STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ପଥହରା

ପଥହରା

2 mins
202


,

   ଜୀବନ ଶୈଳୀ ଭିତରେ ଏତେ ପରିବର୍ତ୍ତନ ଯେ, ସ୍ୱୀକାର କରିନେବା କେବେ ସହଜ ତ କେବେ ଭାରି ଅସହଜ l ପୂର୍ବପୁରୁଷ ସେମାନଙ୍କ ଅନୁଭୂତିରୁ କହିଥିବା ଅନେକ କଥା ଅନେକାଂଶରେ ସତ ନିଶ୍ଚୟ କିନ୍ତୁ ଆଜିର କଥାଟିକୁ ସହଜ ରେ ଗ୍ରହଣ କରି ପାରୁନଥିଲେ ଅମୀୟ ପଟ୍ଟନାୟକ, ସେ ଏମିତି ଅନେକ ଘଟଣା ଜାଣନ୍ତି ଯେମିତିକି ବୁଢା ବୁଢୀ ହେବା ପରେ ପୁଅ ଝିଅ କେମିତି ହତାଦର କରନ୍ତି ନିଜର ଅସହାୟତା ପ୍ରକାଶ କରି, ସେଇଟା ବି ସତକଥା, ଉଭୟ ପୁଅ ବୋହୁ ଆଉ ଝିଅ ଜୋଇଁ ଯଦି ଚାକିରିଆ ହୁଅନ୍ତି ଆଉ ବିଦେଶରେ ଥାନ୍ତି, ତ ସେମାନଙ୍କ ପକ୍ଷେ ବୃଦ୍ଧ ବୃଦ୍ଧା ପିତାମାତା ଙ୍କୁ ଚଲେଇବା ପ୍ରକୃତରେ କାଠିକର ପାଠ ବୋଲି ହୃଦୟଙ୍ଗମ କରି ଅମୀୟ ବାବୁ ସେହିଅନୁଯାୟୀ ନିଜକୁ ପ୍ରସ୍ତୁତ କରିନେଇଛନ୍ତି, କିନ୍ତୁ ସ୍ତ୍ରୀ ଚାଲିଯିବା ପରେ ସେ ଭାଙ୍ଗିପଡିଛନ୍ତି ଅତିମାତ୍ରାରେ l

  ଜୈନିକ କର୍ଣ୍ଣେଲଙ୍କ ଜୀବନର ଦୁଃଖଦ ସେ ଘଟଣାଟି ପଢି ସେ ବି ଡରିଯାଇଥିଲେ ହୁଏତ ଦୁଇ ପୁଅ ବି କର୍ଣ୍ଣେଲ ଙ୍କ ଦୁଇପୁଅଙ୍କ ପରି ଜଣେ ମାଆର ମୃତ୍ୟୁରେ ଆଉ ଜଣେ ବାପାଙ୍କ ମୃତ୍ୟୁରେ (ହାଜିରା)ଉପସ୍ଥିତ ରହିବେ ଜାଣି କର୍ଣ୍ଣେଲ ସ୍ତ୍ରୀଙ୍କ ଶବସହ ନିଜେ ନିଜକୁ ଗୁଳି କରି ଶହୀଦ କରିଦେଇଥିଲେ, ସେମିତି ତାଙ୍କ ଅବସ୍ଥା ହେବାନିତ !, ହେଲେ ସେମିତି କିଛି ହୋଇନଥିଲେ ବି ସେମାନଙ୍କ ସଙ୍ଗେ ଯିବାକୁ ସେ ରାଜି ହୋଇନଥିଲେ, ସେ ଭଲ କରି ବୁଝି ସାରିଥିଲେ ଆରାମ ପାଇବା ବୟସ ରେ ସେ ଆରାମ ପରିବର୍ତ୍ତେ ବା ବଦଳ ରେ କେବଳ ଅଶାନ୍ତି ଗୁଡିଏ କିଣିବେ l, ଏକରେ ତାଙ୍କର ଡାଇବେଟିସ, ଥାଇରଏଡ, କୋଲେଷ୍ଟ୍ରଲ, ସୁଗାର ତଥା ଇଉରିକ ଏସିଡ ବଢ଼ି ଆଣ୍ଠୁଗଣ୍ଠି ବିନ୍ଧାଠୁ ଆରମ୍ଭ କରି ଚଳପ୍ରଚଳ ସହଜ ନଥିଲା, ତ ଝିଅ, ଓଡିଶା ଭିତରେ ଥିବାରୁ କିଛି ଅସୁବିଧା ହେବନାହିଁ କହିଲେ ବି ଅମୀୟ ବାବୁ ଯିବାକୁ ରାଜି ହୋଇନଥିଲେ l

