ଉମା ଶଙ୍କର ମାଝୀ

Abstract

2  

ଉମା ଶଙ୍କର ମାଝୀ

Abstract

ରମ୍ୟ ରଚନା - ମାମୁଁ

ରମ୍ୟ ରଚନା - ମାମୁଁ

5 mins
1.0K



ମାମୁଁ ଶବ୍ଦ ଟି ହିଁ ଆପଣାର ଲାଗେ l ￰ଯେତେବେଳେ ସ୍କୁଲ ରେ ଖରା ଛୁଟି ହେଉଥିଲା ଆମ ପ୍ରଥମ ମନେ ପଡୁଥିଲା ମାମୁଁ ଘର କଥା l ମାଆ ଙ୍କୁ ଅଳିକରି ମା ଙ୍କ ସହ ମାମୁଁ ଘର କୁ ଯିବାପାଇଁ ଜିଦ ଧରି ମାମୁଁ ଘର କୁ ଯିବା ର ଅନୁଭୂତି ସତରେ ବହୁତ ମନେପଡେ ଯାହା ସ୍ମୃତି ହୋଇ ଆଜି ହୃଦୟ ମଧ୍ୟ ରେ ରହିଛି l

ଅନେକ ଗୀତ ବି ମାମୁଁ ଙ୍କୁ ନେଇ ଅଛି l


  " ଚକା ଚକା ଭଉଁରୀ ,ମାମୁଁ ଘର ଚଉଁରି  

    ମାମୁଁ ମାଡ଼ ଖାଇଲି ,ଭୂଇଁ ରେ ମୁଁ ଶୋଇଲି l 

ସତରେ ମାମୁଁ ଙ୍କ ସ୍ନେହ ର ପଟାନ୍ତର ନାହିଁ ,ନିଜ ଭଉଣୀର ପୁଅ ବା ଝିଅ ହେଉଥିବାରୁ ମାମୁଁ ଙ୍କ ଅସରନ୍ତି ସ୍ନେହ ର ହକଦାର ମାମୁଁ ଙ୍କ ପ୍ରିୟ ଭଣଜା ଓ ଭାଣିଜୀ l 

ଆହୁରି ଗୋଟିଏ କଥା ଆମ ମାଆ ଜହ୍ନ କୁ ହାତ ଦେଖେଇ କୁହନ୍ତି :- ହେଇ ଦେଖ ଜହ୍ନ ମାମୁଁ ସବୁ ଆକାଶ ରୁ ଦେଖୁଛି l

ଆଉ ସେ ସୁନ୍ଦର ଗୀତ ଟିଏ ଗାଇଥାନ୍ତି  


 " ଆ ଜହ୍ନ ମାମୁଁ ସରଗ ଶଶୀ

   ମୋ କାହ୍ନl ହାତରେ ପଡ଼ରେ ଖସି l


ମାଆଙ୍କ ଏ ଗୀତ ଶୁଣି ଅତି ଆନନ୍ଦ ଲାଗେ ଆଉ ମାଆ କୋଳ ରେ ନିଦ ଆସିଯାଏ l ସ୍କୁଲ ପଢ଼ିବା ସମୟ ର କଥା ଜଣେ ପିଲା ପଚାରିଲା ଆଜ୍ଞା,ଜହ୍ନ କେମିତି ଆମ ମାମୁଁ ହେଲେ l ଆଜି ବି ମନେ ଅଛି ଶିକ୍ଷକ ବହୁତ ସୁନ୍ଦର ବୁଝେଇଲେ - 

 

"ପିଲା ମାନେ ସୁନ୍ଦର କାହାଣୀ ଟିଏ ଶୁଣ l ପୂର୍ବେ ଅସୁର ଆଉ ଦେବତା ମାନେ ସମୁଦ୍ର ମନ୍ଥନ କରୁଥିଲେ ଅମୃତ ପାଇବା ପାଇଁ ଯାହାକୁ ପାନ କରି ସେମାନେ ଅମର ହେବେ l ବହୁତ ମୂଲ୍ୟବାନ ପଦାର୍ଥ ସେଠୁ ବାହାରିଲା l ଏହା ସହ ଲକ୍ଷ୍ମଲ

