ରାଜକନ୍ୟା ସୁଲଗ୍ନା
ରାଜକନ୍ୟା ସୁଲଗ୍ନା
ନିର୍ମଳ ଗଭୀର ଜଳ ରାଶି ଦ୍ୱାରା ଘେରା ସୁନ୍ଦର ଦ୍ବୀପଟିଏ । ନାମଟି ତାହାରି ନାମ ନଭାଙ୍ଗ ଦ୍ବୀପ । ସେଠାରେ ରାଜୁତି କରୁଥାନ୍ତି ସୁବୋଧ ସିଂ । ସେ ବହୁ ପ୍ରଜାବଛଳ ରାଜା ଥିଲେ । ଲୋକ ମାନେ ନିର୍ଭୟ ତଥା ଆନନ୍ଦ ରେ କାଳାତିପାତ କରୁଥିଲି । ତାଙ୍କ ର ବହୁ ପ୍ରିୟ ର ମଣିଷ ହେଲା ତାଙ୍କ ଝିଅ ସୁଲଗ୍ନା ।
ଅତି ସ୍ନେହ ହେଉ ଅବା ତାଙ୍କୁ ହରେଇବାର ଭୟ ସେ ତାଙ୍କ ପ୍ରତି ଅତି ରକ୍ଷଣଶିଳ ଥିଲେ । ତାଙ୍କ ପାଇଁ ଉଦିଷ୍ଟ ପରିବେଶ ରେ ହିଁ ତାଙ୍କୁ ଚଳ ପ୍ରଚଳ ହେବାକୁ ପଡେ । ତାଙ୍କ ପରି ଚିତ ମୁଁହ ଗୁଡିକ ହେଲା ରାଣୀ ଇନ୍ଦୁମାତୀ, ସକ୍ଷୀ ମାନେ ଆଉ ରାଜା । ରାଜମହଲ ର ସେ ଝଲ ମଲ କରୁଥିବା ନିର୍ଜୀବ ପ୍ରତିମୂର୍ତ୍ତି ସହ ମନେ ମନେ ଆଳାପ କରି ନିଜ ମନକୁ ହାଲକା କରୁଥିଲେ । ତାଙ୍କରି ଉଦ୍ୟାନ ରେ ବୁଲୁ ଭାବନ୍ତି ଏହି ନିର୍ଧାରିତ ଜୀବନ ରୁ କେବେ ଥରେ ସେ ମୁକ୍ତ ହୋଇ ସାରା ଦୁନିଆ କୁ ଟିକେ ଭ୍ରମଣ କରନ୍ତି । ଜୀବନକୁ ଉପଭୋଗ କରନ୍ତି ।
ଦିନେ ସେ ମହଲ କୁ ଜଣେ ସିଦ୍ଧ ସନ୍ୟାସୀ ଆସିଲେ । ରାଜା ତାଙ୍କୁ ସ୍ୱାଗତ ଜଣାଇଲେ ଏବଂ ତାଙ୍କ ସେବା ଶୁଶ୍ରୁଷା ର ଦାୟୀତ୍ୱ ଅଲିଅଳି ଝିଅ କୁ ଦିଅନ୍ତି ।
ତା ପାଇଁ ବି ଏହା ଗୋଟିଏ ଖୁସି ର କଥା । ସେ ନୁଆଁ
ଏକ ବିତକ୍ତିତ୍ୱ ସହ ମିଶିବ ନୂତନ ଜ୍ଞାନ ଲାଭ କରିବ ।
ସେ ଅତି ନିଷ୍ଠା ର ସହ ଲାଗିଯାଏ ତାଙ୍କ ସେବାରେ । ବିଶେଷ କରି ତାଙ୍କରି ଭୋଜନ ର ଯଥେଷ୍ଟ ଧ୍ୟାନ ରଖେ ।
ପେଟ ଯଦି ତୃପ ମନ ଆପେ ଆପେ ତୃପ ହୋଇଯିବ ।
ସନ୍ୟାସୀ ଜଣକ ବହୁତ ଖୁସି ହୁଅନ୍ତି ଏବଂ ଗଲାବେଳେ ସୁଲଗ୍ନା କୁ ଏକ ଚମତ୍କାରୀ ମନ୍ତ୍ର ଶିକ୍ଷା ଦିଅନ୍ତି । କାରଣ ସେ ଥିଲେ ଜଣେ ସିଦ୍ଧ ସନ୍ୟାସୀ ।
ସେ ଦିନର ମଧ୍ୟ ରାତ୍ରି, ଚାରି ଆଡେ ନିଷ୍ପଦ । ହଠାତ ନିଦ ଭାଙ୍ଗିଗଲା ରାଜକୁମାରୀ ଙ୍କ । ମନେପଡେ ସନ୍ୟାସୀ ଙ୍କ କଥା -"ତୁମେ ଯଦି ରାତ୍ରି ର ତୃତୀୟ ପ୍ରହରରେ ଏଇ ମନ୍ତ୍ର ଟି ତିନି ଥର ଉଚ୍ଚାରଣ କରିବ ଏକ ଶ୍ୱେତ ବର୍ଣ୍ଣ ର ପକ୍ଷୀରାଜ ଘୋଡା ପ୍ରକଟ ହେବ । ସେ ତୁମକୁ ଆଖି ପିଛୁଳାକେ ତୁମର ଅଭିଷ୍ଟ ସ୍ଥାନ ରେ ପହଞ୍ଚାଇଦେବ ।"
ପଲଙ୍କ ରୁ ଉଠି ଠିଆ ହେଲେ ସେ । ପ୍ରକୃତ ରେ ଏହା କଣ ସମ୍ଭବ ଏଇ ଉତ୍କଣ୍ଠା ରେ ଉଚ୍ଚାରଣ କଲେ ମନ୍ତ୍ର । ତିନି ଥର ପୂର୍ଣ୍ଣ ହେବା ମାତ୍ରେ ଏକ ଶୁଭ୍ର ଆଲୋକ ଆଖି ଝଲସି ଗଲା । ଆଖି ଆଗରେ ପ୍ରକଟ ଶ୍ୱେତ ବର୍ଣ୍ଣ ଘୋଡା ଟିଏ, ବାହୁପ୍ରଶାରୀ ଯେପରି ତାଙ୍କୁ କହୁଥିଲା ଆସ ମୁଁ ତୁମକୁ ଏହି ପ୍ରାଚୁଯ୍ୟ ର ମିଛ ଓଢଣୀ ତଳୁ ନେଇ ମୂକ୍ତ ଆକାଶ ରେ ହଜାଇ ଦେବି । କାଳ ବିଳମ୍ୱ ନ କରି ରାଜକୁମାରୀ ଯାଇ ବସିଲେ ତା ଉପରେ । ନିମିଷକେ ସେ ସୁଦୀର୍ଘ ଜଲଧି କୁ ଅତିକ୍ରମ କରି ତାଙ୍କୁ ନେଇ ବିଭିନ୍ନ ରାଜ୍ୟ ର ଭ୍ରମଣ କରାଇଲା ଆକାଶ ମାର୍ଗରୁ ଏବଂ ସୂର୍ଯ୍ୟ ଦୋୟ ପୂର୍ଵ ରୁ ଆଣି ପହଂଚାଇ ଦିଏ ମହଲରେ । ଏକ ଅଜଣା ରୋମାଞ୍ଚ ରେ ଉନ୍ମଦିତ ହୋଉଥିଲେ ରାଜକୁମାରୀ । ଏପରି ପ୍ରାୟ ପ୍ରତିଦିନ ଚାଲେ କିନ୍ତୁ କାହା ପାଖରେ ବି ଏ ଘଟଣା ର ଖବର ନଥାଏ ।
ସବୁଦିନ ସମାନ ନଥାଏ ।ଦିନେ ରାଜକୁମାରୀ ଏପରି ଏକ ବନ ମୁଲକରେ ପହଂଚି ଲେ, ତାର ସୌନ୍ଦର୍ଯ୍ୟ ମୁଗ୍ଧ ହୋଇ ଅଶ୍ୱ ରୁ ତଳକୁ ଓଲ୍ଲାହିଲେ । ପାହାନ୍ତିଆ ପ୍ରହର ଶୀତଳ ବାଆ ର ଛୁଁଆ ରେ ଏକ ସୁଦୀର୍ଘ ପଥର ଚଟଣା ରେ ସେ ହେଲେ ନିଦ୍ରିତ । ସୂର୍ଯ୍ୟ ଙ୍କ ସୁନେଲି କୀରଣ ରେ ତାଙ୍କ ନିଦ ଭାଙ୍ଗି ଗଲା । ଉଭେଇ ଯାଇଥାଏ ଅଶ୍ୱ ।
କାରଣ ସନ୍ୟାସୀ କହିଥିଲେ ସୂର୍ଯ୍ୟଦୋୟ ପୂର୍ବରୁ ଫେରିଆସିବ ନହେଲେ ସେ ଅଦୃଶ୍ୟ ହୋଇଯିବ ।
ଅଜଣା ଜାଗା ଭୟରେ କ୍ରନ୍ଦନ କରିବାକୁ ଲାଗିଲେ ।
ତାହା ଥିଲା ଏକ ଶବର ସମ୍ପ୍ରଦାୟ ଅଧୁଷିତ ଅଞ୍ଚଳ । ରାଜା ତାଙ୍କରି ବିଭବସେନ, ବଳ ବୀର୍ଯ୍ୟ ରେ ପରିପୂର୍ଣ୍ଣ ନବ ଯୁବକ । ସେ ଯେବେ ରାଜକୁମାରୀ ଙ୍କ ବିଷୟ ରେ ଜାଣିଲେ ତାଙ୍କୁ ରାଜ ଅତିଥି ରୂପେ ସ୍ୱାଗତ କଲେ । ତାଙ୍କରି ସ୍ନେହ ପୂର୍ଣ୍ଣ ବ୍ୟବହାର ରେ ରାଜକୁମାରୀ ପ୍ରଭାବିତ ହେଲେ । ସେମାନଙ୍କ ସରଳ ଜୀବନ ଜାପାନ ତଥା ପ୍ରକୃତି ପ୍ରୀତି ତାଙ୍କ ମନ କୁ ମୋହିତ କରିଥିଲା । ସେଠାରେ ଦିନ ଟି ଅତି ବାହିତ କଲା ବେଳେ ସେ ଯେପରି ଭୁଲି ଯାଇଥିଲେ ନିଜ ପରିବାର ଓ ରାଜ ମହଲ ।
ଏପଟେ ରାଜକୁମାରୀ ମହଲରେ ନାହାନ୍ତି! ପୁରା ରାଜ୍ୟ ସ୍ତବ୍ଧ । ରାଜା ଙ୍କ ଆଖିରୁ ଅଶ୍ରୁ ର ବାରିଧାରା ବନ୍ଦ ହୋଉ ନଥିଲା । ମନେ ସେ ନିଜକୁ ନିନ୍ଦୁ ଥାନ୍ତି, କାହିଁକି ସେ ତାଙ୍କୁ ଏତେ କଟକଣା ରେ ରଖୁଥିଲେ । ଯେଉଁଥିପାଇଁ ସେ ଆଜି ତାଙ୍କୁ ଛାଡି ଚାଲିଯିବାକୁ ଶ୍ରେୟସ୍କର ମନେ କଲେ । ଏମିତି କେତେ କଣ..
ରାତ୍ରି ର ତୃତୀୟ ପ୍ରହର ରାଜା ବିଷାଦ ମନରେ ଉଦ୍ୟାନ ରେ ବୁଲୁଥାନ୍ତି । ହଠାତ ଏକ ଶବ୍ଦ ରେ ଚମକି ପଡିଲେ! ଆକାଶ ମାର୍ଗରୁ ଏକ ଶ୍ୱେତ ଅଶ୍ୱ ରୁ ଓଲହୁଛି ତାଙ୍କ ଅଲିଅଳି । ଖୁସି ରେ ପାଗଳ ହୋଇଗଲେ ସେ । କୋଳା ଗ୍ରତକଲେ ତାଙ୍କୁ । ସବିଶେଷ ଗୋଟି ଗୋଟି ବର୍ଣ୍ଣନା କରିବାକୁ ଲାଗିଲେ ସେ । ଝିଅ ର ମନର ଭାଷା କୁ ସେ
ବୁଝିଲେ ଏବଂ ଶବର ରାଜା ବିଭବ ସେନ ଙ୍କୁ ନିଜର ଜାମାତା ରୂପେ ଗ୍ରହଣ କରି ପୁରା ଶବର ସମ୍ପ୍ରଦାୟ କୁ ନିଜ ରାଜ୍ୟ ରେ ଥଇଥାନ କଲେ । ଏଥର ରାଜକୁମାରୀ ସୁଲଗ୍ନା ଏକ ସ୍ଵାଚ୍ଛନ୍ଦ୍ୟ ଜୀବନ ଅତିବାହିତ କଲେ ।