Amita Dash

Abstract Inspirational

4  

Amita Dash

Abstract Inspirational

ରଖେ ହରି ମାରେ କିଏ

ରଖେ ହରି ମାରେ କିଏ

3 mins
183



ଆମ ଘରେ ସସ୍ତ୍ରୀକ ଭଡ଼ାରେ ଗୋଟେ ପରିବାର ଥିଲେ ।ତାଙ୍କ ସ୍ତ୍ରୀ ସବୁଦିନ ସଂଧ୍ୟାରେ ଗେଟ୍ ପାଖରେ କୁକୁରକୁ ଖାଇବା ଦିଅନ୍ତି। ସେଦିନ ଯୋଉ ଦିନର ଘଟଣା କହୁଚି , ସେଦିନ ବର୍ଷା ଟିକେ ହୋଇ ଛାଡି ଯାଇଥାଏ। ସେ କୁକୁରକୁ ଖାଇବା ଦେବା ପୂର୍ବରୁ ଯାଇ ଦେଖିଲେ ବର୍ଷାଟା ହୋଇଥିଲା କୁକୁର ଯଦି ନଥିବ ଅଯଥା ଖାଇବା ନଷ୍ଟ।ଦେଖିଲା ବେଳକୁ କୁକୁର ଠିଆ ହୋଇଛି। ସେ ଫେରିକି କୁକୁର ପାଇଁ ରୁଟି ନେଲା ବେଳକୁ ଲାଇଟ୍ କଟିଗଲା।ସେତିକି ବେଳେ ଅନ୍ଧାରରେ ଦୁଇଟା ନାଗ ଏକାଠି ରାସ୍ତା ଉପରେ ଥିଲେ। ଆମ ଘର ପାଖରେ ଘର ତିଆରି ଚାଲି ଥିଲା ଯେ ସେଠି ଆଦିବାସୀ କେତେ ଜଣ ଆସି କାମ କରୁଥିଲେ। ସେମାନେ ସଂଧ୍ୟାରେ ଦୋକାନ ଗଲା ବେଳକୁ କାହାର ଗୋଡ଼ ପଡି ଯାଇଚି ବୋଧହୁଏ ନାଗ ନାଗୁଣୀ ଉପରେ। ଗୋଟେକୁ ଅନ୍ଧାରରେ ସେମାନେ ବାଡ଼େଇ ଦେଇଛନ୍ତି। ନାଗକୁ ମାରି ଦେଇ ମୋ ଗେଟ୍ ବାଡେଇଚନ୍ତି‌।ନାଗୁଣୀ ବିକଳରେ ଆମ ଗେଟ୍ ପାଖେ ପଶିବାକୁ ଚେଷ୍ଟା କଲା ବେଳକୁ କୁକୁର ଜଗିଚି। ସେପଟେ ଆଦିବାସୀ ଲୋକ। ସିଏ ଭୟରେ ନଳା ପଟେ ପଶିଯାଇଛି ।ଆଦିବାସୀ ଲୋକ ମୋତେ ଡାକିଛନ୍ତି । ତୁମ ଘରେ ନାଗୁଣୀ ପଶିଲା। ଅନ୍ଧାର ଟା ହୋଇଚି । ଭଡ଼ା ଥିବା ଝିଅଟି ଗେଟ୍ ପାଖକୁ ଗଲା ବେଳକୁ ସାପ ଫଁ....ଫଁ... ଗର୍ଜନ କରୁଥାଏ। ନାଗକୁ ବାଡ଼େଇ ମାରି ଦେଇଛନ୍ତି ନା। ସେ ଝିଅଟି ରୁଟି ଫୋପାଡି ଚାରି ଗଡା ଦେଇ ଘରେ। କୁକୁର ଗେଟ୍ ପାଖରେ ପୁରା ଜଗିଚି।ମୋତେ ଡାକିବାରେ ମୁଁ ଗଲି। ସେତେବେଳକୁ ଲାଇଟ୍ ଆସି ସାରିଥିଲା ସିନା ନାଗୁଣୀ ବେଙ୍ଗଟେ ଧରି ପକେଇଛି । କରିବୁ କ'ଣ ନା ଗେଟ୍ ବି ଖୋଲିପାରୁଚୁ। ତାଲା ପଡିଛି।ସେ ଗେଟ୍ ପାଖରେ । ତାସହ ଖାଦ୍ୟ ବି ଧରି ସାରିଲାଣି। ମୁଁ ଫିନାଇଲ୍ ନେଇ ପକେଇଦେଲି। ଫିନାଇଲ୍ ଗନ୍ଧରେ ସିଏ ବେଙ୍ଗକୁ ଛାଡି ଆମ ଆଡକୁ ମୁହାଁଇଲା। ତା'କୁ ଦେଖି ଲାଗିଲା ସାକ୍ଷାତ ଶିବଙ୍କ ବେକରେ ଗୁଡେଇ ହୋଇ ଥିବାତମ୍ବା ନାଗ। ବେଙ୍ଗକୁ ଛାଡି ଦେଲା, ଫିନାଇଲ୍ ଗନ୍ଧ, ସେପଟେ କୁକୁର ଜଗିଚି। କୋଉ ପଟକୁ ବିଚାରୀ ଯିବ।ଖାଲି ଫଁ ... ଫଁ.... ଗର୍ଜନ। ମୁଁ ବାରଣ୍ଡାରେ ପଡ଼ିଥିବା ଖଟ ଉପରେ ଚଢ଼ି ଯାଇଥାଏ। ସେ ଝିଅ ଟି ଗୋଟେ ବାଡି ଆଣି ତାକୁ ନାନି ଆଡ଼କୁ ଠେଲି ଦେଲା। ସାପ ଭୟରେ ଦୁଇଟା କବାଟ ଡେରା ହୋଇଥିଲା ତାପଛରେ ଲୁଚିଗଲା କବାଟ ରଙ୍ଗ ଯାହା ତା ରଙ୍ଗ ବି ସେୟା। କେମିତି ଜାଣିବୁ।


ସେ ଝିଅର ଶାଶୁ ଆସି କହିଲେ କିଛି କରନି।ସେ ଆପେ ବାଟ ଖୋଜି ପଳାଇବ। କୁକୁରକୁ ଘଉଡେଇଦିଅ।ସେମାନେ ଗନ୍ଧ ବାରି ପାରିବେ।ଆମେ ସେୟା କଲୁ। ଚୁପ୍ ଚାପ୍ ବସି ରହିଲୁ।ସାପ ଆପେ ଆପେ ପଳାଇଲା।ମନେ ପଡିଗଲା ପିଲାଦିନ ର କଥା।ଆମେ ଚାରି ଭାଇ ଭଉଣୀ ବାପା,ମାଁ ଏକାଠି ତଳେ ଶୋଉ।ମଶାରୀ ଟଣା ହୁଏ ଯେ ହେଲେ ଅନ୍ଧାରିଆ ସବୁଆଡେ ।ବାପା ମଝିରେ ମଝିରେ ଟର୍ଚ୍ଚ ପକାଇ ତଦାରଖ କରନ୍ତି। ବର୍ଷା ଦିନ କୁ ମାଟି ଘର।ତା ସହିତ ଖଟ ନାହିଁ ତଳ ଶୋଇବା।ବାପା ଦେଖିଲେ କାଳିଆ ସାପ ଟେ ମଶାରୀ ରେ ପଶି ଯାଇଛି।ଡିବିରି ଲଗେଇ ଆଣିବା ଭିତରେ ସେ ଦେଈ ବେକରେ ଗୁଡେଇ ହୋଇ ଯାଇଚି। ବାପା ଖୋଜି ଖୋଜି ଯେତେବେଳେ ଦେଖିଲେ ଦେଈ ବେକରେ ସାପ ଗୁଡେଇ ହୋଇ ଫଣା ଟେକିଚି ବାପା ତାକୁ ଧରି ଦୁଆରକୁ ଫୋପାଡି ଦେଲେ।ଦେଉଳକୁ ଫୋପାଡି ଦେବାବେଳେ ସାପଟି ତା ବେକରୁ କବାଟ ଖୋଲ ଭିତରେ ପଶି ଯାଇଛି। ସେତେବେଳକୁ ଘରର ଦଦା, ବଡବାପା ପରିକା ସମସ୍ତେ ଉଠି ସାରିଲେଣି।ଦେଉଳ କିଛି କ୍ଷତି ହୋଇନି। ସେ ମୋଟିଟା ଥିଲା।ନାଥୁ କରି ବସିଚି।ବାପା ଆଗ ଧିରେ ଧିରେ କରି ଆମ ସମସ୍ତଙ୍କୁ ମଶାରୀ ଭିତରୁ ବାହାର କଲା ପରେ ଟର୍ଚ୍ଚ ଆଲୁଅ ରେ ସାପ, ଦେଈ ବେକରେ ଦିଶିଲା।ତା ଉପରେ ଲାଇଟ୍ ଟା ପଡ଼ିଗଲା ନା।ଜେଜେ ମନା କରୁଛନ୍ତି ସାପ ମାରନା।ସେ ଆପେ ଚାଲିଯିବ।କେହି ମାନିଲେ ନି।ଖୋଜିଲି କବାଟ ସନ୍ଧିରୁ ତାକୁ କାଟି କାଟି କାଢିଲେ। ଜେଜେ କହିଲେ କଟକଟିଆ ନାଗ ଥିଲା।ପରେ ଦେଈ କୁ ଗୋଟେ ରଣା କାମୁଡି ଥିଲା। ମରିଯାଇଥାନ୍ତା। ଠାକୁର ଙ୍କ ଦୟା ଭଲ ହୋଇଗଲା। କିନ୍ତୁ ସମସ୍ତେ କହିଲେ ପିଲାରେ ତାଠି ସାପ ଗୁଡ଼ାଇ ହୋଇ ଫଣା ଟେକିଥିଲା। ତୁମେମାନେ ତା'କୁ କାଟି କାଟି ମାରିଥିଲ। ବ୍ରହ୍ମ ଅଭିଶାପ ନ ପଡ଼ିଲେ ସାପ କେବେ କାମୁଡି ବେନି।ତୁମେ ତା'ର କ୍ଷତି କରିଥିଲ ସିଏ ଯେମିତି ହେଲେ ବଦଲା ନେଲା।


Rate this content
Log in

Similar oriya story from Abstract