STORYMIRROR

Sunanda Mohanty

Abstract Drama Thriller

3  

Sunanda Mohanty

Abstract Drama Thriller

ପୁଣ୍ୟ ମଞ୍ଜୁରୀ

ପୁଣ୍ୟ ମଞ୍ଜୁରୀ

2 mins
6

   ଯମଦେବଙ୍କ ଏପରି ଝାଳନାଳ ଅବସ୍ଥା ଦେଖି ଚିତ୍ରଗୁପ୍ତ ଦେବ ଘାଵରେଇ ଗଲେ. ବଡ଼ ଦ୍ଵିଧାର ସହିତ କାରଣ ପଚାରିବାରୁ ଯମଦେବ କହିଲେ ସେକଥା ପଛରେ.ଆଗ କହିଲ କାହାର କଣ ଦରଖାସ୍ତ ଅଛିକି? ଆଜ୍ଞା କେତେ ତ ଦରଖାସ୍ତ ଅଛି. ତା ଭିତରୁ ବୁଢା ବୁଢ଼ୀ ଦୁହେଁ ମିଶି କରିଥିବା ଦରଖାସ୍ତଟିଏ ଅଛି. ସେମାନେ ଟିକେ ପୃଥିବୀକୁ ଯାଇ ତାଙ୍କ ସନ୍ତାନମାନଙ୍କୁ ଦେଖିଆସିବାକୁ ମନ କରିଛନ୍ତି. ଆଛା ସେମାନଙ୍କ ପୁଣ୍ୟ କେତେ? ଆଜ୍ଞା ପୁରା ଶହେରୁ ଶହେ. ତେବେ ତାଙ୍କୁ ଆଉଥରେ ସ୍ବଦେହରେ ମର୍ତ୍ତ୍ୟକୁ ପଠାଇ ଦେଲନି. କାବା ହୋଇ ଚିତ୍ରଗୁପ୍ତ ଯମଦେବଙ୍କୁ ଚାହିଁ କହିଲେ, ସେତେବେଳେ ତ ଆପଣ କିଛି କହିଲେନି ଏବେ ତ ବୁଢା ମାରିବାର ଛଅ ବର୍ଷ ଓ ବୁଢ଼ୀ ମରିବାର ଏକବର୍ଷ ପୁରଣ ହେବାକୁ ଯାଉଛି. ହଉ ହଉ ତାଙ୍କୁ ଛାଡ଼. ତାଙ୍କ ଦରଖାସ୍ତ ଦିଅ ମୁଁ ମଂଜୁର କରିଦେଉଛି. ସେମାନେ ଫେରି ଆସିବା ପରେ ଯଦି ରାଜି ହେବେ ବୁଢ଼ୀଙ୍କ ବର୍ଷିକିଆ ପୂର୍ବରୁ ତାଙ୍କୁ ଫେରେଇଦେବା. ଦରଖାସ୍ତ ଗ୍ରାଣ୍ଟ କରି ଚିତ୍ରଗୁପ୍ତ ବୁଢା ବୁଢୀଙ୍କୁ ଧରା ପୃଷ୍ଟକୁ ଯିବାକୁ ଅନୁମତି ଦେଲେ.

