ରୋଗୀଣା ପ୍ରେମିକା
ରୋଗୀଣା ପ୍ରେମିକା
ତୁମକୁ କେତେଥର କହିଛି ଟିକେ ଜଗି ରଖି ଚଳ l ଆରେ ଆଜି ତୁମେ ଝିଅ ଅଛ, କାଲି ବୋହୁ ହେଇ ଆମ ଘରକୁ ଆସିବ ! ଆଉ ସବୁବେଳେ ଏମିତି ଦେହ ଖରାପ ହେଲେ, ଆମ ଘରେ ତୁମେ ଚଳିବ କେମିତି? ଆରେ ଟିକେ ଭଲ ଡାକ୍ତର ଦେଖାଅ l ତୁମର କିଛି ହୋଇଗଲେ ମୋର ବଞ୍ଚିବା ଆଉ ମରିବା ସାମାନ ହୋଇଯିବ l ଏମିତି କେତେକେତେ କଥା ଅଭିମାନରେ ଶରତ ଚାନ୍ଦିନୀକୁ କହି ଯାଉଥିଲା l
ଚାନ୍ଦିନୀ ନିରବ ହୋଇ ଶୁଣୁଥିଲା l ଆଖିରେ ଆଖିଏ ଲୁହ ମନର କୋହକୁ ଲୁଚାଇ ସେ ଫୋନ କାଟିଦେଲା l ଚାନ୍ଦିନୀ ଜାଣିଛି, ତାର ଯେଉଁ ନର୍ଭ୍ ପ୍ରୋବ୍ଲେମ୍ ଡ଼କ୍ଟର ମାନେ ବି ମନା କରିଦେଲେଣି l ଏପଟେ ପ୍ରବଳ ଥଣ୍ଡା, ପୁଣି ଗ୍ୟାସ୍ଟ୍ରିକ , ଏ ନର୍ଭ୍ ପ୍ରୋବ୍ଲେମ ପାଇଁ ୱାନ୍ ସାଇଡ୍ ପେନ୍ହେଉଛି l ଭଲ ପାଇବାର କିଛି ଦିନ ଭିତରେ ଚାନ୍ଦିନୀ ଦେହ ଅସୁସ୍ଥ ଥିବାର ସବୁ ଘଟଣା ଶରତକୁ କହିସାରିଛି l କିନ୍ତୁ ଶରତର ଆଜି ଏଭଳି ପ୍ରଶ୍ନର ଉତ୍ତର ଚାନ୍ଦିନୀ ପାଖରେ ନଥିଲା l
ତାପରେ ସବୁ ଠିକ ଚାଲିଥିଲା l ଶରତ ଦିନକୁ ଚାରି ଥର ଫୋନ ଚାନ୍ଦିନୀ ପାଖକୁ କରି ସବୁ ଭଲ ମନ୍ଦ ବୁଝେ l ଏବେ ଏବେ ଚାନ୍ଦିନୀ ଡରରେ ନିଜ ଦେହ ଖରାପ ଥିଲେ ବି ଶରତକୁ କୁହେନି l ଦିନେ ହଠାତ ଚାନ୍ଦିନୀର ଦେହ ଅଧିକ ଅସୁସ୍ଥ ହେବାରୁ ଚାନ୍ଦିନୀର ଘରଲୋକ ଚାନ୍ଦିନୀକୁ ମେଡିକାଲ ନେଇଗଲେ l ତିନି ଦିନ ପରେ ଚାନ୍ଦିନୀ ମେଡିକାଲରେ ଅଛି ବୋଲି ଜାଣିସାରିଲା ପରେ, ଶରତର ମାଆ ଆଉ ଶରତ ଦୁଇଜଣ ଦେଖିବାକୁ ଆସିଥିଲେ l ଡାକ୍ତରକୁ ସବୁ କଥା ପଚାରିବୁଝିବା ପରେ ସେମାନେ ଚାଲିଗଲେ l
