STORYMIRROR

Soumya Shubhadarshinee

Romance

3  

Soumya Shubhadarshinee

Romance

ରାଣ ଅଛି

ରାଣ ଅଛି

1 min
450

 


ଶ୍ଵାସରୁଦ୍ଧ ହେଇ ବସ୍ ଧରିବାକୁ 

 ଧାଉଁ ଥିବା ମୁହୂର୍ତ୍ତରେ ତୁମେ ଯେବେ 

  ବର୍ଷାର ତାଗିଦ କରି ଛତା ଧରେଇ ଦିଅ

   ମୋ ବଢ଼ିଲା ପାଦକୁ ଟିକେ ଅଟକେଇ

 

ରାଣ ଅଛି 

 ପ୍ରେମରେ ପଡେ 

     ପୁଣି ଥରେ


ବଢୁଥିବା ରକ୍ତଚାପର ଷଡ଼ଯନ୍ତ୍ର

  ଆଉ ବାକି ଥିବା ଆୟୁଷର ଗଣିତ

   ଠିକ ବୁଝି ମେଡ଼ିସିନ ସଜେଇ ରଖ

     ରାତି ଖାଇବା ଟେବୁଲ ଉପରେ 


ରାଣ ଅଛି 

 ପ୍ରେମରେ ପଡେ 

     ପୁଣି ଥରେ


ମଧୁମେହର ଶିକୁଳିରେ ଅସ୍ତବ୍ୟସ୍ତ ଏଇ

 ମୋ ଅସଜଡ଼ା , ଅବହେଳିତ ଜୀବନରେ

  ଯଦି କେବେ ଚିନି କମି ଯାଏ ରକ୍ତରେ

  ତୁମେ ଗ୍ଲୁକୋଜ ଗ୍ଲାସ ବଢେଇଲା ବେଳେ


ରାଣ ଅଛି 

 ପ୍ରେମରେ ପଡେ 

     ପୁଣି ଥରେ


ବୁଝି ମୋର ମନ କଥା ସେ ନିଧି ସାହୁ 

 ରାସାବଳୀ ଆଣି ଦିଅ ଏବେବି 

  ଡାକ୍ତରର ହଜାରେ ବାରଣ ସତ୍ୱେ 

  କହି ' କିଛି ହେବନି ମଁ ଏଇ ଟିକେରେ '


 ରାଣ ଅଛି 

 ପ୍ରେମରେ ପଡେ 

     ପୁଣି ଥରେ


ସେ ଶୀତୁଆ ରାତିର ପ୍ରକୋପରେ 

 ମୋ ବେପରୁଆ ଦେହରେ ଖୁବ୍ ଆଶ୍ଲେଷରେ

 ଯେବେ ଘୋଡେଇ ଦିଅ ଚାଦର ଟିକେ 

   ନିଦ ଭାଙ୍ଗି ନିଜର ଅଧ ରାତିରେ 


ରାଣ ଅଛି 

 ପ୍ରେମରେ ପଡେ 

     ପୁଣି ଥରେ


ଧୁ ଧୁ ଖରାରେ ଛାଇ ହେଇପାର ତୁମେ

 ଢୁ ଢୁ ବର୍ଷାରେ ଛତା ହେଇପାର ତୁମେ

 ସୁ ସୁ ଝଡ଼ରେ ଦମ୍ଭ ହେଇପାର ତୁମେ

 ଭୋ ଭୋ କାନ୍ଦରେ କାନ୍ଧ ହେଇପାର ତୁମେ


ତଥାପି ରାଣ ଅଛି 


ପ୍ରେମ ପାଇଁ ଆୟୁଷ କମ୍ ଲାଗେ ସବୁବେଳେ

ରାଣ ଅଛି ଆୟୁଷ କମ୍ ଲାଗେ ସବୁବେଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance