ବର୍ଷା ପ୍ରେମର
ବର୍ଷା ପ୍ରେମର
ଗୋଟିଏ ବର୍ଷ କି ଗୋଟିଏ ମାସ ନୁହଁ,ପ୍ରେମ ତ ଗୋଟିଏ କ୍ଷଣରେ ହେଇଯାଏ, ଆଉ ଯଦି ସେ ତୁମ ଜୀବନର ପ୍ରଥମ ଅତିଥି ହେଇଥାଏ, ତାହେଲେ ତାର ଗୋଟିଏ ଝଲକ ହି ଯଥେଷ୍ଟ ତୁମ ମନରେ ପ୍ରେମର ଫୁଲ ଫୁଟାଇବା ପାଇଁ ।
ପ୍ରେମିକା ସହ ବିତାଇଥିବା ଗୋଟେ ଗୋଟେ ମୁହୂର୍ତ୍ତ ଗୋଟେ ଗୋଟେ ଜନ୍ମ ପରି ମନେ ହୁଏ । ପ୍ରେମିକା ବି ତ କେତେ ମିଠା ମିଠା ପ୍ରତିଶ୍ରୁତି ଦେଇ ପ୍ରେମର ମୁହୂର୍ତ୍ତ ଗୁଡିକୁ ରୋମାଂଚିତ କରିଦିଏ । ସାରା ଦୁନିଆ ଟିକିଏ ପ୍ରେମ ପାଇଁ ପାଗଳ , ସେଥିରୁ ମୁଁ ବା କେମିତି ବାହାରି ଯାଇଥାନ୍ତି ଯେ । ମୋ ପ୍ରେମିକା ବି ତ କମ ସୁନ୍ଦରୀ ନୁହଁ ।ଆଉ ପ୍ରେମ ବର୍ଷାଇବା ରେ ସେ କେବେ ଉଣା ବି ତ କରିନି । ସହଜରେ ମୁଁ ଟିକେ ପାଗଳ (ଟିକେ କାହିଁକି ପୁରା ପାଗଳ ବି କହି ପାର) । ଭାସି ଭାସି ଚାଲି ଗଲି ତା ପ୍ରେମରେ , କୂଳ କି କିନାରା ନ ଜାଣି । ଆଉ ମୁଁ ପହଁରା ବି ଜାଣିନି (ହା ହା ହା...ସତରେ)।
ଦୁଇ ବର୍ଷର ପ୍ରେମର ମଧୁର ସମ୍ପର୍କ ଭିତରେ କେତେ ଯେ ଝଡ ଝାଞ୍ଜିର ସମ୍ମୁଖୀନ ହେବାକୁ ପଡିଥାଏ,ତାହାର କୌଣସି ହିସାବ ନାହିଁ । ଆଜି ଦିନରେ ପ୍ରେମର ବନ୍ୟା ତ ପୁଣି ରାତିକି ଛୋଟ ଛୋଟ କଥାକୁ ନେଇ ଦୁହିଁଙ୍କ ଭିତରେ ରାଗ, ରୁଷା, ଅଭିମାନ ।
ସେ ଅଭିମାନରେ ମୁହଁ ଫୁଲେଇ କୁହନ୍ତି,ତୁମେ ମତେ ଆଉ କଲ କରିବନି ଖବରଦାର,ନହେଲେ ମତେ ଚିନ୍ହିବ (ଟିକେ ରାଗିକି ) ।
ଆଉ ମୋର ଉତ୍ତର ପ୍ରତିଥର ପରି ଠିକ ଅଛି ଆଜିଠୁ ମୁଁ ତୁମକୁ ଆଉ disturb କରିବିନି , କଲ କି ମେସେଜ କରିବିନି ।ତୁମ ଝରକା ବାହାରେ ଆଉ ରାତି ରାତି ଉଜାଗର ରହିବିନି । ହୋଉ ବାଏ.
