Priyadarsini Das.PriYa❤️

Romance

4.0  

Priyadarsini Das.PriYa❤️

Romance

ରାସ୍ତା(ସ୍ମୃତି ର ଫର୍ଦ୍ଦ.୩)

ରାସ୍ତା(ସ୍ମୃତି ର ଫର୍ଦ୍ଦ.୩)

2 mins
12.4K


ସ୍ମାର୍ଟ୍ ଫୋନରେ ମୁଖ ପୁସ୍ତିକାକୁ ଖୋଲି ଧରି ବସିଥିଲି ସତ କିନ୍ତୁ ଜାଣି ପାରୁ ନଥିଲି କଣ କରିବି ।ମୋନାଲିସାର ସେ ଫଟୋ ଦେଖି ବହୁତ୍ କିଛି ଆସୁଥିଲା ମନକୁ । କିନ୍ତୁ କେମିତି ପାଇବି ସେ ପ୍ରଶ୍ନ ର ଉତ୍ତର । ବହୁତ୍ ସାହସ ସଞ୍ଚୟ କରି ଫ୍ରେଣ୍ଡ୍ ପାଇଁ ଅନୁରୋଧ ଟେ ପଠେଇଲି । କିନ୍ତୁ ସେ ଅନୁରୋଧ ଗ୍ରହଣ ହେଲାନି ।

ଦିନେ ଗଲା , ଦୁଇ ଦିନ ଗଲା , ପନ୍ଦର ଦିନ ଗଲା । ତଥାପି ଅପ୍ପରୋଭ ହୋଇ ନଥାଏ । ମନଟି କେଜାଣି ଆହୁରି ଅସ୍ଥିର ହୋଇ ପଡୁଥାଏ ସେ ବାନ୍ଧବୀ ଟେ ପାଇଁ । ଏବେ ମନରେ ପୁଣି ଆଉ ଗୋଟେ ପ୍ରଶ୍ନ ଉଙ୍କି ମାରୁ ଥାଏ , ସେ କଣ ଥିଲା ଖାଲି ବାନ୍ଧବୀ ଟିଏ ନା ଆଉ କିଛି । କିଛି ବି ବୁଝି ପାରୁ ନଥାଏ । ଭାରି ବ୍ୟସ୍ତ ଲାଗୁଥଲା । ୩ ମାସ ଗଲା , ୪ ମାସ ଗଲା ତଥାପି ଫ୍ରେଣ୍ଡ୍ ପାଇଁ ସେ ଅନୁରୋଧ ଟି ସେମିତି ଡଷ୍ଟ ବିନ୍ ରେ ପଡି ରହିଥାଏ । 

ଆଉ ଅପେକ୍ଷା ଭାରି କଷ୍ଟ ହେଉଥାଏ । ଯେଉଁ ପିଲା ତା ବହିର କଭର୍ ରେ ମୋ ଫଟୋ ରଖୁଛି ସେ କିନ୍ତୁ ମୋ ଫ୍ରେଣ୍ଡ୍ request ଟି ଗ୍ରହଣ କରୁନି ।କାହିଁକି ...?ମୋବାଇଲ୍ ରେ ସ୍କ୍ରିନ ଟି ରେ ଲାଇଟ୍ ଜଳିଲା । କଣ ଆସିଲା ବୋଧେ । ହଁ ତ ଫେସ୍ ବୁକ୍ ରେନୋଟି ଫିକେ ସନ୍ । ଆଉ ସେଇଟା ଥିଲା Monalisha accepted your Friend request.  ଆଖିକୁ ବିଶ୍ୱାସ ହେଉ ନ ଥାଏ ।ସେଇ ବାକ୍ୟ ଟିକୁ ବାରମ୍ବାର ପଢିବାକୁ ଇଛା ହେଉଥିଲା । ସ୍କ୍ରିନ ସଟ୍ ମାରି ରଖିଲି ।ବାରମ୍ବାର ଦେଖିଲି । ସାହସ ହେଉ ନଥାଏ କି ମେସେଞ୍ଜର ରୁ ମେସେଜ ଟେ କରିବି । ବହୁତ୍ ଅପେକ୍ଷା ପରେ ଆଉ ରହି ପାରିଲି ନି । ସାହସ ଟେ କରି ମେସେଜ କରିଲି । ହାଏ ଲେଖିଲି । ସେପଟୁ ମଧ୍ୟ ଉତ୍ତର ଆସିଲା ହେଲୋ । ଆଉ ତାପରେ ଏତେ କଥା ଆରମ୍ଭ ହେଲା ଯେ ସାରିଲାଣି କାହିଁ ।

ରାତି ପାହିଗଲା ।ତଥାପି କଥା ଅଧୁରା । ସବୁ ପୁରୁଣା କଥା ଆଲୋଚନା ରେ ମନ ରେ ନୂଆ ଆବେଗ ସୃଷ୍ଟି ହେଉଥାଏ । ସ୍ମୃତିର ଏ ଅତି ଲମ୍ବାଟେ ଥିଲା । ଯାହା କି ଏତେ ଶୀଘ୍ର ସରିବନି ବୋଲି ବିଶ୍ୱାସ ଥିଲା । ଦିନର ବ୍ୟସ୍ତ ତା ରେ ସମୟ ମିଳୁ ନଥାଏ । ରାତି ହେଲେ କଥା ଆରମ୍ଭ । ଆଉ ଆରମ୍ଭ ହୋଇଯାଏ ସେଇ ପୁରୁଣା ସବୁ ସ୍ମୃତିର କଥାର ଏକ ଲମ୍ବା ରାସ୍ତା .........(କ୍ରମଶଃ)


Rate this content
Log in

Similar oriya story from Romance