STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ରଥ ଦଉଡି ଧରିଥା ଭିଡି

ରଥ ଦଉଡି ଧରିଥା ଭିଡି

7 mins
10

 
    ପ୍ରାକୃତିକ ପରିବେଶ ଦୃଷ୍ଟିରୁ ଗାଁ ଟି ଖୁବ ସୁନ୍ଦର. ଏପଟେ କଇଁ ପୋଖରୀକୁ ସେପଟେ ପଦ୍ମପୋଖରୀ. ବୟସ୍କ ଲୋକମାନେ କହନ୍ତି ଆମ ଗାଁ ପରି ଏ ଖଣ୍ଡ ମଣ୍ଡଳରେ ଗାଁ ଖଣ୍ଡେ ପାଇବନି. ଏଠିକା ଗଛର ଛାଇରେ ଶୁଭେ ଶ୍ରୀକୃଷ୍ଣଙ୍କ ବଂଶୀର ମୂର୍ଚ୍ଛନା. ଆମ ଗାଁ ଲୋକଙ୍କ ଭିତରେ ଭାଇଚାରା ସୁସ୍ପଷ୍ଟ. ଝିଅ ବୋହୁ ଆମର ସତୀ ସାବିତ୍ରୀ. ଯୁବକଗୋଷ୍ଠୀଙ୍କ ଯୋଗୁଁ କଇଁ ଫୁଟୁଥିବା କଇଁ ଗଡିଆ ଓ ପଦ୍ମ ଫୁଟୁଥିବା ପଦ୍ମ ଗଡିଆରେ କାଚକେନ୍ଦୁ ପରି ନିର୍ମଳ ଜଳ ଆଉ ଟୁଙ୍ଗୀ ଘରୁ ଶୁଭେ ଓଁ ଧ୍ୱନି ସହିତ ଗୀତା ଭାଗବତର ଝଙ୍କାର. ଦ୍ୱାରେ ଦ୍ୱାରେ ପୁର୍ଣ୍ଣକୁମ୍ଭ ଓ ତା ଚାରିପଟେ ରଙ୍ଗୋଲି ସୂଚେଇ ଦିଏ ସୁଚି ଓ ପବିତ୍ରତା. ତା ଭିତରେ ପବିତ୍ରା, ଡାକ ନାମ ଫୁଲ ପାଠ ପଢିବାକୁ ସହରକୁ ଯାଇ ନିଖୋଜ ହେଇଯିବା ଯେତିକି ଉଦ୍ଦୀପନା ଭରିଦେଇ ନଥିଲା ତାଠୁ ବଳି ତାଳ ବଣ ଭିତରେ ପଡି ରହିଥିବା ନାହି ନାଡ଼ ଲାଗିଥିବା ସଦ୍ୟ ଜନ୍ମିତ କନ୍ୟାଟିକୁ ପଦ୍ମ ପତ୍ର ଉପରେ କିଏ ରଖିଦେଇ ଯିବା ଥିଲା ଅଧିକ ଉଦ୍ଦୀପନାର ବିଷୟ. ଟୋକାମାନେ କଇଁ ଗଡିଆ ଓ ପଦ୍ମ ଗଡିଆ ଜଳକୁ ଦିଫାଳ କରି କିଛି ସନ୍ଧାନ କରୁଥିଲେ ତ ବୁଢା ବୁଢ଼ୀ ମାନେ ଝିଅ ବୋହୁଙ୍କୁ ଆକଟି ପକାଉଥିଲେ ଓ କହୁଥିଲେ ଆମ ଗାଁକୁ ଆସି ଅବୈଧ ସନ୍ତାନ ରଖି ଯିବା ଭଳି ସାହାସ କିଏ କରିପାରେ!ରାତି ସାରା ନେପାଳି ପୋଲିସର ହୁଇସିଲ ଶୁଣି ଚୋର ତ ଚୋର ଯମ ବି ପଶିବେନି ଏ ଗାଁରେ.