 ଓ ଜହ୍ନ (ଚନ୍ଦ୍ର) ଏକ ସାଥେ ସମୁଦ୍ର ଭିତରୁ ବାହାରିଥିଲେ l ￰ଯେହେତୁ ଲକ୍ଷ୍ମୀ କୁ ପୃଥିବୀର ଲୋକେ ମାଆ ବୋଲି ସମ୍ବୋଧନ କରନ୍ତି ତେଣୁ ଜହ୍ନ ବା ଚନ୍ଦ୍ର ଲକ୍ଷ୍ମୀ ଙ୍କ ସହ ସାଗର ରୁ ଜନ୍ମ ଲାଭ କରିଥିବାରୁ ଆମର ସେହିଦିନଠୁ ଜହ୍ନ ମାମୁଁ ହେଲେ l "


ଆହୁରି କଥାରେ ଅଛି - "ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ l "

ଯାହାର ମାମୁଁ ନାହିଁ ସେ ଏ ପୃଥିବୀରେ ଜଣେ ଦୁଃଖୀ ଲୋକ କହିଲେ ଭୁଲ ହେବ ନାହିଁ l 


ଫକୀରମୋହନ ସେନାପତି ମାମୁଁ ବିଷୟକୁ ନେଇ ସୁନ୍ଦର "ମାମୁଁ" ଓ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର "କଣାମାମୁଁ" ଉପନ୍ୟାସ ଲେଖିଛନ୍ତି l


ମାମୁଁ ବା ମାତୁଳ କୁ ନେଇ ଅନେକ କବି,ଲେଖକ,ଗାଳ୍ପିକ ଔପନ୍ୟାସିକ ଅନେକ କୃତୀ ରଚନା କରି ସାହିତ୍ୟ ପାଇଁ ଅମୂଲ୍ୟଦାନ ଛାଡ଼ିଯାଇଛନ୍ତି l


ମାମୁଁ ମାମୁ ଭଣଜା ସମ୍ପର୍କ ପ୍ରଗାଢ଼ ସ୍ନେହଯୁକ୍ତ ଓ ମଧୁରତାପୂର୍ଣ୍ଣ ସମ୍ପର୍କ ଅଟେ l ମାମୁଁ ଭଣଜା ପ୍ରତି ପ୍ରଗାଢ଼ ବାତ୍ସଲ୍ୟଭାବ ଦେଖାଉଥିବାରୁ ସ୍ନେହସୂଚକ ସମ୍ୱୋଧନରେ ବାଘକୁ ଓ ଜହ୍ନକୁ ଶିଶୁର ମାମୁଁ ରୂପେ କଳ୍ପନା କରାଯାଏ, (ଯଥା—ବାଘମାମୁ, ଜହ୍ନମାମୁଁ) ଯାହା ଆମେ ଜାଣୁ l


ମାମୁ ଶବ୍ଦ ସମ୍ପର୍କରେ କେତେ ଓଡ଼ିଆ ସାହିତ୍ୟ ରେ ଅନେକ ଗୁଡ଼ିଏ ଢଗ ଓ ପ୍ରବଚନ ରହିଛି l  

ଯଥା :- "ମାମୁଁ ଘରେ ପତର ଖଣ୍ଡିକ ଦିଖଣ୍ଡି କରିବା" ଅର୍ଥାତ୍—କୌଣସି ପରିଶ୍ରମ ନ କରି ମାତୁଳାଳୟରେ ଆଦର ଓ ଯତ୍ନ ସହିତ ପ୍ରତିପାଳିତ ହେବା l

"ନାହିଁ ମାମୁଁ ଠାରୁ କଣା ମାମୁ ଭଲ" ଅର୍ଥାତ୍ ଆଦୌ ମାମୁଁ ନ ଥିବାଠାରୁ, କଣା ହେଉ, ଛୋଟା ହେଉ, ଅଯୋଗ୍ୟ ହେଉ, ଗୋଟିଏ ମାମୁଁ ଥିଲେ ତାହାଙ୍କଠାରୁ ଭଣଜା ବା ଭାଣିଜୀ କେତେକ ପରିମାଣରେ ଆଦର ଓ ଯତ୍ନ ଲାଭକରେ l


ସେ ଯାହା ହେଉ ପୁରାଣ କୁ ଯଦି ଅଧ୍ୟୟନ କରିବା ତେବେ ସେଠି ଅନେକ ମାମୁଁ ଚରିତ୍ର କୁ ଦେଖିବାକୁ ପାଇବା l 

ତ୍ରେତୟା ଯୁଗ ର କଥା ମନେପଡେ ରାବଣ ମାମୁଁ କଥା l ରାବଣ ଓ ମାରୀଚ ରାକ୍ଷସ ସମ୍ପର୍କ ରେ ମାମୁଁ ଓ ଭଣଜା ହେବେ  

I ଯେତେବେଳେ ସୂର୍ପଣଖା ନାସାକର୍ଣ୍ଣ ଛେଦନ ର ପ୍ରତିଶୋଧ ନେବାକୁ  

ରାବଣ ର ମନ ବଳିଛି,ସେ କପଟ କରି ରାମ ଙ୍କ ଧର୍ମପତ୍ନୀ ସୀତାଙ୍କୁ ଅପହରଣ ର ଯୋଜନା କରି ରାବଣ ନିଜ ଭଣଜା ମାରୀଚ ର ସାହାଯ୍ୟ ମାଗିଛି l 

ମାରୀଚ ସେ ସମୟରେ କହିଛି 

"ମାମୁଁ ଏତେଦିନ ହେଲା ମୋତେ ଆପଣ ମନେ ପକାଉ ନଥିଲେ ଆଜି କେମିତି ମୋ କଥା ମନେ ପଡିଲା" ?


 ରାବଣ ସୁନ୍ଦର ଉତ୍ତରଟିଏ ଦେଇଥିଲା - "ଭଣଜା ସମ୍ପର୍କ ର ଦୃଢ଼ତା ଯିବା ଆସିବା ଦ୍ୱାରା ହୁଏ l ତୁମ ମାତା ତାଡାକା ବଞ୍ଚିଥିବା ବେଳେ ଅନେକ ଥର ମୋ ଲଙ୍କା କୁ ଆସୁଥିଲେ l ସେ ମରିଯିବା ପରେ ତୁମେ ଲଙ୍କା ସହ ସମ୍ପର୍କ ଭଲ ଭାବରେ ରଖିଲନି ତେଣୁ ତୁମ ମାମୁଁ ତୁମ ପାଖକୁ ଆସିବା ବିସ୍ମୟ ଲାଗୁଛି l "

କି ସୁନ୍ଦର କଥା ରାମାୟଣ ରେ ରାବଣ ଓ ମାରୀଚ ବାର୍ତ୍ତାଳାପ ମାଧ୍ୟମରେ ମିଳୁଛି l ଯଦି ସମ୍ପର୍କ ଦୀର୍ଘସ୍ଥାୟୀ ଦରକାର ତେବେ 

ସୁଖ ଅବା ଦୁଃଖ ,ସମୟ ହେଉ ବା ଅସମୟ ହେଉ ବନ୍ଧୁ ବା ସମ୍ପର୍କୀୟ ଘରେ ଦରକାର ସମୟରେ ପହଞ୍ଚିବା ଜରୁରୀ ତେବେ ହିଁ ସମ୍ପର୍କ ର ମହତ୍ତ୍ୱ ଜଣାପଡେ l

ଏବେ ଯିବା ଦ୍ୱାପର ଯୁଗ ର ମାମୁଁ ମାନଙ୍କ କଥା କୁ ନେଇ କିଛି ସୁନ୍ଦର ଘଟଣା l 

କଂସ ମାମୁଁ ଥିଲେ cଅତ୍ୟାଚାରୀ l ନିଜ ସ୍ୱାର୍ଥ ପାଇଁ ଭଉଣୀ ଦେବକୀ ଓ ବସୁଦେବ କୁ କାରାଦଣ୍ଡ ରେ ଦଣ୍ଡିତ କରିଥିଲେ l ଷଡ ପୁତ୍ର ସନ୍ତାନ ପଥର ରେ କଚାଡି ମାରିଦେଇଥିଲେ ଏହା ଠାରୁ ବଡ଼ ନୃଶଂସ କାମ କଣ ହୋଇପାରେ l ଆଉ ସେହି ଦୁଷ୍ଟ କଂସ ଶେଷରେ ନିଜ ଭଣଜା କୃଷ୍ଣ ଓ ବଳରାମ କୁ ହତ୍ୟା କରିବା ପାଇଁ ଧନୁଯାତ୍ରା ନାମ ରେ ଡାକିଆଣି କରିଥିବା ଚକ୍ରାନ୍ତ ଶିକାର ନିଜେ ହୋଇଛି ଓ ଶେଷରେ ଭଣଜା କୃଷ୍ଣ ଙ୍କୁ ଦେଖି କଂସ ର ମୃତ୍ୟୁ ହୋଇଛି l କୃଷ୍ଣ ନିରୀହ ହୋଇ କହିଛନ୍ତି -

 " ମଞ୍ଚା ରୁ ପଡ଼ି ମାମୁଁ ମଲା  

  ମୋତେ ଗୋ ଦଇବ ରଖିଲା l "

