Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Maheswar sahoo

Abstract


2  

Maheswar sahoo

Abstract


ପ୍ରତିଶୋଧ

ପ୍ରତିଶୋଧ

6 mins 183 6 mins 183

ଆକ୍ରମଣର ପ୍ରତି ଆକ୍ରମଣ ଓ ସତ୍ୟର ବିଜୟ ପାଇଁ ଅସତ୍ୟ ନୀତି ଆଦରିବା ଏଇ ମଣିଷ ସଭ୍ୟତାରେ ଏକ ପ୍ରକାର ପ୍ରସ୍ତୁତି ଅଟେ । କ୍ଲାନ୍ତ ମନ ଓ ଉଦାସିୟା ହୃଦୟ ମଣିଷକୁ ଦୁର୍ବଳ ଓ ରୋଗଗ୍ରସ୍ତ କରିଦିଏ । ମଣିଷ ବଞ୍ଚିବା ପାଇଁ କେତେକ ନୀତି ଓ ଆଦର୍ଶର ଦିଗ ଧାରଣ କରିଥାଏ । ଏଥିପାଇଁ ଆଜି ମଣିଷ ଶ୍ରେଷ୍ଠ ଯିବ ହିସାବରେ ଦୁନିଆକୁ ନିଜ ଆୟତ୍ତରେ ରଖି ପାରିଛି । ଶ୍ରାବଣୀ ବହୁତ ଶାନ୍ତ, ସରଳ, ନିରୀହ, ଧୀର ଓ ନମ୍ର ଶୋଭାବର ଝିଅଟିଏ । ଲେଖିବା ଓ ପଢିବା ସହିତ ରୁଚି ରଖିଥାଏ ବ୍ୟାୟାମ ଉପରେ । ସକାଳ ସୁରୁଜ ନ ଉଇଁବା ଆଗରୁ ଉଠି ନିଜର ନିତ୍ୟକର୍ମ ଭାବରେ ଅଧଘଣ୍ଟା ବ୍ୟାୟାମ କରେ । ବ୍ୟାୟାମ କରିବା ସହିତ ନିଜ ଘର ପାଖ ଉଦ୍ୟାନରେ ଟିକେ ବୁଲାବୁଲି କରିଥାଏ । 

   ଆଜି ରବିବାର ବିଦ୍ୟାଳୟ ବନ୍ଧ ଥିବାରୁ ସକାଳେ ଉଠି ବ୍ୟାୟାମ କରି ଉଦ୍ୟାନକୁ ଯାଇଥାଏ । ଉଦ୍ୟାନର ଶୋଭା ଅତ୍ୟନ୍ତ ଆକର୍ଷଣୀୟ ହୋଇ ଥିବାରୁ ବହୁତ ଖୁସି ହୋଏ ଶ୍ରାବଣୀ । 

   ସକାଳ ସମୟ ଶ୍ରାବଣୀ ପହଞ୍ଚି ଯାଇଛି ଉଦ୍ୟାନ ଭିତରେ ଓ ଦେଖି ପ୍ରବଳ ଭୟଭୀତ ହୋଇଗଲା । ଏକ ବିଶାଳ କାୟ ସର୍ପ । ସର୍ପଟି ଉଦ୍ୟାନ ମଧ୍ୟରେ ବୁଲି ବୁଲି ଝିଣ୍ଟିକା, ବେଙ୍ଗ, ମୂଷା ଆଦି ପ୍ରାଣୀ ମାନଙ୍କୁ ଆହାର ରୂପେ ଗିଳି ଚାଲିଛି । ଶ୍ରାବଣୀ ଦେଖିଲା ସର୍ପଟି ବଡ଼ ଭୟଙ୍କର ଓ ବିଶାଳ କାୟ ମଧ୍ୟ । ପାଖରେ ପଡିଥିବା ଏକ ବାଉଁଶ ବାଡ଼ି ଧରି ଆଘାତ କରିଥିଲା ସର୍ପ ଉପରେ । ସର୍ପ ନିଜର ଫଣା ଉଠେଇ ବହୁତ ଗର୍ଜନ କରି ମୁଖରୁ ବିଷ ଉଦ୍ଗାର କରିବାରେ ଲାଗିଲା । ଶ୍ରାବଣୀ ନିଜ ହୃଦୟରେ ସାହସ ବାନ୍ଧି ପୁଣି ଆଘାତ କରିବାରେ ଲାଗିଲା । ଏମିତି ଦେହ ସାରା ନର୍ଘାତିଆ ପ୍ରହାର ଯୋଗୁଁ ସର୍ପଟି ମୃତ୍ୟୁ ମୁଖକୁ ଯାଇଥିଲା । ଶ୍ରାବଣୀ ଶେଷରେ ଘରକୁ ଦଉଡି ଦଉଡି ପଳେଇ ଆଇଲା । ଘରେ ଆସି ବାପା ମାଆ ଓ ଅନ୍ୟ ସଦସ୍ୟ ମାନଙ୍କୁ ଘଟଣା ସମ୍ପର୍କରେ ଜଣେଇବାରୁ ସମସ୍ତେ ଶ୍ରାବଣୀ ସାହସକୁ ବହୁତ ଶାବାସୀ କରିଥିଲେ । 

   ଶ୍ରାବଣୀ ବିନା ଦୋଷରେ ବିଶାଳ ଗୋଖର ସର୍ପକୁ ହତ୍ୟା କରିଥିଲା ସତ୍ୟ ହେଲେ ତାର ମନ ସବୁବେଳେ ଅଶାନ୍ତି ରହୁଥାଏ । ମନେ ମନେ ଭାବେ ମୁଁ ନିର୍ଦୋଷରେ ସର୍ପଟିକୁ ହତ୍ୟା କରିବା ମୋର ବହୁତ ବଡ଼ ଭୁଲ ଓ ମୁଁ ବଡ଼ ଅନ୍ୟାୟ କଲି । ଏମିତି ନିଜର ହୃଦୟରେ ସବୁବେଳେ ଅନୁତାପର ଅନଳ ପ୍ରଜ୍ବଳିତ ହୋଇ ଚାଲିଥାଏ । 

   ଲୋକେ କୁହନ୍ତି କୌଣସି ସର୍ପକୁ ହତ୍ୟା କରିବା ପରେ ତାର ଶବକୁ ପୋଡି ଦିଅ, ନ ହେଲେ ତାର ଆଖିକୁ ନଷ୍ଟ କରିଦିଅ । ହେଲେ ଶ୍ରାବଣୀ ସର୍ପଟିକୁ ହତ୍ୟାକରି ଉଦ୍ୟାନ ମଧ୍ୟରେ ଛାଡି ଆସିଥାଏ । 