    ନ୍ୟାୟ ନିଶାପ ପାଇଁ ମୁରବୀମାନେ ସରପଞ୍ଚଙ୍କ ଦୁଆରେ ଉପସ୍ଥିତ ହେଲା ପରେ ସେ ଯେମିତି ସବୁ ପ୍ରଶ୍ନର ଉତ୍ତର ଖଞ୍ଜି ରଖିଥିଲେ ତ ଆଗ ମାଧବ ନାହାକକୁ ତା ଝିଅ କଥା ପଚାରି ବସିଲେ. ଚମକି ପଡିଲା ମାଧବ, ଏଯାଏଁ ସେ ଝିଅକୁ ପାଉନି ବୋଲି କାହାକୁ କହିନି ଯଦିଓ ମାଆ କମଳୀ ଢେର ରାତି ଯାଏଁ କାନ୍ଦେ ତୁନି ତୁନି. ଯଦି ସରପଞ୍ଚ କଥାଟା ଜାଣିଲେଣି ତେବେ ଖୋଲି ଦେଲା ମାଧବ. କହିଲା ବାବୁ ଆମେ ମୁରୁଖ ଦି ପ୍ରାଣୀଙ୍କର ସେଇ ଏକମାତ୍ର ଶଙ୍ଖାଳି ଆପଣଙ୍କ ପୁଅ କି ଗୁଣ ଦେଖିଲେ ମୋ ଝିଅ ପାଖେ କହିଲେ ପଢୁ ସେ ସହରରେ. ତା ଭଳି ଝିଅର ଭବିଷ୍ୟତ ଉଜ୍ଜ୍ଵଳ ହେବାର ସମ୍ଭାବନା ଅଧିକ. ସରପଞ୍ଚ ମାଧବ କଥା ଛଡେଇ କହିଲେ ଆରେ ସେ କଥା ଠିକ ଯେ ହେଲେ ଆଜିକାଲି ଝିଅମାନେ ଏ ଡିଜିଟାଲ ପ୍ରେମରେ ପଡି ଦେଖୁନୁ ଦେଶଦ୍ରୋହ ଭଳି କାମ ଗୁଡା କରିପକାଉଛନ୍ତି ଆଉ ତୋ ଝିଅ ସେମିତି କୋଉଥିରେ ଫସି ଯାଇନଥିବ ବୋଲି କିଏ କହିବ. ଟିକେ ପାଠ ଶାଠ ପଢିଲେ ଆଖି ଫିଟିବ ବୋଲି ଦିବାସ୍ବପ୍ନ ଦେଖି ନିଜ ଅସ୍ତିତ୍ୱ, ପରମ୍ପରା, ଗାଁ ମାଟି, ବଡ଼ ସାନ ଓ ପିତା ମାତାଙ୍କ ସମ୍ମାନ ଭୁଲିଯାଉଛନ୍ତି ଏ ଗାଁ ଝିଅଗୁଡା. ହଉ କାନକୁ ଦିକାନ ନକରି ପଡ଼ିଥିବା ଝିଅଟାକୁ କୋଳକୁ ନେଇ କମଳୀ କୋଳକୁ ଟେକିଦେ. ଦିନ କେଇଟାରେ ସେ ପରା ତୋ ଝିଅ ଫୁଲ ରୂପରେ ଉଭା ହେବ. ସମସ୍ତେ ଧନ୍ୟ ଧନ୍ୟ କଲେ ସରପଞ୍ଚଙ୍କୁ. କି ସୁନ୍ଦର ବୁଝାମଣା.ମାଧବ ଆମରି ଭାଇ ହୋଇ ସବୁ ଲୁଚାଇଥିଲା ହେଲେ ସରପଞ୍ଚ ବାବୁଙ୍କ ଉଦାରତା ଗାଁର କେଡେ ବଡ଼ ଉଦ୍ଦୀପନାକୁ ବାଏ ବାଏ ଉଡାଇଦେଲା. ସରପଞ୍ଚ ବାବୁ ତୁମର ଯଶ ରହୁ.
