STORYMIRROR

Kalpana Kumari Pradhan

Abstract

3  

Kalpana Kumari Pradhan

Abstract

ରହସ୍ୟମୟ ଅନୁଭୂତି

ରହସ୍ୟମୟ ଅନୁଭୂତି

3 mins
189

ନା ଟି ତାର ଗୀତା l ଆଖିରେ ତାର ଅସୁମାରୀ ସ୍ବପ୍ନ l ନିର୍ମଳ ହୃଦୟ, ପରୋପକାରୀ ଝିଅ ଟିଏ l ଏଇ ଅଳ୍ପ ଦିନ ହେବ ବିବାହ ବନ୍ଧନ ରେ ଆବଦ୍ଧ ହୋଇଥିଲା ସିଏ l ଦୃଢମନା, ଯେ କୌଣସି ପରିସ୍ଥିତି ତଥା ବିପଦ ରେ ସେଥାଏ ସ୍ଥିତପ୍ରଜ୍ଞ l

ତାର ଆତ୍ମବିଶ୍ଵାସ କେବେ ବି ଦୋହଲି ଯାଇନି ଜୀବନ ର ଝଡ଼ଝଞ୍ଜା ଆଗରେ l ମୁଖ ମଣ୍ଡଳ ସଦା ହସ l

     ସ୍ୱାମୀ ରୂପରେ ପାଇଥିବା ମଣିଷଟି ଭି ବଳିଷ୍ଠ ବ୍ୟକ୍ତିତ୍ୱ ସମ୍ପର୍ଣ୍ଣ l ଏକା ଧାରରେ ଅଧ୍ୟାପକ, ସାମ୍ବାଦିକ ଏବଂ ସମାଜସେଵୀ l ନିଜ ପରିବାର ତଥା ପତ୍ନୀ ରୂପେ ପାଇଥିବା ଗୀତା ଙ୍କୁ ଖୁବ ଭଲପାଆନ୍ତି ସେ l ଦୁନିଆ ର ସବୁ ଖୁସି ଅର୍ପଣ କରିବାକୁ ଚାହାଁନ୍ତି ନିଜର ଅର୍ଦ୍ଧାଙ୍ଗିନୀ ଙ୍କୁ l ହସଖୁସି ରେ ଦିନ ପରେ ଦିନ ବିତି ଚାଲେ ଏହି ସୁନ୍ଦର ଦମ୍ପତି ଙ୍କ ର lଗୀତା ସେ ମଧ୍ୟ ବୃତ୍ତି ରେ ଜଣେ ଶିକ୍ଷୟତ୍ରୀ l ଦାମ୍ପତ୍ୟ ଜୀବନ ରେ ଯେଉଁ ଖୁସି ସ୍ବର୍ଗୀୟ ଆନନ୍ଦ ରେ ଭରି ଦିଏ ସେଇ ଖୁସି ଖବର ଆସିଲା l ଗୀତା ଏବେ ଗର୍ଭବତୀ l ଅଜଣା ପୁଲକ ରେ ଦେହ ମନ ପୁଲକିତ ହେଉଥିଲା ତାର l

ପ୍ରତ୍ୟେକ ନାରୀ ଜୀବନ ରେ ଏ ଏକ ଅପୂର୍ଵ ଅନୁଭୂତି l ଆଜି ଯାଏଁ ଯିଏ ଚୁଲବୁଲି ପରୀଟେ ପରି ଜୀବନ ଅତିବାହିତ କରୁଥିଲା ସେ ଆଜି ମା' ହେବାକୁ ଯାଉଛି lଗୀତା ଏବେ କୌଣସି କାମରେ ତର ତର ହେଉ ନାହିଁ l ଖୁବ ସନ୍ତର୍ପଣ ରେ ନିଜର କାର୍ଯ୍ୟ କରୁଛି l ପରିବାର ତଥା ସ୍ୱାମୀ ଖୁବ ଯତ୍ନ ନେଉଛନ୍ତି ତାର lସନ୍ତାନ ର ମୁଖ ନ ଦେଖୁଣୁ ସେ ନିଜକୁ ସଜେଇ ସାରିଥିଲା ସର୍ବଂସହା ମା ଟେ ପରି l ନାରୀଜୀବନ ର ସାର୍ଥକତା ଲଭିବ ପାଇଁ ବ୍ୟାକୁଳରେ ଅପେକ୍ଷା ରତ ଥାଏ ନୂତନ ଅତିଥି ପାଇଁ l ଗୋଟିଏ ଗୋଟିଏ ମୁହୂର୍ତ୍ତ ତାକୁ ଯେପରି ଏକ ବର୍ଷ ପରି ଅନୁଭବ ହେଉଥିଲା l

ସବୁ ଅପେକ୍ଷାର ଅନ୍ତ ଘଟାଇ ତା କୋଳ ମଣ୍ଡନ କରେ ଏକ କନ୍ୟାରତ୍ନ l ଖୁସିର ଲହରୀ ଖେଳି ଯାଏ ପରିବାର ରେ l ବିଶେଷ କରି ଉଭୟେ ପତି ପତ୍ନୀ ଝିଅଟିଏ ପାଇଁ ଆଶାୟୀ ଥିଲେ l ସ୍ବପ୍ନ ତାଙ୍କ ପୂର୍ଣ୍ଣ ହୋଇଥିଲା କନ୍ୟା ରତ୍ନଟିକୁ ପାଇ lହସଖୁସି ଭରା ପରିବାର କୁ ଯେପରି କାହାର ନଜର ଲାଗିଗଲା l ଦୁଃଖ ର କଳା ବାଦଲ ଯେପରି ଛାଇ ଗଲା ତାଙ୍କରି ଜୀବନ ଆକାଶରେ l ଯେବେ ସେମାନେ ଜାଣିବାକୁ ପାଇଲେ ତାଙ୍କ ପରୀ ର ହୃଦୟ ରେ ଗୋଟିଏ ରନ୍ଧ୍ର ଅଛି lହଠାତ ଖବରଟି ପାଇଲା ପରେ ଉଭୟ ଙ୍କ ନୟନ ଲୋତକ ପୂର୍ଣ୍ଣ କିନ୍ତୁ ପରସ୍ପର କୁ ଆଶ୍ୱାସନା ଦେଉଥାନ୍ତି ଚିନ୍ତା କରନି, "ଆମ ଝିଅ ନିଶ୍ଚୟ ଭଲ ହେବ "l

 ଆପ୍ରାଣ ଉଦ୍ୟମ କରନ୍ତି ନିଜ ସନ୍ତାନ ର ଆରୋଗ୍ୟ କାମନା ନେଇ l ଚାରି ମାସ ର ଛୁଆ, ବେକ ବି ସଳଖ କରିନି l କୁଆଡେ ନେବେ, କଣ 'କରିବେ? ଏପରି ଅନେକ ଚିନ୍ତା ରେ ଥାନ୍ତି l ସମସ୍ତେ ତାଙ୍କୁ କହିଲେ ବାଙ୍ଗାଲୋର ସ୍ଥିତ ଶ୍ରୀ ସତ୍ୟ ସାଇ ଙ୍କ ହସ୍ପିଟାଲ କୁ ତାକୁ ନେବା ପାଇଁ l ସେଠି ପ୍ରାୟ ସମସ୍ତେ ଆରୋଗ୍ୟ ହୁଅନ୍ତି ବୋଲି ଜନ ମାନସ ରେ ବିଶ୍ୱାସ ଅଛି l

ଦୁହେଁ ସେଠିକୁ ଗଲୁ l ସବୁପ୍ରକାର ପରୀକ୍ଷା ନିରୀକ୍ଷା ଚାଲିଥିଲା l ସେହି ସମୟ ରେ ମୋ ସହିତ ଏକ ଏପରି ରହସ୍ୟ ମୟ ଘଟଣା ଟିଏ ଘଟି ଯାଇଥିଲା, ଯାହା ମୋ ପାଇଁ ଚୀର ସ୍ମରଣୀୟ l

ମୁଁ ମୋ ଛୁଆ କୁ କୋଳ ରେ ନେଇ ବସିଥିଲି l ସେ ମୋ ଛଡା କାହା ପାଖରେ ବି ରୁହେନି କାନ୍ଦେ l ଏପଟେ ତାକୁ କୋଳରେ ଧରି ମୁଁ ଖିଆ ପିଆ ବି କରିପାରେନି l ମୋର ତ ଭୋକ ଶୋଷ ସବୁ ହଜିଯାଇଥାଏ କିନ୍ତୁ ବଞ୍ଚିବା ପାଇଁ ତ ଖାଇବା କୁ ପଡିବ l ସେ ସମୟ ରେ ମେଡିକାଲ ରେ ବହୁତ ଲୋକ ଚଳପ୍ରଚଳ ହେଉଥାନ୍ତି କିନ୍ତୁ ଏକ ଏପରି ସ୍ତ୍ରୀ ଲୋକ ଉପରେ ମୋ ନଜର ପଡିଲା ଯେ ସମସ୍ତ ଠୁଁ ଅଲଗା ପ୍ରତୀତ ହେଉଥିଲେ l ମୁଖମଣ୍ଡଳ ରେ ଏକ ଅପୂର୍ବ ଆଭା l ମୁଣ୍ଡରେ ଜଟାଜୁଟ ବିମଣ୍ଡିତ, କେବଳ ଠାର ମାଧ୍ୟମ ରେ ମୋତେ କହୁ ଥାନ୍ତି -ଝିଅ କୁ ମୋତେ ଦେ ତୁ ଜା ନିଶ୍ଚିନ୍ତ ରେ ଖାଇ କି ଆସିବୁ l ଅଜଣା ଜାଗା ତଥାପି କାହିଁକି ବହୁତ ଭରସା ଆସିଲା ତାଙ୍କରି କୋଳରେ ଝିଅ କୁ ଟେକି ଦେଇ ମୁଁ ଯାଇ ଖାଇ ଆସିଲି l ବହୁତ ଦିନ ପରେ ମୋ ଝିଅ ସେଇ ପନ୍ଦର ମିନିଟ ଆରାମ ରେ ସୋଇ ଥିଲା l କିନ୍ତୁ ଝିଅ କୁ କୋଳକୁ ନେଲା ପରେ ଆଉ ସେ ସ୍ତ୍ରୀ ଲୋକ କୁଆଡେ ଉଭେଇ ଗଲେ ଖୋଜି ପାଇଲିନି l ମୋ ସ୍ୱାମୀ ଙ୍କୁ ବାରମ୍ବାର ପଚାରୁ ଥାଏ ତମେ ଦେଖି ଥିଲ ନା ତାଙ୍କୁ ସେ କୁଆଡେ ଗଲେ l ବ୍ୟାକୁଳ ର ସହ ଖୋଜେ ତାଙ୍କୁ ପାଏନି l ସେ ବି ଖୁବ ବିସ୍ମୟ ହୁଅନ୍ତି l

କିଏ ସେ ରହସ୍ୟ ମୟୀ!



Rate this content
Log in

Similar oriya story from Abstract