   ସର୍ପଟି ମରିବା ପରେ ତାର ଯୋଡି ସର୍ପ, ଶବ ପାଖରେ ପହଞ୍ଚି ଯେତେବେଳେ ଅଘଟଣ ଦେଖିଲା ବହୁତ ଦୁଃଖ ପ୍ରକାଶ କଲା । ଶବରୁ ଦୁର୍ଗନ୍ଧ ବାହାରିବା ଯାଏ ଶବ ପାଖରେ ଜଗି ରହି କାନ୍ଧିବାରେ ଲାଗିଲା । ହେଲେ ମରିଥିବା ପ୍ରାଣୀ କେବେ ଜୀବନ୍ତ ହୁଏ ନାହିଁ । ଥରେ ଶରୀରରୁ ପ୍ରାଣ ବାୟୁ ଉଡ଼ିଗଲା ପରେ ଆଉ କେବେ ଫେରି ଆସେନା । ସେମିତି ଯୋଡି ସର୍ପଟି ଶବଟିକୁ ଜଗି ଜଗି ଶେଷରେ ଅତ୍ୟନ୍ତ କ୍ରୋଦ୍ଧନ୍ବିତ ହୋଇ ଶବର ଆଖିକୁ ଦୃଷ୍ଟି ଗୋଚର କଲା । ସେ ଯେତେ ନିରକ୍ଷଣ କରୁଥାଏ ତାକୁ କେବଳ କୌଣସି ଏକ ମଣିଷ, ଯିଏ କି ଜଣେ ଝିଅର ବାଉଁଶ ବାଡ଼ିରେ ପ୍ରହାର ଘାତର ଛବି ଦୃଶ୍ୟମାନ ହେଉଥାଏ । ଏମିତି ବହୁତ ସମୟ ଧରି ନିରୀକ୍ଷଣ କଲା ପରେ ନିଜ ହୃଦୟକୁ ପ୍ରତିଶୋଧର ଶାନ୍ତି ଉନ୍ମେଚିତ ହୋଇଥିଲା । ନାଁ ନାଁ ଚକ୍ଷ୍ୟୁର ଲୋତକ ନିମିଶ ମାତ୍ର ଓ ହୃଦୟରୁ କାଢ଼ିଦେଇଥାଏ ଦୁଃଖ ଓ ଗ୍ଲାନିର ଭାବନା । ସେମିତି ଯୋଡି ସର୍ପଟି ଏବେ ଜାଣିପାରିଲା ଯେ ନିଜକୁ ଦୁଃଖରେ ମ୍ରିୟମାଣ କରି ତିଳ ତିଳ କରି ଜାଳିବା ଅପେକ୍ଷା ପ୍ରତିଶୋଧ ନିତ୍ୟାନ୍ତ ଆବଶ୍ୟକ । ହଁ ମୋ ପ୍ରାଣ ପ୍ରିୟାର ହତ୍ୟାରୀଠୁଁ ମୁଁ ପ୍ରତିଶୋଧ ନେବି । ଫଁ ଫଁ ଗର୍ଜନରେ କମ୍ପିଯାଉଥାଏ ଉଦ୍ୟାନ । ଉଦ୍ଗାର କରୁଥାଏ କାଳ କୂଟ ଜହର । କାଳ କୂଟ ଜହରରେ ଭସ୍ମ ହୋଇଯାଉଥାଏ ଆଖ ପାଖର କୀଟ ପତଙ୍ଗ । 

   ଯୋଡି ସର୍ପଟି ଏବେ ଚିହ୍ନିବାକୁ ଇଛା କଲା କିଏ ସେ ମଣିଷ । କିଏ ସେ ନାରୀ ଯିଏ କି ପାପୀ ଓ ହତ୍ୟାକାରୀ । କିଏ ସେ ମୁଢମତି ଦୁର୍ମତି । ଛାଡ଼ିବି ନାହିଁ ତାକୁ ନିଶ୍ଚୟ ତାର ପ୍ରତିଶୋଧ ନେବି । ଏମିତି ଭାବି ଯୋଡି ସର୍ପଟି ଆଗକୁ ଆଗକୁ ମାଡି ଚାଲିଲା ଯେଉଁଠି ଶ୍ରାବଣୀର ଘର । 

   ଆଜି ସକାଳେ ଶ୍ରାବଣୀ ବଡୀ ଭୋରୁ ଉଠି ମୁହଁ ଧୋଇ ବ୍ୟାୟାମ କରିବାକୁ ଯାଇ ଦେଖେତ ଗୋଟିଏ ବିଶାଳ କାୟ ସର୍ପ । ତାର ମନେ ପଡି ଯାଇଥିଲା ସେଇ ଦିନର କଥା ଜଉଦିନ କି ଉଦ୍ୟାନରେ ଏକ ସର୍ପକୁ ସେ ନିର୍ମମ ଭାବରେ ବାଡେଇ ବାଡେଇ ହତ୍ୟା କରିଥିଲା । ସେ ସର୍ପଟିତ ମରିଯାଇଛି ହେଲେ ଏଇଟା ପୁଣି କିଏ । ମନରେ ଟିକେ ଭୟ ଆଉଥିଲା ହେଲେ ସର୍ପଟି ଅନ୍ତର୍ଧ୍ୟାନ ହେଲା ଭଳି କୁଆଡେ ଉଭେଇ ଯାଇଥିଲା ।

   ଏମିତି ଶ୍ରାବଣୀ ବାରମ୍ବାର ସର୍ପଟିକୁ ଦେଖୁଥାଏ ହେଲେ ଶ୍ରାବଣୀ ଆଘାତ କରୁନ ଥାଏ କି କରିବାକୁ ଚେଷ୍ଟା କରୁନ ଥାଏ । ଶ୍ରାବଣୀ ଆଜି ସ୍ୱପ୍ନ ଦେଖୁଛି, ଏକ ଅଜବ ସ୍ୱପ୍ନ ଓ ସ୍ୱପ୍ନରେ କେବଳ ତାକୁ କେହି କହୁଛି ପ୍ରତିଶୋଧ ନେବି । ଏବଂ ସ୍ୱପ୍ନରେ ସର୍ପ ଦର୍ଶନ ମିଳୁଛି ।

   ଶ୍ରାବଣୀ ନିଜର ମନର କଥା ନିଜ ବାପା ଓ ମାଆଙ୍କୁ ଜଣେଇବାରୁ ବାପା ଓ ମାଆ ବୁଝେଇ କହିଲେ ବ୍ୟସ୍ତ ହେବାର କିଛି ନାହିଁ । ତୁ ସେ ସର୍ପଟିକୁ ହତ୍ୟାକରି ବହୁତ ଦିନ ବିତି ଯାଇଛି । ହେଲେ ତୁ ସେଇକଥାକୁ କାହିଁକି ବାରମ୍ବାର ପୁନରାବୃତ୍ତି କରୁଛୁ ।

କୌଣସି କଥାକୁ ପୁନରାବୃତ୍ତି କଲେ ନିଜକୁ ଓ ନିଜ ହୃଦୟକୁ ଆଘାତ ମିଳିଥାଏ । ତେଣୁ ତୁ ସେ ସବୁ ନିଜ ମୁଣ୍ଡକୁ ନ ନେଇ ନିଜ ପାଠ ପଢ଼ାରେ ବ୍ୟସ୍ତ ରହିଲେ ତୋର ମଙ୍ଗଳ । ଏମିତି କହି ବାପା ବଳରାମ ବାବୁ ଶ୍ରାବଣୀକୁ ବୁଝେଇ ଦେଲେ ସିନା ମାଆ ମନ ମାନୁଛି କୁଆଡୁ । ମାଆ ସୁଲୋଚନା କହିଲେ " ହେଇଟି ଶୁଣିଛ ! ତମେ ଟିକେ ଯାଇ ଗୁଣିଆକୁ ଦେଖା କରି କୁହ ନା, କାହିଁକି ସେ ସର୍ପଟି ଆମ ଝିଅ ପଛରେ ପଡିଛି ।"

