ପ୍ରତିଶୃତି
ପ୍ରତିଶୃତି


ଆଜି ଗାଁ ସାରାସୁନ୍ଦର ଭାବେ ସଜା ହେଇଛି, କିଏ ଜଣେ ବାବୁ ଆସୁଛନ୍ତି ଗୋଟେ ବଡ଼ ସଭାକରିବେ। ସମସ୍ତେ ଯାଇ ସଭାସ୍ଥଳରେ ଠିକ୍ ସମୟରେ ପହଞ୍ଚିବାକୁ ମାଇକରେ ପ୍ରଚାର କରା ଯାଉଛି, ଯିଏ ସଭାକୁ ଯିବ ସେଠାରେ ଭୋଜିଭାତ ଖାଇ ଫେରିବ । ତାଙ୍କୁ ସମସ୍ତେ ମିଶିଭୋଟରେ ଜିତେଇଲେ ସେ ସମସ୍ତଙ୍କୁ କାମ ଦେବେ।
ଆଉରି କେତେ କେତେ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରାଯାଉଛି।
ଗାଁ କୁ ରାସ୍ତା ତିଆରି କରିବେ। ସବୁ ଗାଁ ରେ ସ୍କୁଲକରାଯିବ। ପାଣି ପାଇଁ ଆଉ କେହି ଦୂରକୁ ଯିବେନି। ଦୁଇ କି ତିନି ଯାଗାରେ ନଳକୂଅ ବସାଯିବ । ଚାଷୀ ମାନଙ୍କ ପାଇଁ ବିହନ,ସାର, ଇତ୍ୟାଦି ଯୋଗାଇ ଦିଆଯିବ।
ଏତେସବୁ କଥା ଶୁଣି ରଘୁଆ ମନେ ମନେ ଖୁସି ହୋଇ ଘରେ ଯାଇ ତା ସ୍ତ୍ରୀ କୁ କହିଲା ଏଥର ଭୋଟ ହେଲେ ଆମେ ସମସ୍ତେ ଯିବା ଭୋଟ ଦବାକୁ ବୁଝିଲୁ, ମା 'କୁବି ନେଇଯିବା ସାଥିରେ।
ରଘୁଆ ଘର ଛପର , ଇଟା ପକେଇବା, ଧାନ ଗଦା କରିବା, ହେଁସ ମସିଣା ବୁଣିବା, ଗାଈ ଦୁହିଁବା ଆଦି କାମରେ ଧୁରନ୍ଧର । ଯେତେ କାମ କଲେ ବି ଚାରିପ୍ରାଣୀ କୁଟୁମ୍ବ ପୋଷିବାକୁ ତା ପାଇଁ କାଠିକରପାଟ । ତା'ର ଦେହ ମୁଣ୍ଡ ଖରାପ ହୋଇଗଲେ ଦିନେ ଦିନେ ଚୁଲି ଅଜଳା ରହିଯାଏ । ଦୁଇ ବଖରା ବାଡତାଟି ଦିଆ ଚାଳ ଛପର ଘର । ସେଥିରେ ଚାରି ପ୍ରାଣୀ ରହନ୍ତି । ନିର୍ବାଚନ ପରେ ରଘୁଆ ଅନ୍ୟମାନଙ୍କ ମୁହଁରୁ ଶୁଣି ମନେ ମନେ ଖୁସି ହେଉଥାଏ ଯେ ତା'ର ଏ ଅବସ୍ଥା ସୁଧୁରିଯିଵ ସେ ଆଉ ଗରିବ ହୋଇ ରହିବ ନାହିଁ ।
ରଘୁଆ ତା ମା, ସ୍ତ୍ରୀ ଜେମା ଆଉ ପୁଅକୁ ନେଇ ଦୁଃଖ ସୁଖରେ ଚଳେ। ଦିନେ ଖାଇଲେ ଦିନେ ଉପାସ ଶୋଇପଡିବ, ହେଲେ କାହାକୁ ହାତ ପତେଇ ମାଗିବା ତା ଜାତକ ରେ ନାହିଁ।
"ଅଭାବ ଅସୁବିଧା ରେ ଚଳିଚଳି,ଦିହସୁହା ହେଇ ଗଲାଣି ଆମର ତା ସ୍ତ୍ରୀ କହିଲା।"
"ଭୋଟ ଦେଲେ କିଏ ଆମର ଦୁଃଖ ନେଇ ଯିବ ନା କଣ ସେଇ ନିଉଛୁଣା ଜୀବନ ଆମର। ଯେତିକି କାମ କରିବା ସେତିକି ଖାଇବା।'