ସାତ ଦିନ ପରେ ଚାନ୍ଦିନୀ ଡିସଚାର୍ଜ୍ ହୋଇ ଘରକୁ ଗଲା l ଘରେ ନିଜ ନିତ୍ୟକର୍ମ ସାରି ଶରତ ପାଖକୁ କଲ୍ କଲା l ସେପଟୁ ଉତ୍ତର ଆସିଲା !କାହିଁକି କଲ୍ କରିଛ l ଆଜି ପରଠୁ ମୋତେ କଲ୍ କରିବନି l ମୋ ମାଆ ତୁମ ଅସୁସ୍ଥତା ବିଷୟରେ ସବୁ ଜାଣିସାରିଲେଣି l ଆଉ ସେ ମୋତେ ତୁମକୁ ଭୁଲି ଅନ୍ୟତ୍ର ବିବାହ କରାଇବାକୁ ଚାହାଁନ୍ତି l ତୁମ ପରି କେଆର୍ ଲେସ୍ ଆଉ ରୋଗୀଣା ଝିଅକୁ ବିବାହ କରି ଡାକ୍ତରକୁ ପୋଷିବା ଅପେକ୍ଷା ମାଆ କଥାରେ ରାଜି ହୋଇଯିବା ବହୁତ ଭଲ l
-ଆରେ, ମୁଁ ତ ତୁମକୁ ସବୁ ସତ କଥା କହିଥିଲି, ପ୍ଲିଜ୍ ମୋତେ ଏମିତି ଛାଡି ଯାଅନି l ତୁମ ବିନା ମରିଯିବି l
- ଗୋଟେ ରୋଗୀଣା କାହାର ଝିଅ ହେଇପାରେ, ପ୍ରେମିକା ହେଇପାରେ l ହେଲେ ସ୍ତ୍ରୀ ଆଉ ବୋହୁ ହୋଇପାରେନି l
- ପ୍ଲିଜ୍, ଧନ.... ଆଇ ଲଭ୍ ୟୁ... ତୁମ ବିନା ମୁଁ ମରିଯିବି l
- ମୋତେ ଟିକେ ଦୟାକର l ତୁମର ମାସିକ ଔଷଧର ଖର୍ଚ୍ଚ ବହନ କରିବା ମୋ ଦ୍ୱାରା ସମ୍ଭବ ନୁହେଁ l ସ୍ୱଳ୍ପ ରୋଜଗାରରେ କେମିତି ତୁମକୁ ମୁଁ ଭଲ କରିବି l ପାରୁଛ ଯଦି କ୍ଷମା କରିଦିଅ l
- ମୁଁ ନିଜେ ରୋଜଗାର କରିବି, ନିଜ ପାଇଁ ଟଙ୍କା ମାଗିବିନି l
- ଆଉ ମୋ ପରିବାରକୁ କିଏ ଦେଖିବ l
- ମୁଁ ସବୁ କରି ପାରିବି, ପ୍ଲିଜ୍ ମୋତେ ଏମିତି ଛାଡିଦିଅନି l
- ତୁମ ପାଇଁ ମୁଁ ମୋ ସୁଖ ଶାନ୍ତିକୁ ଛାଡିପାରିବିନି l
- ଏଇଟା ତୁମ ଶେଷ ନିଷ୍ପତ୍ତି?
- ହଁ.... ମୋତେ ଏକା ଶାନ୍ତିରେ ବଞ୍ଚିବାକୁ ଦିଅ l
- ତେବେ ଠିକ ଅଛି l ଭଲରେ ରୁହ, ଭଗବାନ ତୁମର ଭଲ କରନ୍ତୁ l
ହଁ, ସକାଳର ସୂର୍ଯ୍ୟୋଦୟରେ ଚଟାଣ ଉପରେ ଚାନ୍ଦିନୀର ରକ୍ତ ଯୋଡୁବୁଡୁ ଶବ ପଡ଼ିରହିଛି l ଭେନକୁ ବ୍ଲେଡରେ କାଟିଲା ପରେ ବହିଯାଇଛି, ଦେହର ସବୁ ରକ୍ତ l ଆଉ ସେହି ରକ୍ତରେ ଲେଖା ହେଇଛି...... ଆଇ ଲଭ୍ ୟୁ ଧନ l