    ମାଧବ ଦୌଡ଼ିଥିଲା ତାଳତୋଟା ମାଳ ଭିତରକୁ. ତା ପୂର୍ବରୁ ସରପଞ୍ଚଙ୍କ ପୁଅ ଅଶୋକ ସେଇଠି ପହଁଞ୍ଚି ପଡ଼ିରହିଥିବା  ଓ ଜୀଵନ ଥିବା ଝିଅଟିକୁ କୋଳକୁ ନେଇ ଅପଲକ ଆଖିରେ କଣ ଦେଖୁଥିଲେ କେଜାଣି ମାଧବ ହାତକୁ ଟେକି ଦେଇ କହୁଥିଲେ ପୁରା ଫୁଲର ପିଲାଦିନ ତ. ମାଧବ ପଛରେ ଥିବା ଗାଁ ଲୋକ ସରପଞ୍ଚଙ୍କ ସହିତ ସରପଞ୍ଚଙ୍କ ପଢୁଆ ପୁଅର ଜିନ୍ଦାବାଦରେ ରୋଳ କଲାବେଳେ କମଳୀ, ଝିଅକୁ କୋଳକୁ ନେଇ ଝିଅ ଅଣ୍ଟାରେ ବନ୍ଧା ହୋଇଥିବା କାଗଜ ଫିଟେଇ ଦେଖୁଥିଲା.ଫୁଲ ସହ ସରପଞ୍ଚବାବୁଙ୍କ ପୁଅ ଅଶୋକ ଓ ଜଣେ ଡାକ୍ତରଙ୍କ ଫୋଟୋ. ତା ତଳକୁ କେତେ କଣ ଲେଖା ପଢିନପାରି କମଳୀ କହୁଥିଲା ଦେଖିଲ ଦେଖିଲ କଣ ଲେଖା ହୋଇଛି. ଦେଖି କହି ଅଶୋକ ହାତେଇ ନେଇଥିଲା କାଗଜ ଖଣ୍ଡକୁ ତ ଲୋକଙ୍କ ନାରାରେ କମଳୀ ଓ ମଦନାଙ୍କ ପ୍ରଶ୍ନର ଉତ୍ତର ଉଦ୍ଦୀପନା ହୋଇ ଛାତି ଚିରି କରତି କରି ପକାଉଥିଲା ବାପା ମାଆ ଦିଟାଙ୍କର.ଝିଅ କୋଳରୁ କୂଳ ପ୍ରଦୀପ ହୋଇ ବଢୁଥିଲା ଆଶାବାଡି ସାଜି ଓ ପୁଅ କଢେଇ ଝିଅ ଭାଇ ଆଣିଥିଲା ତା ତଳକୁ.ମାଆ କମଳୀ କିନ୍ତୁ ଚାଲିଗଲେ ଆପାରକୁ.
         ଆଜି ରାସ୍ତାରେ ଏକୁଟିଆ ଚାଲୁଥିଲା ଝିଅଟି. ତାକୁ ଅନେକ ଦୂର ଅତିକ୍ରମ କରିବାର ଥିଲା ତ କିଛି ବାଟ ପଛକୁ କିଛି ବାଟ ଆଗକୁ ଥିବା ଭିତରେ ଅର୍ଥାତ ମଝି ରାସ୍ତାରେ ଝିଅଟିକୁ ଲାଗିଲା କେହି ତାକୁ ଅନୁସରଣ କରୁଛି ତ ଝିଅଟି ସାହାସୀ ଥିବାରୁ ଭୂତ ପ୍ରେତ ଭୟ ଛାଡି ପଛକୁ ଚାହିଁ ଚମକି ପଡିଲା କାରଣ ପଛରେ ତିନି ଜଣ ଯୁବକ ତାକୁ ଅନୁସରଣ କରୁଥିଲେ. ଝିଅଟି ଡରିଯିବା ପୂର୍ବରୁ ସେ ତିନି ଯୁବକ ପଛପଟକୁ ବୁଲି ପଡି ଆଗକୁ ଅର୍ଥାତ ଝିଅଟିର ବିପରୀତ ଦିଗରେ ଚାଲିବାକୁ ଲାଗିଥିଲେ . ଆଭା ଏଥର ଡରି ଯାଇଥିଲା ତ ସତର୍କରେ ଆଗକୁ ବଢୁ ବଢୁ ପଛକୁ ବୁଲି ଚାହିଁ ଦେଖିଥିଲା ସେ ତିନି ଯୁବକ ପୁଣି ସେମିତି ଆଗକୁ ବଢୁଥିଲେ ତ ଝିଅଟି ଏଥର ଜୋର ଜୋର ଚାଲିବା ଭିତରେ ଭାଇ ସମ୍ବୋଧନ କରି ଫୋନ କରି ନିଜ ଅସୁବିଧା କଥା ସବୁ ଜଣେଇଥିଲା କାରଣ ସେତେବେଳକୁ ସନ୍ଧ୍ୟା ଯାଇ ଅନ୍ଧାର ଆସିସାରିଥିଲା ଓ ଘର ତଥାପି ଦୂର ଥିବା ବେଳେ ରାସ୍ତା ଥିଲା ନିଛାଟିଆ.
    ଝିଅଟି ଆଭା ଭାବୁଥିଲା ଭାଇକୁ ତାର ଜ୍ୱର ବୋଲି ସେ ତା ନିଜ ସହରରୁ ଟିକେ ଦୂର ନିଛାଟିଆ ଜାଗାରେ ଥିବା ଜଗନ୍ନାଥ ମନ୍ଦିରକୁ ଭାଇର ଶୀଘ୍ର ଜ୍ୱର ଭଲ ହୋଇଯିବା କାମନା କରି ଆସୁ ଆସୁ ତିନି ରଥ ନିର୍ମାଣର କାରିଗରୀ କୌଶଳ ସନ୍ଦର୍ଶନ ସହ ନବଯୌବନ ଦର୍ଶନ ପାଇଁ ଧାଡ଼ିରେ ଯାଇ ଓ ଭାଇ ପାଇଁ ଫୁଲ ଚଢେଇ, ନଡ଼ିଆ ଭାଙ୍ଗି ଭୋଗ କରି ଫେରୁ ଫେରୁ ସନ୍ଧ୍ୟା ହୋଇଯାଇଥିଲା. ଭାଇର ସେବା ପାଇଁ ବାପା ବ୍ୟସ୍ତତା ଭିତରେ ଥିବେ ତେଣୁ ତାଙ୍କୁ ଫୋନ ନକରି ନିଜର ଜଣେ ଝିଅ ସାଙ୍ଗଙ୍କୁ ଭାଇ ସମ୍ବୋଧନ କରି ଚୁମ୍ବକରେ ସବୁକଥା ଜଣେଇ ଦେବା ପରେ ସେହି ସାଙ୍ଗର ଭାଇ ବାଇକ ଧରି ଆଭା ପାଖରେ ପହଁଞ୍ଚିଯିବା ପରେ, ବହୁ ଦିନରୁ ଆଭା ପ୍ରତି ତା ମନରେ ଥିବା ପ୍ରେମ ଭାବନାକୁ ବ୍ୟକ୍ତ କରିବା ଦ୍ୱାରା ଦୁହିଁଙ୍କ ଭିତରେ କଥା କଟାକଟି ହେବା ଦେଖି ସେହି ତିନିଜଣ ଯୁବକ ଆସି ଅରୁଣର କଲର ଧରି ତାକୁ ତୁମେ ଏ ଝିଅର କଣ ପ୍ରକୃତରେ ଭାଇ ବୋଲି ପଚାରିବା ସହ ଆଭାକୁ ଏକୁଟିଆ ରାସ୍ତାରେ ଯାଉଥିବାରୁ ତାକୁ କାଳେ କୌଣସି ବିପଦର ସାମ୍ନା କରିବାକୁ ପଡିପାରେ ଆଶଙ୍କାରେ ଆମେ ତାଙ୍କ ପଛେ ପଛେ ସୁରକ୍ଷା ଦେଇ ଚାଲିବା ଭିତରେ ସେ ଭାଇଙ୍କୁ ଫୋନ କରିବା ଶୁଣିଛୁ କିନ୍ତୁ ତୁମେ ତ ତା ଭାଇ ପରି ମୋଟେ ଲାଗୁନ କହି ଅରୁଣକୁ କାବୁ କରିନେଇ ଝିଅଟିକୁ ନିର୍ଭୟରେ ଘରକୁ ଯିବାକୁ କହିଥିଲେ. ଘରେ ପହଁଞ୍ଚି ଆଭା ଦେଖିଥିଲା ଭାଇ ସୁସ୍ଥ ହୋଇ ବାପାଙ୍କ ସଙ୍ଗେ ଘରକୁ ଫେରି ଆସିଥିବା ଦେଖି ଖୁବ ଖୁସି ହୋଇଯାଇଥିଲା କିନ୍ତୁ ଏବର୍ଷ ରଥଯାତ୍ରାରେ ସେ ସେହି ତିନିଜଣଙ୍କୁ ଖୁବ ଖୋଜୁଥିଲା ଭିଡ଼ ଭିତରେ. ବାପା ଭାଇର ସିକଲ ସେଲ ରୋଗରୁ ଜ୍ୱର ମୁକ୍ତ ହେବାପାଇଁ ରଥାରୁଢ଼ ଠାକୁରଙ୍କୁ ଦର୍ଶନ କଲାବେଳେ ଝିଅ ଆଭା କାହାକୁ ଖୋଜୁଛି ପଚାରି ସବୁ ଶୁଣିଲା ପରେ କହିଥିଲେ ସେ ତିନିହେଁ ତ ରଥଉପରେ  ମାଆ ଆଉ ପଥରେ ତତେ ସେହି ତିନିହେଁ ହିଁ ରକ୍ଷା କରିଛନ୍ତି.ସେଇ ଭାଗ୍ୟବିଧାତା ତୋ ପାଇଁ ଭଲ ବର ଓ ଘର ଠିକ କରିଦେବା ସହ ତୋ ଭାଇକୁ ଭଲ କରିଦେଇଛନ୍ତି. ଏହା ପରେ ବାପା ନିଜେ ଅରୁଣ ସହ ବିବାହ ପ୍ରସ୍ତାବ ଭାଙ୍ଗି ନିଜ ମନୋନୀତ ପୁଅ ସହ ଝିଅର ବିବାହ ସାରିଥିଲେ. ଆଭା ଏଯାଏଁ ସେଦିନ ଏକୁଟିଆ ରାସ୍ତାର ସେ ଅନୁଭୂତିକୁ ନେଇ କାହାଣୀଟିଏ ଲେଖିବାକୁ ଭାବି ଲେଖିପାରିନଥିଲା ବେଳେ ତାର ବିବାହ ହୋଇ ଯାଇଥିଲା କିନ୍ତୁ ପିଲାଟିଏ ତା କୋଳକୁ ଆସିନଥିଲା ଏଯାଏଁ.
     ସେଦିନ ଅନ୍ଧାର ଭିତରେ ବି ରାସ୍ତାରେ ଗୋଟେ ଚମକ ଅପେକ୍ଷା କରିଥିଲା ଆଭାଙ୍କ ପାଇଁ. ସେ ଚମକର ଝଲକରେ ସ୍ୱାମୀ ବିଶ୍ୱ ଆଗକୁ ବଢିବା ପୂର୍ବରୁ ତାଙ୍କ ନିଜ ବାଇକ ଅଟକି ଯାଇଥିଲା. ପଛରେ ବସିଥିବା ସ୍ତ୍ରୀ ଆଭା ବି ଚମକି ଉଠିଲେ. ରାସ୍ତାର ଅନ୍ଧାର ଚିରି ମୃତା ବାୟାଣୀମାଆ କୋଳରୁ ଜୀବିତ କନ୍ୟାକୁ ଉଠେଇ ଆଣିଲେ କୋଳକୁ. ବାୟାଣୀର ଶବ ସତ୍କାର ଓ ଶୁଦ୍ଧି ଘର ମଧ୍ୟ କରାଇଲେ.ଝିଅର ନାଁ ଦେଲେ ଶ୍ରଦ୍ଧା . ଦିନକୁ ଦିନ ଉଦିଆ ଶରଗଶଶୀ ପରି ବଢୁଥିଲା ଶ୍ରଦ୍ଧା . ଆଜି ପହିଲି ରଜରେ ତିନିବର୍ଷର ଝିଅ ଶ୍ରଦ୍ଧାକୁ ଚନ୍ଦନ ପାଟି କରୁ କରୁ ଚମକି ପଡିଲେ ଆଭା. ଝିଅର ନାକ ଆଖି, ଓଠ, ଭ୍ରୂଲତା ସବୁ ବିଶ୍ବଙ୍କ ପରି ଥିଲା. ମନରେ ଉଠିଥିବା ଚମକ ଛାତିରେ ଛନକା ହୋଇ ମନେ ପକାଇ ଦେଉଥିଲା ସେସବୁ ଦିନର କଥା. ଶାଶୁଙ୍କ ଏକାଜିଦ ପୁଅ ହେଉ ଅବା ଝିଅ ତାଙ୍କର ଏ ସଂସାରକୁ ସନ୍ତାନଟିଏ ଆସିବା ଦରକାର. ଚାହିଁ ଚାହିଁ ଦଶ ବର୍ଷ ଅତିକ୍ରମ କଲାଣି ଏ ଭିତରେ ବିଶ୍ୱ ଓ ଆଭାଙ୍କ ବାହାଘରକୁ . ତେଣୁ ଶାଶୁମାଆଙ୍କ ଆଦେଶରେ ସେଦିନ ଅନେକ ଝିଅଙ୍କର ଫଟୋ ଭିତରୁ କାହାକୁ ପସନ୍ଦ କରିବାକୁ ଏକା ଜିଦ କରୁଥିଲେ ଆଭା ତ ସ୍ୱାମୀ ବିଶ୍ୱ କହିଥିଲେ ମୋର ତ ତମେ ହିଁ ସବୁଠାରୁ ବଡ଼ ସନ୍ତାନ ଆଉ ତମେ ବି ଜାଣ ସନ୍ତାନ ନହେବା କାରଣ ହିଁ ମୋ ଆଡ଼େ ତେବେ ସବୁ ଜାଣିଶୁଣି ମାଆ କଥାରେ ମତେ ବାଧ୍ୟ କରୁଛ ଯେ କଣ ତୁମେ ଏଘରକୁ ସଉତୁଣୀ ଆଣି ବେଶି ଖୁସି ହେବ ନା କଣ!ସେହିଦିନ ହିଁ ସ୍ୱାମୀ ସ୍ତ୍ରୀ ଯାଇଥିଲେ ରଜ ଡାକରାରେ ଶଶୁର ଘରକୁ ବାପାଙ୍କ ପାଖକୁ. ଖିଆପିଆ ଓ ମଉଜ ମସ୍ତି ଭିତରେ ସେଦିନ ଅନ୍ଧାରରେ ଫେରୁଥିବା ବେଳେ ଗାଁ ପାଖାପାଖି ରାସ୍ତା ପାର୍ଶ୍ୱରୁ କୁଆଁ କୁଆଁ କାନ୍ଦର ଚମକ ଓ ଝିଅକୁ ମୃତ ପାଗେଳୀମାଆ କୋଳରୁ ଉଠେଇ ଆଣିବା, ଏସବୁ ଯେତିତି ଅବୋଧ ଲାଗିଲା ସେତିକି ଐଶ୍ୱର୍ଗିକ ମଧ୍ୟ ଲାଗିଥିଲା. ସେହି କନ୍ୟା ଆଜି ତାଙ୍କ ପରିପୂର୍ଣ୍ଣ ସଂସାରର ଏକମାତ୍ର ସମ୍ବଳ ହୋଇଥିଲା ବେଳେ ରଜ ସଂକ୍ରାନ୍ତି ଦିନ ତା ମୁଣ୍ଡରୁ ଲିଭି ଲିଭି ଆସୁଥିବା ଚନ୍ଦନକୁ ଆଉଥରେ ଚମକ ଦେବାକୁ ଯାଇ ଝିଅର ଆଖି, ଭ୍ରୂଲତା, ନାକ, ଓଠ ତଥା ପାଟି ଦେଖି ଏମିତି ଚମକ ଖୋଜୁ ଖୋଜୁ ଆଭା ଅଚେତ ହେଲେ, ମୁଣ୍ଡ କଣ ହୋଇ ବାନ୍ତି କରିପକେଇଲେ କିନ୍ତୁ ଡାକ୍ତର ଯେବେ କହିଲେ ଆଭା ଗର୍ଭବତୀ ହେବାକୁ ଯାଉଛନ୍ତି ବୋଲି ସ୍ୱାମୀ ବିଶ୍ୱ ଚମକି ପଡିଲେ. ଶାଶୁ ସିନା ଖୁସିରେ କହୁଥିଲେ ସବୁ ମୋ ଶ୍ରଦ୍ଧା ପାଇଁ. ଶିଶୁ କନ୍ୟା ମାଆ ଦୁର୍ଗାଙ୍କର ପ୍ରତୀକ. ତା ପ୍ରତି ଆଦର,ଯତ୍ନ, ସ୍ନେହର ପରିମାଣ ହିଁ ଏହି ସୁଖଦ ଖବର କହି ଶାଶୁ ଠାକୁର ଘରେ ଜଗନ୍ନାଥଙ୍କ ଶରଣ ପଶୁଥିଲା ବେଳେ ଶ୍ରଦ୍ଧା ପ୍ରତି ଅଶ୍ରଦ୍ଧା ସେତିକି ବଢୁଥିଲା ଆଭାଙ୍କର କିନ୍ତୁ ବିଶ୍ୱଙ୍କ ଆଖିରେ ଚମକ. ଏହା କେମିତି ସମ୍ଭବ ଯେ ସେ ବାପା ହେବେ!
    ପୁଅ ଦୁନିଆଁକୁ ଆସିବା ପରେ ପୁଅ କଢେଇ ଝିଅ କହି ଶ୍ରଦ୍ଧାକୁ ଶାଶୁମାଆ ଯେତିକି ସ୍ନେହ ଶ୍ରଦ୍ଧା କରୁଥିଲେ ମାଆ ଆଭା କିନ୍ତୁ ସେତିକି ହତାଦାର ଓ ଅନାଦାର କରୁଥିଲେ ଛୋଟ ଝିଅ ଶ୍ରଦ୍ଧାକୁ. ତେଣେ ସ୍ୱାମୀଙ୍କୁ ପୁଅର ଚେହେରାରେ କେଵେ ଘରକୁ ଆଜି ପର୍ଯ୍ୟନ୍ତ ଯିବା ଆସିବା ଲାଗିରହିଥିବା କ୍ଷୀର ଵାଲା, ପେପରଵାଲା, ଇଲେକ୍ଟ୍ରିସିଆନ, ପଡୋଶୀ ପୁରୁଷମାନଙ୍କର ଚେହେରାର ଚମକର ଝଲକ ଦେଖାଯିବା ଦ୍ୱାରା ଆଭା ସନ୍ଦେହ ପରିସର ଭିତରକୁ ଆସିସାରିଥିଲେ ସ୍ୱାମୀ ବିଶ୍ୱଙ୍କ ଆଖି ଚମକରେ ତ ଦୁହିଁଙ୍କ ଦାମ୍ପତ୍ୟ ଜୀଵନ ଭଲ ନଥିଲା. ଆଭା ଏଣିକି ସ୍ୱାମୀଙ୍କର ଉଦାସୀନତାକୁ ରୋଗ ଭାବି ଡାକ୍ତରଙ୍କ ପାଖକୁ ନେଇଥିଲେ ତାଙ୍କୁ . ମନସ୍ତତ୍ଵବିତ ଡାକ୍ତର ସମ୍ପୂର୍ଣ୍ଣ କେଶ ହିଷ୍ଟ୍ରି ଜାଣିସାରିବା ପରେ ବୁଝିପାରିଥିଲେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ସନ୍ଦେହର ଚମକକୁ. ତ ପ୍ରସ୍ତାବ ଦେଇଥିଲେ ଡି. ଏନ ପରୀକ୍ଷା କରିବା ପାଇଁ ଓ ରିପୋର୍ଟ ଆସିବା ପରେ ଜାଣିଥିଲେ ସନ୍ଦେହ ସମ୍ପୂର୍ଣ୍ଣ ଅମୂଳକ କାରଣ ଶିଶୁକନ୍ୟା ଶ୍ରଦ୍ଧା ପାଖରେ ବାପା ମାଆଙ୍କ ଡି. ଏନ ମିଶୁନଥିବା ବେଳେ ପୁଅର ଡି. ଏନ ମିଶିଯାଉଥିଲା ତ ବିଶ୍ୱ ଚମକି ପଡ଼ିଥିଲେ କିନ୍ତୁ ଡାକ୍ତର କହିଥିଲେ ଏହା ଐଶ୍ଵର୍ଗିକ ମିରାକିଲ ଭାବିପାରନ୍ତି. ଶିଶୁକନ୍ୟା ଦେବୀମାଆଙ୍କର ଅମୃତ ସନ୍ତାନ ହୋଇଥିବାରୁ ତିନିବର୍ଷ ତଳେ ଏଇ ରଜରେ ତାକୁ ତା ବା୍ୟାଣୀମାଆ କୋଳରୁ ଉଠେଇ ପୁନ୍ନଜନ୍ମ ଦେଇଥିବାରୁ ଆପଣଙ୍କ ପାଖରେ ଏହି ଐଶ୍ବର୍ଗୀକ ଚମକ ବା ଇଶ୍ୱରୀୟ ମିରାକିଲ ଆସିଛି. ଆଭା ନିଷ୍କଳଙ୍କ ହୋଇଥିବାରୁ ସେ ଝିଅକୁ ଯେମିତି ସନ୍ଦେହ କରିଛନ୍ତି ସେମିତି ଆପଣ ପୁଅକୁ ସନ୍ଦେହ ଦୃଷ୍ଟିରେ ଦେଖିଆସୁଛନ୍ତି . ଏବେ ଆପଣଙ୍କ ଖୁସିର ସମୟ. ସଂସାର ଆଗକୁ ବଢିବାର ଚମକ ନେଇ ଘରକୁ ଯାଆନ୍ତୁ କହୁଥିଲେ ଡାକ୍ତର  ଓ ଘରେ ପହଁଞ୍ଚି ମାଆ ଆଭା ଝିଅ ଶ୍ରଦ୍ଧା ଓ ବାପା ନିଜ ପୁଅ ଅଭିକୁ କୁଣ୍ଢାଇ ପକାଇଥିଲେ ଖୁସିରେ.ପରେ ଜଣା ପଡିଥିଲା ବିବାହ ପୂର୍ବରୁ ସେହି ଛୋଟ ଆକ୍ସିଡେଣ୍ଟର ରିପୋର୍ଟ ଭୁଲ ଥିଲା ଯେ ବିଶ୍ୱ ଆଉ ବାପା ହୋଇପାରିବେନି. ଏସବୁ କଥା ଜଣା ପଡିବା ପରେ ବିଶ୍ୱର ମାଆ ଓ ଆଭାର ବାପା ଓ ଭାଇଙ୍କ ସହ ମିଶି ଝିଅ ଶ୍ରଦ୍ଧା ଓ ପୁଅ ଅଭି ସହ ସମସ୍ତେ ଏବର୍ଷ ରଥଯାତ୍ରାରେ ସାମିଲ ହୋଇ ରଥ ଦଉଡି ଭିଡି ନେଉଥିଲେ ଗୁଣ୍ଡିଚା ବାଡ଼ି.


Rate this content
Log in

Similar oriya story from Classics