ନାଇ ଲୋ ଜେମା ଦେଖିବୁ ରହ, ଏଇ ଥର ନିର୍ବାଚନ ପରେ ଆମର ଦୁଃଖ ଘୁଞ୍ଚିଯିବ।
ଆମ ପୁଅ ପାଠ ପଢି ବଡ଼ ମଣିଷ ହବ, ମୋ ପରି ମୂଲ ଲାଗିବାକୁ ପର ଦୁଆର କୁ ଯିବ ନାହିଁ।
ସଭା ଦିନ ସକାଳୁ ସକାଳୁ ଗାଁ ମଝିରେ ଖନ୍ଦା ଖୋଳା ହେଇ ହଣ୍ଡାମାନ ବସି ରୋଷେଇ ହେଲା। ମହମହ ବାସ୍ନା ଆସୁଥାଏ ବିଭିନ୍ନ ପ୍ରକାରଖାଦ୍ୟର ରଘୁଆ ଭାବୁଛି, ଆଜି ମନଭରି ଖାଇବାକୁ ମିଳିବ। ନିଶ୍ଚୟ ମାଉଁସ ଭାତ ହେଇଥିବ।
ପୁଅକୁ ସଙ୍ଗରେ ନେଇ ଯିବି। ପିଲାଟା ତୁଣ୍ଡ ରେ କେଉ ଭଲ ଖାଦ୍ୟ ବାଜୁଛି ଯେ ।
ଖରା ଯାଉ ଯାଉ ସଭା ଆରମ୍ଭ ହଵବୋଲି କହୁଥାଏ ପୁରିଆ। ସବୁ କାମ ସେହିଁ କରୁଥାଏ।
ମାଇକ୍ ରେ ତୁହାକୁ ତୁହା ଘୋଷଣା କରାଯାଉଥାଏ।" ଅପଣ ମାନଙ୍କୁ ଅନୁରୋଧ ସଭାରେ ବିପୁଳ ସଂଖ୍ୟାରେ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରନ୍ତୁ।"
ଟିକେ ପରେ ଘୁଁଘା ଶବ୍ଦ କରି ବହୁତ ଗୁଡ଼ାଏ ଗାଡି ଆସି ପହଞ୍ଚିଲା। ଗାଡି ରୁ ଧୋବଧାଉଳିଆବାବୁ ମାନେ ଧଡ଼ଧାଡ
ଓଲ୍ଲାଇପଡ଼ି ମଞ୍ଚ ଉପରେ ବସିପଡ଼ିଲେ। ତା ପରେସଭା ଆରମ୍ଭ ହୋଇଗଲା।
ରଘୁଆ ତା ପୁଅକୁ ନେଇ ଆଗରେ ଯାଇ ବସିଛି। ଜେମା କୁ ଡାକିଲା ସିଏ, "ଆ ଯିବୁ କେତେ ସୁଆଦିଆ ଖାଦ୍ୟ ହେଇଛି ,ଖାଇ କିରି ଆସିବୁ। "ସିଏ ରାଜି ହେଲାନି।
ମଞ୍ଚ ଉପରେ ବସିଥିବା ବାବୁମାନଙ୍କୁ ରଘୁଆଦେଖୁଛି ,ଭାବୁଛି ମଝିରେ ବସିଥିବା ବାବୁଜଣଙ୍କୁ କେଉଁଠି ଦେଖିଲା ଭଳି ଲାଗୁଛି।
ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖାଲି ବଡ଼ ବଡ଼ ପ୍ରତିଶୃତି,ଏମିତି କରିବୁ, ସେମିତି କରିବୁ ,ଗାଁ ରେ ଆଉ କେହି ଗରିବ ରହିବେନାହିଁ ସମସ୍ତ ଙ୍କୁକାମ ମିଳିବ। ଆଉ ମୂଲ ଲାଗିବା କୁ କେହି ବାହାରକୁ ଯିବେନି । ଆମେ ଏଇଠି ଅନେକ ସଂସ୍ଥା ଖୋଲି ସେଥିରେ ଗାଁ ଲୋକ ମାନଙ୍କୁ ନିଯୁକ୍ତି ଦେବୁ।
ରଘୁଆ ମନେ ମନେ ଖୁସି ହେଉଥିଲେ ମଧ୍ୟ, ସ୍ତ୍ରୀ ଜେମାର କଥା ମନ ରେ ଉଙ୍କି ମାରୁଥିଲା ଯେ ଏମିତି କିଛି ଵି ହବନି। ସେମାନଙ୍କ ଅବସ୍ଥା ସବୁ ବେଳେ ସେମିତି ହିଁ ରହିବ।
ସଭା ଶେଷ ହେବା ପରେ ପେଟ ପୁରା ମାଉଁସ ଭାତ ଖାଇ ସବୁ ଲୋକ ଖୁସିହୋଇ ଘରକୁ ଗଲେ।
ନିର୍ବାଚନ ଯେତିକି ପାଖେଇ ଆସୁଥିଲା, ଗାଁ ଲୋକେ ସେତିକି ଉତ୍ସାହିତ ହୋଇ ଅପେକ୍ଷା କରି ଥିଲେ ।
ଭୋଟ ରେ କିଏ ଜିତିବ।
ଏଇ କଥାକୁ ନେଇ ଗାଁ ଲୋକମାନେ ଦୁଇ ଦଳ ହୋଇ ଯାଇଥାନ୍ତି ,ଚକ୍କା ପଞ୍ଝା ହୋଇ ରହିଥାନ୍ତି ,ଦଳେ ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ ଦଳେ ସେମାନଙ୍କୁ ସମାଲୋଚନା କରୁଥାନ୍ତି।
ସେଇ ଧୋବଫିରି ଫିରି ବାବୁଙ୍କ ଭିତରେ ବସି ଭାଷଣ ଦେଉଥିବା ଆର ଗାଁ ର ସନିଆଁଭାଇ ପୁଅ ଥିଲା।
ସିଏ କୁଆଡେ ମଣିଷ ମାରି ଜେଲ ଯାଇଥିଲାଏଇ ଥର ଭୋଟ ରେ ଠିଆ ହୋଇଛି।
ରଘୁଆ କିଛି ବୁଝେନି ଖାଲି ଜାଣିଛି । ମାଠିଆ ଚିହ୍ନ ରେ ଭୋଟ ଦେବାକୁ ସେ ବାବୁ ମାନେ କହିଛନ୍ତି। ଆଉ ତାଙ୍କୁ ଭୋଟ ଦେଲେ ସେମାନଙ୍କ ର ଦୁଃଖ ଦୂର ହେବ।
ଯେଉଁ ଦିନ ଭୋଟ ହେଲା ସେ ଦିନ ସକାଳୁ ଘରଘର ବୁଲି ଲୋକ ମାନଙ୍କୁ ଗାଡିରେ ବସାଇ ଇସ୍କୁଲ ପାଖକୁ ନେଇ
ଯାଉଥାନ୍ତି।
ରଘୁଆ ତା ମା କୁ ନେଇ ଯାଇଥାଏ। ଭୋଟଦେଇ ଫେରିଲା ବେଳକୁ ଆଉ ସେ ଗାଡି କୁ ପାଇଲା ନାହିଁ। ମା ଚାଲି ଚାଲି ବହୁତ କଷ୍ଟରେ ଆସିଲା ।
ଭୋଟ ଗଣା ହେଲା ଦିନ ଲୋକ ମାନେ TV ଆଗରେ ବସି ଶୁଣୁଥାନ୍ତି କିଏ ପାଇବ। ଏପଟେ ଗାଁ ଭିତରେ କିଛି ଗୋଟେ ବଡ଼ ଗଣ୍ଡଗୋଳ ହେବାର ସମ୍ଭାବନା ରହିଛି ବୋଲି ପୋଲିସ ସବୁ ଆଡେ ପାଇଁନ୍ତରା ମାରୁଥାଏ।
ସନ୍ଧ୍ୟା ବେଳକୁ ଜଣା ପଡ଼ିଗଲା ଭୋଟ ର ଫଳାଫଳ। କ୍ଲବ ଘରେ ଚୁପ୍ ହେଇ କେତେ ଗୁଡିଏ ଟୋକା ବସିଥାନ୍ତି ତାଙ୍କ ଭିତରେ କିଛି ଅଳ୍ପ ଅଳ୍ପ କଥାବାର୍ତ୍ତା ଚାଲି ଥାଏ। କାହା ମୁହଁରେ ଭୟ ତ କାହା ମୁହଁରେ କ୍ରୋଧ ପରିଦୃଶ୍ୟ ହେଉଥାଏ।
ରଘୁଆ ଏତିକି ବୁଝିଲା ମାଠିଆ ଚିହ୍ନଵାଲା ହାରି ଯାଇଛନ୍ତି ମାଛ ଦଳର ନେତା ଜିତିଛନ୍ତି। ତେଣୁ କ୍ଲବ ପିଲାମାନେ ଭୟ ରେ ରହିଛନ୍ତି
ଆର ଗାଁ ର ସନିଆଁ ଭାଇ ପୁଅ ଚଦିଛି , ସିଏ ହାରିଲା କେବଳ ଏଇ କ୍ଲବ ପିଲାଙ୍କ ଯୋଗୁଁ ପାନେ ଦେଵି ଶଳାଙ୍କୁ !!" ମୋଠାରୁ ମାଂସଭାତ ଖାଇଲେ ଭୋଟ ଆଉ ଜଣଙ୍କୁ ଦେଲେ"
