Rana Surya

Romance Classics

3  

Rana Surya

Romance Classics

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

4 mins
206


ସକାଳ 7 ଟା ହେବ ,,ମୁଁ ସେଦିନ ଭାରି ବ୍ୟସ୍ତ ଥାଏ, କଲେଜରେ ଇଲେକ୍ସନ ଆଉ ମୋର ଘନିଷ୍ଠ ବନ୍ଧୁ କଲଚରାଲ ସେକ୍ରେଟାରୀ ପାଇଁ ପ୍ରାର୍ଥୀ ହେଇଥାଏ,, ତେଣୁ ସବୁ କାମ ମୋ ଉପରେ ନ୍ୟସ୍ତ ଥାଏ । ମୋର ଉଠିବା ବିଳମ୍ବ ହେଇ ଯାଇଥିବାରୁ, ମୁଁ ଭାରି ତତ୍ପର ହେଇ କଲେଜ ଯିବାକୁ ସାଇକଲ ବାହାର କଲା ବେଳକୁ ସାଇକଲ ପମ୍ପଚର ହେଇ ଯାଇଛି,,ମୁଁ କ'ଣ କରିବି କ'ଣ କରିବି ଭାବି ବିଶ୍ୱଜିତକୁ ଫୋନ କଲି ,,ସେ ପ୍ରଥମେ ଗାଳି କଲା ତାପରେ କହିଲା ,, ହୋଉ ତୁ ବାହାରିକି ରାସ୍ତାକୁ ଆସେ ମୁଁ ଆସୁଛି । ମୁଁ ବ୍ୟାଗ କାନ୍ଧରେ ପକାଇ କେତେ କ'ଣ ଭାବି ଭାବି ଚାଲିଥାଏ,, ଏମିତି ଚାଲୁ ଚାଲୁ ମୁଁ ଜଣଙ୍କ ସହ ଧକ୍କା ହେଇଗଲି, ହେଲେ ସେ ସ୍ପର୍ଶ କଥା ଆଜି ବି ମନେ ପଡିଲେ,,ମନରେ କେତେ କ'ଣ ଭାବନା ଉଙ୍କି ମାରେ । ସେ ଆଉ କେହି ନୁହଁ ଆମ ଗାଁର ଝିଅ କାଞ୍ଚନ ସହିତ । ପିଲାଦିନୁ ସେ ମୋର ସାଙ୍ଗ, ଆମେ ସାଙ୍ଗ ହେଇ କେତେ କଣ ଖେଳୁ । ବୋହୁଚୋରି, ଲୁଚକାଳି ଏମିତି ଅନେକ ଖେଳ ।