ବଳରାମ ବାବୁ ହଁ କହିଦେଇ ଆଖ ପାଖରେ ସର୍ପ ବିଷ କାଟି କରୁଥିବା ଜଣେ ତାନ୍ତ୍ରିକ ଗୁଣିଆକୁ ଦେଖା କରି ସବୁ କଥା କହିଲେ । ଗୁଣିଆ ସବୁ କଥା ଶୁଣି ସର୍ବଶେଷରେ କହିଲା ଯେଉଁ ସର୍ପକୁ ତୁମ ଝିଅ ହତ୍ୟା କରିଛି ସେଇ ସର୍ପର ଯୋଡି ସର୍ପ ତମ ଝିଅର ଜୀବନ ନେବାକୁ ବସିଛି, ହେଲେ ତମ ଝିଅକୁ ସେଥିରୁ ବଞ୍ଚେଇବା କଷ୍ଟ ସାଧ୍ୟ । ତମେ ସେ ମାରିଥିବା ସର୍ପକୁ ଯଦି ପୋଡି ଦେଇଥାନ୍ତ କି ଜାଳି ଦେଇଥାନ୍ତ ତେବେ ଏଇ ଦୁର୍ଦ୍ଦଶା ତୁମ ଉପରକୁ ଆସିନ ଥାନ୍ତା । ହେଲେ ଏଇ ସର୍ପଟି ଯଦି ମରିଥିବା ସର୍ପର ଯୋଡି ସର୍ପ ହୋଇ ଥାଏ ତେବେ ମୁଁ ତମ ଝିଅକୁ ବଞ୍ଚେଇ ପାରିବି ନାହିଁ । ମୋତେ କ୍ଷମା କର !

    କିନ୍ତୁ ମୁଁ ଗୋଟେ ସର୍ପଭୟ ନିବାରକ ପାଉଁଜି ଦେଉଛି ତୁମେ ନେଇଯାଅ ଓ ତୁମ ଝିଅ ଗୋଡ଼ରେ ବାନ୍ଧି ଦିଅ । କାରଣ ଏଇ ପାଉଁଜି ଶବ୍ଦରେ କୌଣସି ସର୍ପ ପାଖକୁ ଆସିବେ ନାହିଁ । ବଳରାମ ବାବୁ ତାନ୍ତ୍ରିକ ପାଖରୁ ଫେରି ଝିଅ ଗୋଡ଼ରେ ପାଉଁଜି ବାନ୍ଧି ଦେଲେ । ଏବେ ସେଇ ପାଉଁଜି ଶବ୍ଦ ଯୋଡି ସର୍ପ ପାଇଁ କାଳ ସାଜିଲା । ଶ୍ରାବଣୀ ପାଖକୁ ପହଞ୍ଚିବା ତା ପାଇଁ କଷ୍ଟ ସାଧ୍ୟ ହେଲା । କେମିତି ପ୍ରତିଶୋଧ ନେବ ଭାବିବାରେ ଲାଗିଲା । 

    ଏବେ ଯୋଡି ସର୍ପଟି ସୁବିଧା ଓ ସୁଯୋଗ ଖୋଜିବାରେ ଲାଗିଲା । ଯେତେବେଳ ସୁଯୋଗ ମିଳିବ ନିଶ୍ଚୟ ଆକ୍ରମଣ କରିବ ବୋଲି ଆଗ୍ରହ ଓ ଇଚ୍ଛାରେ ଘୁରି ଚାଲିଲା ପାଖେ ପାଖେ, ହେଲେ ଆଉ ଦେଖା ଦେଲା ନାହିଁ ଶ୍ରାବଣୀକୁ । ଶ୍ରାବଣୀ ଏବେ ଚିନ୍ତା ମୁକ୍ତ । ଏମିତି ବର୍ଷ ବର୍ଷ ବିତିଗଲା । ଆଉ ସର୍ପର ଦର୍ଶନ ନ ମିଳିବାରୁ ଶ୍ରାବଣୀ ନିଜ ପାଦର ପାଉଁଜି ଖୋଲି କାଢି ଦେଇଥିଲା । ଆଉ ସେ ମଧ୍ୟ ଭୁଲି ଯାଇଥିଲା ଯେ କି ତାକୁ କେହି ସର୍ପ ଦଂଶନ କରିବାକୁ ଚାଁହୁଥିଲା । ଏଇ ପରିପ୍ରେକ୍ଷୀରେ ଶ୍ରାବଣୀର ଏକ ଉତ୍ତମ ବର ସହିତ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ପଙ୍କଜ ସହିତ । ବିବାହ ମଧ୍ୟ ସରିଯାଇଥାଏ ଏକ ଅଜଣା ସହରରେ ହେଲେ ଯୋଡି ସର୍ପଟି ଚତୁର୍ଥୀ ସରଞ୍ଜାମ ପଠା ଯାଇଥିବା ଗାଡ଼ିରେ ଲୁଚି କରି ରହିଥିଲା ।