ସେ ଦିନ ରାତି ରେ ଗାଁ ଲୋକ ଶୋଇଛନ୍ତି ,ବାହାରେ ବହୁତ ଜୋର ଜୋର ପାଟି ଶୁଭିଲା
"ନିଆଁ ଲାଗିଗଲା," ନିଆଁ ଲାଗିଗଲା" ତା ପରେ ଦୌଡାଦଉଡ଼ି ,ଡକା ଡକି, ତା ପରେ କନ୍ଦାକଟା କିଏ ଚାଳରେ ପାଣି ଢାଳୁଛି, ତ କିଏ ନଡା ଓଲାରୁଛି
ଯାହା ଘରେ ଯାହା ଜିନିଷ ଥିଲାକିଛି ମଧ୍ୟ ଆଣି ପାରିଲେ ନାହିଁ। କେବଳ ଜୀବନ ବଞ୍ଚେଇ ପଳେଇ ଆସିଲେ
ସବୁ ଜଳି ପୋଡି ପାଉଁଶ ହୋଇଗଲା। ଗୋଟାଏ ଝଟକା ରେ ସମସ୍ତେ ଦାଣ୍ଡର ଭିକାରୀ ହୋଇଗଲେ। ଖୋଲା ଆକାଶ ତଳେ ପିଲାଛୁଆ,ବୁଢା ବୁଢ଼ୀଙ୍କୁ ଧରି ଭୋକ ଉପାସରେ ପଡ଼ି ରହିଲେ ରଘୁଆ ଶୂନ୍ୟ ଆକାଶ କୁ ଚାହିଁ ଭାବୁଥିଲା କଣକରିବ ଏବେ
ଏତିକି ବେଳକୁ ଆଉ କେତେ ଜଣ ବାବୁ ଗାଁ ଲୋକ ଙ୍କ ପାଇଁ ଲୁଗାପଟା ,ଚୁଡା ଚାଉଳ ଧରିଆସି ବାଣ୍ଟିଲେ ,ସଙ୍ଗରେ ଅନ୍ୟ
କେତେକ ଲୋକ ସେମାନଙ୍କର ଫଟ ଉଠାଇବାରେ ଲାଗିଥାନ୍ତି
ବୁଝାଉ ଥାନ୍ତି ବ୍ୟସ୍ତ ନହେବାକୁ । ସେମାନେ ସବୁ ବେଳେ ଏମିତି ସାହାଯ୍ୟ କରିବେ ସରକାର ସମସ୍ତ ଙ୍କୁ ଘର କରିବା ପାଇଁ ଟଙ୍କା ଦିଆଯିବ ,ପିଲାଙ୍କୁ ମାଗଣା ରେ ବହି ପତ୍ର ଦିଆଯିବ। ପ୍ରତିଶୃତି ପରେ ପ୍ରତିଶୃତି ଏବେ ପାଖା ପାଖି ପନ୍ଦର ଦିନ ହୋଇ ଗଲାଣି
ଟାର୍ପୋଲିନ ଖଣ୍ଡେ ଖଣ୍ଡେ ବାନ୍ଧି ଗାଁ ଲୋକେ ମୁଣ୍ଡ ଗୁଂଜିଛନ୍ତି
ନିର୍ବାଚନ ବେଳେ ଚଳ ଚଞ୍ଚଳ ହେଉଥିବାଗାଁ ର ପିଲାମାନେ ଆଉ ଦେଖା ଯାଉନାହାନ୍ତି । ବେଶି ମାମଲତି ଦେଖାଉ ଥିବା ପୁରିଆର ଦେଖା ଦର୍ଶନ ନ ଥିଲା
କେତେ ଦିନ ପରେ ଗାଁ ର ଗୋଟିଏ ପରିତ୍ୟକ୍ତ କୂଅରୁ ପୁରିଆ ର ଶବ ମିଳିଲା
ପ୍ରତିଷ୍ଠିତ ଗାଳ୍ପିକ ଵାଉରୀବନ୍ଧୁ ଲେଙ୍କା ମହାଶୟ ଙ୍କ ଗଳ୍ପାଂଶକୁ ନେଇ ମୁଁ ଏଇ ଗଳ୍ପ ଟିକୁ ରଚନା କରିଛି।
ଏଥିରେ ନିର୍ବାଚନକୁ ନେଇ ଖଟି ଖିଆ ମଣିଷ ମନରେ ଥିବା ସମ୍ଭାବନାମୟ ଜୀବନ ଓ ସ୍ବପ୍ନ ର କିଛିଟା ଆଭାସ ମିଳୁଛି
ତେଣୁ ଗ୍ରାମରେ ଭୋଟ ହେଲେ କେମିତି ଜୀବନ ପ୍ରଭାବିତ ହୁଏ
ସେଇ ବିଷୟରେ ଲେଖିବାକୁ ଚେଷ୍ଟା କରିଛି
ଧନ୍ୟବାଦ