ଏଥିରୁ ଶିଖିବାକୁ ମିଳେ ଯିଏ ଅନ୍ୟ ର କୂଟ ଚିନ୍ତା କରିବ ତାହାର ବିନାଶ ସୁନିଶ୍ଚିତ l 


ପୁଣିଅନ୍ୟ ଏକ ମାମୁଁ ହେଲେ ଶକୁନି l ଶକୁନି ବିଷୟରେ କୁହାଯାଏ :- "କୌରବଙ୍କ ଖାଇ ,ପାଣ୍ଡବ ଙ୍କ ଗୁଣଗାଇ l"

 ଦୁର୍ୟୋଧନ ଙ୍କ କୃତ କାର୍ଯ୍ୟ ଦ୍ୱାରା ନିଜ ସମସ୍ତ ଭାଇ ମାନଙ୍କ କାଳ କୋଠରୀ ରେ ମୃତ୍ୟୁ ଦେଖି ଗାନ୍ଧାର ନରେଶ ଶକୁନି ପ୍ରତିଶୋଧ ନେବାର ବ୍ରଜ ପ୍ରତିଜ୍ଞା କୁରୁ ବଂଶ କୁ ଛାରଖାର କରିଦେଲା l ନିଜ ଭଉଣୀ ଗାନ୍ଧାରୀ ର ନୟନ ର ଲୁହ ଅପେକ୍ଷl ପ୍ରତିଜ୍ଞା ଗୋଟିଏ ବଂଶ କୁ ଲୋପ କରିଦେଲା l 

ଏଥିରୁ ଜଣା ପଡିଲା ଯେବେ ନିଜ ଲୋକ ଶତ୍ରୁ ତେବେ ବାହାର ଶତ୍ରୁ ର କଣ ଦରକାର l 


ସେହି ମହାଭାରତ ର ଅନ୍ୟଏକ ଚରିତ୍ର ମାମୁଁ ଶଲ୍ୟ l ଶଲ୍ୟ ଥିଲେ ରାଣୀ ମାଦ୍ରୀ ଙ୍କ ଭାଇ l ରାଜା ପଣ୍ଡୁ ଙ୍କ ଦୁଇ ପତ୍ନୀ କୁନ୍ତୀ ଓ ମାଦ୍ରୀ ଥିଲେ l ପଣ୍ଡୁ ଙ୍କ ସହ ମାଦ୍ରୀ ଙ୍କ ମୃତ୍ୟୁ ହୋଇଥିଲା l ସେହି ମାଦ୍ରୀ ଙ୍କ ଦୁଇ ପୁତ୍ର ନକୁଳ ଓ ସହଦେବ ଥିଲେ l ସେ ମହାଭାରତ ଯୁଦ୍ଧ ରେ ପାଣ୍ଡବ ପକ୍ଷ ରେ ଯୋଗଦେବା ପାଇଁ ଆସୁଥିଲେ କିନ୍ତୁ ପାଣ୍ଡବ ଯୁଦ୍ଧ ଶିବିର ପହଞ୍ଚିବା ପୂର୍ବରୁ ଶଲ୍ୟ କୁ ଦୁର୍ୟୋଧନ ନିଜ ଶିବିର କୁ ନେଇ ଭଲ ବ୍ୟବହାର ଦେଖେଇ କୂଟକରି କୌରବ ପଟରୁ ଯୁଦ୍ଧ କରିବାର ସଂକଳ୍ପ ନେଇଗଲେ l ସତ୍ୟ କୁ ଦ୍ୱାପର ଯୁଗ ରେ ମାନୁଥିଲେ ତେଣୁ ବାଧ୍ୟ ହୋଇ କୌରବ ପକ୍ଷ ରୁ ଯୁଦ୍ଧ ରେ ଅବତୀର୍ଣ୍ଣ ହୋଇଥିଲେ l

ଏଥିରୁ ଶିଖିବା କଥା ମହାଭାରତ ଦେଲା ଯେ :- ଅତି ଭକ୍ତି ଚୋର ଲକ୍ଷଣ l 

ସ୍ୱାର୍ଥ ସାଧନ ପାଇଁ ଜଣେ ଯେ କୌଣସି ସ୍ତର କୁ ଯାଇପାରେ l 

ଆଉ ଅତି ଖୁସିଥିବା ବେଳେ କୌଣସି ବିଷୟରେ କଥା ଦେବନାହିଁ ଯାହା ଆମକୁ ବିପଦରେ ପକେଇପରେ ଯାହା ଦୁର୍ୟୋଧନ ଭଣଜା ଓ ଶଲ୍ୟ ମାମୁଁ ଚରିତ୍ର ରୁ ପ୍ରମାଣ ମିଳେ l


