STORYMIRROR

Saroj Kumar Jena

Abstract

2  

Saroj Kumar Jena

Abstract

ସ୍ୱାଧୀନତା ସଂଗ୍ରାମୀ ସହୀଦ ଚକ୍ରଧର

ସ୍ୱାଧୀନତା ସଂଗ୍ରାମୀ ସହୀଦ ଚକ୍ରଧର

3 mins
334

ବାଲ୍ୟ କାଳରୁ ମୁଁ ଦେଖି ଆସୁଅଛି ଇତିହାସ ର ସେହି ମୁଖ ସାକ୍ଷୀ ହୋଇ ଦଣ୍ଡାୟ ମାନ ଚକ୍ର ଧର ଜେନା ଙ୍କ ସ୍ମୃତି ସ୍ତମ୍ଵ । ଯେବେ ମୁଁ ମୋ ଯୌବନ ଅବସ୍ଥା ରେ ପାଦ ଥାପିଲି । ସେତେବେଳେ ଜାଣିବାକୁ ପାଇଥିଲି । ସେ ମୋ ବଂଶଜ ତଥା ଆମ ନରସିଂହପୁର ଗଡ଼ଜାତ ଅଞ୍ଚଳର ଏକ ମହାନ ସ୍ଵାଧୀନତା ସଂଗ୍ରାମୀ ଥିଲେ ।

କଟକ ଜିଲ୍ଲା ର ଉପାନ୍ତ ଇଲାକା ତଥା ନରସିଂହପୁର ବ୍ଲକ ଅନ୍ତର୍ଗତ, ବାଲିଝରୀ ଗ୍ରାମ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମରେ ୧୯୦୨ ମସିହାରେ, ଶହୀଦ୍ ଚକ୍ରଧର ଜେନା ଜନ୍ମ ଗ୍ରହଣ କରିଥିଲେ । ପିତା ଶତୁରା ଜେନା, ମାତା ମରୁଆ ଜେନାଙ୍କ ଔରଷ ରୁ ଜନ୍ମିଥିଲେ ଶହୀଦ୍ ଜେନା, ବାଲ୍ୟ କାଳରୁ ତୁଳସୀ ଦୁଇପତ୍ରରୁ ବାସିଲା ଭଳି ସେ ବାସି ଉଠିଥିଲେ । ଯେତେବେଳେ ସେ ଯୁବକ ଅବସ୍ଥାରେ ପାଦ ଥାପିଥିଲେ, ସେ ସେହି ସମୟ ରୁ ଇଂଗ୍ରେଜ୍ ବିରୋଧୀ ପାଇକ ବିଦ୍ରୋହ ସ୍ୱର ତାଙ୍କ କର୍ଣ୍ଣ ରେ ବାଜିଥିଲା । ସେ ସେଥିରେ ଅନୁପ୍ରାଣିତ ହୋଇ ଆଗେଇ ଚାଲିଲେ । ଏହା ମଧ୍ୟରେ ଖୁବ ସ୍ୱଳ୍ପ ବୟସରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତାଙ୍କର ୨ଟି ପୁଅ, ୩ଟି ଝିଅ ହୋଇଥିଲା । ବଡ଼ପୁଅ ବୁଦ୍ଧିମାନ ଜେନା ଯିଏକି ଇହଧାମରେ ନାହାନ୍ତି, ସାନପୁଅ ଗୋପାଳ ଜେନା ଆଜିଵି ଜୀବିତ ଅଛନ୍ତି, ଚକ୍ରଧର ଜେନା ୩ଟି ଝିଅ ମଧ୍ୟରୁ ବଡ଼ଝିଅ ସୋଇ ଜେନା, ମଧ୍ୟମ ଝିଅ ଫୁଲ ଜେନା ଓ ସାନଝିଅ ଚାରି ଜେନା ସମସ୍ତେ ବିବାହିତ । ସାନ ପୁଅ ଗୋପାଳ ଜେନାଙ୍କର, ପରିବାର ଭାରି ଅଭାଵ ଅନାଟନରେ ଚଳୁଛନ୍ତି । ମୁଁ ଚକ୍ରଧର ଜେନାଙ୍କ ବଡ଼ ନାତି ତଥା କୈଳାସ ଜେନା (ମିଛୁ) ଭାଇଙ୍କୁ ସବୁ ପଚାରି ବୁଝିଥିଲି, ସେ ଜଣେ ଆମ ଅଞ୍ଚଳର ଜଣେ ଦକ୍ଷ କ୍ରୀଡ଼ାବିତ, ତାଙ୍କ ପାଇଁ କିଛି ପ୍ରୋତ୍ସାହନ ସରକାର କରିନାହାଁନ୍ତି । ମଝିଆ ନାତି ବିରଂଚି ଜେନା, ସାନ ନାତି ସମୀର ଜେନା ସମସ୍ତେ ଦିନ ମଜୁରିଆ ଖଟି ପରିବାର ଭରଣ ପୋଷଣ କରନ୍ତି । ଏମାନଙ୍କ ପ୍ରତି ସରକାର ଆଜିଵି କୌଣସି ଆଖିଦୃଷ୍ଟିଆ ପଦକ୍ଷପ ନେଇନାହିଁ।ନ୍ତି କି ସାହାଯ୍ୟର ହାତ ବଢ଼ାଇ ନାହାନ୍ତି ।

ଏବେ କହୁଛି ସେହି ବୀର ପୁରୁଷ ଙ୍କ ବିଷୟରେ କିଛି । ମୋ ଜେଜେ ବାପାଙ୍କ କହିବା ମୁତାବକ ଶ୍ରୀ ଶେଷଦେଵ ଜେନା, ଯେହେତୁ ଚକ୍ରଧର ଜେନା ଆମ ବଂଶଜ ଥିଲେ ତାଙ୍କୁ ମୋ ଜେଜେ ଭଲରେ ତାଙ୍କ ଉପରେ ଜାଣିଥିଲେ । ମୋ ଜେଜେ ଙ୍କୁ ଯେତେ ବେଳେ ୧୪ବର୍ଷ ହୋଇଥିଲା, ସେ ସେତେ ବେଳେ ଦେଖିଥିଲେ ଚକ୍ରଧର ଜେନା ବ୍ରିଟିସ୍ ବିରୋଧୀ ସ୍ଲୋଗାନ ଦେଉଥିଲେ । ଇଂଗ୍ରେଜ୍ ଙ୍କ ବିରୋଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ । ଆଜି ଯାହାଙ୍କ ଯୋଗୁ ଭାରତ ସ୍ଵାଧୀନତା, ଆମେ ଦିନ ଦ୍ୱିପ୍ରହରେ ମଥା ଟେକି ଚାଲି ପାରୁଛେ, ସେମାନଙ୍କ ଜୀବନକୁ ଜଳାଞ୍ଜଳି ଦେଇ ଆମକୁ ସ୍ଵାଧୀନ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ଆମ ନରସିଂପୁର୍ ଗଡ଼ଜାତ ଅଞ୍ଚଳର ବୀର ଶହିଦ୍ ଚକ୍ରଧର ଅନ୍ୟତମ ସେ ଆମ ବାଲିଝରୀର ଶ୍ୟାମସୁନ୍ଦରପୁର ପାଈଁ ଗୌରବ ।

ପାଇକ ବିଦ୍ରୋହରେ ଅନୁପ୍ରାଣିତ ହୋଇ ବ୍ରିଟିସ୍ ମାନଙ୍କୁ ନରସିଂହପୁର ଗଡଜାତ ମଧ୍ୟକୁ ପ୍ରବେଶ କରାଇ ଦେଇନଥିଲେ । ବ୍ରିଟିସ୍ ମାନେ ଚାଲ ଖେଳାଇ ଥିଲେ ବହୁବାର ଚକ୍ରଧରଙ୍କୁ ଧରିବା ପାଈଁ, କିନ୍ତୁ ତାଙ୍କ ଚାଲ ଅସଫଳ ହେଉଥିଲା ସର୍ବଦା । ଶହୀଦ୍ ଚକ୍ରଧରଙ୍କ ବନ୍ଧୁ ଥିଲେ ନୀଳା ବାରିକ, ଅମିନ ଜେନା, ମଥୁରା ନାୟକ, ମଣି ନାୟକ ଓ ତାଙ୍କର ପ୍ରିୟ ବନ୍ଧୁ ଥିଲେ କଳାମାଟିଆ ଗ୍ରାମର ପଙ୍କଜ ସ୍ୱାଇଁ । ଏମାନେ ମହାନଦୀ ର ପାଦ ଦେଶରେ ପାଇକ ଆଖଡ଼ା, ଶିଖୁଥିଲେ ମାଆ ଚକ୍ରଦେଇ ପୀଠରେ ସୁମରଣା କରି ରାତ୍ର ସମୟରେ ଲଣ୍ଠନ ଲଗାଇ ଇଂଗ୍ରେଜ୍ ବିରୋଧୀ ରଣ ନୀତି ପ୍ରସ୍ତୁତ କରୁଥିଲେ ।

୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଭାରତ ସ୍ଵାଧୀନ ହେଲା ସତ, କିନ୍ତୁ ସମ୍ପୂର୍ଣ୍ଣ ଇଂଗ୍ରେଜ୍ ମାନେ ଭାରତ ଛାଡ଼ି ଯାଇନଥିଲେ । ଏହା ମଧ୍ୟ ଆମ ଗଡ଼ଜାତରେ ଵି ଦେଖିବାକୁ ମିଳିଥିଲା । ହଠାତ ଦିନେ ନରସିଂହପୁର ଗଡ଼ ଜାତରୁ ଧନ ସମ୍ପତି ଲୁଣ୍ଠନ କରିବା ନିମନ୍ତେ ୧୯୪୭ ମସିହା ନଭେମ୍ବର ୩ ତାରିଖ ରାତିରେ ବଡ଼ମ୍ବା ଗଡ଼ ପଟୁ ଚକ୍ରଧର ଜେନାଙ୍କୁ ଆକ୍ରମଣର ସୁଚନା ମିଳିଥିଲା । ଏହାକୁ ପାଥେୟ କରି ଶହୀଦ୍ ଜେନା ବାହାରି ପଡ଼ିଥିଲେ ନିଜର ବନ୍ଧୁ ମାନଙ୍କ ସହିତ ବିଶାଳ ପାଇକ ବୀରମାନଙ୍କୁ ପଟୁଆରରେ ଧରି ଏଵଂ ତୁରନ୍ତ ବଡ଼ମ୍ବା ଗଡ଼ର ରତାପାଟ ଗ୍ରାମରେ ହଡୁଆ କୂଳରେ ଏକ ସେତୁ ସଂଯୋଗ କରୁଥାଏ ନରସିଂପୁର୍ ଗଡ଼କୁ ଆସିବା ପାଈଁ । ତୁରନ୍ତ ସେହି ପୋଲକୁ ଭାଙ୍ଗି ଦେଇଥିଲେ ପାଇକ ବୀର ମାନେ । କିଛି ସମୟ ପରେ ଇଂଗ୍ରେଜ୍ ମାନେ ତାଙ୍କର ଅସ୍ତ୍ରଶସ୍ତ୍ର ସହ ପହଞ୍ଚିଥିଲେ ଏଵଂ କହିଥିଲେ, ପାଖେଇ ଯିବାପାଈଁ, କିନ୍ତୁ କେହି ଛାଡ଼ି ଦେଇ ନଥିଲେ, ସେଠୁ ବାଧ୍ୟ ହୋଇ ବ୍ରିଟିସ୍ ମାନେ ଗୁଳି ଚଳାଇ ଥିଲେ, ଏଥିରେ କିଛି ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ କିଛି ଆହତ ମଧ୍ୟ ହୋଇଥିଲେ, କିନ୍ତୁ ବ୍ରିଟିସ୍ ମାନଙ୍କୁ ଛାଡ଼ିଦେଲେ ନାହିଁ । ଶେଷରେ ଇଂଗ୍ରେଜ୍ ଗୁଳି ଚକ୍ରଧର ଜେନାଙ୍କ ଛାତିରେ ବିଦ୍ଧ ହୋଇଥିଲା ଏଵଂ ସେ ସବୁ ଦିନପାଈଁ ଭାରତ ମାତାକୁ ସ୍ଵାଧୀନ ଦେବା ପାଈଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ହାଡୁଆ କୂଳ ରକ୍ତରଞ୍ଜିତ ହୋଇ ଉଠିଥିଲା ସେଦିନ ।

ସେଦିନ ଥିଲା ୧୯୪୭ ମସିହା ନଭେମ୍ବର ମାସ ୪ ତାରିଖ ଯାହା ବାଲିଝରୀର ଶ୍ୟାମସୁନ୍ଦରପୁର ସାରା ନରସିଂହପୁର ଗଡଜାତ ତଥା ସାରା ଓଡିଶା ଏଵଂ ଭାରତ ପାଈଁ ଇତିହାସ ରଚିଥିଲେ । ତାଙ୍କୁ ସେହିଦିନ ଆମ ବାଲିଝରୀ ମଦନ ଗୋପାଳ ଉଚ୍ଚବିଦ୍ୟାଳୟ ତଥା ଡାକବଙ୍ଗଳା ପ୍ରାଙ୍ଗଣରେ ତାଙ୍କର ସ୍ମୃତିସଭା କରାଯାଏ । ତାଙ୍କର ସ୍ମୃତି ଉଦେଶ୍ୟରେ ବାଲିଝରୀ ବସଷ୍ଟାଣ୍ଡରେ ଏକ ସ୍ମୃତି ସ୍ତମ୍ଵ କରାଯାଇଛି । କିନ୍ତୁ ଦୁଃଖର କଥା, ତାଙ୍କର ପ୍ରତିମୂର୍ତ୍ତିଟିଏ ଆଜିଯାଏ ହୋଇ ପାରିଲା ନାହିଁ । ତାଙ୍କ ପରିବାର ପାଈଁ କିଛି ସାହାଯ୍ୟ ମିଳିପାରିଲା ନାହିଁ ।

ପରିଶେଷ ରେ ଏତିକି ସରକାର ଙ୍କୁ ମୁଁ ଅନୁରୋଧ କରୁଛି, ତାଙ୍କ ଜନ୍ମ ବାର୍ଷିକରେ କିଛି ସାସ୍କୃତିକ କାର୍ଯ୍ୟକ୍ରମ କରାଯାଉ, ତାଙ୍କ ପରିବାର ପାଇଁ ସାହାଯ୍ୟର ହାତ ଵଢ଼।ଯାଉ । ......ଜୟହିନ୍ଦ । 


Rate this content
Log in

Similar oriya story from Abstract