ରାଗ ତାଙ୍କର ସେଇ ରାତିକ ପାଇଁ ।ପରଦିନ ମଧ୍ୟାର୍ଣ୍ଣରେ କଲ ଆସିବ ତାଙ୍କ ଆଡୁ, ଆଉ ମେଣ୍ଟାଲ ର କିଛି ଏଇ ଭଳି କଥା
ମୁଁ ; ହେଲୋ..
ମେଣ୍ଟାଲ ; ଓୟେ, ଜାଣିଛ ନା..ଆଜି ପିଙ୍କି ର ବ୍ରେକଅପ ହେଇଗଲା ,କୁହନା ପିଲାଟା ଭାରି ମନ ଦୁଃଖରେ ଅଛି ।
;- (ଟିକେ ରାଗ ଦେଖେଇ ହେଲା ଭଳି) ସେଇଠୁ ମୁଁ କଣ କରିବି ଯେ
ମେଣ୍ଟାଲ ; ଆଉ ଗୋଟେ କଥା ଜାଣିଛ (ପୁଣି ଟପିକ ଚେଞ୍ଜ) ଆମ ରାନୁ (କୁକୁର) ଛୁଆ ଦେଇଛି
; - ଆଛା...congratulation, ମିଠା ବାଣ୍ଟ ..ତୁମ ଛୁଆ ଭାଇ ଆସିଲା ଯେ
ମେଣ୍ଟାଲ ; କଣ କହିଲ (ଟିକେ ରାଗିଯାଇ)
; - ଆଛା ସରି..ଆଉ କଣ କୁହ
ମେଣ୍ଟାଲ ; - କଣ ପାଇଁ କଲ କରି ନଥିଲ ଏଯାଏଁ ..
; - ତୁମେ ପରା ମନା କରିଥିଲ କଲ ନ କରିବାକୁ..ସେଥିପାଇଁ କରିନି (ଧିରେ ଧିରେ)
ମେଣ୍ଟାଲ ; - ଆଛା ମୁଁ କହିବି ମତେ ତୁମେ ଭୁଲିଯାଅ, ତାହେଲେ ତୁମେ ତ ମତେ ଭୁଲିଯିବ ...
; - ସେ କଥା କେତେବେଳେ ମୁଁ କହିଲି ଯେ
ମେଣ୍ଟାଲ ; - ଚିନ୍ହିଛ ନା ମତେ..ଭାବିଛ କି ମୋ ଠୁ ଦୁରେଇ ଦୁଇ ଚାରି ଦିନ ମଦ ପିଇ ମତେ ଭୁଲାଇ ଦେବ.. ଘରେ ପଶି ବାଡେଇକି ଆସିବି
; - ବାପ ରେ (ଟିକେ ହସି) ହୋଉ ହେଲା ଭୁଲ ହେଇଗଲା,ସରି ଆଉ କେବେ ଏମିତି ଭୁଲ ହେବନି ଏମିତି ରାଗ,ରୁଷା ଅଭିମାନ ଭିତରେ ସନ୍ଦେହଟିଏ ଜନ୍ମ ନେଲା,ଯାହାକି ଆମ ଦୁହିଁଙ୍କୁ ଛଅ ମାସ ଅଲଗା କରିଦେଲା । ମୁଁ କେବେ ବି ତାଙ୍କ ସହ ଗୋଟେ ଦିନ କଥା ନ ହେଇ ରହି ନ ଥିଲି । ଆଉ ସେ ବି...ହେଲେ ସନ୍ଦେହଟିଏ ଦୁହିଁଙ୍କ ଜୀବନରେ ଆଣିଦେଲା ଏକ ବିରାଟ ପରିବର୍ତ୍ତନ । ସେ ଅଭିମାନରେ ମୁମ୍ବାଇ ପଳାଇଲେ ତାଙ୍କ ଭାଇଙ୍କ ପାଖକୁ । ଆଉ ମୁଁ ଏକା ରହିଥାନ୍ତି କେମିତି ଯେ । ମୁଁ ବି ଏକା ନିଶ୍ୱାସେ ଚେନ୍ନାଇ ପଳାଇଲି ସାଙ୍ଗ ପାଖକୁ । ଚାଲି ତ ଗଲି ହେଲେ ପ୍ରତିଟି ମୁହୂର୍ତ୍ତ ଥିଲା ଖୁବ ଯନ୍ତ୍ରଣା ଦାୟକ । ଯେମିତି ସେମିତି କରି ଛଅ ମାସ କଟିଗଲା, ଘରକୁ ପଳେଇ ଆସିଲି । ହେଲେ ମନ ମୋର ଏଠି ସେଠି ସବୁଠି ତାକୁ ପାଇବାକୁ ଉଦବେଳିତ ହେଉଥାଏ । ଏତେ ଲମ୍ବା ସମୟ କେବେ ବି ଆମ ଦୁହିଁଙ୍କ ଭିତରେ କଥା ବାର୍ତା ବନ୍ଦ ହେଇ ନ ଥିଲା । ଏଇଟା ପ୍ରଥମ ଥର ,ଆଉ ଦୁହେଁ ଦୁହିଁଙ୍କ ଜିଦ ରେ ଅଟଳ । ଦୁହିଁଙ୍କ ego ଦୁହିଁଙ୍କ ମଝିରେ ପାଚେରୀ ପରି ଛିଡା ହେଇଥିଲା ।
ସେ ବି ତ ମୋ ପରି ନିଶ୍ଚୟ କଷ୍ଟ ପାଉଥିବେ , କାହାକୁ କହି ବି ପାରୁ ନଥିବେ । ମୋ ଆସିବାର ଦୁଇ ଦିନ ପରେ ସେ ବି ଗାଁ କୁ ପଳେଇ ଆସିଲେ । ମୋ ପାଇଁ ପଳେଇ ଆସିଲେନି ତ ? ଗର୍ବରେ ମନ ଫୁଲି ଉଠିଲା ।
ଯାହା ହୋଉ ମୋ ପାଇଁ କେହି ଜଣେ ତ worriedହେଉଛି । ମନେ ମନେ ଭାରି ଖୁସି ହେଲି ,ହେଲେ ego ଛାଡୁ ନ ଥାଏ ।
ମୁଁ କାହିଁକି ଆଗ କଥା ହେବି ଯେ , ତାଙ୍କର ଯଦି ମନ ନାହିଁ ମୋ ସହ କଥା ହେବା ପାଇଁ । ହେଲେ ତାଙ୍କୁ ଲୁଚି ଲୁଚି ଦେଖିବା, ତାଙ୍କ ଭଲ ମନ୍ଦ ମୋ ସାନ ଭଉଣୀ ଠାରୁ ବରାବର ବୁଝି ନଉଥାଏ । ୟା ଭିତରେ ଆଉ ଏକ ଦିନ ବିତି ଯାଇଥାଏ ଆଉ ମୁଁ ତାଙ୍କ କଲ ର ଅପେକ୍ଷାରେ ।
ଦିନ ଦ୍ୱୀପହର , ବାହାରେ ବର୍ଷାରାଣୀ ଛମ ଛମ କରି ବରଷି ଯାଉଥାଏ, ତା ସହ ତାଳ ଦେଇ ସତେକି ଏକ ସୁମଧୁର ଧୂନରେ ଝୁଲି ଝୁଲି ଆନନ୍ଦରେ ମଜ଼ି ଯାଇଥାନ୍ତି ଗଛପତ୍ର ମାନ । ଆଉ ମୁଁ ମୋର ନୁଆଁଣିଆ ଚାଳ ଘରଟିରେ ଖଟିଆ ଉପରେ ଶରୀର କୁ ଲୋଟାଇ ଦେଇ ସ୍ୱପ୍ନ ସବୁକୁ ସଜାଡ଼ିବାରେ ମସଗୁଲ ଥାଏ । ମୋର ସ୍ୱପ୍ନ ଟିକେ ଭିନ୍ନ ପ୍ରକାରର, ମୁଁ କେବେ ସ୍ୱପ୍ନ ଦେଖେ ମୁଁ ମୋ ଅର୍ଦ୍ଧାଙ୍ଗିନୀଙ୍କ ପଦ ମଂଚାଳନ କରୁଛି ଆଉ ସେ ସୁଖ ନିଦ୍ରା ଯାଇଛନ୍ତି (ଭାରି ଭୟଙ୍କର ସ୍ୱପ୍ନ, ବାପ ରେ) । ମୁ ପୁଣି ସ୍ୱପ୍ନ ଦେଖେ ସେ ଅଭିମାନ କରି ତାଙ୍କ ବାପ ଘରକୁ ପଳେଇଛନ୍ତି ଆଉ ମୋର କଡେଇରେ ଚାହା ବନାଇବାର ପରିସ୍ଥିତି ଆସି ପହଁଚିଛି ( ବାପ ରେ...ଏ ସ୍ୱପ୍ନ ତ ଆହୁରି ବି ଭୟଙ୍କର) । ହା ହା ହା...ଭାରି ହସ ବି ଲାଗେ । ଭାରି ଅଜବ ନା ମୋର ସ୍ୱପ୍ନ...! ପୁଣି କେବେ ଦେଖେ ମୁ ତାଙ୍କୁ ନେଇ ସାରା ଦୁନିଆ ବୁଲେଇବାକୁ ବାହାରିଛି ତ ପୁଣି କେବେ ଦେଖେ ମୁ ତାଙ୍କୁ ନେଇ କୋଉ ଏକ ଘଞ୍ଚ ଜଙ୍ଗଲରେ ଛାଡି ଦେଇ ପଳାଇ ଆସୁଛି । ମୋ ସ୍ୱପ୍ନ ସତରେ ଗଜବ ନୁହଁ କି !
ଏମିତି କିଛି ସ୍ୱପ୍ନକୁ ତଳ ଉପର କରି ସଜାଡୁ ଥାଏ, ହଠାତ ଫୋନ ଟା ବାଜି ଉଠିଲା...Tum kyun chale aate ho
Har roz inn khwabon mai
Chupke se aa bhi jao
Ek din meri baahon mai
ସେ ହିଁ ରିଙ୍ଗଟୋନ ଟି ସେଟ କରିଥିଲେ, ତାଙ୍କର ବି ପସନ୍ଦ ଗୀତଟି ଆଉ ମୋର ବି । ସ୍ୱପ୍ନରୁ ବାସ୍ତବ ଦୁନିଆ କୁ ଲେଉଟି ଆସିଲି । ମୋବାଇଲ screen ରେ ଝଲସି ଉଠିଲା ତାଙ୍କ ନାମ , ଆଉ ମୋ ଶରୀର ରେ ଖେଳିଗଲା ଗୋଟେ ଅଦ୍ଭୂତ ଶିହରଣ । (thoda attitude toh banta hai boss)
Voice କୁ ଟିକେ ସଜାଡି ନେଲି ଆଉ କଢ଼ା ସ୍ୱରରେ... ହେଲୋ , କିଏ କହୁଥିଲେ,
ମେଣ୍ଟାଲ ; - ଚିନ୍ହି ପାରୁନା ତା ହେଲେ..ହୋଉ
; - ନା , କିଏ କହୁଥିଲେ ଆପଣ (ହସକୁ ଚାପ ରଖି)
ମେଣ୍ଟାଲ ; - ଆଛା, ଆପଣ..! ହେଲା ଆଉ
ମୁଁ ; - କଣ କିଛି କାମ ଥିଲା କି ମୋ ପାଖରେ ?
ମେଣ୍ଟାଲ ; - ଆଛା, ଆପଣ କିଏ କହୁଥିଲେ ?
ମୁଁ ;- ମୋ ବୋଉର ପୁଅ
ମେଣ୍ଟାଲ ; - ମୁଁ କଣ କହିଲି କି ...(ଟିକେ ରହିଯାଇ)
ଅଧିକା କଲର ହୁଅନା,ଘରକୁ ଟିକେ ଆସିଲ urgent କଥା ଅଛି ।
ମୁଁ ; - ମୁଁ ଯାଇ ପାରିବିନି, ମୋର ଦୁନିଆ କାମ ଅଛି
ମେଣ୍ଟାଲ ; - hmm..hmm ଜାଣିଛି ମୁଁ ତୁମ କଥା ସୋଇ ସୋଇ ସ୍ୱପ୍ନ ଦେଖୁଥିବ, ମତେ କେମିତି କୋଉଠି ଛାଡି ଦେଇ ଆସିବ ନୁହଁ ...
ମୁଁ ; - ଆଛା, ତୁମ ଘରେ କେହି ଜ୍ୟୋତିଷବିଦ୍ୟା ଜାଣିଛନ୍ତି କି ? ନା ତ ମତେ ବି ଲାଗୁନି
ମେଣ୍ଟାଲ ; - କଣ ...କଣ କହିଲ
ମୁଁ ; - ନାଇ ନାଇ କିଛି ନାହିଁ (ମନେ ମନେ ଖୁସି ହେଇ)
ମେଣ୍ଟାଲ ; - କଣ କିଛି ନାହିଁ ..ହୋଉ ଶୁଣ ଜଲ୍ଦି ଆମ ଘରକୁ ଆସ,କଥା ଅଛି urgent .
ମୁଁ ; - ନାଇ ମୁଁ ଯାଇ ପାରିବିନି କହିଲିନା , ଏତିକି କହି ଫୋନ କାଟିଦେଲି ।
ଇଚ୍ଛା ତ ଅନେକ ଥିଲା ତାଙ୍କୁ ପାଖରୁ ଆଖିରେ ଆଖି ମିଶାଇ ଘଡ଼ିଏ ଦେଖିବା ପାଇଁ , ହେଲେ self respect ପ୍ରଥମ । ଆଉ ଯୋଉଟା କି ମୋ ପାଖରେ ଟିକେ ଅଧିକା ଅଛି ।
ମନେ ମନେ ଭାରି ଖୁସି, ହେଲେ ବାହାରକୁ ଦେଖେଇବାର ନାହିଁ । ଏମିତି ଭାବୁ ଭାବୁ କେତେବେଳେ ମୁ ସୋଇ ଯାଇଥାଏ । ମୁଁ ସ୍ୱପ୍ନ ଦେଖୁଛି ସେ ମୋ ପାଖରେ ଆସି ଛିଡ଼ା ହେଇଛନ୍ତି ଆଉ କହୁଛନ୍ତି,ତୁମକୁ କଣ ମୋ କଥା ଖାତିର ପଡ଼ିଲାନି କି ? କହିଥିଲି ନା ଘରକୁ ଯିବା ପାଇଁ,କଣ ପାଇଁ ଗଲନି ଯେ, ଚିନ୍ହିଛ ନା ମତେ ପାଗଳ ।
ହଉ ଶୁଣ, ସନ୍ଧ୍ୟା କୁ ଛାତକୁ ଆସିବ ,ବହୁତ କଥା ଅଛି । ମୋ ମଥାକୁ ଚୁମି ମୋ ଗାଲକୁ ଚିମୁଡ଼ି ଦେଇ ପଳେଇ ଯାଉଛନ୍ତି । ହଠାତ ମୋର ନିଦ ଭାଙ୍ଗିଗଲା ,ମୁଁ feel କଲି ତାଙ୍କ ଉପସ୍ଥିତିର । ସେ ଏକ ଅପୂର୍ବ ମହକ, ସେ ଯୋଉ ବାଟ ଦେଇ ଚାଲିଯାନ୍ତି ସେ ବାଟରେ ଖେଳିଯାଏ ଅପୂର୍ବ ମହକ,ଆଉ ଘରଟା ମହକରେ ଫାଟି ପଡୁଥିଲା । ଆମ ଝିଅକୁ ପଚାରିଲି ,ଘରକୁ ଏବେ କିଏ ଆସିଥିଲା କି ..?
;- ଭାଇ କିଏ ଆଉ ଆସିବ ,ସିଏ ଆସିଥିଲା ୧୫ ମିନିଟ ରହି ପଳେଇଲା, ମୁମ୍ବାଇରୁ ଆସିଛି ନା ଏବେ ଫୁଲେଇ ।
(ମନେ ମନେ) ତାହେଲେ ସତରେ କଣ ସିଏ ଆସିଥିଲେ ...!
ସ୍ୱପ୍ନରେ ନୁହଁ ସତରେ ? ମୋ ମଥାକୁ ଚୁମି ବି ଗଲେ ।
ଆଉ ମୁ ଭାବୁଥିଲି ସ୍ୱପ୍ନ ବୋଲି ।
ଇସ...କଣ କଲି ମୁଁ , ଏତେ ପାଖକୁ ମୋର ସିଏ ଆସିଥିଲେ ଆଉ ମୁଁ ପାଗଳ ସ୍ୱପ୍ନ ଭାବି ସ୍ୱପ୍ନର ବର୍ଷାରେ ଭିଜୁଥିଲି ।
ବାହାରେ ବର୍ଷା ସେମିତି ବରସି ଯାଉଥାଏ କେଉଁ ଏକ ଅଜଣା ଧୂନ ରେ ,ମଧୁର...ଅତି ମଧୁର ...ରୋମାଂଚକର ...।
ବଡ଼ ମା ଘରୁ ଭାସି ଆସୁଥାଏ ଫୁଟା ତରକାରୀ ର ବାସ୍ନା। ବାହାରକୁ ଉଠି ଚାହିଁଲି ଆଜି ବର୍ଷା କମିବାର କୌଣସି ସେମିତି ଚାନ୍ସ ଜଣା ପଡୁନି । ସେ ତ କହିଥିଲେ ସନ୍ଧ୍ୟାରେ ଛାତକୁ ଯିବାକୁ ,ଏମିତି ବର୍ଷା ଲାଗି ରହିଲେ ଆମ ଦୁହିଁଙ୍କ ଦେଖା ଆଜି ତ ଆଉ ସମ୍ଭବ ନୁହଁ । ବର୍ଷା ବୋଧେ ଚାହୁଁଥିଲା ଆମ ଦୁହିଁଙ୍କ ମିଳନ ହୋଉ । ମନ କଥା ବୁଝିଲା ପରି ଠପ କରି ବର୍ଷା ବନ୍ଦ ହେଇଗଲା ।
ସନ୍ଧ୍ୟା ୬ଟା, ଫୋନ ଆସିଲା..ମୁ ଅପେକ୍ଷା କରିଛି ,ଜଲ୍ଦି ଆସ । ମୁଁ କିଛି କହିବା ଆଗରୁ ସେ କଲ କାଟିଦେଲେ । ସେ ନା ସବୁବେଳେ ଏମିତି ,ସେ ଖାଲି ଶୁଣାଇ ଜାଣିଛନ୍ତି ,ଶୁଣି ଜାଣିନାହାନ୍ତି । ପଚାରିଲେ କହିବେ ମୁଁ କଣ ତୁମ କଥା ଶୁଣିବାକୁ ଠିକା ନେଇଛି କି ? କିନ୍ତୁ ତୁମେ ମୋ କଥା ଶୁଣିବାକୁ ବାଧ୍ୟ , କାହିଁକି ନା ତୁମେ କେବଳ ମୋର (this property belongs to Barsha) ତୁମ copyright କେବଳ ମୋ ପାଖରେ ରହିପାରିବ । ବୁଝିଲ ପାଗଳ ...