  ଦୁହେଁ ଖୁସି ହୋଇ ଜଗନ୍ନାଥ ଧାମରେ ପହଁଚିଲେ. ପୁରୀ ତାଙ୍କ ଜନ୍ମ ମାଟି. ଘରକୁ ଯିବା ପୂର୍ବରୁ ଜଗନ୍ନାଥ ଦର୍ଶନ କରିବା ସୌଭାଗ୍ୟକୁ ହାତଛଡା ନକରି ଦେଖିଲେ ଏ ଭିତରେ ଦର୍ଶନ କଟକଣା ଓ ମନ୍ଦିର ସୌନ୍ଦର୍ଯ୍ୟକରଣ ହୋଇ ବଡ଼ ସୁନ୍ଦର ଦେଖାଯାଉଛି ମନ୍ଦିର ଚତୁଃପାର୍ଶ୍ୱ. ତ ଖୁସିରେ ଧାଡ଼ିରେ ଠିଆ ହୋଇ ରହି ଅନୁତାପ କରୁଥିଲେ ପିଲାଙ୍କ ଦାଇତ୍ୱ କର୍ତ୍ତବ୍ୟ ସହ ସାଂସାରିକ ରୀତି ନୀତି ନିୟମ ପାଳନ କରୁ କରୁ ଦୁହେଁ କେବେ ସାଙ୍ଗ ହୋଇ ମନ୍ଦିର ଦର୍ଶନ କରିପାରିନାହାଁନ୍ତି, ସମୁଦ୍ରକୂଳ, ସିନେମା ତ ଦୂରର କଥା. ଯା ହେଉ କେଉଁ ପୁଣ୍ୟ ବଳରେ ଆଜି ସେ ସୁଯୋଗ ମିଳିଛି ତାଙ୍କୁ କହୁ କହୁ ପେଟ କାଟି ମୁଣ୍ଡ ବୁଲେଇ ବୁଢ଼ୀର ଦୁଇ ହୋଇଗଲା. କିଏ କିଏ ଏମିତି କଲା କହୁ କହୁ ଦୁହେଁ ଅଦୃଶ୍ୟ. ପାଣିସାରିବାକୁ ଶୌଚାଳୟ ଖୋଜି ଖୋଜି ବେଦମ. ଏତେ ସୌନ୍ଦର୍ଯ୍ୟକରଣ ଭିତରେ ସେଇଟା ହେବାର ପ୍ରକଳ୍ପ ଡେରି ଅଛି ଶୁଣି ଦୁହେଁ ତାଙ୍କ ଘରେ ପଶିଗଲେ. କିଏ କବାଟ ଖୋଲିଦେଲା କହି ସାନଝିଅ ହାଉଳି ଖାଇ ପାଟି କରୁଥିଲା ବେଳକୁ ବୁଢ଼ୀ ଯେତେ କହୁଥିଲା ମୁଁ ଝିଅ, କେହି ଶୁଣୁ ନଥିଲେ ।

  ସେଦିନ ଯୋଗକୁ ବୁଢ଼ାଙ୍କର ଶ୍ରାଦ୍ଧ ବାର୍ଷିକୀ ଥିଲା. ଅବଢ଼ା ଖାଇବାକୁ ମିଳିବ ଭାବି ବସିଲା ବେଳକୁ କେହି ପତର ପକାଉ ନଥିଲେ. ପିତୃ ପୁରୁଷଙ୍କ ପାଇଁ ପାଣିଛଡେଇଥିବା ଅଳ୍ପ ଟିକେ ଦୁହିଁଙ୍କୁ ନିଅଣ୍ଟ ହେଲା. ପିଲାମାନେ ମନଦୁଃଖ କରୁଥିବେ ଚାଲ ସ୍ବଦେହ ପ୍ରକାଶ କରିନେବା କହିବା ବେଳେ ଜଣେ କିଏ ମାଆଙ୍କ ପରି କାହାକୁ ଦେଖିଲି କହି ଦୌଡ଼ିଲା ତ ଜଣେ କିଏ ଜେଜେଙ୍କ ପରି କାହାକୁ ଦେଖିଲି କହି ଦୌଡ଼ିଲା. ତ ମନମାରି ଫେରି ଆସିବାକୁ ସ୍ଥିର କଲାବେଳେ ବୁଢା ବୁଢ଼ୀ ଶୁଣିଲେ ବୁଢ଼ୀର ଶ୍ରାଦ୍ଧ ପରେ ବୁଢା ବୁଢ଼ୀଙ୍କର ଅସ୍ଥି ବିସର୍ଜ୍ଜନ ହେବାର ମସୁଧା ଚାଲିଛି ନଚେତ ଏ ଶ୍ରାଦ୍ଧ ସଂସ୍କୃତି ପାଳନ କୁଆଡେ ଭାରି ବୋଝ ପରି ଲାଗୁଛି କେବେ ପୁଣି ଭୁଲି ହୋଇଯାଉଛି. ଦୁହେଁ ଫେରିଆସିଲା ବେଳକୁ ଶୁଭୁଥିଲା ସେମାନଙ୍କ ବିଦାୟୀ ଗୀତି କବିତା ଆସର. ଯମଦେବ ଯେବେ କହିଲେ ତୁମ ଦୁହିଁଙ୍କର ମର୍ତ୍ତ୍ୟକୁ ଫେରିଯିବା ପାଇଁ ପ୍ରସ୍ତାବ ଅନୁମୋଦନ ହୋଇଛି. ଦୁହେଁ ମନା କରୁଥିଲେ ତ ଯମଦେବଙ୍କର ସେଦିନ ନାରଦଙ୍କ ସଙ୍ଗେ ମର୍ତ୍ତ୍ୟକୁ ଯିବା କଥା ମନେପଡୁଥିଲା.ମଣିଷମାନେ କେଡେ ସାଙ୍ଘାତିକ ବୁଝିବାକୁ ବାକି ନଥିଲା କାହାକୁ ।


Rate this content
Log in

Similar oriya story from Abstract