   ବିବାହ ପରେ ବାପା ପଠେଇଥିବା ଚତୁର୍ଥୀ ସରଞ୍ଜାମ ସହିତ ନିଜର କାଳ ହୋଇ ଯୋଡି ସର୍ପଟି ଯାଇ ପହଞ୍ଚି ଯାଇଥିଲା ସେଇ ଶ୍ରାବଣୀର ଶଶୁର ଘରେ । ସେଠାରେ ମଧ୍ୟ ସୁରକ୍ଷିତ ପହଞ୍ଚି ଅପେକ୍ଷା କରିଥିଲା ଶ୍ରାବଣୀର ବାସର ରାତିର ସେଜକୁ । ଜୀବନ କୌଣସି ଏକ ଭୁଲ ସବୁବେଳେ ନିଜ ପାଇଁ କାଳ ହୋଇ ଘୁରିବୁଲିଥାଏ । ସେମିତି ଶ୍ରାବଣୀ ପାଇଁ କାଳ ହୋଇ ଘୁରିବୁଲୁଥିଲା ଯୋଡି ସର୍ପ । 

   ଶ୍ରାବଣୀର ଆଜି ବାସର ରାତି । ବାସର ରାତିରେ ଅଜଣା ସ୍ୱପ୍ନରେ ମଜି ଯାଇଥାଏ ଜଣେ କୁମାରୀ । ନିଜ ଜୀବନ ଓ ଯୌବନର ପରିପକ୍ଵତାକୁ ଏହି ରାତିର ମାଦକତାରେ କୌଣସି ପୁରୁଷ ଓ ନାରୀ ମ୍ରିୟମାଣ କରି ଏକ ଅପୂର୍ବ ଶାନ୍ତିର ଆଲୋକ ଖୋଜିଥାଏ । ଖୋଜିଥାଏ ଏକ ନିଆରା ଖୁସି ଓ ତୃପ୍ତି । ହେଲେ ଶ୍ରାବଣୀ ଏହି ଖୁସିର ସନ୍ଧାନରେ ରହିଥାଏ । 

   ରାତି ହେଲା । ଯୋଡି ସର୍ପଟି ଧୀରେ ଧୀରେ ଯାଇ ବାସର ରାତିର ସେଜ ପାଖରେ ପହଞ୍ଚି ଗଲା । ଯେତେବେଳେ ବର ବଧୁ ମିଳନର ସମୟ ଉପନୀତ ହେଲା ସେଇ ସମୟରେ ଶ୍ରାବଣୀକୁ ଦଂଶନ କରିଥିଲା ଯୋଡି ସର୍ପ । ବାରମ୍ବାର ଚୋଟ ମାରି ଚାଲିଥିଲା ଶ୍ରାବଣୀ ପାଦକୁ । ମୁହୂର୍ତ୍ତକ ମଧ୍ୟରେ ପ୍ରାଣତ୍ୟାଗ କରିଥିଲା ଶ୍ରାବଣୀ । 

    ଯୋଡି ସର୍ପଟି ପ୍ରତିଶୋଧ ପରାୟଣ ହୋଇ ନିଜ ଯୋଡିର ହତ୍ୟାକରିକୁ ଏମିତି ସମୟରେ ଦଂଶନ କରିଥିଲା ଯାହାଦ୍ୱାରା ସେ ମଧ୍ୟ ଯୋଡି ହୀନ ହୋଇଯାଇଥିଲା ସବୁଦିନ ପାଇଁ...



Rate this content
Log in

More oriya story from Maheswar sahoo

Similar oriya story from Abstract