  

ମହାଭାରତ କର୍ଣ୍ଣଧାର କୃଷ୍ଣ ଙ୍କ ମଧ୍ୟ ମାମୁଁ ହିସାବରେ କମ ଭୂମିକା ନାହିଁ l ଅଭିମନ୍ୟୁ ନିଜର ଭଣଜା ହୋଇଥିବା ସ୍ଥଳେ ମହାଭାରତ ଯୁଦ୍ଧରେ ଧର୍ମ ର ବିଜୟପାଇଁ ଚକ୍ରବ୍ୟୁହ କୁ ଅଭିମନ୍ୟୁ କୁ ଠେଲିଦେଇ ଅର୍ଜୁନ କୁ ବଞ୍ଚେଇ ତାହା ମାଧ୍ୟମ ରେ ଯୁଦ୍ଧର ଯବନିକା ଟାଣିଥିଲେ ଯାହା ବିରଳ l

ଗୋଟିଏ ପଟେ ନିଜ ଭଉଣୀ ର ସ୍ୱାମୀ ର ଜୀବନ ଆଉ ଅନ୍ୟ ପଟେ ନିଜ ଭଉଣୀର ପୁତ୍ର ର ଜୀବନ ର ପରୀକ୍ଷl ରେ ସତ୍ୟ ର ପଦ ଧରି ଏପରି ଦୁଃଖଦ ନିର୍ଣ୍ଣୟ ସତରେ ଶ୍ରୀ କୃଷ୍ଣ ଙ୍କ ମହାନତା ପ୍ରତିପାଦନ କରେ l 

ଏବେ ଯିବା ଆଧୁନିକ ଯୁଗକୁ ଯଦି କିଛି ଖରାପ କାମ କଲେ କାରାଦଣ୍ଡ ହୁଏ ସେହି ସ୍ଥାନ କୁ ଦୁଷ୍ଟ ଲୋକ ମାନଙ୍କର ମାମୁଁ ଘର କୁହାଯାଏ l ଆଉ ସମସ୍ତେ ସେହି ମାମୁଁ ଘରକୁ ନ ଯିବାକୁ ଚେଷ୍ଟା କରିବା ଉଚିତ l 

ଏଇ କିଛିବର୍ଷ ତଳେ ଦକ୍ଷିଣ ଭାରତୀୟ ଚଳଚିତ୍ର ନିର୍ଦ୍ଧେଶକ ରାଜାମୌଲି ନିର୍ଦ୍ଧେଶିତ "ବାହୁବଳୀ" ଓ "ବାହୁବଳୀ-୨" ସାରା ବିଶ୍ୱ ରେ ଚହଳ ସୃଷ୍ଟି କରିଥିଲା l ଚଳଚିତ୍ର ରେ ବାହୁବଳୀ ର ମାମୁଁ ଚରିତ୍ର ରେ ଅଭିନୟ କରିଥିବା "କଟପ୍ପl" ଚରିତ୍ର ରେ ଅଭିନୟ ଅତି ଜୀବନ୍ତ ଓ ହୃଦୟସ୍ପର୍ଶୀ ଥିଲା l .ବାହୁବଳୀ କୁ କଟପ୍ପl ମାରିବା ପୂର୍ବରୁ 

ବାହୁବଳୀ ର ସଂଳାପ :- ଜବତକ ତୁମ ମେରେ ସାଥ ହୋ ମାମା,ଆଝତକ ମାରନେଵାଲା ପୈଦା ନେହି ହୁଆ ( ଯେତେବେଳ ଯାଏ ତୁମେ ମୋ ସାଥିରେ ଅଛ ମାମୁଁ,ମୋତେ ମାରିବା ପାଇଁ କେହି ଜନ୍ମ ହୋଇ ନାହାନ୍ତି ) l 


ସତରେ ଯଦି ମାମୁଁ ଓ ଭଣଜା ର ସମ୍ପର୍କ ବହୁତ ସୁନ୍ଦର ରହିବ ନିଶ୍ଚିତ ଯେ କୌଣସି ସମସ୍ୟା ଆସୁ ଦୁଇ ପରିବାର ମିଶି ସମାଧାନ କରିଦେବେ l 

ଆଶା କରୁଛୁ ମାମୁଁ ଘର ର ସ୍ମୃତି ସମସ୍ତଙ୍କ ପାଇଁ ଅତୀବ ସ୍ମୃତିଭରା ହୋଇଥିଲା ଓ ହେବ l



Rate this content
Log in

Similar oriya story from Abstract