(ସତରେ ସେ ସମୟରେ ମୁଁ ନିଜକୁ ଇନ୍ଦ୍ରଦେଵ ପରି feel କରେ )
; - ତାହେଲେ ମୁଁ କଣ ତୁମ ପାଇଁ ଗୋଟେ property ଖାଲି
ମେଣ୍ଟାଲ ; - ଆରେ ମୋର ପାଗଳ, ତୁମେ ତ ମୋର ସବୁକିଛି, ତୁମ ଉପରେ ଆଉ କାହାର ଅଧିକାରକୁ କେମିତି ସହିବି ଯେ ...
(Bas yahan mai pighal jaata hoon har baar)
ମୁଁ ଯାଇ ଦେଖେ ତ ସେ ବସିଥାନ୍ତି ଛାତ ଶେଷ ମୁଣ୍ଡ ନଈ ଆଡକୁ ମୁହଁ କରି । ମୁ ତାଙ୍କୁ କିଛି ନ କହି ତାଙ୍କଠୁ ଟିକେ ଛାଡି ବସି ପଡ଼ିଲି , ଆଉ ତାଙ୍କୁ ଦେଖି ନ ଦେଖିଲା ପରି ପଚାରିଲି ,କଣ ହେଲା କୁହ , କଣ ପାଇଁ ଡାକିଲ ମତେ ? ସେ ମୋ ପାଖକୁ ଲାଗି ଆସିଲେ ଆଉ କିଛି ନ କହି ମୋ ବାହୁ ବନ୍ଧନରେ ଆଉଜି ପଡିଲେ ।ବୁଝି ପାରୁନଥାଏ କଣ କରିବି ..? କଣ ହେଇଛି ମୋ ମେଣ୍ଟାଲ ର । ତାଙ୍କ ରେଶମୀ ବାଳକୁ ହାତରେ ସଜାଡି ନଉ ନଉ ପଚାରିଲି...କଣ ହେଇଛି ମୋ ମେଣ୍ଟାଲ ର ? କଣ ପାଇଁ ଏତେ ଚିନ୍ତାରେ ଅଛି ମୋ ବାବୁ । (plz note ; ସବୁ ପ୍ରେମିକ ମାନେ ନିଜ ପ୍ରେମିକାକୁ ଅତ୍ୟଧିକ ପ୍ରେମରେ ବାବୁ ବୋଲି ସମ୍ବୋଧନ କରିଥାନ୍ତି,ଆଉ ମୁଁସେଇ category ଅନ୍ତର୍ଗତ )
ସେ ସେମିତି ମୋ ବାହୁ ବନ୍ଧନରେ ଥାନ୍ତି, ଆଉ ମୋ ହୃଦୟର ଗତି ବଢ଼ାଉଥାନ୍ତି । ମୋ କାନ ପାଖରେ ଚୁପି ଚୁପି କରି କହିଲେ ,ସରି...ଓୟେ ଶୁଣ ନା...ସରି..ମୋର ଭୁଲ ହେଇଯାଇଛି ,ଆଉ କେବେ ବି ଏମିତି କରିବିନି ।ତୁମକୁ କେବେ ବି ଆଉ ମିଛ କହିବିନି, ତୁମକୁ ଗୋଟେ ସତ ଲୁଚାଇ 6 ମାସ ହେବ ଭାରି କଷ୍ଟ ପାଇଲିଣି ।ଓୟେ ପାଗଳ ...sorry...
;- ଆଛା..ହେଲା ହେଲେ ଏଇଟା ଲାଷ୍ଟ ଟାଇମ ,ତା ପରେ ଆଉ ନୁହଁ , ହୋଉ ଛାଡ଼ ଏବେ ତ ମତେ ଛାଡ ବାବା, କେହି ଯଦି ପଳେଇ ଆସିବନା...
ମେଣ୍ଟାଲ ; - ମୁଁ ଛାଡିବିନି ଯାନି , ସେ ଯିଏ ଆସୁଛି ଆସୁ , ମୁଁ ମୋ ପାଗଳକୁ କୁଣ୍ଢେଇଛି ,ଆଉ କାହାକୁ ନୁହଁ ତ (ଟିକେ ଫୁଲେଇ ହେଇ)
ମୁଁ ; - ଆଛା ହେଲା ବାବା (ସ୍ମିତ ହସି)
(ମୁଁ ସେ ସମୟରେ ନିଜକୁ କୌଣସି ରାଜା ମହାରାଜାଠାରୁ କମ feel କରିନଥିଲି )
ସେ ମତେ ସେମିତି ଜାବୁଡି ଧରିଥାନ୍ତି ଆଉ ମୋର ସବୁ ରାଗ , ରୁଷା ଅଭିମାନ ଧୀରେ ଧୀରେ କୁଆଡେ ମିଳେଇ ଯାଉଥାଏ । ମୋ କାନରେ ଚୁପି ଚୁପି କହୁଥାନ୍ତି, ଶୁଣ ନା...ଆଉ କେବେ ଆମେ ଦୁହେଁ ଏମିତି ଝଗଡା ଲାଗିବାନି ,ଦେଖୁନା କେତେ କଷ୍ଟ ଦିଏ ଏ ବିରହ ...।
; - ଏବେ ଜାଣିଲ ତ ... ମୁଁ କେତେ special
; - hmm..hmm..ଜାଣିଛି
ଆଉ ମୁଁ କିଛି କହିବା ଆଗରୁ ସେ ମୋ ପାଟିରେ ହାତ ଦେଇଦେଲେ, ଆଉ ମୋ ଓଠରେ ଓଠ ଲଗାଇ ଭରିଦେଲେ ଉଷୁମ ଭରା ଚୁମ୍ବନ । ମୁଁ ବି ନିରବ ଆଉ ସେ ବି । ଗପି ଚାଲିଥାନ୍ତି ଆମ ଦୁହିଁଙ୍କ ଓଠ ପ୍ରେମର ଭାଷା । ବର୍ଷା ବି ବିଜୁଳି ର ରୋଷଣୀ ଧରି ମାଟିକୁ ଚୁମିବାକୁ ଛମ ଛମ କରି ଓଲ୍ହେଇ ଆସିଲାନି । ସେ ମତେ ଛାଡିବାକୁ ନାରାଜ ଆଉ ମୁ ବି । ବର୍ଷାରେ ଦୁହେଁ ଭିଜୁଥାଉ ,ହେଲେ ସେଥିପ୍ରତି ଦୁହିଁଙ୍କର ଧ୍ୟାନ ନ ଥାଏ । ଅନତି ଦୂରରୁ ଭାସି ଆସୁଥାଏ ଏକ ସଙ୍ଗୀତର ଧୂନ ...
taarein hain baarati chandini hai ye baarat
Saaton phere lenge hum haathon mai liye haath
Saaton phere lenge hum haathon mai liye haath
Jeevan saathi hum..diya aur baati hum ...❣️
ବର୍ଷା ଧୀରେ ଧୀରେ ତାର ଗତି ବଢ଼ାଇ ଦେଇଥାଏ ଆଉ ଆମେ ଦୁହେଁ ଦୁହିଁଙ୍କୁ ସେମିତି ଭିଡି ଧରିଥାଉ। ହଜି ଯାଇଥାଉ ଦୁହେଁ ଦୁହିଁଙ୍କ ବାହୁ ବନ୍ଧନରେ । ପାଦ ଥାପିଥାଉଁ କେଉଁ ଏକ ଅଜଣା ଦୁନିଆରେ ।
ଦୁହେଁ ଭିଜୁଥାଉ ବର୍ଷାରେ....ନା ନା ପ୍ରେମର ବର୍ଷାରେ....!
ଆଉ ତା ପରେ