ସାଙ୍ଗ ହେଇ ଭୂଇଁ ବର କୋଳି ତୋଳିବାକୁ ଯାଉ । କଷି ଆମ୍ବର ଫିସ୍ଟ କରୁ ।

ତା ପାଖରେ ଯେମିତି ଗୋଟେ ଚୁମ୍ବକୀୟ ଶକ୍ତି କିଛି ଥାଏ,, ମୁଁ ତା ପାଖକୁ ଟାଣି ହେଇ ଯାଏ ।

ସେ ଯାହା କୁହେ ମୋର ସେଇଟା ଠିକ ।କେଜାଣି କାହିଁକି ମୁଁ ମୋ କ୍ଲାସମେଟ ପ୍ରିୟଙ୍କା, ରଶ୍ମିତା ସହ କଥା ହେଲେ ସେ ଭାରି ରାଗିଯାଏ । ଆଉ ମୁହଁ ଫୁଲେଇ କୁହେ ତୋର ମୋର ଆଜିଠୁ କଥା ବାର୍ତ୍ତା ବନ୍ଦ ।ମୁଁ ପଚାରିଲେ -ମୁଁ କଣ କଲି ଯେ,ମୋର ଭୁଲ କଣ ? ସେ ପୁଣି କୁହେ ଯାଉନୁ ପ୍ରିୟଙ୍କା ସହ ହସି ହସି କଥା ହେବୁ । ସେ ଏମିତି କାହିଁକି କୁହେ ମୁଁ କିଛି ବୁଝି ପାରେନା ।ଖାଲି ନିର୍ବୋଧଙ୍କ ପରି ସାମାନ୍ୟ ହସି ଦିଏ ,ଆଉ କୁହେ, ହୋଉ ହେଲା ଆଜିଠୁ ସେମାନଙ୍କ ସହ କଥା ହେବିନି । ଆଉ ସେ ମାନି ଯାଏ । ପୁଣି ସାଙ୍ଗ ହେଇ ଖେଳୁ । ବହୁତ ବର୍ଷ ହେଲା ଦେଖା ହେଇ ନଥିଲା । ଆଉ ଆଜି ପୁଣି ଏ ଭଳି ଭାବରେ ଭେଟ ହେଲା ।

ତା ଆଖି ତଳକୁ କଳା କଳା ଦାଗ ଥିଲା ,ସେଥିଲାଗି ଆମେ ତାକୁ କାଞ୍ଚି ବିଲେଇ ଚିଡାଉ ଥିଲୁ,ଆଉ ସେ ମତେ ମୋଟୁ ମୋଟୁ କୁହେ,,ମୁଁ ପିଲାଦିନେ ବହୁତ ମୋଟା ଥିଲି ।

କିନ୍ତୁ ଏବେ ସେ କଳା ଦାଗ କିଛି ନ ଥିଲା । ସେ ବହୁତ ସୁନ୍ଦର ଦିଶୁଥିଲା ।

ସତେକି ଗୋଟେ ପରୀ ବାଟ ଭୁଲି ଆମ ଗାଁକୁ ପଳେଇ ଆସିଛି । ବହୁତ ବହୁତ ସୁନ୍ଦର ଦିଶୁଥାଏ ।ସେ ଏବେ ଭୁବନେଶ୍ୱର ରେ ରୁହେ ତା ବଡ଼ ନାନୀ ପାଖେ । ବୋଧେ ଗତକାଲି ଫେରିଛି ।

ମୁଁ ପଚାରିଲି ଆଲୋ ବିଲେଇ କେବେ ଆସିଲୁ କାହିଁ ଦେଖା ବି ତ କରୁନୁ । ସେ କହିଲା "ମାଙ୍କଡ଼ ତୋର ଦେଖା ମିଳିଲେ ତ" ତୁ କଣ ଆଜିକାଲି ଭାରି ବ୍ୟସ୍ତ ରହୁଛୁ । ହଁ ସେ ପ୍ରିୟଙ୍କା ସାଙ୍ଗରେ ବୋଧେ । ମୁଁ ପୁଣି ଟିକେ ଅଭିଭାବକ ଭଙ୍ଗୀରେ କହିଲି, ମାଡ଼ ଖାଇବୁ ବିଲେଇ ।

ସେ ଟିକେ ହସି ଦେଲେ ଆଉ କହିଲେ ମାଙ୍କଡ଼ କୁଆଡେ ବାହାରିଲୁ, ?

କୁଆଡେ ଆଉ ଯିବି,ଯାଉଛି ତୋ ଲାଗି ଗୋଟେ ଭାଉଜ ଖୋଜିବାକୁ । ଏକଥା ଶୁଣି ତାଙ୍କ ମୁହଁ ଟିକେ ମଳିନ ପଡିଗଲା ,,ସେ ତତ୍କ୍ଷଣାତ କହିଲେ ,ହୋଉ ତୁ ଯା । ସନ୍ଧ୍ୟାକୁ ଆମ ଘରକୁ ଟିକେ ଆସିବୁ ,ତୋ ସହ କଥା ଅଛି ।

ମୁଁ କହିଲି,କିଛି ଆଣିଛୁ କି ମୋ ଲାଗି ,

ଏବେ ଦଉନୁ । ସେ କହିଲେ ହଁ ଦେବି ଯେ,ସନ୍ଧ୍ୟାକୁ ଆସିବୁ ଯା ।ଏତକ କହି ପଳେଇଲେ ।। ଆଉ ମୋ ସାଙ୍ଗ ଆସି କେତେବେଳେ ପଣସ ଗଛ ପଛରେ ଲୁଚି ଲୁଚି ଆମ କଥା ଶୁଣୁଥିଲା କେଜାଣି,, ମତେ କହିଲା -ସବୁ ବୁଝିଲି ,ଭଲ କଥା । ହେଲେ ମୁଁ କିଛି ବୁଝି ପାରୁ ନଥାଏ । ମୁଁ କହିଲି ,ଚାଲ ଚାଲ ଲେଟ ହେଲାଣି । ସେଦିନ ମୋ ସାଙ୍ଗ ଜିତିଗଲା,ତେଣୁ ଆମେ ପୂରା ଯାଜପୁର ଟାଉନ ବୁଲିଲୁ । ଫେରୁ ଫେରୁ 4 ଟା ହେଇଗଲା ।

ମୋର ନିତିଦିନିଆ କାମ ହେଲା ମୁଁ ସନ୍ଧ୍ୟାରେ ଆମ ଗାଁ ନଈ କୂଳରେ 2 ଘଣ୍ଟା ବସିବି , ଅନେକ କିଛି ଭାବିବି,, ଆଉ ନୋକିଆ 1110 ମୋବାଇଲରେ ସାପ ଖେଳ ଖେଳିବି । ସେଦିନ ବି ମୁଁ ଗାମୁଛାଟେ କାନ୍ଧରେ ପକେଇ ବାହାରି ଗଲି ।

ବନ୍ଧକୁ ଉଠି ଦେଖେ ତ କାଞ୍ଚନ ବି ବନ୍ଧରେ ବୁଲୁଛି । ସେ ମତେ ଦେଖି ମୋ ପାଖକୁ ଆସିଲା । ଆଉ କହିଲା ,,କଣ ମାଙ୍କଡ ଏବେ କଲେଜରୁ ଫେରିଲୁ । ମୁଁ କହିଲି ,ହଁ ରେ କଣ ଆଉ କରିବି, କଲେଜ ମୋର,,ସବୁ ପିଲା ମୋର ,,ସବୁ ଦାଇତ୍ୱ ବି ମୋର (ଟିକେ ହସି ଦେଇ) । ସେ କହିଲେ,ଥାଉ ଥାଉ ତୋ ଦାଇତ୍ୱ ସେତିକି ଥାଉ ,,ତୋର ମନେ ଅଛିତ ସକାଳେ ମୁଁ କଣ କହିଥିଲି ।

ମୁଁ ନ ଜାଣିଲା ପରି କହିଲି,କୋଉ କଥା କହିଲୁ,ମୋର କିଛି ମନେ ପଡୁନି ।

ସେ ଟିକେ ଅଭିମାନ କରି କହିଲେ, ଶୁଣୁ ସନ୍ଧ୍ୟା କୁ ଆମ ଘରେ ଆସି ପହଂଚିବୁ ,ନ ହେଲେ ମତେ ଚିନ୍ହିବୁ । ମୁଁ ଟିକେ ମଜାଳିଆ କରି କହିଲି ,ମୁଁ କଣ ତତେ ଚିନ୍ହିନି କି ,ତୁ ପରା ବିଲେଇ , ସେ ମତେ ମାରିବା ଲାଗି ଆସିଲା,ଆଉ ମୁଁ ତଳକୁ ଗଡ଼ି ଗଲି,, ଆଉ କହି କହି ଯାଉଥାଏ,,ଆସିବି ଚା ଟିକେ କରିକି ରଖିଥିବୁ ।

