STORYMIRROR

Reeta aparajeeta Mohanty

Romance

3  

Reeta aparajeeta Mohanty

Romance

ପୂଜା ଫୁଲ

ପୂଜା ଫୁଲ

1 min
443

ସେଇ ଝିଅ ସହ ଦେଖା ହେଇଥିଲା ସକାଳେ ସକାଳେ। ମୋର ପ୍ରଭାତ ଭ୍ରମଣ ଅଭ୍ୟାସ ବହୁତ ପୁରୁଣା। ହେଲେ କେବେ ସେ ଫୁଲେଇ ଝିଅ ସହ ଭେଟ ହେଇନଥିଲା।


ହଠାତ ଟିପିଟିପି ବର୍ଷା ପଡିଲା। ମୁଁ ଧାଇଁଆସି ପାଖ ଦୋକାନରେ ଠିଆ ଗଲି।ସେଇଠି ସେ ଥିଲା । ସେ ବର୍ଷା ଭିଜା ପଦ୍ମ ଫୁଲ ପରି ଲାଗୁଥିଲା।ତା ଆଖି ମୋ ଆଖିର କଥାକୁ ପଢ଼ିଦେଲା ବୋଧେ। ଲାଜରେ ସେ ମୁହଁ ତଳକୁ କରିଦେଲା। ସେଦିନ ଆମର ଏମିତି କଥା ହେଇନଥିଲେ ବି ଆଖିରେ ଆଖିରେ ଅନେକ କଥା ହେଇଯାଇଥିଲୁ।


ଆମ ଭିତରେ ଧୀରେ ଧୀରେ କଥା ବାର୍ତ୍ତା ଆରମ୍ଭ ହେଇଗଲାଣି।କିଏ ସେଇ ପୂଜା ମୋ ମନ ମନ୍ଦିରର ପୂଜା ଫୁଲ ହେଇଗଲାଣି। ଖାସ ସେ ମୋ ପାଇଁ ଦୁନିଆକୁ ଆସିଥିଲା ବୋଧେ। ଆମ ବାହାଘର ଆସନ୍ତା ଡିସେମ୍ବର -୨୫।ଆପଣମାନଙ୍କୁ ନିମନ୍ତ୍ରଣ ରହିଲା ଏବେ ଠୁ ମୋ ବାହାଘରରେ ଆମକୁ ଆଶୀର୍ବାଦ ଦେବାକୁ ନିଶ୍ଚୟ ଆସିବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance