STORYMIRROR

Sasmita Mohapatra

Abstract

3  

Sasmita Mohapatra

Abstract

ରକ୍ତ ଗୋଲାପ

ରକ୍ତ ଗୋଲାପ

3 mins
353

ଆମେ ଦୁହେଁ ଗୋଟିଏ କଲେଜରେ ପଢୁ। "ସେ" ଦେଖିବାକୁ ଟିକେ ଗୋରା,ଡେଙ୍ଗା ଆଉ ମୁହଁଖୋର। ମୁଁ ଟିକେ ଶାବନା ରଙ୍ଗ ସହିତ ମଧ୍ୟମ ଧରଣର ଉଚ୍ଚତା ଆଉ ଲାଜେଇ। ଦୁହିଁଙ୍କର ଯୋଡି ଜବରଦସ୍ତ । କ୍ଲାସ, କମନରୁମ୍,କ୍ୟାଟିନ୍ ,ଲାଇବ୍ରେରୀ ଯେଉଁଠି ଦେଖିବ ଏକାଠି। ଗୋଟିଏ ସାହିର ସାମନାସାମ୍ନୀ ଘର। ଏକାଠି ସ୍କୁଲ, କଲେଜର ପାଠପଢା। ସବୁଦିନ ସେ ଆମ ଘରକୁ ଆସେ । ମୁଁ ଟିକେ ମଠେଇ । କଲେଜରେ ପହଞ୍ଚିବା ବେଳକୁ ପାଠପଢା ପ୍ରାୟ ଆରମ୍ଭ ହୋଇ ଯାଇଥାଏ। ତା ଠାରୁ ବହେ ଗାଳି ଶୁଣେ। ପୁଣି ସେହି କଥା । ଭଲ ବନ୍ଧୁତା ଥିଲେ ବି କିଛି କଥା ନେଇ ତିକ୍ତତା ହୁଏ, ଦୁଇ ତିନି ଦିନ କଥା ମଧ୍ୟ ବନ୍ଦ ହୋଇଯାଏ। ହେଲେ କେହି କାହାକୁ ଛାଡି ପାରୁ ନାହୁଁ। କଲେଜରେ ମନ୍ଦିରା ,ମାନସୀ ଯୋଡି କାହାକୁ ଅଛପା ନଥାଏ।


      ସେଦିନ କିଛି ବ୍ୟତିକ୍ରମ ଥିଲା। କାହୁଁ କେତେ ଦିନରୁ ଲୁଚିଛପି ଆମର ପିଛା କରୁଥିବା କଲେଜ ପାଖରେ ଥିବା ବସ୍ତି ବାଳୁଙ୍ଗା ଟୋକାଟା ହଠାତ୍ ସମ୍ନାକୁ ଆସି "ମନ୍ଦିରାକୁ" ପ୍ରପୋଜ କଲା । ଭୟଭୀତ ହୋଇ ଯାଇଥିଲୁ ଦୁହେଁ। ଦେଖିବାକୁ ବଳିଷ୍ଠ ଚେହେରା, ଗୁଣ୍ଡା ,ମବାଲି ପରି ଲାଗୁଥାଏ। କିଛି ନ ବୁଝି ନ ଶୁଣି ଶକ୍ତ ଚାପୁଡାଟେ ମାରିଦେଲା ମନ୍ଦିରା ତା ଗାଲରେ। ଆଉ ପୋଲିସ କୁ କହିଦେବ ଧମକ୍ ଦେଲା। ସେହି ଦିନ ଠାରୁ ଆରମ୍ଭ କରି ଟୋକାଟି ରୋଜ କଲେଜ ପାଖ ପାନ ଦୋକାନରେ ଠିଆ ହୋଇ ଡେରା ପକାଇଥାଏ। କିଛି କହେନା ହେଲେ ତା ନଜରଟା ବହୁତ ଖରାପ୍ ଥାଏ। 


   " ମୁଁ "ସବୁବେଳେ ମନ୍ଦିରାକୁ ତାଗିଦ କରେ। କହେ... "ତୁ" ତ ଜାଣିଛୁ ଆଜିକାଲି ଟୋକାଙ୍କ କଥା, "ତୋର " ବାଡେଇବାର ନଥିଲା। ଚୁପଚାପ୍ ପଳେଇ ଆସିଥାନ୍ତେ। ସମୟ ଏମିତି ଆସିବ ଆମର କଲେଜ ଯିବା ଆସିବା ବନ୍ଦ ହୋଇଯିବ । ହେଲେ ଦୁଢମନା ମୋ ସାଙ୍ଗ ଟିକିଏ ଭିନ୍ନ ଥିଲା। ମୋ ଭଳି ସବୁକଥା ଏତେ ସିରିୟସଲି ନେଉ ନଥିଲା। ନା କେଉଁ ପୁଅ ପ୍ରତି ତା'ର ଆବିଳତା ନଥିଲା। ମୁଁ କିନ୍ତୁ ନ ଛାଡେ ବନ୍ଧା।। ସବୁବେଳେ ଉଣ୍ଡୁଥାଏ ସାଙ୍ଗସାଥି ସଙ୍ଗେ ଗ୍ରୁପରେ ଯିବା ଆସିବା କରିବା ପାଇଁ। କାରଣ ମୋର ଭୟ ଥାଏ ଏକଚାଟିଆ ପ୍ରେମ କରୁଥିବା ବିକୃତ ମସ୍ତିଷ୍କ ପିଲାଙ୍କ ପାଇଁ। ...କିଛି ନ ହେଲେ ଏସିଡ୍ ପକାଇ ବିକଳାଙ୍ଗ କରାଇ ଦେବାରେ ଜମା ପଛେଇବେନି।


   ସେଦିନ ତା'ର ମୋର କୌଣସି ଏକ କଥାରେ ତୁ ତୁ ମେଁ ମେଁ ହୋଇ ରାଗରୁଷାରେ କଥାବାର୍ତ୍ତା ବନ୍ଦ ହୋଇଥିଲା। ମୁଁ" ଜ୍ବର ଯୋଗୁଁ କଲେଜ ଯିବା ସମ୍ଭବ ନଥିଲା । ସେ "ମୋ" ଦେହଖରାପ ବିଷୟରେ ଅନଭିଜ୍ଞ ଥିଲା।

ତା'ପରେ ଯାହା ହୋଇଥିଲା ଭାବିଲେ ଦେହ ହାତ ଥରି ଉଠେ।


 " ମୁଁ" ତ ଚୁପଚାପ୍ ହୋଇ ଯାଇଥିଲି। ମୋ ପ୍ରାଣରେ ସ୍ପନ୍ଦନ ନଥିଲା। ବାରମ୍ବାର ପୋଲିସର ପଚରା ଉଚରା , ମନ୍ଦିରା ଘରକୁ ଲୋକମାନଙ୍କ ଯିବା ଆସିବା, ଲୋକମୁଖରେ ନାନା ପ୍ରକାର ଫୁସଫାସ୍ କଥା ,ମୋ ଉପରେ ସମସ୍ତଙ୍କ ସନ୍ଦେହ ଥିଲା। "ମୁଁ ବୋଧହୁଏ କେଉଁ ଟୋକା ସହିତ ଯିବା ଜାଣିଛି।


ଦୁଇ/ତିନି ଦିନ ସହର ଠାରୁ ଆରମ୍ଭ କରି ସାହି ,ବନ୍ଧୁ ବାନ୍ଧବ ,ସାଙ୍ଗସାଥି ସମସ୍ତେ ବିକଳରେ ଖୋଜୁଥିଲେ। ନାନା ପ୍ରକାର କାହାଣୀ ଲୋକଙ୍କ ମନରେ। ପୋଲିସ ର ତେଢା ପ୍ରଶ୍ନ। "ମୋ" ଅନ୍ତର କଥା କେହି ବି ବୁଝୁ ନଥିଲେ। ମୁଁ ସେହି ବସ୍ତି ପିଲାଟି କଥା କହିଥିଲି। ହେଲେ ସେ "ଫେରାର୍ ଥିଲା। "ମୁଁ" ଭାବୁଥିଲି ମନ୍ଦିରା ଆଗରୁ ବି ରାଗି ଦୁଇ ତିନି ଦିନ ଧରି ମୋ ସଙ୍ଗେ କଥାବାର୍ତ୍ତା ବନ୍ଦ କରିଦିଏ। ଏବେ ମଧ୍ୟ ସେଇଆ ହୋଇଥିବ । "ମୋ" ଧାରଣା କିନ୍ତୁ ଭୁଲ୍ ଥିଲା" ମୁଁ ଅଭିମାନ ରେ ତାଙ୍କ ଘରକୁ ଯିବା ବନ୍ଦ କରିଦେଇଥିଲି। ଏତେ ଗୁଡିକ ଘଟଣା ସମ୍ପର୍କରେ ମୋ କଳ୍ପନା ନଥିଲା। 


 ସେଦିନ" ମନ୍ଦିରା"ର ରେପ୍ ହେଇଥିଲା। ତା ବେହୋସ୍ ଦେହରେ ଗୋଟିଏ ନିର୍ବାଚନ ପୋଷ୍ଟର ଗୁଡେଇ ଅଟୋରିକ୍ସା ବାଲାଟେ ତାକୁ ଗଟର କଡରୁ ଉଠାଇ ଆଣିଥିଲା।


 ସବୁଥର ପରି ମୁଁ "ତା "ଆସିବା ବାଟକୁ ଚାହିଁ ଥିଲି। "ମୁଁ ଆଲୁଅ ଲିଭାଇ ମୋ ଝରକାର ପର୍ଦ୍ଦା ଫାଙ୍କରୁ " ତାକୁ" ଦେଖିବାକୁ ଚେଷ୍ଟା କରୁଥିଲି। ଅଟୋରିକ୍ସା ତାକୁ ପଇସା ମାଗି ନଥିଲା। 


  "ମୋ" ଅପେକ୍ଷା "ତା "ଆସିବା ବାଟକୁ ଏଇଥି ପାଇଁ ଥିଲା ସବୁଥର ସେ କଳି କରେ । ପୁଣି ଆସି ତୁଟାଏ ବି। ସେଦିନ ଆମେ ଝିଅଟେ ହୋଇ ଜନ୍ମ ହୋଇଥିଲୁ ବୋଲି ଧିକାରୁଥିଲି। ଓ ପ୍ରଶ୍ନଟିଏ କରୁଥିଲି କ'ଣ ଆମର ଭୂଲ୍ ଥିଲା । ଅଭିଯୋଗ ଥିଲା ଆମ ଅସହାୟତାର। ମୁଁ ନିର୍ବିକାର ହୋଇ ଯାଇଥିଲି । ଅବିରତ ମୋ ଆଖିରୁ ଲୁହଧାର ସବୁ ବୋହି ଚାଲୁଥିଲା। ମନ୍ଦିରା"ର ଚେହେରା ଖଣ୍ଡିଆଖାବରା ଆଉ ନିଶ୍ବାସ ଧିରେ ଧିରେ ଯାଉଥିଲା। ସେ ଘୋଷାରି ଘୋଷାରି ଚାଲୁଥିଲା। 


  ଭାବୁଥିଲି ଯେଉଁ ସଦ୍ୟ " ରକ୍ତ ଗୋଲାପ "ଫୁଲଟି ଗଛର ସୂକ୍ଷ୍ମ ଡାଳରେ ଝୁଲି ଝୁଲି ହସୁଥିଲା ଆଜି ସେ ହଠାତ୍ ଏକ ଝଡ଼ ତୋଫାନ ତାକୁ ଉଡେଇ ନାରଖାର କରି ରକ୍ତାକ୍ତ କରିଦେଇଛି। । 


ଗାଳ୍ପିକ ଅଜୟ ମହଲାଙ୍କ ଗଳ୍ପାଂଶକୁ ଆଧାର କରି ମୋର ଏହି"ରକ୍ତ ଗୋଲାକାର "ସୃଷ୍ଟି। ଆଜିକାଲିର ରେପ୍ ସମସ୍ୟା ଉପରେ ଲେଖିଥିବା ମହାଶୟଙ୍କ ଲେଖା ମୋମନକୁ ବେଶ୍ ଛୁଇଁଲା। ଧନ୍ୟବାଦ ଅଜୟ ମହଲା ସାର୍ 


Rate this content
Log in

Similar oriya story from Abstract