   ଦୁଇ ପୁଅ ଝିଅ ଯିବାପାଇଁ ପ୍ରସ୍ତୁତି ହେଲାବେଳେ ଅମୀୟବାବୁ ବି ପ୍ରସ୍ତୁତି କରୁଥିଲେ ଯିବାପାଇଁ ତ ଦୁଇଭାଇ ଭଉଣୀ ବୁଝିପାରୁନଥିଲେ ବାପା କାହା ସଙ୍ଗେ ଯିବାକୁ ପ୍ରସ୍ତୁତି ଚଳେଇଛନ୍ତି, କିନ୍ତୁ ଅମୀୟ ବାବୁହିଁ ନିଜେ ଘୋଷଣା କରିଥିଲେ ସେ ଅନାଥାଶ୍ରମ ରେ ବାକି ଜୀବନ କଟେଇବାକୁ ଚାହାନ୍ତି, ଯେଉଁଠି ଦେବା ନେବାର ସମ୍ପର୍କ ଅପେକ୍ଷା କର୍ତ୍ତବ୍ୟ ର ଆହ୍ୱାନ ଓ ପ୍ରେରଣା ରେ ବଞ୍ଚିହେବ ବାକି ଜୀବନ, ତ ଦୁଇ ପୁଅ ଓ ଝିଅ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରି କରି ସେହି ଅନାଥାଶ୍ରମ ନାମରେ ରଖିନେବା ସିଧାନ୍ତ ରେ ଅମୀୟ ବାବୁ କୃତ୍ୟ କୃତ୍ୟ ହୋଇଯାଇଥିଲେ, ଜୀବନ ବ୍ୟାପି ସଂଘର୍ଷ କରି, ଭୋଗ ବିଳାସ ତେଜ୍ୟ କରି ପିଲାଙ୍କୁ ଆଜିର ଯୁଗ ରେ ଅମଣିଷ ପରିବର୍ତ୍ତେ ମଣିଷ ହିଁ କରିପାରିଛନ୍ତି ଭାବି ତାଙ୍କ ନିଷ୍ପତ୍ତି ବି ଜଣେଇଥିଲେ ଯେ ତାଙ୍କ ଏହି ବିରାଟ ତ୍ରିତଳ ରାଜପ୍ରାସାଦ ଭଳି ଘରଟାକୁ ଅନାଥଶ୍ରମ କରିଦିଆଗଲେ ସେ ବେଶୀ ଖୁସି ହେବେ, ତ ବାପାଙ୍କ କଥାରେ ପିଲାମାନେ ଏକମତ ହୋଇଥିଲେ ତ ଆଜି ଅମୀୟ ବାବୁ ନିଜ ଘରେ ନିଜର ମହାନୁଭବତା ଦେଖାଇ ଖୁସିରେ ଥିଲେ ଆଉ ସ୍ତ୍ରୀ ସୁଭଦ୍ରାଙ୍କ ଫୋଟୋରୁ ବାସିମାଳ କାଢୁ କାଢୁ କହୁଥିଲେ ତୁମେ ମୋ ପାଇଁ ବ୍ୟସ୍ତ ହେଉଥିଲ ନା, ତୁମ ପରେ ବଞ୍ଚିବି କେମିତି ହେଲେ ତୁମେ ଯେଉଁ ତିନି ତିନିଟା ସୁନାମୁଣ୍ଡା ଛାଡ଼ିଯାଇଛ,ତାଙ୍କୁ ତୁମ ଆଦର୍ଶ ରେ ଗଢ଼ିଛ, ମୋର ଆଉ ଚିନ୍ତା କରିବା କଣ ଦରକାର, ଆମ ସନ୍ତାନମାନେ ଏ ଯୁଗରେ ବି ପଥହରା ହୋଇନାହାନ୍ତି ସୁଭଦ୍ରା କହି କାନ୍ଦି ପକେଇଥିଲେ ଅମୀୟବାବୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract