Sasmita Mohapatra

Abstract

2  

Sasmita Mohapatra

Abstract

"ରଘୁଆ"ର ସ୍ବପ୍ନ"

"ରଘୁଆ"ର ସ୍ବପ୍ନ"

3 mins
277


ରତ୍ନଚିରା" ନଈର ଆରପାରିରେ "ପାଟପୁର ପାଟଣା "ଗାଁ। ପ୍ରାୟ ଅଧିକାଂଶ ଲୋକଙ୍କ ଜୀବିକା ଭାଗଚାଷ କରିବା ଓ ମୂଲଲାଗି ପେଟ ପୋଷିବା। ସହରର କେଁ କାଁ କୋଳାହଳରୁ ଦୂର ନୀରିହ ମଣିଷମାନଙ୍କ ମଧ୍ୟରେ "ରଘୁଆ"କୁ ସମସ୍ତେ ମାନନ୍ତି। ଅନ୍ୟ ମାନଙ୍କ ପାଇଁ ତା'ର ଭାରି ଚିନ୍ତା।


ରଘୁଆ 'ଘର ଛପର, ଇଟା ପକାଇବା,ଧାନ ଗଦା।ମାରିବା,ହେସ ବୁଣିବା,ଗାଈ ଦୁହିଁବା ଆଦି କାମରେ ଧୁରନ୍ଧର। ଯେତେ କାମ କଲେ ବି ଚାରିପ୍ରାଣୀ କୁଟୁମ୍ବ ପୋଷିବାକୁ ତା ପାଇଁ କାଠିକର ପାଠ ,ତା'ର ଦେହମୁଣ୍ଡ ଖରାପ ହୋଇଗଲେ ଦିନେ ଦିନେ ଚୂଲି ଅଜଳା ରହିଯାଏ । ଦୁଇ ବଖରା ବାଡିତାଟି ଦିଆ ଚାଳଛପର ଘର ସେଥିରେ ଚାରିପ୍ରାଣୀ ରହନ୍ତି। ନିର୍ବାଚନ ପରେ ରଘୁଆ ଅନ୍ୟମାନଙ୍କ ଠାରୁ ଶୁଣି ମନେ ମନେ ଖୁସି ହୋଉଥାଏ, ତା'ର ଅବସ୍ଥା ସୁଧୁରିଯିବ। ଆଉ ସେ ଗରିବ ହୋଇ ରହିବ ନାହିଁ।


  " ତା "ର କାଲିପରି ମନେପଡୁଛି, ତାଙ୍କ ଗାଁ ଦେଇ ପେଁ ପାଁ ହୋଇ ନିର୍ବାଚନ ଗାଡିଗୁଡିକ ଚିତ୍କାର କରି ଧାଉଁଥିଲେ। ଗାଡି ଦେହରେ ଧୋତି ପଞ୍ଜାବୀ ପିନ୍ଧା ବାବୁଙ୍କର ହାତଯୋଡା ଫଟୋ ଦେଖି "ରଘୁଆ"ର ଭାରିଦୟା ହେଉଥାଏ। ଭାବେ କେଉଁ ବାବୁଙ୍କୁ ଭୋଟ ଦେବ ଯେ। ଆମେ ତ ଗାଉଁଲି ଲୋକ।ଆମେ କେମିତି ଜାଣିବୁ କିଏ ୟାଙ୍କ ଭିତରୁ ଭଲ କାମ କରିବ ? ଆମ ଗାଁ କୁ ସଡକ ହେବ। ବଡ ବଡ ଖୁଣ୍ଟି ପୋତାଯାଇ ବିଜୁଳି ଆଲୁଅ ଜଳିବ।ଘର ପାଖେ ସ୍କୁଲ ଖୋଲିଲେ ପିଲାମାନେ ଆଉ ପାଞ୍ଚ କିଲୋମିଟର ଚାଲିଚାଲି ପାଠ ପଢିବାକୁ ଯିବେନି। ଘରକୁ ପାଣି ପାଇପ୍ ଆସିବ। ଭତ୍ତା ମିଳିବ। ଚାଉଳ ,କିରୋସିନି ସବୁ ମିଳିବ। ଆଉ ଅଭାବ ରହିବନି।ଖୁସି ହୋଇଥିଲା "ରଘୁଆ।" କେତେ ବେଳୁ "ଦ୍ବିଜ ବୋଉ" ଚାହା ଦେଇ ଗଲାଣି ନିଘା ନାହିଁ। "ଚା"କାଲୁଆ ହୋଇଗଲାଣି। ରାଉ ରାଉ ହେଲା" ଦ୍ବିଜ ବୋଉ ."...କହିଲ ଦେଖି କ'ଣ ଭାବୁଛ? ଘଣ୍ଟାଏ ହେଲା ଚୂଲିମୁଣ୍ଡ ଟାରେ ବସି ସେହି ଦାଣ୍ଡ ଆଡେ ଚାହିଁ ରହିଛ ।


ନାଇଁ ମ କହିଲା ରଘୁଆ। ତୁ ତ ମୁରୁଖ ମାଇପି ଟା ଲୋ ତୁ କେମିତି ବୁଝିବୁ। ଏଇ ଯୁ ପେଁ ପାଁ ହୋଇ ଧୂଳି ଉଡେଇ ଗାଡି ଗୁଡିକ ଯାଉନି ଏମାନେ ଆମ ଭାବି ନେତା। ଆମ ଦୁଃଖ ସରକାରଙ୍କୁ ଜଣାଇବେ ଲୋ। ଖାଲି ଭୋଟ ଦେଇ ଭଲ ମଣିଷଟେ ଜିତେଇଲେ ହେଲା। ସେହି କଥା ପରା ଭାବୁଛି। ....ଦେ ଉଠ ତୁମର ଯେଉଁ କଥା! କହିଲ ଦେଖି ଗଲା ସନ ଭୋଟ ଦେଇଥିଲ , କିଛି ହେଲା ? ....ଆଲୋ ଦ୍ବିଜ ବୋଉ "ତୁ "ବୁଝୁନୁ । ସେମାନେ କ'ଣ କରିବେ ? ଟଙ୍କା ସବୁ ପରା ଆମ ପ୍ରଭାତ" ସରପଞ୍ଚ ଖାଇଦେଲା । ଦେଖିଲୁନି ଗରିବ ଟଙ୍କା ଖାଇ କେମିତି ପକ୍ଷାପାତ ରୋଗ ଭୋଗୁଛି। ଆଲୋ ଏ ପଇସା କ'ଣ ସହଜେ ହଜମ ହେବ କି? ଆମ ଗରିବ ଲୋକମାନଙ୍କ ପାଇଁ ସରକାର ପଠାଉଛି ପରା। ....ତୁମେ ଗଲ କାମକୁ ଏ ବିଷୟ ବସି ଭାବୁଥିଲେ ହାଣ୍ଡି ମାଙ୍କଡ଼ଚିତ୍ ମାରିବ । ସମସ୍ତେ ଉପାସ ରହିବା।...କହିଲା" ଦ୍ବିଜ ବୋଉ" '


(ରଘୁଆ ଫେରିଯାଏ ପୁଣି ତା ହାଡଭଙ୍ଗା ପରିଶ୍ରମ ନିତି ଦିନିଆ ଜୀବନକୁ)


  ହଠାତ ଦିନେ ଧୋତି ଆଉ ମଠାରଙ୍ଗର ପଞ୍ଜାବୀ ପିନ୍ଧି" ବାବୁ "କେତେ ଗୁଡ଼ିଏ ପୋଷ୍ଟର ଦେଇ ଚାରିଆଡେ ଛାପି ଦେବାକୁ କହିଲେ ରଘୁଆକୁ। କହିଲେ ନିଅ ଭାଇ ତୁମ ଗାଁ ଆଖପାଖ ଗାଁ , ପ୍ରତ୍ୟେକ ପ୍ରାଚୀର ,ଘରକାନ୍ଥ ସବୁଆଡେ ଅଠା ଦେଇ ଲଗେଇ ଦେବ। ଆଉ ରଘୁଆର କାନ୍ଧରେ ପଡିଥିବା ନାଲି ମଇଳା ଗାମୁଛାର ଭିତରେ ଗୁଡେଇ ଦେଇ ବଢେଇ ଦେଲେ ପାଞ୍ଚଶହ ଟଙ୍କାର ବିଡେ ବଣ୍ଡେଲ୍ । ଏ ସବୁ ତୁମ୍ଭର । ଗାଁ ରେ ଭୋଜି ଭାତରେ ଖର୍ଚ୍ଚ କରିବ। ଆଉ ଯାହା ବଳିବ ତୁମ ପିଲାମାନଙ୍କ ପାଇଁ ମୋ ତରଫରୁ ନୂଆ ପୋଷାକ କିଣିଦେବ। ୟା ବଦଳରେ ମୋର ଛୋଟିଆ କାମ ,ସମସ୍ତଙ୍କୁ ଏକାଠି କରି ଆଣି ମୋରି ଚିହ୍ନ ରେ ଭୋଟ ଖଣ୍ଡିଏ ଦେବାକୁ କହିବ। ଦେଖିବ କିପରି ତୁମ ଗାଁ ଆଉ ଗାଁ ଲୋକ, ମାନଙ୍କ ଅବସ୍ଥା ସୁଧାରିଦେବି। ସରକାର ପରା ଏବେଠୁ ତୁମମାନଙ୍କ ପାଇଁ ମୋତେ ପଠାଇଛନ୍ତି।


ସରଳ ବିଶ୍ୱାସୀ ରଘୁଆ ପାନଖିଆ ପାଟିରୁ ହସ ଦିଧାର ଛୂଟାଇ କହି ପକେଇଲା ତୁମେ ଜମା ବ୍ୟସ୍ତ ହୁଅନି ବାବୁ ଆମ ଗାଁର ଗୋଟିଏ ବି ଭୋଟ ଅନ୍ୟ କାହାଠାରେ ଯିବ ନାହିଁ। ଆପଣ ଖାଲି ଆମକୁ ଚାହିଁ ଥିବେ।


ତାପରେ ପ୍ରାଣପଣେ ଲାଗିଗଲା ପ୍ରଚାର କରିବାକୁ। ଟଙ୍କାତକ ସରି ଘରେ ଯାହା ଥିଲା ସବୁ ଖର୍ଚ୍ଚ କଲା ।....ସେଦିନ ରାସ୍ତାରେ ଫୁଲମାଳଟିଏ ଧରି ଠିଆହେଲା। ଖୁସିରେ ମନ ନାଚି ଉଠୁଥାଏ। ବିଜୟ ସମ୍ବାଦ ଶୁଣି ସମସ୍ତଙ୍କୁ ଏକାଠି କଲା।..

. "ବାବୁ "ଆସିଲେ, ବାଜା ବାଜିଲା। ଥାଟ ପଟୁଆର ତା ଭିତରେ ମଳିମୁଣ୍ଡିଆ ରଘୁଆ ଅଣନିଶ୍ବାସୀ ହୋଇ ଧାଉଁଥାଏ। ଗହଳ ଭିତରେ ଫୁଲମାଳ ସବୁ ଖସି ଯାଉଥାଏ। ବାବୁ ସାମାନ୍ୟ ଚାହିଁ ଦେଇ ମୁରୁକି ହସଟିଏ ହସିଦେଇ ରାସ୍ତାରେ ଚାଲିଗଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ବାବୁଙ୍କର ଦେଖା ନାହିଁ।


ଆଜି ବି ରାସ୍ତାରେ ଗାଡିଟିଏ ପେଁ ପାଁ ହେଲେ ରଘୁଆ ଦାଣ୍ଡକୁ ଦଉଡିପଳାଏ।


"ଶ୍ରୀଯୁକ୍ତ ବାଉରିବନ୍ଧୁ ଲେଙ୍କା"ଙ୍କର ଗଳ୍ପାଂଶକୁ ନେଇ"ରଘୁଆର ସ୍ବପ୍ନ"ର ସୃଷ୍ଟି। ସରଳ ବିଶ୍ୱାସୀ "ରଘୁଆ "ର ଚରିତ୍ର ମୋ ମନରେ ରେଖାପାତ କରିଥିବାରୁ ମହାଶୟଙ୍କୁ ଧନ୍ୟବାଦ। ଆଜିର ଗଣତନ୍ତ୍ର ନାଁରେ ଚାଲିଥିବା କଳାବଜାରିକୁ ଏଠାରେ ମୁଁ ଉପସ୍ଥାପନା କରିଛି।।



రచనకు రేటింగ్ ఇవ్వండి
లాగిన్

Similar oriya story from Abstract