ସେ ବି କହୁଥାଏ,ହଁ ତୁ ଆସେ ଆଗେ,ଆସିଲେ ପିଇବୁନି । ମୁଁ ପଡ଼ିଆରେ ସେଦିନ ଘଣ୍ଟେ ବସି ପଳେଇ ଆସିଲି । ଘରେ ଦିଦି ଖାଉଥିଲା ମୁଢି ମିକ୍ସଚର,,ତା ଠୁ ଛଡେଇ ଖାଇଲି,,ତା ପରେ ଠିକ ୭ :୩୦ ରେ ଚାଲିଲି ତାଙ୍କ ଘରକୁ । ଆମ ଘରଠୁ 10 ଟା ଘର ଛାଡିକି ତାଙ୍କ ଘର ।ସେ ଘର ବାରଣ୍ଡାରେ ବସିଥିଲା । ମତେ ଦେଖି ଖଣ୍ଡେ ଆସନ ଆଣି ଦେଲା,ଆଉ କହିଲା ଏଇଠି ମୋ ସାମନାରେ ବସ । ମୁଁ ବସିଲି,,ଆଉ ସେ ଉଠିଯାଇ ମିଠା ଆଣି ଦେଲା । ମୁଁ ମିଠା ଖାଉ ଖାଉ କହିଲି,, ତୋର ବାହାଘର ଠିକ ହେଇଯାଇଛି କି,ମିଠା ଦେଲୁଣି ।

ସେ ଟିକେ ରାଗିଯାଇ କହିଲା,, ଚୁପ ଚାପ ଖା । ତା ପରେ ତା ବୋଉ ଆସିଲେ ,,ମତେ ମୋ ପାଠ ବିଷୟରେ ପଚାରିଲେ ,, କିଛି ସମୟ ପରେ ତାଙ୍କ ବୋଉ ସେଠୁ ଚାଲିଗଲେ ରୋଷେଇ କରିବାକୁ । ସେ ଆଉ ମୁଁ ଚୁପ ଚାପ ବସିଥାଉ । ସେ ନିରାବତାକୁ ଭଙ୍ଗ କରି କହିଲେ, ମୋ ପାଖକୁ ଘୁଞ୍ଚି ଆସିଲ । ତ ମୁଁ ତାଙ୍କ ପାଖକୁ ଲାଗିଗଲି । ଭଗବାନ ସତେ ଯେମିତି ଚାହୁଁଥିଲେ ଆମ ଦୁହିଁଙ୍କର ମିଳନ , କରେଣ୍ଟ ବି ସେଇ ସମୟରେ ପଳେଇଲା । ସେ ମତେ ଜାବୁଡି ଧରିଲେ ଆଉ ମୋ ଗାଲକୁ ଗେଲ କରି କହିଲେ ,,ତୁ ନା ସତରେ ବୋକା ଟେ । ମୁଁ କିଛି କହୁ ନ ଥାଏ , ଖାଲି ନିର୍ଜନ ଅନ୍ଧାରରେ ,ତା ଚାନ୍ଦ ମୁହଁଟିକୁ ତୋଳି ଧରିଥାଏ । ସେ କହି ଚାଲିଥାନ୍ତି ପୁରୁଣା ଦିନର ସ୍ମୃତିକୁ ।ହେଲେ ମୁଁ କେବଳ ଭାବି ଚାଲି ଥାଏ ..ବହୁତ କିଛି ଆଗକୁ ...ଆହୁରି ଆଗକୁ । ସେ ମତେ ନିଜ ବାହୁ ବନ୍ଧନରେ ଭିଡି ଧରି ଥାନ୍ତି ।ଆଉ କହୁଥାନ୍ତି , ତୁ କଣ ଏବେ ବି କିଛି ବୁଝି ପାରୁନୁ ।

ମୁଁ ଏବେ ସବୁ କିଛି ବୁଝି ପାରୁ ଥାଏ, ଆଉ ତାଙ୍କ ପାଖରୁ ଫେରିଲା ପରଠୁ ମୋର କିଛି ହଜିଗଲା ପରି ଲାଗୁ ଥାଏ ।।


Rate this content
Log in

Similar oriya story from Romance