ବାବୁ। ଝିଅ କୁ ବାପା ଅନେକ ସ୍ନେହ ରେ ବଢାଇ ଥାଏ। ନିଜ ପେଟ ରୁ କାଟି ତା ପାଇଁ ଅନେକ ଜିନିଷ ଖଞ୍ଜାଇଥାଏ। ଝିଅ ସ୍ବାବଲମ୍ବୀ ହେଉ ବୋଲି ପାଠ ପଢାଏ । ହେଲେ ଚାକିରି କରିବା ପାଇଁ କେବେ ବାଧ୍ୟ କରେନି। ହଁ ଏବେ ଅନେକ ଝିଅ ମାନେ ବୁଝିଲେନି ସେଥି ପାଇଁ ହୁଏତ ଅନେକ ପିତା ମାତା ଆଶ୍ବସ୍ତ। ତଥାପି ଅନେକ କ୍ଷେତ୍ର ରେ ହୁଏନି। ଛାଡ଼ ତଥାପି ପିତା ତା ଝିଅ କୁ କିଛି ଭି ବାଧ୍ୟ କରେନି। ଝିଅ ବିବାହ କରି ଚାଲିଯାଏ। ସଂସାର ର ଚାଲିଚଳନ ଆଉ ଶିକ୍ଷା ଅନୁସାରେ ପର ଘରକୁ ନିଜର କରି ନିଏ। ଅନେକ କ୍ଷେତ୍ର ରେ ଶାଶୁ ଘର ଲୋକ ବିଶେଷ କିଛି କୁହନ୍ତି ନାହିଁ ହେଲେ ଝିଅ କୁ ଦେଖେଇବାକୁ ଥାଏ ନିଜର ବଡ଼ିମା । ନିଜ ଦାମୀ ଶାଢ଼ୀ ଆଉ ଅଳଙ୍କାର ର ଗର୍ବ। ତେଣୁ ସେ ଆରମ୍ଭ କରେ ବାପା ଆଗରେ ତାର ଗୁହାରି ଦୁଃଖର ଜଣେଇ ମୁହଁ ଫୁଲେଇ। ଶାଶୁ ଘରେ ଗଞ୍ଜଣା ଦେବେ ଭୟ ଦେଖେଇ। ହାଏ ରେ ହତଭାଗି ଝିଅ ଯେଉଁ ବାପା ନିଜ ପେଟ ରୁ କାଟି ତୁମ କୁ ମଣିଷ କରିଛି ସେ ବାପା ପାଖରେ ଛନ୍ଦ କପଟ। କାଲି ଝିଅ ର ପିଲାଟିଏ ଜନ୍ମ ହୁଏ ଆଉ ଗୋଟିଏ ପିତା ର କର୍ତ୍ତବ୍ୟ ପୁଣି ବଢିଯାଏ। ନାତି ନାତୁଣୀ ପାଇଁ ଭି ଅନେକ ଜିନିଷ ଦରକାର୍ ଥାଏ।କାରଣ ସମାଜ ତାର ତୁଚ୍ଛ ସଂସ୍କୃତି ଆଉ ନିୟମ ନେଇ ପହଞ୍ଚିଯାଏ ବୃଦ୍ଧ ପିତା ର ଅଂଟା ଭାଙ୍ଗିବା ପାଇଁ। କନ୍ୟା ଜନ୍ମ ଆଜିକାଲି ଦୁନିଆ ରେ ବୋଝ ନୁହେଁ, ସମାଜ ର ନିୟମ ଆଉ ଅନ୍ଧବିଶ୍ୱାସ ଆଗରେ ହାର ମାନିଚି ଗରିବ ଆଉ ମଧ୍ୟବିତ୍ତ ଝିଅ ର ପିତା। ଏତିକି ବୋଝ ନେଇ ବୃଦ୍ଧପିତା ମାତା ଜୀବନ ର ଶେଷ ସମୟ କିପରି ହସିବେ ମନଖୋଲା ହସ।


ଏତିକି କହି ଦୀର୍ଘ ନିଃଶ୍ୱାସ ନେଲେ ମୋହନ ବାବୁ। ରମା ଦେବୀ ଙ୍କ ଚକ୍ଷୁ ରୁ ଝରୁଥିଲା ଅଶ୍ରୁ। ମୋହନ ବାବୁ କହିଲେ ବଡ଼ ଝିଅ ଫୋନ କରିଥିଲା ରମା। କହିଲା ମୁହଁ କୁ ଶୁଖେଇ ବାପା ସାବିତ୍ରୀ ପାଇଁ କ'ଣ ପଇସା ପଠେଇବନି ଶାଶୁ ପଚାରୁଥିଲେ। ହଁ ମା, ପଠେଇଦେବି ମୁଁ ,ବ୍ୟସ୍ତ ହେନି। କିଛି ଅଳ୍ପ କଥା ହେଇ କହିଲା ମୁଁ ଆଉ କିଛି ସମୟ ପରେ କଥା ହେବି। ଟିକିଏ କାମ ଅଛି। ହଉ ମୁଁ ଫୋନ ରଖୁଛି। ଏତିକି କହି ଫୋନ ରଖିଲା ବେଳକୁ ଶୁଣିଲି କହୁଥିଲା ସ୍ବାମୀ କୁ ତାର ବାପା ଯୋଉ ପଇସା ଦେବେ ହେଇଯିବ ମ ଆମ ପଇସା ଖର୍ଚ୍ଚ ହେବନି। ବେଶୀ ଶୁଣି ପାରିନଥିଲି ଫୋନ କାଟି ଦେଲି ଆଉ ଶବ୍ଧ ହେଇ ବସି ଯାଇଥିଲି ମୁଁ। ସତରେ ବୃଦ୍ଧ ବାପା ର ପେନସନ ଯଦି ତୁମ ସଂସାରେ ଧନର ବଦ୍ ଖର୍ଚ୍ଚ କୁ ଅଟକେଇ ଦେବ ତାହେଲେ ଶେଷ ନିଶ୍ଵାସ ଯାଏ ଲଢ଼ିବି ମୁ ଗୋଟିଏ ଗୁଣ୍ଡୁଚି ମୂଷା ସମ ରାମାୟଣ ରେ ସେତୁବନ୍ଧ ବନ୍ଧିବାରେ ଅବଦାନ ପରି।। ଆଉ ଏବେତ ପୁଣି ସାନ ଝିଅ ର ଫୋନ ଆସିବା ବାକି ଅଛି।ଗୋଟିଏ ଭାରାକ୍ରାନ୍ତ ହସ ଟିଏ ଦେଉଥିଲେ ମୋହନ ବାବୁ ଆଉ ବାକସୁନ୍ୟ ହୋଇ ବସିରହିଥିଲେ ରମା ଦେବି।


ଆଜି ପୁଣି ଆଉ ଜଣେ ଅସହାୟ ବୃଦ୍ଧ ପିତା ,ମାତା ଦୁହେଁ ସମାଜ ରେ କଳୁଷିତ ପରମ୍ପରା ଆଉ ନିୟମ ର ବୋଝ ନେଇ ଦୁନିଆ ଆଗକୁ ଆସୁଥିଲେ ଗୋଟିଏ ଫିକା ହସ ନେଇ। 



Rate this content
Log in

Similar oriya story from Abstract